STORYMIRROR

Dr.Omm Prasad Pradhan

Abstract Drama Classics

4  

Dr.Omm Prasad Pradhan

Abstract Drama Classics

ଏକ ପ୍ରଳାପ

ଏକ ପ୍ରଳାପ

2 mins
72

.........ଏକ ଲକ୍ଷ ବିହୀନ ପ୍ରଜାପତି ଦକ୍ଷ ଉଡାଣ ପ୍ରତି ଉତ୍ସାହୀ ନ ଥିଲେ ମଧ୍ୟ, ସେ ଉଡ଼ିବୁଲେ ମୁକ୍ତି ର ମୋହ ଠାରୁ ଦୂରରେ ନିଜତ୍ବ ର ଭିନ୍ନ ଏକ ପରିଚୟ ନେଇ । ଅକ୍ଷର ଭିତରେ ନିଜକୁ ନଖୋଜି ସେ ଶବ୍ଦ ର ସନ୍ଧାନ କରିବାକୁ ଭଲ ପାଏ। କିଛି ନିରବତା ର ନିଶବ୍ଦ ବାସ୍ତବିକତା ଭିତରେ ନିଜକୁ ଖୁବ୍ ଆବିଷ୍କାର କରେ। ପ୍ରତିଟି କ୍ଷଣ ସ୍ଥାୟୀ ସମୟକୁ ଆତ୍ମୀୟତା ର ଅଧିକାର ରେ ନିଜର କରିନିଏ। ଖୁବ୍ ନିଜର,... ନିବିଡ଼ ଭାବରେ... ଜୀବନ ବିଷୟରେ ଅନଭିଜ୍ଞା ହେଲେ ବି ଜୀବନକୁ ବୁଝିବା ପାଇଁ ସମାଜ ର ଖର ସ୍ରୋତ ରେ ନିଜକୁ ଢାଳି ଦେବା ପାଇଁ ଖୁବ୍ ତତ୍ପର। ନିଜର ବାସ୍ତବିକତା କୁ ନେଇ ଅନ୍ୟମନସ୍କ ନ ହେଲେ ମଧ୍ୟ ଭାସମାନ ଭବିଷ୍ୟତ ସହ ବଞ୍ଚିବା ପାଇଁ ସେ ଖୁବ୍ ଇଛୁକ। ନିଜର ସୂକ୍ଷ୍ମ ଡେଣା ସହ ଉଡ଼ିବୁଲେ। କିଛିଟା ନିଜର ପଣ ପାଇଁ। ନିଜର ପଣ ! ହଁ ଖୁବ୍ ବେଶୀ ନହେଲେ ବି କିଛିଟା ଆତ୍ମିୟତା ସମସ୍ତଙ୍କର ନ୍ୟୁନତମ ଆବଶ୍ୟକତା। ନହେଲେ ଯନ୍ତ୍ର ଆଉ ଜୀବନ୍ତ ମଣିଷ ଭିତରେ ଫରକ୍ ବା କଣ ! ମାନସିକ ଚେତନା ହିଁ ତ ! ନୁହେଁ କି..? ଚେତନା କେବେ ବି ନିର୍ଭରଶୀଳ ନୁହେଁ , ଭାରାକ୍ରାନ୍ତ ମନ ବୋଧେ କ୍ଷଣିକ ଉଶ୍ୱାସ ପାଇଁ ଆଉ କାହା ଉପରେ ନିର୍ଭର କରିବା ପାଇଁ ଆତ୍ମା କୁ ବ୍ୟଗ୍ର କରିପକାଏ । ଏଇ ନିର୍ଭରଶୀଳତା ହିଁ ବୋଧେ ଗୋଟିଏ ଚେତନା କୁ ଅନ୍ୟ ଏକ ଚେତନା ସହ ବାନ୍ଧି ରଖେ। ଯେ ପର୍ଯ୍ୟନ୍ତ ଚେତନା ର ବ୍ୟଗ୍ରତା ଶାନ୍ତ ନ ହେଇଯାଇଛି, ଅଣୁତ୍ଵ ରୁ ଏକତ୍ଵ ଦିଗରେ ଅଗ୍ରସର ନ ହେଇଛନ୍ତି। ଆତ୍ମା କଣ ଦେଖେ ଚିତ୍ତ ର ଅବଲୋକନ ରେ, ଚକ୍ଷୁ ର ଚଞ୍ଚଳତା ରେ, ଅସମ୍ଭବ ଭାବେ ଗତି କରୁଥିବା ହୃତପିଣ୍ଡ ର ଶବ୍ଦ ସହ.... ନିଜର ଭିନ୍ନ ଏକ ପ୍ରତିଫଳନ ଯାହା ଏକ ଜୀବନ୍ତ ପ୍ରୟୋଗ... ନୁହେଁ କି? ପ୍ରୟୋଗ ପାଇଁ ଜୀବନ ଏକ ପ୍ରୟୋଗ ଶାଳା ନୁହେଁ। କିଛି ପ୍ରୟୋଗ ଥରେ ମାତ୍ର କରିହୁଏ। ବ୍ରହ୍ମାସ୍ତ୍ର ର ପ୍ରୟୋଗ ଥରେ ହିଁ କରିହୁଏ। ଶଲ୍ୟ କର୍ମ ରେ ଗୋଟିଏ ଅଙ୍ଗ କୁ ବାରମ୍ବାର କ୍ଷତାକ୍ତ ସମ୍ଭବ ନୁହେଁ। ଜୀବନ ର ପ୍ରୟୋଗ ଶାଳା ରେ କିଛି ପ୍ରୟୋଗ ଥରେ ମାତ୍ର ହିଁ କରିହୁଏ। ସାମ୍ଭାବ୍ୟତା କୁ ପରଖି ହୁଏନି । ଚେତନା ର ବ୍ୟଗ୍ରତା କୁ ଧୈର୍ଯ୍ୟ ର ଚାବୁକ ପ୍ରାହାର୍ ର ବାରମ୍ବାର କ୍ଷତାକ୍ତ କରିବା କେତେ ସମ୍ଭବ? ଏକ ନୂତନ ପ୍ରଶ୍ନବାଚୀ ସୃଷ୍ଟି କରେ।


Rate this content
Log in

Similar oriya story from Abstract