ଅନ୍ୟମନସ୍କ
ଅନ୍ୟମନସ୍କ
ଆକାଶ ଟା ଆଜି ଭାରି ନିଛାଟିଆ ଲାଗୁଥିଲା ଏକା ଏକା ଅବସାଦଗ୍ରସ୍ତ ବୋଧେ .....ଏମିତି କଣ ପାଇଁ ମୁଁ ଭାବୁଥାଏ ଜାଣେନା ।ଭାବୁକ ମଣିଷ ଟିଏ ପାଇଁ କଣ ଭାବିବାର କାରଣ ନିହାତି ଦରକାର !ମନେ ମନେ ହସୁଥିଲି ନିରବ ନିଶ୍ଚଳ ଭାବେ କେହି କେହି ମୋତେ ପାଗଳ ର ଆକ୍ଷା ଦେବା ପାଇଁ ମଧ୍ୟ ପଛେଇନଥିଲେ କିନ୍ତୁ ଉଦ୍ଭିଦବିଜ୍ଞାନ ରେ ସର୍ବୋଚ୍ଚ ମାର୍କ ରଖୁଥିବା ଛାତ୍ର ପ୍ରତିନିଧି ର ଗମ୍ଭୀର ମୁହଁ ସାମ୍ନାରେ ପାଗଳ କହିବାର ଦୁଃଶାହାସ ବୋଧେ କେହି କରିନଥିଲେ କିନ୍ତୁ ସେହି ଦିନ ,ମହାନଦୀ କୁଳ ରେ ଏକା ବସିଥିବା ଛାତ୍ର ପ୍ରତିନିଧି ଯେ ଅବସାଦ ଗ୍ରସ୍ତ ,ସେ କଥାକୁ କୁ ତୁମେ ଆବିଷ୍କାର କରିଥିଲ ।ତୁମର ଏହି ଧାରଣା କୁ ମିଥ୍ୟା ପ୍ରମାଣିତ କରିବାପାଇଁ ହୁଏତ ମୋତେ ବେସି ସମୟ ଲାଗିନଥାନ୍ତା ।ଏହି ନିଷ୍ଠୁର ନିରବତା ହିଁ ତ ମୋର ଚିର ସାଥି।କିନ୍ତୁ ସେଦିନ ଏହି ନିଷ୍ଠୁର ନିରବତା କାହିଁକି ଯେ ଦୁର୍ବଳ ହୋଇପଡିପଡିଥିଲା ଜାଣେନା ।ମନ ପ୍ରଗଳ୍ଭ ହେବାକୁ ଚାହିଁଥିଲା ବାରମ୍ବାର ପ୍ରୟାସ ମଧ୍ୟ କରୁଥିଲା କିନ୍ତୁ ବିବେକ ର ଚାବୁକ ରେ କ୍ଷଣିକ ପାଇଁ ମନକୁ କ୍ଷତାକ୍ତ କରିବାକୁ ଚାହିଁଥିଲି ,କିନ୍ତୁ ପାରିଲିନି। ବୁଦ୍ଧି ର ଶୃଙ୍ଖଳ କୁ କୋହଳ କରିଦେଲି କିଛି ସମୟ ପାଇଁ .....ତୁମେ ଏଠି କଣ ପାଇଁ ବସିଛ ?ସାର୍ ଡାକୁଛନ୍ତି ,ତୁମେ ଭାଷଣ ତଥା ଅନ୍ୟ ଆହୁରି ଅନେକ ପ୍ରତିଯୋଗିତା ରେ ପ୍ରଥମ ହେଇଛ ଜାଣିଛ! ମାନେ ଚାମ୍ପିୟନ ଆମ N.M କଲେଜ ର ।ମୋ ପାଇଁ ଏହି ଶବ୍ଦ ସବୁ ନୂଆ ନଥିଲା।କିନ୍ତୁ ନୂଆ ଥିଲା ଅନ୍ୟକିଛି ...ଶେଷ ବର୍ଷ ର ପ୍ରତିଯୋଗିତା ଥିଲା କିଛି ଭିନ୍ନ ,ପ୍ରଥମଥର ପାଇଁ ସାର୍ ଙ୍କ ଠାରୁ ଶୁଭେଚ୍ଛା ପାଇବା ବଦଳ ରେ ଶୁଣୁଥିଲି ଆଉଜଣକୁ ... ମୋତେ ଶୁଭେଚ୍ଛା ଦେବା ସହ ଆହୁରି ଅନେକ ଅସରନ୍ତି କଥା ପ୍ରଥମ ଥର ପାଇଁ ।