Omm Prasad Pradhan

Abstract

3.5  

Omm Prasad Pradhan

Abstract

ଏକ ସଂଯୋଗ

ଏକ ସଂଯୋଗ

3 mins
2.6K


      ଏକ ସଂଯୋଗ 

ଅଦ୍ଭୂତପୂର୍ବ ଏ ସଂଯୋଗ ତୁମର ମୋ ସହ ,କିଛି ମିଠା କଥା ମଧ୍ୟ ସାରା ଜୀବନ ବଞ୍ଚିବାର ଖୋରାକ୍ ଯୋଗାଇପାରେ ,ସେଦିନ ମୁଁ ଅଜାଣତ ରେ ସ୍ପଷ୍ଟ ଅନୁଭବ କରିଥିଲି । ନିଜର ବାସ୍ତବତା କୁ ଭୁଲି କିଛି ସମୟ ପାଇଁ ସ୍ବପ୍ନ ରାଇଜ ରେ ଘୁରି ବୁଲୁଥିଲି ,ଅନେକ ଝୁରି ହେଇଥିଲି ,ସେଇ କ୍ଷଣ ଟିକକ ପାଇଁ । ଅନେକ ଅଶ୍ରୁ ର ବନ୍ୟା ମୋ ଆଖି ଦେଇ ଚାଲିଯାଉଥିଲେ । କିନ୍ତୁ ବୋଧହୁଏ ନିଷ୍ଠୁର ଚାତକ ର ଭାଗ୍ୟରେ କେଇ ବୁନ୍ଧା ଶ୍ରାବଣ ର ଜଳରାଶି ଥିଲା ଭଳି ମୋ ଜୀବନରେ ତୁମେ ସେହି ଶ୍ରାବଣ ର ବୁନ୍ଦା ବୁନ୍ଦା ଜଳରାଶି ହେଇ ଆସିଥିଲେ।

ଶୁଷ୍କ ଓଠ ରେ ଅଦ୍ରତା ର ବହ୍ନି ଜଳାଇ ଆହୁରି ତୃଷାର୍ତ କରିଦେଇଥିଲ । କିନ୍ତୁ ଅପେକ୍ଷା ର ଅନ୍ତ କାହିଁ ?

ଶୁଷ୍କ ଜୀବନରେ କ୍ଷଣିକ ଆଦ୍ରତା ଭରିଦେଇ ,ସାରା ଜୀବନ ଶୁଷ୍କତା କୁ ଘୃଣା କରିବାର ଶିକ୍ଷା ଦେଇ ,ଅଦ୍ରତା କୁ ଭଲପାଇବା ପାଇଁ ମୋତେ ବାଧ୍ୟ କରିଥିଲ । କିନ୍ତୁ ଆଜି ଏ ବିସମତା କାହିଁକି ?ଅଦ୍ରତା କୁ ଭଲ ପାଉଥିବା ମରୁଭୂମି ଆଜି ଶୁଷ୍କ କାହିଁକି ? 

ତୁମେ କହିଥିଲ ବିଚ୍ଛେଦ ଏକ ଅଦ୍ଭୂତପୂର୍ବ ବ୍ୟବସ୍ଥା ,ବିଚ୍ଛେଦ ପାଇଁ ବ୍ୟବସ୍ଥା କରିବାକୁ ପଡେନି ,ପ୍ରସ୍ତୁତ ହେବାକୁ ହୁଏନି ବାସ୍ ହେଇଯାଏ ।ବିଚ୍ଛେଦ ପାଇଁ ବ୍ୟବସ୍ଥା ପୁଣି କଣ! ଏ ଅସମାହିତ ସମ୍ପର୍କ ପାଇଁ ପ୍ରେମର ଇନ୍ଦ୍ରଧନୁ ଟାଣିବାର ପ୍ରୟୋଜନ ବା କଣ? ବିଚ୍ଛେଦ ମଧ୍ୟ ଏକ ସମ୍ପର୍କ ।ଯେଉଁ ସମ୍ପର୍କ 

