ମୋ କଥା
ମୋ କଥା
ତୁମେ ନୁହେଁ ତୁ ଆମ ସମ୍ପର୍କ ....! ନା ନା ସମ୍ପର୍କ କହିଲେ ଭୁଲ ହେଇଯିବ ।ଆମ ଭିତରେ ପୁଣି କି ସମ୍ପର୍କ ! ଆକାଶ ଆଉ ମାଟିର ପୁଣି କଣ ତୁଳନା ,କି ପ୍ରତିସ୍ପର୍ଦ୍ଧା । ତଥାବି କେଉଁ ଅଜ୍ଞାତ ଝଡ ଭଳି ଅସମାୟିକ ଧୂମକେତୁ ଭଳି କାହା ଜୀବନ ରେ ଧକ୍କା ମାରି ପଶି ଆସିବା କେତେ ଦୂର ଠିକ ..! ମୁଁ ଭାବିଲିନି .ଭାବିକି ବା କଣ କରିବି କିଛି ଜିନିଷ ଭଲ ଲାଗିବା ଆଉ କିଛି ଜିନିଷ କୁ ନିଜର କରିବା ଭିତରେ ବହୁତ ଫରକ ନୁହେଁ କି...! ଆକାଶ ର ଚାନ୍ଦ କୁ ମୁଠାଏ ମାଟି ସହ କଣ ତୁଳନା କରିହୁଏ । ମାଟି ର ମୂଲ୍ୟ ବା କଣ ! କାହାକୁ ତୁଚ୍ଛ କହିବା ବେଳେ ମାଟି ବୋଧେ ତୁଛ ପଣ ର ପ୍ରତିନିଧି ହେଇଯାଏ । ସେଇଥିପାଇଁ ବୋଧେ ମୁଁ କେତେବେଳେ ମଣିଷ ରୁ ମାଟି ହେଇଯାଏ ,ଯଦି କେବେ ଗରିମା ର ଅହଂକାର ରେ ଧୂଳି କଣା ଟେ ହେଇ ଉପରକୁ ଉଠେ କେଉଁ ଅସରାଏ ବର୍ଷା ମାଡ଼ ରେ ପୁଣି ମାଟି ରେ ମିଶିଯାଏ ।
ଡାକ୍ତରୀ ପାଠ ତୁ ପଡ଼ିବୁ ! ପଢି ପାରିବୁ ? ବୋଉ ଏ ପ୍ରଶ୍ନ ମୋ ପାଇଁ ନୂଆ ନୁହେଁ । ଏଇ ଚେର ମୁଳି କଣ ପାଇଁ ପଡ଼ିବୁ କିଏ ତାକୁ ଆଜି ପଚାରେ । ସମସ୍ତେ ତ ସେଇ ଶଙ୍ଖ ମଲ ମଲ ମେଡ଼ିସିନ ଖାଉଛନ୍ତି ନାଲି ନେଳି ପାଣି ଔଷଧ ରେ ଠିକ ହେଇଯାଉଛନ୍ତି ।ସେଇ ଛୁଞ୍ଚି ଔଷଧ ପୁଣି କେତେ କାମର ! ସେଇ ଗଛ ପତ୍ର ଉପରେ ପାଠ ପଢି କଣ କରିବୁ ! ଚେର ମୁଳି ଔଷଧ ରେ କେତେ ଜଣ ବା ଭଲ ହଉଛନ୍ତି । ପଢ଼ିବୁ ଯଦି ସେଇ ଇଂରେଜୀ ଔଷଧ ପଢେ । ଦି ପଇସା କମେଇବୁ । ଥାଟ ବାଟ ରେ ରହିବୁ । ମାଆ କଥା କିଏ ବା ଶୁଣେ କୋଉ ପୁଅ ମାଆ କଥା ଶୁଣେ ! ସେ ଦୁର୍ୟୋଧନ ହେଉ ଅବା କୃଷ୍ଣ ମାଆ କଥା ମାନିବାକୁ ସମସ୍ତେ ନାକ ଟେକନ୍ତି । କାରଣ ଅନୁସନ୍ଧାନ ଯୋଗ୍ୟ ନୁହେଁ କି !ହା ହା ହା
