jyotsna mayee panda

Tragedy

3.4  

jyotsna mayee panda

Tragedy

ବୋହୂ

ବୋହୂ

5 mins
167


ଅନେକ ସପ୍ନ ଦେଖିଥିଲେ ସୌମ୍ୟାକୁ ନେଇ ଶ୍ରୀମତୀରୁକ୍ମିଣୀ ଦେବୀ । କାରଣ ସୌମ୍ୟା ଥିଲା ତାଙ୍କର ଏକମାତ୍ର ବୋହୂ । ନିଜେ ବାଛି ସେ ସଂସ୍କାରି ଘରୁ ବୋହୂକୁ ଆଣିଥିଲେ ପୁଅରୋଶନ ପାଇଁ । ଏବେ ବି ତାଙ୍କର ମନେ ଅଛି... ସୌମ୍ୟାର ସେ ଶଙ୍ଖମରମର ଦେହକୁ ଦେଖି ସେ ସବୁକିଛି ଭୁଲି ଯାଇଥିଲେ । ତାରେଶମୀ ଲମ୍ବା ଚୁଟି ଆଉ ଗୋଲାପୀ ଗାଲରେ ସରୁ ଚୁମ୍ବନ ଟେ ଆଙ୍କି ଦେଇ ନିଜ ପିନ୍ଧିଥିବା ମୁଦିକୁ ତା ହାତରେ ପିନ୍ଧେଇ ଦେଲେଯେବେ ସେ ପ୍ରଥମେ ଦେଖିଲେ । କହିଲେ ଆଜି ଠୁ ତୁ ମୋ ଘରର ଲକ୍ଷ୍ମୀ....ରୋଶନ ତୋତେ ଲାଗିଲା । ଆମେ ବୁଢା ବୁଢ଼ୀ କେତେ ଦିନର ଅତିଥିରେ ମା । ଶୁଖିଲା ପତ୍ର କେତେବେଳେ ଝଡି ଯିବୁ କିଏ କହିବ । ସୌମ୍ୟାର ବାପା ଚାଷ ବାସ କରନ୍ତି ସେଥିପାଇଁ ଦେବା ନେବା କଥା ପଚାରି ଦେଲେ ସମୁଧି ସମୁଧୀନି ଙ୍କୁ । ହେଲେ ସେଦିନ ସେ ପୁରା ମନା କରିଦେଇଥିଲେ । କହିଲେ ଆମର ବା କଣ ଅଭାବ ଅଛି ଯେ । ପୁଅ ସିଏ ଅଛି । ଆଉ ବିଲବାଡି କେତେ ପଡିଛି । ଜିନିଷ ଆମର କଣ ହେବ ଯେ??? ବୋହୂ ମୋ ଲକ୍ଷ୍ମୀ ପରି ସେ ମୋ ଘରେ ପାଦ ଦେଲେ ମୋ ଘର ଐଶ୍ଵର୍ୟ୍ଯରେ ପୁରି ଉଠିବ । ଆଉ କଣ କରିବୁ ସେ ସାମାନ୍ୟ ଜିନିଷ ନେଇ । ଖୁବ ଖୁସି ହୋଇ ସୌମ୍ୟା ମନେ ମନେ ଏମିତି ଶାଶୁ ପାଇଥିବାରୁ ଭଗବାନ ଙ୍କୁ ଅଶେଷ ଧନ୍ୟବାଦ ଜଣାଇଲ।


