Omm Prasad Pradhan

Classics

4.6  

Omm Prasad Pradhan

Classics

ବିରହ

ବିରହ

2 mins
451


   ଚନ୍ଦ୍ର କୁ ରାହୁ ଗ୍ରାସ କଲା ପରି ତୁମର ଏଇ କେଇଦିନର ବିଚ୍ଛେଦ ମୋତେ ସମ୍ପୂର୍ଣ୍ଣ ରୂପେ ବିଷାଦ ର କଳା ଛାୟା ଭଳି ଢାଙ୍କି ଦେଇଛି ,ତୁମ ପ୍ରଣୟ ଆଲୋକ ରେ ଉତ୍ତପ୍ତ ହେଉଥିବା ମୁଁ ଆଜି ମେରୁ ପାଲଟି ଯାଇଛି , ଜୋସ୍ଛନା ଅଭାବରେ ଯେଉଁଭଳି କୁମୁଦିନୀ ସ୍ମିତହାସ୍ୟ ଦିଏନି ,ପ୍ରସ୍ଫୁଟିତ ହୁଏନି ସେହି ଭଳି ତୁମର ବିଚ୍ଛେଦ ଆଜି ମୋର ଅମ୍ଳାନ ଚେହେରା ରେ ମଳିନତ୍ଵ କୁ ଜାହିର କରୁଛି । ତୁମର ଯାଦୁଗରୀ ସ୍ପର୍ଶ ରେ ମୋର ଶତ କଦମ୍ବର ଶିହରଣ ସୃଷ୍ଟିହୁଏ , ତୁମର ଲେଖନୀ ରୁ ଝଟୁଥିବା ପ୍ରେମ ମୋତେ ଆଦ୍ରତା ର ବହ୍ନି ରେ ଜଳାଇଦିଏ ।ଆଉ ଏ ବିଜ୍ଞାନୀ ମସ୍ତିଷ୍କ ରେ କେବେ କେବେ ସାହିତ୍ୟ ଆଉ କେବେ କବିତ୍ୱ ର ରସ ଝରିବାକୁ ଲାଗେ ଆଉ ମୁଁ ଗାଇ ଉଠେ ତୁମ ପାଇଁ ........ ତୁମେ ଲେଖି ଥିବା ସେହି ପୁରୁଣା ପ୍ରେମସିକ୍ତ ଚିଠି ସବୁ ଆଜି ବି ମୋ ମନର ନିବୃତ କୋଠରି ରେ ଆଲୋଡନ ସୃଷ୍ଟି କରନ୍ତି । ତୁମେ ଲାଗେଇଥିବା ଗୋଲାପ ଗଛ କୁ ମୁ ଦେନେ ପାଇଁ ବି ପାଣି ଦିଏନି କି ଯତ୍ନ ନିଏନି ବୋଲି ତୁମେ ମୋ ଉପରେ ରାଗ, ଅଭିମାନ କର ..ପୁଣି ମନକୁ ମନ ବୁଝେଇଦିଅ ....ତୁମର ଏହି କ୍ଷଣ କୋପୀ ସ୍ଵଭାଵ ମୋତେ ଅନେକ ଅମୋଦିତ କରିଛି ।ମନେ ପଡେ ......ତୁମେ ଯିବାପରେ ଆଜି ସମୟ ବାହାର କରି ମୁଁ ନିଜେ ତା'ର ଦାଇତ୍ୱ ନେଉଛି ,ନିଜ ହାତରେ ଅନାବନା ଗଛ ବାଛୁଛି ନିଜେ ପାଣି ଦେଉଛି ପ୍ରତିଦିନ ।ଫଳସ୍ୱରୂପ ଦୁଇ ଡିସିମିଲ ର ଗୋଲାପ ବଗିଚା ଆଜି ଦୁଇ ଏକର ରେ ପହଞ୍ଚିଲାଣି ,ମୋର ବିଜ୍ଞାନୀ ବନ୍ଧୁ ମାନେ କୁହନ୍ତି ,ଏତେବଡ ବଗିଚା ର ରକ୍ଷଣା ବେକ୍ଷଣା ପାଇଁ ମାଳି ରଖିବା ପାଇଁ ....