STORYMIRROR

jyotsna mayee panda

Abstract Tragedy

4  

jyotsna mayee panda

Abstract Tragedy

ସମୟ ର ଖେଳ....

ସମୟ ର ଖେଳ....

5 mins
253

ପ୍ରେମ ଶାଶ୍ୱତ.... ପ୍ରେମ ଚିରନ୍ତନ... ପ୍ରେମ ପୁଣି କେବେସତ୍ୟ ଶିବ ସୁନ୍ଦର...କେବେ ସ୍ୱଠିକ ପରି ସ୍ଵଚ୍ଚ ଓ ନିର୍ମଳ ହୋଇଥାଏ ।

ହେଲେ ଏ ପ୍ରେମ ତିଷ୍ଠି ରହେ ବିଶ୍ୱାସ ର କୋମକ ଡୋରିରେ l ସେ ବିଶ୍ୱାସ ର ଡୋରି ଥରେ ଛିଣ୍ଡି ଗଲେ ପ୍ରେମ ର ମାନେ ଆଉ କିଛି ରହେନା l ସ୍ୱାର୍ଥପର ଦୁନିଆଁ ରେ ଯେ ପ୍ରକୃତ ପ୍ରେମ ର ପରିଭାଷା ବୁଝି ପାରିଛି ସେ ଜାଣିଛି ପ୍ରେମ କେବଳ ତ୍ୟାଗ ରେ ଥାଏ l ପ୍ରେମ ରେ ଥାଏ ସବୁବେଳେ ସମର୍ପଣ ଭାବ ସେଥିପାଇଁ ରାଧା କୃଷ୍ଣ ଙ୍କ ସମ୍ପର୍କ ର କିଛି ନାଁ ନ ଥିଲା.... ସେ ସମ୍ପର୍କ କେବଳ ବିଶ୍ୱାସ ର ଥିଲା l କୃଷ୍ଣ ଙ୍କ ଅଷ୍ଟ ପାଟବଂଶୀ ରାଣୀ ଥିଲେ ବି ରାଧେ ହିଁ ଥିଲେ ତାଙ୍କ ଏକାନ୍ତ ନିଜର ତାଙ୍କୁ ପାଇବାର ଏକ ହିଁ ମାଧ୍ୟମ ହେଉଛନ୍ତି ସେଇ ଶ୍ରୀରାଧ l ତାଙ୍କ ପ୍ରେମ ରେ ନ ଥିଲା କିଛି ପାଇବାର ଇଚ୍ଛା l ତାଙ୍କ ପ୍ରେମ ସେଥିପାଇଁ ଯୁଗ ଯୁଗ ପାଇଁ ଆମର ହୋଇ ରହିଗଲା l ରାଧା ଙ୍କ ବିନା ଯେମିତି କୃଷ୍ଣ ଙ୍କ ନାମ ଅଧା ହୋଇଯାଏ l ଦୁହେଁ ଦୁହିଁଙ୍କ ପାଇଁ ସମ୍ପୂର୍ଣ୍ଣତା ର ଏକ ଅଭେଦ୍ୟ ସୂତ୍ର ରେ ବନ୍ଧା l

ଆଜି ଜଣେ ପ୍ରବଚକ ରାଧେ କୃଷ୍ଣ ଙ୍କ ପ୍ରେମ ବିଷୟରେ ବିଷଦ ଭାବରେ ଆଲୋଚନା କରୁଥିଲେ l ସେ ସୁଦୂର ବୃନ୍ଦାବନ ରୁ ଆସିଥିଲେ l ତାଙ୍କ ଚେହେରା ରୁ ଯେମିତି ଜ୍ୟୋତି ଝଟକୁ ଥିଲା ସେ ଥିଲେ ଆଜନ୍ମ ବ୍ରହ୍ମଚାରି l ସେ ଚେହେରା ଯେମିତି କ୍ରିଷ୍ଣା ଦେବୀ ଙ୍କୁ ଚିନ୍ହା ଚିନ୍ହା ଲାଗୁଥିଲା ହେଲେ କିଏ ସେଇ ମହାତ୍ମା ସେ ଜାଣି ପାରୁ ନ ଥିଲେ lକେମିତି ରାଧେ କୃଷ୍ଣ ଙ୍କ ପାଇଁ ଦ୍ୱାରିକା ଯାଇ ଶେଷରେ ତାଙ୍କ କୋଳ ରେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ,...ସେ ବିଷୟରେ କହୁଥିଲେ l କ୍ରିଷ୍ଣା ଦେବୀ ଙ୍କର ଆଖି ଲୋତକ ରେ କେତେବେଳୁ ଭିଜି ସାରିଥିଲା l ସେ ମଗ୍ନ ହୋଇ ଯାଉଥିଲେ ସେ କଥା ଶୁଣି l

