ବିକ୍ରମରୁ ବିକ୍ରମ ବେତାଳ
ବିକ୍ରମରୁ ବିକ୍ରମ ବେତାଳ
ବିକ୍ରମ ଜଣେ ଶାନ୍ତ, ସରଳ ଓ ସୁନ୍ଦର ପିଲା। ପାଠ ପଢ଼ା ପରେ ସେ ମେଡିକାଲ କଲେଜ ଛକ ଠାରେ ଏକ ସାଇବର କାଫେ ଦୋକାନ ଆରମ୍ଭ କରିଥିଲା। ବିଭିନ୍ନ ସମୟରେ ଯୁବକ/ଯୁବତୀମାନେ ଚାକିରି ଆବେଦନ ପାଇଁ ଅନଲାଇନ ଫର୍ମ ଦାଖଲ କରିବାକୁ ସେଠାକୁ ଆସୁଥିଲେ।
ପ୍ରାୟ ୩ବର୍ଷ ତଳେ ବନିତା ନାମକ ଜଣେ ଝିଅ ସେଠାକୁ ଚାକିରୀ ଆବେଦନ ପାଇଁ ଆସେ। ପରେ ନିୟମିତ ବିଭିନ୍ନ ଚାକିରି ପାଇଁ ଫର୍ମ ଦାଖଲକରିବାକୁ ସେଠାକୁ ଯାଉଥିଲା। ତାର ସୌନ୍ଦର୍ଯ୍ୟ ତଥା କୋମଳ ସ୍ବଭାବ ହିଁ ପ୍ରଥମ ଦେଖାରୁ ବିକ୍ରମର ମନକୁ ଚୋରେଇଥିଲା।
ସମାନ ଜାତିର ଝିଅ ହୋଇଥିବାରୁ ସେ ଝିଅକୁ ବିକ୍ରମ ମନେ ମନେ ବହୁତ ପସନ୍ଦ କରୁଥିଲା। ପ୍ରଥମ ଦେଖାରୁ କଥାବାର୍ତ୍ତା। ତାପରେ ଧୀରେ ଧୀରେ ଉଭୟେ ଉଭୟଙ୍କୁ ଭଲ ପାଇବାରେ ଲାଗିଲେ, ଭଲପାଇବା ଏତେ ଗଭୀର ହୋଇଯାଇଥିଲା ଯେ, ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହିପାରୁନ ଥିଲେ, ଜଣେ ଆଉ ଜଣଙ୍କ ସହ କଥା ନ ହେଲେ ଖାଉ ନ ଥିଲେ। ରାତିରେ କଥା ହେଲେ ସକାଳ ହୋଇଯାଉଥିଲା ପଛେ କଥା ସରୁ ନ ଥିଲା।
ଦୁହେଁ ଦୁହିଁଙ୍କୁ ନିଜ ଜୀବନ ଠୁ ବେଶୀ ଭଲ ପାଉଥିଲା।
ଦେଖୁ ଦେଖୁ ସମ୍ପର୍କ ତିନିବର୍ଷ ବିତିଗଲା। ତା ପରେ ଝିଅ ଧୀରେ ଧୀରେ ଦୂରେଇ ଯିବାରେ ଲାଗିଲା। ଆଉ ଅଚାନକ ଘରର କଟକଣା ଦର୍ଶାଇ ସେ ଆଉ ବିକ୍ରମକୁ ଧରା ଛୁଆ ଦେଲାନାହିଁ ।
ଦିନେ ହଠାତ୍ ବନିତା କହିଲା ମତେ କ୍ଷମା କରିବ ବିକ୍ରମ । ମୁଁ ନିରୁପାୟ, ମୋ ବାପା ମାଆ ଚାକିରୀଆ ପାତ୍ର ଖୋଜୁଛନ୍ତି, ଆଉ ମୁଁ ମୋ ବାପା ମାଆଙ୍କର ଇଚ୍ଛାବିରୁଦ୍ଧରେ ଯାଇ ପାରିବିନି।
ଦିନେ ବନିତାର ବାପା ବିକ୍ରମର ଦୋକାନକୁ ଯାଇ ତାକୁ ବୁଝାଇ କହିଲେ ତୁମେ ବନିତାକୁ ଭୁଲି ଯାଅ। ସେ ଅନ୍ୟ ପୁଅକୁ ବିବାହ କରିବ। ତା ପସନ୍ଦର ସରକାରୀ ଚାକିରୀଆ ପାତ୍ର ସହ। ଯାହା ଥିଲା ତାହା ସବୁ ଟାଇମ ପାସ ବୋଲି ଭାବି ନିଅ।