କିନ୍ତୁ ତୁମେ ଲାଗେଇଥିବା ଗୋଲାପ ଗଛ ସବୁ ତୁମ ସ୍ପର୍ଶରେ ପ୍ରତିପାଳିତ ,ତୁମର ସେଇ ନିରୀମାଖୀ ମୁହଁ କୁ ପ୍ରତିଦିନ ଗୋଲାପ ଫୁଲ ରେ ଦର୍ଶନ କରେ ,ନିଜ ହାତରେ ତାର ଯତ୍ନ ନିଏ । ଆଉ କାହାର ସ୍ପର୍ଶ କୁ ମୁଁ ସହ୍ୟ କରିପାରିବିନି । ମୋତେ ବହୁତ ବାଧେ । ମୋର ଏହି ପାଗଳାମୀ ପାଇଁ ତୁମେ ବହୁତ ହସ .. ତୁମର ସେଇ ହସ ସବୁ ଆଜିବି ମନେପଡେ ,ବଞ୍ଚିବା ପାଇଁ ହୁଏତ ତୁମ ସହିତ ବିତେଇଥିବା ସେଇ ମେଞ୍ଚା ମେଞ୍ଚା ସ୍ମୃତି ଗୁଚ୍ଛ ସବୁ ମୋତେ ବଞ୍ଚିବାର ର ରାହା ଦିଅନ୍ତି......... ନହେଲେ ତ ତୁମ ସହିତ ହିଁ ମୁଁ ହାତ ଧରାଧରି ହେଇ ସେହି ମୃତ୍ୟୁ କୁ ଲାଭ କରିଥାନ୍ତି ।.......ତୁମେ ଯିବା ପରେ ପରେ ମୁଁ ମୋ ନିଜକୁ ଆଇନା ରେ ଦେଖିବା ପାଇଁ ଥିବା ଅହେତୁକ ଇଚ୍ଛା ସବୁ ମରିଯାଇଛି ...ତୁମେ ଥିଲାବେଳେ ତୁମର ସେହି ସୁନ୍ଦର ଆଖି ଦୁଇଟି ମୋର ଜୀବନ୍ତ ଆଇନା ଥିଲା। ତୁମର ସେଇ ତୁମେ ଜାଣ ଏ ମୁଁ କାଲିଫୋର୍ନିଆ ରେ ଏକାକୀ ଉଦ୍ଭିଦ ମାନଙ୍କ ଉପରେ ରିସର୍ଚ୍ଚ କଲାବେଳେ ତୁମେ ହିଁ ମୋ ସାଥି ଥିଲ , ଏ ପଥର ହୃଦୟରେ ପଦ୍ମ ଫୁଟାଇ ପାରିଥିଲା ,ଶୁଷ୍କ ମରୁଭୂମି ରେ ନିର୍ଝରଣୀ କୁ ଜନ୍ମ ଦେଇଥିଲ .... ଆଜି ସେହି ଆଦ୍ରତା ର ଅଭିଳାଷ ଶୁଷ୍କ ....ତୁମର ହୃଦୟ ର ଗତି ଦିନେ ମୋ ହୃଦୟ ର ଗତି ସହ ଅସମ୍ଭବ ଭାବେ ସମାନ ଥିଲା । ଆଜି ସେହି ହୃଦୟ ର ସଙ୍ଗୀତ ରେ ତୁମର ନା ଉଚ୍ଚାରିତ ହେଉଛି 'ଆକାଂକ୍ଷା' ତୁମକୁ ଦିନେ ମୁଁ କହିଥିଲି ଏ ପୃଥିବୀ ରେ ମୋତେ ଭଗବାନ ଜନ୍ମ ଦେଇ ଭୁଲ କରିଦେଲେ ,ତୁମେ ହସିଥିଲ ଆଉ କହିଥିଲ କଣ ମଙ୍ଗଳ ଗ୍ରହ ରେ ଜନ୍ମ ହେଇଥାନ୍ତ ....ଦୁହେଁ ଏକାକାର ହେଇ ହସିଥିଲେ ।କିନ୍ତୁ ଆଜି ମୁଁ ଏକା ...ମଙ୍ଗଳ ଗ୍ରହରେ ଜୀବନ ର ସତ୍ତା କୁ ସନ୍ଧାନ କରୁଛି ,ପୃଥିବୀ ର ଲୋକ ମାନଙ୍କ ପାଇଁ ଆଉ ତୁମକୁ ଏଇ ଅଗଣିତ ନକ୍ଷତ୍ର ମାନଙ୍କ ଭିତରେ । ଆଉ ମୁଁ ବି ଅପେକ୍ଷା କରିଛି ନିଜକୁ ତୁମର ଦକ୍ଷିଣ ପାର୍ଶ୍ୱ ରେ ଆଉ ଗୋଟିଏ ନକ୍ଷତ୍ର ହେଇ ଦେଖିବା ପାଇଁ ।

      

              


Rate this content
Log in

Similar oriya story from Classics