ଏମିତି କେତଦିନ ପରେ ସୌମ୍ୟା ଓ ରୋଶନର ବାହାଘର ହେଲା । କେତଦିନ ଗାଁରେ ରହିବା ପରେ ପୁଣି ନିଜ ସ୍ତ୍ରୀ ସାଥିରେ ନିଜ କର୍ମ ସ୍ଥଳକୁ ଚାଲିଗଲା ରୋଶନ । ଛୁଟି ହେଲେ କେବେ କେମିତି ଗାଁକୁ ଆସେ । ସେ ଆସିବା ଖବର ପାଇଲେ ମା ଖୁବ ଖୁସି ହୋଇଯାଏ । ତା ମନ ପସନ୍ଦର ମାଛ ବେସର, ସୌମ୍ୟା ମନ ପସନ୍ଦର ଆରିସା ପିଠା ଆହୁରି କେତେ କଣ ତିଆରି କରିରଖିଦିଏ ମା । ହେଲେ ସୌମ୍ୟା ଏ ବୟସରେ କେବେ କହେନି ନିଜ ସାଙ୍ଗରେ ନେଇରଖିବାକୁ । ବୁଢ଼ା ବୁଢ଼ୀ ଦି ଜଣ ପଡ଼ିଥାନ୍ତି ଏ ଗାଁରେ । କେତେବେଳେ କଣ ଦରକାର ହେଲେ ମଦନକୁ କୁହନ୍ତି । ମଦନ ପଡୋଶୀ ଘର କକା ପୁଅ ।ରୋଶନ ସହ ଏକା ସାଥିରେ ପାଠ ପଢୁଥିଲା ସେଥିପାଇଁ ସେ ବି ବହୁତ ଭଲପାଏ ତା ବାପା ମା ଙ୍କୁ । ସୁବିଧା ଅସୁବିଧା ବୁଝି ରୋଶନ ପାଖକୁ ଫୋନ ଲଗେଇ ଦିଏ । ତାଙ୍କ ଦେହ ପାହା କଥାକୁହେ ନିଜ ଭାଇ ପରି । ସେଦିନ ମା ଙ୍କୁ ଖୁବ ଜ୍ୱର ହେଲା । ପୁଅ ରୋଶନକୁ କେତେଥର ଫୋନ କଲେ ହେଲେ ଟୁର ଯାଇଥିବାରୁ ସେ ଯାଇ ପାରିବ ନାହିଁ ବୋଲି ମନା କରିଦେଲା ।ରୁକ୍ମଣୀ ଦେବୀ ସୌମ୍ୟାକୁ ବି ଫୋନ କଲେ । କହିଲେ ନାତି ଟା ତ ଛୋଟ ହୋଇଛି ସେ କି ପାଠ ପଢୁଛି ଯେ.... ତୁ କେତେ ଦିନ ପାଇଁ ଚାଲିଆ । ମୋତେ ଭାରି ଖରାପ ଲାଗୁଛିରେ... ତୋ ଶଶୁର ପାଇଁ ଗଣ୍ଡେରାନ୍ଧି ବି ପାରୁନି ଭଲ କରି ।


ନାତି ଆସିଲେ ଟିକେ ଭଲ ଲାଗିବ । ତା ଛଡା ତୁ ଆସିଲେ ମୋତେ ଏରାନ୍ଧବଢ଼ାରୁ ଟିକେ ମୁକ୍ତି ମିଳିବ । ବୋହୂ ହାତରନ୍ଧା କେତେଦିନ ହେଲା ଖାଇନି । ତୋ ଶଶୁର ବି ତୋ ହାତରନ୍ଧାକୁ ଝୁରି ହେଉଛନ୍ତି ।


ସବୁ ଶୁଣି ସାରି ସୌମ୍ୟା କହିଲା.... "ବୁଝିଲ ବୋଉ ଆଜିକାଲି କା ପାଠ.... ଅଲଗା ତୁମ ସମୟରେ ଅଲଗା ଥିଲା । ପିଲା ମାମୁଁଘର ଗଲେ ମାସ ମାସରହିଯାଉଥିଲେ ହେଲେ ଏବେର ଦୁନିଆ ଅଲଗା ହୋଇଗଲାଣି ସେଥିପାଇଁ ପୁଅର ଛୁଟି କରି ଯାଇ ପାରିବିନି । ସେ ଆସିଲେ ବରଂ ଦିନ କ ପାଇଁ କାରରେ ଯିବୁ । ସନ୍ଧ୍ୟାରେ ଚାଲିଆସିବୁ

କିଛି କହିଲେନି ଆଉ ରୁକ୍ମିଣୀ ଦେବୀ । ସ୍ୱାମୀ ମୁହଁ ଚାହିଁ ବଲ ବଲ କରି ଦେଖିଲେ ଖାଲି । ମଦନ ସବୁକଥା ଶୁଣୁଥିଲା । ସେ କହିଲା ବୋଉ କିଛି ଖରାପ ଭାବିବ ନି । ମୋ ବୋଉ ନାହିଁ ବୋଲି ତୁମକୁ ମୁଁ ବୋଉ ବୋଲି ମାନେ । ମୋ ସ୍ତ୍ରୀ କାଲି ଠୁରୋଷେଇ କରିଦେବ । ତୁମେ ଆଉ କରିବ ନି । ଖୁବ ଦୁର୍ବଳ ହୋଇଯାଇଛ ।ରୋଶନ ଆସିଲେ ସହର ଚାଲିଯିବ ସେଠି ଭଲ ଡାକ୍ତର ଦେଖେଇ ଆସିବ । ତୁମେ ପୁରା ଭଲ ହୋଇଯିବ । ଅବଶ୍ୟ ମୋ ସ୍ତ୍ରୀ ସୌମ୍ୟା ଭାଉଜ ଙ୍କ ଭଳି ଭଲରାନ୍ଧି ଜାଣେନି ସେଥିପାଇଁ ମୁଁ କହୁନ ଥିଲି ।ରୁକ୍ମଣୀ ଦେବୀ ହସୁହସୁ କହିଲେ.... ତୁ ବୋକା ଟା କିଏ କହିଲା ସେ ଭଲରାନ୍ଧେ ନି ବୋଲି.... ମୁଁ କେତେ ହଇରାଣ କରିବି ତାକୁ ବୋଲି କହୁନି । ତୁ ଯେମିତି ମୋ ପୁଅ ସେ ମୋ ବୋହୂ ।