ତା ପରେ ବିକ୍ରମର ଗୋଡ଼ ତଳୁ ମାଟି ଖସି ଗଲା ଆଉ ଆକାଶ ସାରା କଳା ବାଦଲ ଛାଇ ଗଲା ଆଉ ଚତୁର୍ଦିଗର ରାସ୍ତା ସବୁଦିନ ପାଇଁ ବନ୍ଦ ହୋଇଗଲା। ସେ ଏ କଥା ବିଶ୍ୱାସ କରି ପାରିଲାନି। ଭାବିଲା ବୋଧହୁଏ ତାର ପରିବାର ବନିତାକୁ ତା ଠାରୁ ଅଲଗା କରିବାକୁ ବାଧ୍ୟ କରୁଛନ୍ତି।
ସତେ ଯେମିତି ଶରୀର ରୁ ହୃଦୟ ଟା ଅଲଗା ହୋଇଗଲା ବିକ୍ରମର। ସେ ଭାବିଲା ଯେଉଁ ଝିଅ ମୋତେ ଗୋଟେ କ୍ଷଣ ନ ଦେଖି ରହି ପାରୁ ନଥିଲା, ଦିନରେ ଥରେ ଯେଉଁ ଝିଅ କଥା ନ ହେଲେ କିଛି ଖାଉ ନଥିଲା, ଯେଉଁ ଝିଅ ରାଣ ଖାଇ କହୁଥିଲା ତୁମ ଛଡା ମୋ ଜୀବନରେ ଆଉ କେହି ଆସିବେନି ବୋଲି, ଯେଉଁ ଝିଅ ମୋତେ ପାଇବା ପାଇଁ ମନ୍ଦିର ରେ ପାଣି ଢାଳୁଥିଲା, ଯେଉଁ ଝିଅ ମୋ ଦେହ ଖରାପ ହେଲେ ରାତି ସାରା କାନ୍ଦୁଥିଲା, ଯେଉଁ ଝିଅ ଅଲଗା ଝିଅଙ୍କୁ ମୁଁ ଅନେଇ ଦେଲେ ଦିନ ସାରା ମୋତେ ଗାଳି କରୁଥିଲା , ଯେଉଁ ଝିଅ ର call ମୁଁ ଥରେ Receive ନ କଲେ ବାର ବାର call କରୁଥିଲା, ଯେଉଁ ଝିଅ ତୁମକୁ ନ ପାଇଲେ ମୁଁ ଝୁରି ଝୁରି ମରିଯିବି ବୋଲି କହୁଥିଲା। ସେ ଆଜି ଏମିତି କେମିତି ବଦଳିଗଲା।
ଆଜି ମୋ ପାଖରେ ସରକାରୀ ଚାକିରୀ ନାହିଁ ବୋଲି ମୋ ଶରୀର ରୁ ମୋ ହୃଦୟ ଟା ସବୁ ଦିନ ପାଇଁ ଅଲଗା ହୋଇଯାଉଛି। ସାମାନ୍ୟ କିଛିଟା ଅଧିକା ପଇସା ପାଇଁ ମୋ ହୃଦୟ ର ଦେବୀ କୁ ଟୋପାଏ ସିନ୍ଦୁର ଦେଇ ଆଉ କିଏ କିଣି ନେବାକୁ ଯାଉଛି ।
ଏ ସବୁ କଥା ମୁଣ୍ଡରେ କିଛିଦିନ ମୁଣ୍ଡରେ ଘୁରି ବୁଲିଲା। ତା ପରେ ବିକ୍ରମ ର ମୁଣ୍ଡକୁ ପିତ୍ତ ଚଢ଼ିଲା ଓ ଶେଷରେ ବିକ୍ରମରୁ ବିକ୍ରମ ବେତାଲ ସାଜିବାରେ ଡେରି ହେଲାନି।
ବେତାଳ ହେବାପରେ ଏପରି ଏକ କାଣ୍ଡ କଲା ଯାହା କେହି କେବେ ଭାବି ନଥିଲେ କି ଦେଖିନଥିଲେ ......। ବନ୍ଧୁକ /ଭୁଜାଲି ଧରି ବନିତାର ଘରେ ପହଞ୍ଚିଲେ। ଉଦ୍ଦେଶ୍ୟ ଥିଲା ବନିତାକୁ ଉଠାଇ ଆଣିବା ବା ତା ପ୍ରେମକୁ ଜବରଦସ୍ତି ହାସଲ କରିବା। ଘରେ ସମସ୍ତଙ୍କୁ ଦୀର୍ଘ ସମୟ ଅଟକ ରଖିଲା ଗୃହବନ୍ଦୀ କରି। ବାରମ୍ବାର ସେଇ ଗୋଟିଏ କଥା 'ବନିତା କାହିଁ ? ମତେ ବନିତା ସହ ସାମ୍ନା କରାଅ। ମୁଁ ତା ମୁହଁରୁ ଶୁଣିବାକୁ ଚାହେଁ ସେ ମତେ ଭଲ ପାଏନାହିଁ ବୋଲି। ଯଦି ତା ମୁହଁରୁ ଶୁଣିବି ତେବେ ମୁଁ ମୋ ବାଟରେ ଫେରିଯିବି।'