ନିଜ କଥା କିଏ ମାନେ ମାଆ ଓ ମୋ ଭିତରେ କଣ ଫରକ ତା ଦେହ ଭିତରେ ବଢିଥିବା ଗୋଟେ ମାଂସ ପିଣ୍ଡୁଳା ଯିଏ ପିତା ର ଓଜ ରେ ଜୀବନ୍ତ ମାଂସ ପିଣ୍ଡ ର ରୂପ ନେଇଛି ।
ଶରୀର ଭାବ ରେ ଯେମିତି ଆମେ ନିଜକୁ ଶରୀର ଭାବୁ ଆତ୍ମା କୁ ଭୁଲିଯାଉ । ଏଇ ବାପା ଶବ୍ଦ ଟି ଠିକ ସେହିଭଳି । କୌଣସି ବହି ,ଉପନ୍ୟାସ ,ଗଳ୍ପ ରେ ବାପା ଚରିତ୍ର ର ମହତ୍ତ୍ୱ ଖୁବ କମ ମିଳେ । ମିଳେ କି ନ ମିଳେ କେଜାଣି ! ଏଇ ବାପା ମନେ ବହି ପୃଷ୍ଠା ରେ ଉପନ୍ୟାସ ର ଫର୍ଦ୍ଦ ରେ ରହି କଣ ବା କରିବେ ! ନିଷ୍ଠୁର ବସ୍ତାବିକତା ସହ ଲଢ଼ୁଥିବା ମଣିଷ ପାଇଁ ଏଇ ସ୍ନେହ ପ୍ରେମ କେତେ ବା ମହତ୍ତ୍ୱ ରଖେ ! ଅବୋଧ ଶିଶୁ ପାଇଁ ନାନା ବାୟା ଗୀତ ବେଶି ଜରୁରୀ ,ମୁଠାଏ ଭାତ ଅପେକ୍ଷା । ସମସ୍ତେ ନାନା ବାୟା ଗୀତ ମନେ ରଖନ୍ତି ଭାତ କୁ ଭୂଲିଯାନ୍ତି କିନ୍ତୁ ଗୀତ ଶୁଣିଲେ କଣ ପେଟ ପୁରେ !!
ମୋ ବାପା ଠିକ ଏମିତି। ନାନା ବାୟା ଗୀତ ତାଙ୍କର ମନେ ନାହିଁ କିନ୍ତୁ ମନେ ଅଛି ଭାତ ।
ମୋତେ ଭରସା କରିବା ବିଶ୍ୱାସ କରିବା ବାପା ଙ୍କ ମୁହଁରୁ କେବେ ଶୁଣିନି ମାଆ କେବେ କହିବା ବି ମୋର ମନେ ନାହିଁ। ନିଜ ଉପରେ ମୁଁ କେତେ କରେ ସେଇଟା ପ୍ରଶ୍ନବାଚୀ ? ହାହା
ତଥାବି କାହା କଥାକୁ ମୋର ଖାତିର ନାହିଁ । ମାଆ ବାପା କୋଉ ପର ଯେ ତାଙ୍କ କଥା ଧରିବି !!