ଏକ ଅଭିଜାତ୍ୟ ପୂର୍ଣ୍ଣ ପରିବାର ର ବୋହୂ ଥିଲେ କ୍ରିଷ୍ଣା ଦେବୀ l ଷାଠିଏ ତପିବନି l ଦେଖିବାକୁ ଖୁବ ସୁନ୍ଦର l ବୟସ ର ସାୟଂ କାଳେ ବି ସେ ଚେହେରା ଯେମିତି ସ୍ୱଠିକ ପରି ଝଟକୁଛି l ଦୁଇ ବର୍ଷ ଆଗରୁ ସ୍ୱାମୀ ଆର ପାରିକୁ ଚାଲିଗଲେ l ଦୁଇ ପୁଅ ଆମେରିକା ରେ l ଝିଅ ଦିଲ୍ଲୀ ରେ ରହେ l କେବେ କେବେ ଆସେ ମା କୁ ଦେଖିବା ପାଇଁ l ଏତେ ବଡ଼ ଘର ରେ କେତେ ଟା ଚାକର ଓ କେତେ ଜଣ ଭଡାଟିଆ ଙ୍କୁ. ନେଇ ଏକା ରହନ୍ତି କ୍ରିଷ୍ଣା ଦେବୀ l ଅର୍ଥ ର ଅଭାବ ନାହିଁ l ହେଲେ ଏ ଏକାକୀତ୍ୱ ଭାବନା ରେ ସବୁଦିନ ଜଳି ଜଳି ବଂଚୁଛନ୍ତି ସେ l ଜୀବନ ଜିଇଁବା ମୋହ ହିଁ ତୁଟି ଯାଇଥିଲା ତାଙ୍କର lସେଥିପାଇଁ ଖୁବ ଦାନ ଧର୍ମ ମଧ୍ୟ କରନ୍ତି l ସେଦିନ ପ୍ରବଚକ ଜଣକ ତାଙ୍କରି ବଙ୍ଗଳା ରେ ରହିବାର ଥିଲା l ପ୍ରବଚନ ପରେ ସେ ଆସିଲେ ତାଙ୍କ ବଙ୍ଗଳା କୁ l କାରଣ ସାଧୁ ସେବା କରିବାକୁ ସେ ଖୁବ ଭଲ ପାଆନ୍ତି l

ନିଜେ ରୋଷେଇ କରି ସେ ସବୁ ପଠେଇ ଦେଲେ ତାଙ୍କ ପାଖକୁ l ସାଧୁ ଜଣକ ଖାଇବା ସମୟ ରେ ହଠାତ ମାଲିକାଣି ଙ୍କ ବିଷୟରେ ଜାଣିବାକୁ ଚାହିଁଲେ l ତାଙ୍କ ରାନ୍ଧଣା ରେ ଯେମିତି କିଛି ସ୍ମୃତି ଲୁଚି ରହିଥିଲା ତାଙ୍କ ଜୀବନ ର l ସେ ସେଦିନ ତାଙ୍କୁ ଟିକେ ସାକ୍ଷ୍ୟାତ କରିବାକୁ ଅନୁରୋଧ କଲେ l ଚାକର ଏ ସବୁ କହିବା ପରେ କ୍ରିଷ୍ଣା ଦେବୀ ଟିକେ ବ୍ୟସ୍ତ ହୋଇ ପଡିଲେ l ଏତେ ଦୂର ରୁ ଆସିଛନ୍ତି ସେ ବା କେମିତି ଜାଣିଲେ ତାଙ୍କୁ l ଏମିତି ରାତିପାହିବା ପରେ ସେ ନିଜେ ଚା ନେଇ ଆସିଲେ ତାଙ୍କ ପାଖକୁ l ତାଙ୍କୁ ଦେଖିବା ପରେ ସାଧୁ ଜଣ କ କହିଲେ...... ତୁମେ ଉଦୟ ପୁର ର କ୍ରିଷ୍ଣା ସାମନ୍ତ ନା.... ପ୍ରଣାମ ଜଣାଇ କ୍ରିଷ୍ଣା ଦେବୀ ଆଶ୍ଚର୍ଯ୍ୟ ହୋଇଗଲେ l ତାଙ୍କୁ କେମିତି ଜାଣି ପାରିଲେ ସେ l ପରେ ସେ କହିଲେ ମୋତେ ବୋଧହୁଏ ତୁମେ ଚିନ୍ହି ପାରିଲ ନି କ୍ରିଷ୍ଣା l ମୁଁ ସେ ମଧୁପୁର ର ବିନୟ.... ତୁମ ସହିତ ଏକା ସାଥିରେ କଲେଜ ରେ ପଢ଼ୁଥିଲି l ବିନୟ ନାଁ ଟା ଶୁଣିବା ପରେ କ୍ରିଷ୍ଣା ଦେବୀ ଙ୍କ ପାଦ ତଳୁ ମାଟି ଯେମିତି ଖସିଗଲା l ମୁଣ୍ଡ କଣ ହୋଇଗଲା