ଏମିତି ଅନେକ ଦିନ ବିତିଗଲା । ଜ୍ୱର ଛାଡିଲା ନି ।ରୁକ୍ମିଣୀ ଦେବୀ ଧୀରେ ଧୀରେ ଦୁର୍ବଳ ହୋଇ ଖଟରୁ ଆଉ ଉଠି ପାରିଲେ ନି ଆଉ ।


ମଦନର ସ୍ତ୍ରୀ ସବୁଦିନ ଆସିରୋଷେଇ କରଦିଏ । ଗୋଡ଼ ହାତରେ ତେଲ ଲଗେଇ ଦିଏ । ଖୁବ ଖୁସି ହୁଅନ୍ତି ରୁକ୍ମିଣୀ ଦେବୀ ।କୁହନ୍ତି କାଚ ଆଉ ହୀରାର ତଫାତ ଜାଣି ପାରିଲିନିରେ । ଯାହାକୁ କେବେ ଗୁରୁତ୍ୱ ଦେଉ ନ ଥିଲି ସେ ଆଜି ମୋ ଏତେ ସେବା କରିବ ମୁଁ ବିଶ୍ୱାସ କରୁ ନ ଥିଲି । ନିଜ ବୋହୂ ଉପରେ ମୋର ଅଗାଧ ବିଶ୍ୱାସ ହିଁ ମୋତେ ଆଉ କାହା ଗୁଣ ଦେଖିବା ପାଇଁ ଅନ୍ଧ କରିଦେଇଥିଲା । ହେଲେ ଆଜି ବୁଝୁଛିରକ୍ତ ସମ୍ପର୍କ ବୋଲି କିଛି ନାଇଁରେ ସବୁ ସ୍ନେହସମ୍ପର୍କ ସେଇ ସ୍ନେହର ଡୋରିରେ ବନ୍ଧା । ଏମିତି ଅନେକ ଦିନ ବିତିଗଲା । ଦିନେରୁକ୍ମିଣୀ ଦେବୀ ଡାକିଲେ ବି ଆଉ ଶୁଣିଲେ ନି । ଦେହ ହାତ ପୁରା ଥଣ୍ଡା ହୋଇଗଲା । ପୁଅକୁ ସାଙ୍ଗେ ସାଙ୍ଗେମଦନ ଫୋନ କଲା । କିଛି ସମୟ ପରେ ପୁଅ ବୋହୂ ଆସିଲେ ହେଲେରୁକ୍ମିଣୀ ଦେବୀ ଙ୍କ ଖର ନିଶ୍ୱାସ ଆସ୍ତେ ଆସ୍ତେ ବନ୍ଦ ହୋଇଗଲା । ସେ ମୃତ୍ୟୁର ଶୀତଳ ଛାୟାରେ ସୋଇଗଲେ ସବୁଦିନ ପାଇଁ । ପୁଅ ବୋହୂ ବହୁତ କାନ୍ଦିଲେ ହେଲେ ଆଉ କିଛି ଲାଭ ହେଲାନି । ମା ଛାଡି ଚାଲିଗଲେ ସବୁଦିନ ପାଇଁ ।


