Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Omm Prasad Pradhan

Children Stories Classics

4.0  

Omm Prasad Pradhan

Children Stories Classics

ମର୍ଯ୍ୟାଦା ପୁରୁଷ ଶ୍ରୀରାମ

ମର୍ଯ୍ୟାଦା ପୁରୁଷ ଶ୍ରୀରାମ

2 mins
244


  

ସୂର୍ଯ୍ୟବଂଶୀ ରଘୁବୀର ଦଶରଥ ନନ୍ଦନ ଶ୍ରୀରାମଚନ୍ଦ୍ର ଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ମଧ୍ୟ କୁହାଯାଏ ,ବିଭିନ୍ନ ପୁରାଣ ଅନୁସାରେ ରାମଚନ୍ଦ୍ର ହେଉଛନ୍ତି ଗୋଲକ ବିହାରୀ ,ବୈକୁଣ୍ଠ ନାଥ ବିଷ୍ଣୁ ଙ୍କର ସପ୍ତମ ଅବତାର ରୂପେ ଜନ୍ମ ଗ୍ରହଣ କରିଥିଲେ।

ଯାହାଦ୍ୱାରା ଅଧର୍ମ ର ବିନାଶ ହେବା ସହିତ ଧର୍ମ ର ସ୍ଥାପନା ହୋଇପାରିବ । ରାମଚନ୍ଦ୍ର ଙ୍କର ଜନ୍ମ ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥି କର୍କଟ ରାଶି ପୁଷ୍ୟା ନକ୍ଷତ୍ର ରେ ଅଯୋଧ୍ୟା ର ରାଜା ଧର୍ମଭୀରୁ ଦଶରଥ ଙ୍କର ପ୍ରଥମ ପତ୍ନୀ ମହାରାଣୀ କୌଶଲ୍ୟା ଙ୍କର ଗର୍ଭରୁ ଜନ୍ମ ଗ୍ରହଣ କରିଥିଲେ । ଜନ୍ମ ନେବାର ପରେ ପରେ ଶୈଶବ ଅବସ୍ଥା ରେ ବ୍ରହ୍ମର୍ଷି ବିଶ୍ଵାମିତ୍ର ଙ୍କ ଦ୍ଵାରା ନିମନ୍ତ୍ରିତ ହୋଇ ନିଜ ଅନୁଜ ଭାଇ ଲକ୍ଷ୍ମଣ ଙ୍କ ସହ ଦଣ୍ଡକାରଣ୍ୟ ରେ ସାଧୁସନ୍ଥ ଙ୍କ ଉପରେ ଅତ୍ୟାଚାର କରୁଥିବା ଅତ୍ୟାଚାରୀ ରାକ୍ଷସ ମାନଙ୍କୁ ବଦ୍ଧ କରିବା ସହ ଋଷିମୁନି ଙ୍କୁ ସୁରକ୍ଷା ପ୍ରଦାନ କରୁଥିଲେ ।ଏବଂ ବ୍ରହ୍ମର୍ଷି ବିଶ୍ଵାମିତ୍ର ଓ ବଶିଷ୍ଠ ଙ୍କୁ ନିଜର ଗୁରୁ ରୂପରେ ବରଣ କରି ବିଦ୍ୟା ଅଧ୍ୟୟନ କରିଥିଲେ । ଓ ଜଣେ ଆଦର୍ଶ ବିଦ୍ୟାର୍ଥୀ ର ପରିଚୟ ଦେଇଥିଲେ ।