ଦୀର୍ଘସ୍ଥାୟୀ ପ୍ରେମର କ୍ଷଣ ଭଙ୍ଗୁର ସମ୍ମୋହ ତୁଳନା ରେ...... ହୁଏତ ତୁମେ ଠିକ୍ ଥିଲ ତୁମ ଜାଗାରେ ଆଉ ମୁଁ ବି । ଏସବୁ ମୋର ମନେ ପଡେ .....ମନେ ପଡେ ଆଜି ବି ତୁମର ସେ ବାକ୍ୟବ୍ୟୋହ ଯାହା ତୁମେ ମୋ ପାଇଁ ରଚିଥିଲ ,ମନେ ପଡେ ତୁମର ସେ ଶବ୍ଦ ପ୍ରହାର ଯାହା ମୋତେ କ୍ଷତ ବିକ୍ଷତ କରିଥିଲା ।

କିନ୍ତୁ ଏହା ଏତେ ଦୁର୍ବଳ କଣ ପାଇଁ ଥିଲା !କହିପାରିବ ,କାରଣ ଅତି ସ୍ପଷ୍ଟ ମୁଁ ଅଭିମନ୍ୟୁ ନୁହେଁ ଏକଲବ୍ୟ ଥିଲି ।ମୋ ପାଇଁ ଗୁରୁ ଓ ଗୁରୁଦାୟିତ୍ୱ ର ପଥରେ ତୁମେ କେବେବି କଣ୍ଟକ ହେଇପାରିବ ନାହିଁ ।


ତୁମେ ପ୍ରେମର ପ୍ରତିମା ହେଇପାର କିନ୍ତୁ ମୁଁ ପୂଜାରୀ ସାଜି ବି ସାଜି ପାରିନଥିଲି।, ତୁମର ଅସ୍ଥିତ୍ୱ କୁ ଆଶା କରିବା ବୃଥା ବେଳେବେଳେ ମନେପଡେ ତୁମର ଅଭିମାନ ଭରା ଭାରି କଣ୍ଠ ଯାହାକି ମୋତେ ଅତ୍ୟନ୍ତ ଅମୋଦିତ କରେ କିନ୍ତୁ ତୁମର ଅଗୋଚର ରେ ...କିନ୍ତୁ କାହିଁକି ମୁଁ କଣ ତୁମକୁ ଡରେ ? ଏମିତି ଭାବିବା ପରେ ମୋ ମୁହଁ ରେ ମଧ୍ୟ କିଛି ସୁନ୍ଦର ପରିବର୍ତ୍ତନ ଲକ୍ଷ କରେ ଯାହା ତୁମକୁ ଅଛପା ନୁହେଁ ।ମୋ ଜୀବନ ରେ ଭୟ ର ସ୍ଥାନ ନାହିଁ ।ହୁଏତ ଭୟ ମୋ ଜୀବନ କୁ ଆସିବାକୁ ଡରେ ,ଜଣେ ତତ୍ତ୍ୱଦର୍ଶୀ ପାଇଁ ଏଇ ଭୟର ମୂଲ୍ୟ ଅତି ନଗଣ୍ୟ ।ମୁଁ ମୋ ପରୀକ୍ଷାଗାର ଆଉ କିଛି ନୀଳ, ସବୁଜ ରଙ୍ଗର ଗଛ ମାନଙ୍କୁ ନେଇ ପରୀକ୍ଷା କରେ ।