ସତରେ ସେ ବିଶ୍ୱାସ ବି କରି ପାରିଲେ ନି l ଏ ସେଇ ବିନୟ..... ପୁଣି ଫେରିଗଲେ ସେ ଚାଳିଶ ବର୍ଷ ର ଅତୀତ କୁ l ଆଖି ସାମ୍ନା ରେ ଭାସିଗଲା ସେ ବିଗତ ଦିନ ର ସ୍ମୃତି l ସେ ସୁନ୍ଦର ଅତୀତ..... ସେତେବେଳେ ସେ ନୁଆଁ ନୁଆଁ କଲେଜ ଯାଉଥିଲେ l ଝିଅ ମାନଙ୍କୁ ସେତେବେଳେ ସେତେଟା ସ୍ୱାଧତାତା ଦିଆ ଯାଉ ନ ଥିଲା l ଜମିଦାର ଘର ଝିଅ ଥିଲେ କ୍ରିଷ୍ଣା l

ସେଥିପାଇଁ ତାଙ୍କୁ କଲେଜ ଜଣେ ନେଇକି ଯାଉଥିଲା l ସେଦିନ ହଠାତ ଗାଡି ଧକ୍କା ହୋଇଗଲା l ସେ କ୍ଷତ ବିକ୍ଷ୍ୟତ ହୋଇ ପଡ଼ିଥାନ୍ତି ରାସ୍ତା କଡ଼ ରେ l ଏ ବିନୟ ସେଦିନ ହସ୍ପିଟାଲ ନେଇ ଖୁବ ସେବା କଲେ ତାଙ୍କର l ସେଦିନ ରୁ ଦୁଇଜଣ ଭଲ ବନ୍ଧୁ ହୋଇଗଲେ l ସମୟ କ୍ରମେ ବନ୍ଧୁତ୍ୱ ପ୍ରେମ ରେ ପରିଣତ ହୋଇଗଲା l ବିନୟ ଙ୍କୁ ଖୁବ ଭଲ ପାଉଥିଲେ କ୍ରିଷ୍ଣା l ହେଲେ ବିନୟ ଥିଲେ ନିହାତି ଗରିବ ଘର ର ପିଲା ହେଲେ ପାଠ ରେ ସେ ଖୁବ ମେଧାବୀ ଥିଲେ lତାଙ୍କ ଭଲ ପାଇବା କଥା ଧୀରେ ଧୀରେ ସମସ୍ତେ ଜାଣିଲେ l କ୍ରିଷ୍ଣାଙ୍କୁ କଲେଜ ଯିବା ମନା ହୋଇଗଲା l ସେ ବିନୟ ଙ୍କୁ ଚିଠି ଟିଏ ଲେଖିଥିଲେ ଯେ ସେ ତାଙ୍କ ସହିତ ଜୀବନ ବିତେଇବାକୁ ଚାହାଁନ୍ତି l ସେ ରାତିରେ ଘର ଛାଡି ତାଙ୍କ ପାଖକୁ ଯିବେ l କାରଣ ଘର ଲୋକ ତାଙ୍କ ବାହାଘର ଅନ୍ୟ କୋଉଠି ଠିକ କରିଛନ୍ତି l କିନ୍ତୁ ସେ ରାତିରେ ବିନୟ ତାଙ୍କୁ ବହୁତ ବୁଝେଇଲେ l