ଯେତେବେଳେ ରାମଚନ୍ଦ୍ର ନିଜର ବିଦ୍ୟା ଅଧ୍ୟୟନ ସାରି ଗୃହକୁ ପ୍ରତ୍ୟାବର୍ତନକଲେ ଏବଂ ରାଜ୍ୟାଭିଷେକ ର ସମୟ ଆସି ଉପନୀତ ହେଲା ସେତେବେଳେ ରାଜା ଦଶରଥ ଙ୍କ ପତ୍ନୀ ମହାରାଣୀ କୈକେୟୀ ଦାସୀ ମନ୍ଥରା ର କୁଚକ୍ରାନ୍ତ ରେ ପଡି ରାଜା ଦଶରଥ ଦେବା ପାଇଁ ସତ୍ୟ କରିଥିବା ବରଦାନ କୁ ମାଗିବାପାଇଁ ଚାହିଁଥିଲେ ,ଯାହାକି ଅତ୍ୟନ୍ତ ହୃଦୟ ବିଦାରକ ଥିଲା ,ରାମଚନ୍ଦ୍ର ରାଜା ହେବା ପରିବର୍ତ୍ତେ ତାଙ୍କ ପୁଅ ଭରତ ରାଜା ହେବେ ଏବଂ ରାମଚନ୍ଦ୍ର 14 ବର୍ଷ ବନବାସ ଯିବେ ।ଏଭଳି ନିଷ୍ଠୁର ବରଦାନ ଶୁଣି ଦଶରଥ ମର୍ମାହତ ହେଲେ କିନ୍ତୁ ପିତୃସତ୍ୟ ରକ୍ଷା କରିବାକୁ ଯାଇ ସେ ସ୍ୱୟଂ ନିଜର ରାଜ ବସ୍ତ୍ର ତ୍ୟାଗ କରି 14ବର୍ଷ ପାଇଁ ନିଜ ପତ୍ନୀ ସୀତା ଓ ଅନୁଜ ଲକ୍ଷ୍ମଣ ସହିତ ବନବାସ ଯାଇ ନିଜେ ଏକ ଆଦର୍ଶ ପୁତ୍ର ହେବାର ପରିଚୟ ଦେଇଥିଲେ ।

ବନବାସ ସମୟରେ ନିଜର ଅନୁଜ ଭ୍ରାତା ଭରତ କୁ ନିଜର ପାଦୁକା ଦାନ କରି ରାଜ୍ୟ ଶାସନ କରିବା ପାଇଁ ପ୍ରେରଣ କରି ଜଣେ ଆଦର୍ଶ ଭ୍ରାତା ହେବାର ପ୍ରମାଣ ଦେଇଥିଲେ ।

ବନବାସ ସମୟେ ମାତା ସୀତାଙ୍କର ହରଣ ହେବା ପରେ ସୁଗ୍ରୀବ ଙ୍କ ସହ ମିତ୍ରତା କରିଥିଲେ ଏବଂ ତାଙ୍କ ଶତ୍ରୁ ବଳି କୁ ବଦ୍ଧ କରିବା ସହ ତାଙ୍କୁ କିଷ୍କିନ୍ଦା ରାଜ୍ୟର ରାଜା କରିଥିଲେ ଏବଂ ଜଣେ ଉତ୍ତମ ତଥା ଆଦର୍ଶ ମିତ୍ର ର ପରିଚୟ ଦେଇଥିଲେ ।

ନିଜ ଭକ୍ତ ଶବରୀ ର ଅଇଁଠା କୋଳି ଖାଇ କୁ ନିଜ ର ଶ୍ରେଷ୍ଠ ଭକ୍ତବତ୍ସଳ ଭଗବାନ ରୂପେ ପରିଚୟ ସୃଷ୍ଟି କରିଥିଲେ । ଶେଷରେ ପରମ ପ୍ରତାପୀ ଦଶାନନ ରାବଣ ର ନିଧନ କରି ମାତା ସୀତାଙ୍କୁ ଉଦ୍ଧାର କରିଥିଲେ ।ପରେ ଅଯୋଧ୍ୟା କୁ ଆସି ପୁନର୍ବାର ରାଜ୍ୟଭାର ଗ୍ରହଣ କରିଥିଲେ ଏବଂ ଜଣେ ଆଦର୍ଶ ରାଜା ଭାବେ ତାଙ୍କ ନାଁ ସ୍ଵର୍ଣାକ୍ଷର ରେ ଲିପିବଦ୍ଧ ହୋଇ

ରହିଗଲା ।


Rate this content
Log in