ସେ ଯାହାବି ହେଉ ଉଦ୍ଭିଦବିଜ୍ଞାନ ପଢ଼ିଲି ଯୁକ୍ତ ଦୁଇ ରେ କିଛି ବଡ କରିବି ବୋଲି ମୋ ବାପା ମାଆ ଙ୍କର ଆଶା ନଥିଲା ।ପାସ କରିଯିବା ଟା ବଡ଼କଥା । ପାସ କଲି ଦ୍ୱତୀୟ ଶ୍ରେଣୀ ରେ ପ୍ରଥମ ହେବା କଥା ଭାବିବା ମୋ ପାଇଁ ବେଶି ହେଇଯିବ ।
ବାପା ଙ୍କର ଇଛା ଥିଲା ମୁଁ ଚାଷ ବାସ ଉପରେ କିଛି ଗୋଟେ ପଢେ ।ଶହ ଶହ ଏକର ଜମି ବାପାଙ୍କର ନ ଥିଲେ ବି । ସେ ଜଣେ ଜମିଦାର ସ୍ବଭାବର ଲୋକ ଶିକ୍ଷକତା ରୁ ଅର୍ଥ ଉପାର୍ଜନ ର ବୃତି ଅପଣେଇଥିଲେ ବି ସେ ଜଣେ ଚାଷୀ ,ଚାଷୀ କୂଳରେ ତାଙ୍କର ଜନ୍ମ। ଖରା ବର୍ଷା କୁ ଖାତିର ନ କରି ନିଜର ସମ୍ପୂର୍ଣ ଜୀବନ ସେଇ ଜମି ଜଳ ଜଙ୍ଗଲ ପଛରେ ବିତେଇବେ ବୋଲି ଦୃଢ଼ନିସ୍ଚୟ ସେ କରିଛନ୍ତି ବୋଲି ଜଣାପଡେ।
କିନ୍ତୁ ମୋ ଭିତରେ ଭିଟାମାଟି , ଜମି ,ଗାଁ ଆଦି କୁ ନେଇ ମୋହ କରିବା , ମାଟି କାମୁଡି ବଞ୍ଚି ରହିବା ସ୍ଵଭାଵ ମୋର ନୁହେଁ।
ଦେଶ ପ୍ରେମ ଯଦି କେହି ମୋତେ ଶିକ୍ଷା ଦେବା ପାଇଁ ଆସନ୍ତି ମୁଁ ତାଙ୍କୁ ବିଶ୍ୱ କୁ ପ୍ରେମ କରିବା ଶିଖଏ ।କୌଣସି ଝିଅ କୁ ପ୍ରେମ କରିବା ବିବାହ ବନ୍ଧନ ରେ ବାନ୍ଧି ହେବ ପାଇଁ ପ୍ରୋତ୍ସାହନ ଦେଲେ । ମୁଁ ଦୁନିଆ ରେ ଶେଷ ଧାଡି ରେ ଛିଡା ହେଇଥିବ ଝିଅ ପର୍ଯ୍ୟନ୍ତ ମୁଁଅନ୍ୱେଷଣ କରେ । କିନ୍ତୁ ମନ କେଉଁ ତରୁଣୀ ପାଖରେ ସ୍ଥିର ହେଇଯିବ ।ମୋ ଅନୁଭବ ବାହାରେ ।
ପ୍ରେମ ର ସଂଜ୍ଞା ମୋ ପାଇଁ ଭିନ୍ନ ।ମୋ ପ୍ରେମ ଭିନ୍ନକ୍ଷମ ଭଳି ନୁହେଁ ,
ସହ ଜୀବିତା ନୁହେଁ ,ସହବାସ ନୁହେଁ । ମୋର ପ୍ରେମ ହେଉଛି ଉଦାରତା ,ସତ୍ୟ ,ତଥା କରୁଣା ର ଢେଉ ରେ ପୁର୍ଣ ଥିବା ସମୁଦ୍ର । ଏକ ଅକ୍ଷୟ ନିର୍ଝରିଣୀ ତୁଲ୍ୟ । ନିଷ୍କପଟ ନିବିଡ଼ ବନ୍ଧୁତ୍ୱ କୁ ପ୍ରସାରିତ କରେ । ଉଚ୍ଚ ଚେତନା ରେ ମନ ନିୟୋଜନ କଲା ପରେ ପ୍ରେମ ର ଅର୍ଥ ବଦଳି ଯାଏ ସମ୍ଭୋଗ ସହକାରିତା ରେ ବଦଳି ଯାଏ । ସାମାନ୍ୟ ପରିଚୟ ଅନ୍ତରଙ୍ଗତା ର ପରିଚୟ ଦିଏ। ପ୍ରେମ ପାଇଁ ଜଣେ ଜଣଙ୍କର ସହାୟକ ହେଇଯାଏ ବିନା କିଛି ପ୍ରାପ୍ତି ରେ ବିନା କିଛି ପାଉଣା ରେ ।
କେଉଁ ବନ୍ଧୁତା ଅବା ପାଉଣା ର ମୂଲ୍ୟ ରେ ବନ୍ଧା ହେଇଥାଏ । କେଇଟା ଟଙ୍କା କେତେଖଣ୍ଡ ନୋଟ କଣ ବନ୍ଧୁତା କୁ ମଝଭୁତ କରେ !