ସେ ନିଜ ଗୋଡ଼ ରେ ନିଜେ ଛିଡା ହୋଇ ତାଙ୍କ ହାତ ସମ୍ମାନ ର ସହିତ ତାଙ୍କ ବାପା ଙ୍କୁ ମାଗିବେ କହିଲେ l ଅପେକ୍ଷା କରିବାକୁ କହିଲେ ହେଲେ ସମୟ ସବୁକିଛି ଓଲଟ ପାଲଟ କରିଦେଲା i କ୍ରିଷ୍ଣା ଙ୍କ କଥା କେହି ଶୁଣିଲେ ନି l ତାଙ୍କ ବାହାଘର କରିଦେଲେ l ନିଜ ପ୍ରେମ ପାଇଁ ବିନୟ ଖୁବ ପରିଶ୍ରମ କରି ଶେଷରେ IAS ଅଫିସର ହେଲେ l କିନ୍ତୁ ସେ ଗାଁ କୁ ଆସି ଜାଣିବାକୁ ପାଇଲେ ଯେ କ୍ରିଷ୍ଣା ଅନ୍ୟ କାହାର ହୋଇ ଯାଇଛି l ଏମିତି ଏକା ରହିଲେ ବହୁତ ବର୍ଷ l ଶେଷରେ ଚାକିରୀ ଛାଡି ଦେଇ ମୋହ ମାୟା ଦୁନିଆଁ ରୁ ଅଲଗା ହୋଇ ରହିଲେ ବୃନ୍ଦାବନ ରେ l ସବୁ କଥା ଶୁଣିବା ପରେ କ୍ରିଷ୍ଣା ଙ୍କ ଆଖି ରୁ ଲୁହ ଆପେ ଆପେ ବାହାରି ପଡିଲା l ବିନୟ କହିଲେ "କାନ୍ଦ ନାହିଁ କ୍ରିଷ୍ଣା.... ଯାହା ହେବାର ଥିଲା ହେଲା ସେଥିପାଇଁ ଦୁଃଖ କରିବାର ନାହିଁ... ଭଲ ପାଇ ବାହାହେବା ସମସ୍ତ ଙ୍କ ଭାଗ୍ୟ ରେ ନ ଥାଏ l ସେଥିପାଇଁ ମୁଁ କେବେ ଦୁଃଖ କରେନା... କାରଣ ଆମ ଭଲ ପାଇବା ରେ କୌଣସି ସମ୍ପର୍କ ନାହିଁ କି ବନ୍ଧନ ନାହିଁ... ସେ ପ୍ରେମ ସ୍ୱଠିକ ପରି ସ୍ୱଚ୍ଛ ଓ ପବିତ୍ର l ରାଧେ କୃଷ୍ଣ ଙ୍କୁ କେବେ ପାଇବା ପାଇଁ ପ୍ରେମ କରି ନ ଥିଲେ ଠିକ ସେମିତି ଆମ ପ୍ରେମ ବି ଶାଶ୍ୱତ ପବିତ୍ର.... ମୁଁ ଜୀବନ ରେ କେବେ ଭୁଲିବି ନାହିଁ l ହେଲେ ସେ ଅତୀତ ପାଇଁ ତୁମେ କେବେ ଦୁଃଖିତ ହେବ ନାହିଁ l ଜୀବନ ରେ ଏମିତି କେବେ ତୁମ ସହିତ ଦେଖା ହେବ ବୋଲି ମୁଁ ଭାବି ନ ଥିଲି l ତୁମ ଜୀବନ ରେ ଆସି ଦୁଃଖ ଦେଇଥିବାରୁ ମୋତେ କ୍ଷମା କରିଦେବ l ମତେ ଭୁଲି ତୁମ ସାଂସାରିକ ଧର୍ମ ପାଳନ କର l କାରଣ ମୋ ଜୀବନ ରେ ସୁଖ ଦୁଃଖ ର କିଛି ମହତ୍ୱ ନାହିଁ l ମୋ ପାଇଁ ସବୁ ସମାନ l ସବୁ ପରିସ୍ଥିତି ରେ ମୁଁ

ନିରବ ହୋଇ ବଂଚିବା ଶିଖିଛି l ଜୀବନ ରେ ପୁଣି କେବେ ଦେଖା ହେବ କି ନା ମୁଁ ଜାଣିନି.... ହେଲେ ସବୁବେଳେ ତୁମ ଭଲ ପାଇବା କୁ ମୁଁ ସାଇତି ରଖିଛି ମୋ ହୃଦୟ ରେ l ସେଥିପାଇଁ ବୋଧହୁଏ ଆଉ କାହାକୁ ସେଠି ଜାଗା ଦେଇ ପାଇଲିନି l ଏ ସବୁ କହି ସାରିବା ପରେ ତାଙ୍କ ଠୁ ବିଦାୟ ନେଇ ଚାଲିଗଲେ ବିନୟ l କାହାକୁ କିଛି ନ କହି କ୍ରିଷ୍ଣା ଦେବୀ ସେମିତି ନିର୍ବାର୍କ ହୋଇ ଛିଡା ହେଲେ ଆଉ ସେ ଯିବା ପଥ କୁ ଚାହିଁଥିଲେ ଅପଲକ ନୟନ ରେ.... କୋଣାର୍କ ର ପଥର ମୂର୍ତ୍ତି ପରି l କିଛି ସମୟ ପରେ ସମସ୍ତେ ଧାଇଁ ଆସିଲେ.... ହେଲେ ଆଉ କାହା କଥା ଶୁଣିଲେ ନି ସେ.... ଦେହ ଶିଥିଳ ହୋଇ ଯାଇଥିଲା.... ପ୍ରାଣ ପକ୍ଷୀ ଉଡି ଯାଇଥିଲା ସେ ଅନନ୍ତ ଆକାଶ କୁ... ।



இந்த உள்ளடக்கத்தை மதிப்பிடவும்
உள்நுழை

Similar oriya story from Abstract