ସତ
ସତ
ସତ ! ସେ ପୁଣି ଆଜିର ଦୁନିଆରେ କିଏ କୁହେ । କହିବା ଉଚିତ କି ନାହିଁ ତାହା ଖୁବ ନିରବ .... । ଆତ୍ମା କୁ ହତ୍ୟା କରିହୁଏ କି ? ମୋର ପ୍ରଶ୍ନ କେବଳ ଥିଲା ଏତିକି ? ଅନେକ ବାର ଧିମା ଧମକ ଦେଉଥିବା ମୋର ଜଣେ ଅନାମିକା ସେଦିନ ଚମକି ପଡ଼ିଥିଲେ । ଆତ୍ମା ପ୍ରତି ଅନଭିଜ୍ଞ ଲୋକମାନେ ଠିକ ଏମିତି ଚମକିବେ ଭବିଷ୍ୟତ ରେ ବୋଲି ମୋର ଭବିଷ୍ୟବାଣୀ । ଆଖିଫାଡ଼ି ଦେଖିଲେ ସତ ଟା ମିଛ ହେଇଯାଏନି କି ମିଛ କୁ ବାରମ୍ବାର ରଟିଲେ ସତ ହେଇଯାଏନି। କିନ୍ତୁ ମିଛ କୁ ସତ ହେବା ମୁଁ ଦେଖିଛି। ଖାଲି ପରଦା କାଢ଼ିବା ଯାହା ବାକି ରୁହେ ।କିଛି ଲୋକ ଙ୍କ ଆଖିରୁ ପରଦା କାଢ଼ିବା ,ଦେହରୁ ଚମଡା କାଢ଼ିବା ସଙ୍ଗେ ସମାନ ବୋଲି ମୋର ମନେ ହୁଏ। କିନ୍ତୁ ସତ ଭିତରେ କେତେ ସତ୍ୟତା ରୁହେ ,ମିଛ ଭିତରେ କେତେ ମିଛ ରୁହେ ତାହା ଅନୁସନ୍ଧାନ ଯୋଗ୍ୟ। ଅନୁସନ୍ଧାନ ର ଯୋଗ୍ୟତ କାହାର କେତେ ଅଛି ତାହା ପ୍ରଶ୍ନବାଚୀ ? ନୁହେଁ କି !
ସେ ନିରବ ହେଇଗଲେ କିଛି ସମୟ ପାଇଁ , ଚିରଦିନ ନିରବତା କୁ ଆପଣେଇବା ପାଇଁ ଯାଉଥିବା ମୋର ଅନାମିକା କୁ ଦିବାସ୍ବପ୍ନ ଭଙ୍ଗ ହେଲା ଭଳି କିଛି ପ୍ରଶ୍ନ କଲି .....
ଛାଡ଼ନ୍ତୁ ସେକଥା ସେ ପ୍ରକୃତିସ୍ଥ ହେଲେ ଭୟାନକ ସ୍ଵପ୍ନ ଦେଖି ଉଠିଥିବା ଅବୋଧ ଶିଶୁ ପରି । ହଠାତ ତାଙ୍କର ଆରମ୍ଭ ହୁଏ ପ୍ରଶ୍ନ ପଚାରିବା ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା ,କେଉଁ ଅଗମ୍ୟ ଅରଣ୍ୟ ରେ ପଥ ପଚାରୁଥିବା ପଥିକ ଟେ ପରି ।।।
ପ୍ରଥମ ପ୍ରଶ୍ନ ଆତ୍ମା କଣ ! ବାରମ୍ବାର ଏଇ ଶବ୍ଦ ଟିକେ ବ୍ୟବହାର କଲେ ମଧ୍ୟ ପ୍ରଥମ ଥର ଅର୍ଥ ଜାଣିବାକୁ ଚେଷ୍ଟା କରିଥିଲେ ଅନାମିକା ।
ମୁଁ କହିଲି ତୁମେ ,ତୁମର ଅନ୍ତିମ ପରିଚୟ । ତୁମେ ଯେଉଁ ପରିଚୟ ନେଇ ଈଶ୍ୱର ଙ୍କ ପାଖରେ ଉପସ୍ଥିତ ହେବ ତାହା ହିଁ ତୁମେ ,ତୁମର ବାସ୍ତବିକ ରୂପ। ଯାହାର ନା ମୃତ୍ୟୁ ଅଛି ନା ଜନ୍ମ ସୃଷ୍ଟି ଅଛି ନା ବିଲୟ
ଯିଏ ସତ୍ୟ ପ୍ରତିଟି ଅଣୁ ପରମାଣୁ ପାଇଁ । ଅଣୁବୀକ୍ଷଣ ଯନ୍ତ୍ର ରେ ଦୃଶ୍ୟମାନ ନ ହେଲେ ମଧ୍ୟ ସେ ଉପସ୍ଥିତ ଥାଏ ସାକ୍ଷୀ ଭାବରେ ।
ଦ୍ଵିତୀୟ ପ୍ରଶ୍ନ
ଯଦି ମୁଁ ଆତ୍ମା ତେବେ ତୁମେ ବି ଆତ୍ମା ଏମିତି କି ପୁଣି ଏଇ ସହର ର ସମସ୍ତେ ବି ତ ଆତ୍ମା । କିନ୍ତୁ ଆମେ ସମସ୍ତେ ଆତ୍ମା ବୋଲି ତ କାହାକୁ ସମ୍ବୋଧନ କରୁନାହୁଁ । ତେବେ ଏଇ ପରିଚୟ ସବୁ କଣ! କାହାର ପରିଚୟ ?ଏଇ ପରିଚୟ କଣ ମୋର ନୁହେଁ ! ମୁଁ କଣ ଡାକ୍ତର ଅନାମିକା ନୁହେଁ !
ମୁଁ କହିଲି ନା ତୁମେ ଡାକ୍ତର ଅନାମିକା ନୁହଁ ।ସେ ମୋ ଉତ୍ତର କାଟି କହିଲେ ତାହାଲେ ମୁଁ କଣ ଆତ୍ମା ! ହଁ ଠିକ କହିଛନ୍ତି ଡାକ୍ତର ସାହିବା ଦୁହେଁ ହସ ବିଭୋରିତ ହେଇ ଉଠିଲୁ ।
ସେ କଣ ବୁଝିଲେ ମୋତେ ଜଣା ନାହିଁ । କିନ୍ତୁ କଥା କଥା କେ ଆତ୍ମହତ୍ୟା ର ଧମକ ଦେଉଥିବା ମୋ ଅନାମିକା ଚୁପ ପଡିଗଲେ ।
ଯାହା ବି ହେଉ ବ୍ରହ୍ମ ପୁର ରେ ଡାକ୍ତର ଅନାମିକା ଙ୍କୁ ନିଜ ବିଷୟରେ କିଛି ସମ୍ୟକ ସୂଚନା ଦେଇଥିବା ରୁ ନିଜକୁ ଧନ୍ୟ ତଥା ତାଙ୍କର ଆତ୍ମ ହତ୍ୟା ର ଧମକ ରୁ ରକ୍ଷା ପାଇଲି ।