ବନିତାର ଘର ଲୋକ ଏ ପ୍ରେମର ଗଭୀରତାକୁ ବୁଝିବା ଅପେକ୍ଷା ବିକ୍ରମକୁ ଗିରଫ କରାଇବା ପାଇଁ ପୁଲିସ୍ ର ସାହାଯ୍ୟ ନେଲେ। ବିକ୍ରମ ତା ଲକ୍ଷରେ ସଫଳ ହେବା ପୂର୍ବରୁ ପୋଲିସ୍ ଦୀର୍ଘ ସମୟ ଚେଷ୍ଟା କରି ଶେଷରେ ତାକୁ ଗିରଫ କଲା। ସେ ସଫଳ ହେଲାନି ଆଉ ସମସ୍ତଙ୍କ ନଜରେ ଜଣେ ଅପରାଧୀ ହୋଇଗଲା, ତା ଦୁଃଖ କେହି ଶୁଣିଲେଣି। ପୁଅଟେ ବୋଲି କେହି ତା ସମର୍ଥନରେ ବାହାରିଲେନି।
ଯଦି ସେ ବିକ୍ରମ ପଣ୍ଡା ଜାଗାରେ ବନିତା ପଣ୍ଡା ହୋଇଥାନ୍ତା, ତାହାଲେ ଫେସବୁକ ପୁରି ଯାଆନ୍ତା। We Support anita Panda ଲେଖାରେ ।
ଆଜି କାଲି ଘଟଣା ପଛର ରହସ୍ୟ ଜାଣିବାକୁ କେହି ପସନ୍ଦ କରନ୍ତିନି। ଖାଲି ଆମ ସମାଜର ଲୋକମାନଙ୍କୁ ସବୁବେଳେ ପୁଅ ର ହିଁ ଦୋଷ ଦେଖାଯାଏ। ଯଦି ଝିଅ ର ଘର ଲୋକେ ସରକାରୀ ଚାକିରିଆ ସାଙ୍ଗରେ ବାହାଘର କରିବା ପାଇଁ ଭାବିଥିଲେ ତାହାଲେ ସେ ଝିଅ ସେ ପୁଅ ର ଜୀବନ ସହ କାଇ ଖେଳୁଥିଲା? ପୁଅ ମାନଙ୍କର ହୃଦୟ କଣ ଖେଳନା କି ମନ ଇଚ୍ଛା ଖେଳିବ?
--ଏଠି କଥା ଉଠୁଛି କେବଳ ସରକାରି ଚାକିରିଆ ମାନେ ଯୋଗ୍ୟପାତ୍ର କି??
--ଜଣେ ବେସରକାରୀ ଚାକିରୀ କରୁଥିବା ପିଲା ଭଲ ଯୋଗ୍ୟପାତ୍ର ନୁହେଁ କି?
--ସମସ୍ତେ ଯଦି ସରକାରି ଚାକିରୀ କରିବେ ତାହେଲେ ଚାଷ କରିବ କିଏ? ଓ ଯଦି ଚାଷ ନ ହେଲେ ଆମେ ଖାଇବା କଣ? ଆମେ ନ ଖାଇଲେ ବଞ୍ଚିବା କେମିତି?
--ଗୋଟେ ବେସରକାରୀ ଚାକିରୀ କରୁଥିବା ପିଲା ନିଜ
ସ୍ତ୍ରୀ କୁ ସବୁ ପ୍ରକାରର ଖୁସି ଦେଇପାରିବନି କି?
--ଜଣେ ଖାଲି ଚାକିରୀ କରୁଥିଲେ ଯାଇ ନିଜ ସ୍ତ୍ରୀ କୁ ସବୁପ୍ରକାର ଖୁସି ଦେଇ ପାରିବ ଆଉ ବ୍ୟାବସାୟ କରୁଥିଲେ ନିଜ ସ୍ତ୍ରୀ କୁ ସବୁ ପ୍ରକାର ଖୁସି ଦେଇପାରିବନି କି ?
ବିଚାର ଆପଣଙ୍କର !