ଏତେ ସବୁ ନିରବ ନିଶ୍ଚଳ ଭାବେ ଧାର୍ଯ୍ୟ ର ସହ ଶୁଣିବା ପରେ ହଠାତ୍ ମୋ ଅଜାଣତରେ ଶାନ୍ତ ସମୁଦ୍ର ରୁ ଅଶାନ୍ତ ଢେଉ ଉଠିଲା ଭଳି ଅସ୍ଥିର ଓଠ ଭିତରୁ ବାହାରି ଆସିଥିଲା ଶବ୍ଦ ଟିଏ "ତୁମେ"...ବାସ୍ ଏତିକି ତା ପରେ ମୋ ଠୁ କହିବାର ସୁଯୋଗ ଛଡେଇ ନେଇ କହିଥିଲ ଏତେ ସମୟ ଧରି ତୁମ ସହ ଗପି ଚାଲିଛି ,ସେଥିପ୍ରତି ତୁମର ଧ୍ୟାନ ନାହିଁ ଏବେ ପୁଣି କହୁଛ ନା କଣ ତୁମେ କିଏ ! ନା ମାନେ ମୁଁ ଏହିଭଳି ମୋ ମୁହଁ ରୁ ଏମିତି ଖଣ୍ଡାୟିତ ଶବ୍ଦ ପ୍ରଥମ ଥର ପାଇଁ ବାହାରୁଥିଲା। ଏମିତି ରେ କଲେଜ ଜୀବନ ରେ କିଛି ହାତ ଗଣତି ସାଙ୍ଗ ମାନଙ୍କର ନାଁ ଛାଡିଦେଲେ ମୁଁ ଅନ୍ୟ କାହାର ନାଁ ମାନେରଖିବା ବା ସେମାନଙ୍କ ବିଷୟରେ ଜାଣିବା ମନେ କରୁନଥିଲି ,ସମୟ ର ସ୍ଵଳ୍ପତା ମଧ୍ୟ ଏଥିପାଇଁ ଦାୟୀ ।ଏମିତି ରେ ମୋ ଭଳି ଗମ୍ଭୀର ,ମୌନ,ସ୍ଵଳ୍ପଭାସି ଲାଜକୁଳା ପିଲା ସହ କିଏ ବା ବନ୍ଧୁତା କରିବା ପାଇଁ ଇଚ୍ଛା କରିବା !କଲେଜ ରେ ପ୍ରଥମ ଥର ପାଇଁ କାହାଠାରୁ ଅଭିମାନ ଭରା ଭାରି କଣ୍ଠ ସ୍ୱର ଶୁଣୁଥିଲି....ତା ପରେ ମୋ ଶକ୍ତ ହାତକୁ ଭିଡି ଭିଡି ନେଇଯାଇଥିଲ ,ଉଦ୍ଭିଦବିଜ୍ଞାନ କକ୍ଷ ଭିତରକୁ ,ସମସ୍ତଙ୍କ ମୁହଁ ରେ ଦୁଷ୍ଟାମୀ ର ହସ ।ମୁଁ ପ୍ରତିରୋଧ କରିପାରିଥାନ୍ତି କିନ୍ତୁ ଯାହାକୁ ମୁଁ ନିରବ ଭାବେ ପ୍ରେମ କରେ ତାର ଶୁଭ୍ର ହାତ ର ଶୃଙ୍ଖଳ ରୁ ମୁକ୍ତ ହେଇଯିବା କଣ ଏତେ ସହଜ !କିଛି ସମୟ ପାଇଁ ସ୍ଥାଣୁ ପାଲଟି ଯାଇଥିଲି ସେହି ନୂତନ ଓ ପ୍ରଥମ ସ୍ପର୍ଶ ରେ , କିଛି ନୂତନତ୍ୱ ରେ ପୁଲକିତ ହୋଇ ,ମୁଁ ଚୁପ ଥିଲି ପ୍ରଥମ ଥର ପାଇଁ ଓ ଅନ୍ୟମନସ୍କ ବି କିଛି ଆଶଙ୍କା ଓ ଆନନ୍ଦ ର ସମିଶ୍ରଣ ରେ ସଂମ୍ବେଦନା ର ନୂତନତ୍ୱ କୁ ସ୍ପର୍ଶ ପାଇ ନିଜକୁ ଏକ ଅବିଶ୍ୱାସନୀୟ ଭାବେ ଦେଖୁଥିଲି ଅନନ୍ୟା ର ସୁନ୍ଦର ଆଖି ଦୁଇଟି ଭିତରେ ।