ସେମାନଙ୍କ ବିଷୟରେ ଜାଣିବା ପାଇଁ ସେମାନଙ୍କ ସହ କଥାବାର୍ତା କରିବା ପାଇଁ ।ଏଇ ପାଗଳାମି ଆଜିର ନୁହେଁ ପିଲାବେଳୁ ମୋର ଥାଏ ।ଯୋଉଥିପାଇଁ ମୋ ଗାଁ ,ମୋ ଦେଶ ଛାଡି ସୁଦୂର କାଲିଫର୍ଣ୍ଣିଆ କୁ ଚାଲିଆସିଲି ଗବେଷଣା ପାଇଁ । ତୁମେ ମୋର ସହକର୍ମୀ ଥିଲା ।ଆଉ ଟିକେ ବେଶି ନିଜର ଯାହା ଖୁବ୍ ଶୀଘ୍ର ଏକ ପ୍ରେମର ରୂପ ନେଇପାରିଥାନ୍ତା । ତୁମର ସେହି ଅତ୍ମୀୟତା ,ନିଜର ପଣ ମୋତେ ତୁମ ଆଡକୁ ମୋତେ ଆକର୍ଷିତ କରିଥିଲା । ଗବେଷଣା ସମୟରେ ଆମେ ସେଇ ଗୋଟିଏ ଟେବୁଲ ରେ ବସି ଖାଉ । ଏକାଠି କାମ କରୁ ,ଏକାଠି ବୁଲିବା ପାଇଁ ମଧ୍ୟ ଆମେ ଯାଉ ।କିନ୍ତୁ ଏହା ପ୍ରେମର ପରିଚୟ ତ ନୁହେଁ !ତୁମେ କହିଥିଲା କିନ୍ତୁ ଏହାକୁ ପ୍ରେମର ରୂପ ଦେବାରେ ଭୁଲ୍ କଣ ?ମୁଁ ପଚାରିଥିଲି ଆଉ ତୁମେ କହିଲ । ଆପଣ ମୋର ସହକର୍ମୀ ଜଣେ ଭଲ ବନ୍ଧୁ କିନ୍ତୁ ସାମାଜିକ ଦୃଷ୍ଟି କୋଣରେ ଆପଣଙ୍କୁ ବିବାହ କରିପାରିବିନି । ଏକ ସଂଯୋଗ କୁ ମୁଁ ସମ୍ପର୍କ ର ରୂପ ଦେଇପାରିବିନି । ମୋ ବାପା ଲଣ୍ଡନ ର ଜଣେ ବଡ ଶିଳ୍ପପତି। ସେ ଆପଣଙ୍କ ସହ ମୋତେ ବିବାହ ପାଇଁ ଅନୁମତି ଦେବେନାହିଁ । ଆପଣ ଜଣେ ଭଲ ଗବେଷକ ହେଇପାରନ୍ତି କିନ୍ତୁ ଆପଣଙ୍କ ପରିବାର ସ୍ୱଚ୍ଛଳ ନୁହନ୍ତି ଆପଣ ଏକ ମଧ୍ୟବିତ୍ତ ପରିବାର ରୁ ଆସିଛନ୍ତି । ଆପଣ ଏହି ସଂଯୋଗ କୁ ସମ୍ପର୍କ ର ରୂପ ଦିଅନ୍ତୁ ଦିଅନ୍ତୁ ମୁଁ ଚାହେଁ ନାହିଁ । ବାସ୍ ତା'ପରଠାରୁ ଆମକୁ କେହି ଏକା ସାଙ୍ଗରେ ଦେଖିନାହାନ୍ତି , ଏକାଠି ବସିବା ,ଏକାଠି ଖାଇବା, ଏକାଠି ସମୟ ବାହାର କରି ସିନେମା ଯିବା ।ସବୁ କିଛି ବନ୍ଦ ହେଇଗଲା । ବିଛିନ୍ନ ହେଇଗଲା ସମ୍ପର୍କ ଆଉ ସଂଯୋଗ ବି ନୂତନ ଏକ ସମ୍ପର୍କ "ବିଚ୍ଛେଦ" ର ପ୍ରତିଷ୍ଠା ରେ ....

ମୁଁ ମୋର ଗବେଷଣା ସାରି ଫେରିଆସିଲି ...ସବୁଦିନ ପାଇଁ କାଲିଫର୍ଣ୍ଣିଆ ରୁ , ମୋ ଦେଶ ଭାରତ କୁ ମୋ ରାଜ୍ୟ କୁ ଆଉ ମୋ ଗାଁ କୁ ।

ଏକ ନୂତନ ସଂଯୋଗ ର ଆଶା ନେଇ ।


   


Rate this content
Log in

Similar oriya story from Abstract