ଏମିତି ତାଙ୍କର କ୍ରିୟା କାର୍ଯ୍ୟ ଆରମ୍ଭ ହୋଇଗଲା । ଗାଁ ଘର ସେଥିପାଇଁ ସୌମ୍ୟାକୁ ଖୁବ ଅସୁବିଧା ଲାଗୁଥିଲା । ସେ ଏବେ ସହରୀ ହୋଇ ଯାଇଛି । ଗାଁର ସବୁ ଅସନା ଲାଗୁଛି ସେଥିପାଇଁ କେବେ ଗାଁରେ ରହିବାକୁ ଆସେନି । କେତେ ବାହାନା କରେ ହେଲେ ନିରୀହ ଶାଶୁ ତା ବାହାନାକୁ କେବେ ବୁଝି ପାରନ୍ତି ନି । ହେଲେ ଜୀବନର ଶେଷ ସମୟରେ ତାଙ୍କୁ ଆଉ କିଛି ଅବୁଝା ନ ଥିଲା । ବୋହୂ କାହିଁକି ଗାଁକୁ ଆସେନି ସେ ଭଲ ଭାବରେ ଜାଣିଗଲେ । ଖୁବ ସୁନ୍ଦର ସୁନ୍ଦର କଥା କହି ତାଙ୍କୁ ଭୁଲାଇ ଦିଏ । ସେଥିପାଇଁ ଆଉ କିଛି କହିଲେ ନି କି ଶେଷ ସମୟରେ ଆସିବାକୁ ଆଉ ଅନୁରୋଧ କଲେ ନି । ଏମିତି ତେର ଦିନ ବିତିଗଲା । ଚଉଦ ଦିନରୋଶନ ଓ ସୌମ୍ୟା ସହରକୁ ଯିବାକୁ ବାହାରିଲେ ।ରୋଶନ ବାପା ଙ୍କୁ କହିଲା ବାପା ତୁମେ ଆମ ସାଥିରେ ଚାଲ । କିନ୍ତୁ ସୌମ୍ୟା ମନେ ମନେ ନେବାକୁ ଚାହୁଁନଥିଲା । କିନ୍ତୁ ବାପା କହିଲେ.... ନାରେ ପୁଅ ମୁଁ ତୋ ସାଥିରେ ଯାଇ ପାରିବି ନି । କାରଣ ତୋ ମାର ପ୍ରତ୍ୟେକ ସ୍ମୃତି ଏ ଘରେ ଜଡିତ ମୁଁ ଏ ଘର ଛାଡିକୁଆଡେ ଯିବି ନି । ତା ଛଡା ମଦନ ଆଉ ତା ସ୍ତ୍ରୀ ଅଛନ୍ତି ମୋ କଥା ବୁଝିବା ପାଇଁ ।


ତୋ ମା ତାଙ୍କୁ କହି ଦେଇଛି । କିଛି ସମୟ ଗଲା ପରେ ଶାଶୁ ଙ୍କ ବାକ୍ସକୁ ଅଣ୍ଡାଳି ହେଲା ସୋମ୍ୟ। ହେଲେ ଏ କଣ କିଛି ପୁରୁଣା ଶାଢୀ ଛଡା ଆଉ ସେଥିରେ କିଛି ନ ଥିଲା । ସ୍ଵାମୀ ଙ୍କୁ ଡ଼ାକି ସବୁ କଥା କହିଲା ।


ରୋଶନ ବି ଜାଣିଥିଲା ମା ବହୁତ ପୁରୁଣା ଗହଣାରଖିଥିଲା । ହେଲେ ସେସବୁକୁଆଡେ ଗଲା??? ବାପା ଙ୍କ ପାଖକୁ ଯାଇ ଶେଷରେ କହିଲା ବାପା "ତୁମେ ଏବେ ଏକାରହିବ । ଗହଣା ଗାଣ୍ଠି ସବୁ ଏଠି ଆଉ ସୁରକ୍ଷିତ ହୋଇରହିବ ନି । ସେଥିପାଇଁ ମୁଁ କଣ କହୁଥିଲି କି ସୋମ୍ୟ। ସେ ସବୁ ତା ଲକରରେରଖିଦେବ । ହେଲେ ବାପା କହିଲେ ସେ ବିଷୟରେ ମୁଁ କିଛି ଜାଣିନିରେ ପୁଅ । ଦିନେ ତୋ ମା ମଦନ ଓ ତା ସ୍ତ୍ରୀକୁ ଡ଼ାକି ଏକ ନାଲି ପୁଟୁଳି ଧରେଇ ଦେଲା ।ରୋଶନ ଓ ସୋମ୍ୟାକୁ ବୁଝିବାକୁ ଆଉ କିଛି ବାକିରହିଲା ନି । ଆଉ କାହାକୁ କିଛି ନ କହି ବାହାରି ଗଲେ ନିଜ ସହର ଅଭିମୁଖେ ।



Rate this content
Log in

Similar oriya story from Tragedy