Ambuja Mohanty

Drama Inspirational Others

3  

Ambuja Mohanty

Drama Inspirational Others

ଭକ୍ତର ଭଗବାନ

ଭକ୍ତର ଭଗବାନ

3 mins
158


ଦିନବନ୍ଧୁ ବାବୁ ଜଣେ ଖୁବ୍ ଭଦ୍ର ଆଉ ନମ୍ର ସ୍ୱଭାବର ବ୍ୟକ୍ତି। ଦୁର୍ଗା ମନ୍ଦିରର ପୂଜକ ଆଉ ତାଙ୍କର ପରମ ଭକ୍ତ ,ମାଆ ଙ୍କ ଦୟାରୁ ଜୀବନରେ କିଛି ଅସୁବିଧା ହୋଇ ନଥାଏ,କିନ୍ତୁ ଗୋଟିଏ ଅଭାବ ଥାଏ ତାହା ହେଲା ସନ୍ତାନ ସନ୍ତତି,କିନ୍ତୁ ମାଆ ଙ୍କ ସେବା ପୂଜାରେ ମଜ୍ଜିତ ଏହି ଦମ୍ପତି କେବେ ମନ ଦୁଃଖ କରନ୍ତି ନାହିଁ କିମ୍ବା ଲୋକଙ୍କ ବାର କଥା କୁ ଖାତିର କରନ୍ତି ନାହିଁ। ଦିନ ବିତି ଚାଲିଥାଏ ଆଉ ତାଙ୍କ ଜୀବନ ମଧ୍ୟ। ଥରେ ଗୋଟିଏ ବିରାଟ ବ୍ୟାଧି ମାଡ଼ି ବସିଲା ତାଙ୍କ ପତ୍ନୀଙ୍କୁ।ତଥାପି ସପତ୍ନିକ ମାଆ ଙ୍କ ପୂଜା ଅର୍ଚ୍ଚନା ଆଦିରେ ହେଲା କରି ନଥିଲେ, ଦିନ ପରେ ଦିନ ଗଡି ଚାଲିଲେ ମଧ୍ୟ ଦୀନବନ୍ଧୁଙ୍କ ପତ୍ନୀ ସୁମନା ଙ୍କ ଶରୀର ଅସୁସ୍ଥ ହୋଇ ରହି ଥାଏ। ବୈଦ,ଶେଷରେ ବଡ଼ ଡାକ୍ତରଙ୍କ ଦେଖା ହେବା ହେତୁ ଅର୍ଥ ଅଭାବ ଦେଖା ଦେଲା,ତଥାପି ମାଆ ଙ୍କ ସେବା ଭୋଗ ଆଦି ସବୁ ତାଙ୍କ ପାଇଁ ପ୍ରାଥମିକ ଥିଲା। ସେଦିନ ରାତ୍ରୀରେ ଡାକ୍ତର କହିଲେ ସୁମନା ଙ୍କୁ ନେଇ ବଡ଼ ଡାକ୍ତରଖାନା ଯିବାକୁ ନଚେତ୍ ତାଙ୍କର ମୃତ୍ୟୁ ସୁନିଶ୍ଚିତ, ଏବେ ଚିନ୍ତାରେ ଦିନବନ୍ଧୁ ମାଆ ଙ୍କ ମନ୍ଦିର ଆଗରେ ବସି ବସି କେତେବଳେ ଶୋଇ ପଡ଼ିଛନ୍ତି। ଏତିକି ବେଳେ ସ୍ବପ୍ନ ହେଲା ତାଙ୍କୁ ମାଆ ମନ୍ଦିର ରୁ ବାହାରି ତାଙ୍କର ଅଳଙ୍କାର ସହ ଆସି କହୁଛନ୍ତି ଦିନବନ୍ଧୁ ଏଇ ସବୁ ନେଇ ବନ୍ଧା ପକେଇ ପଇସା ଆଣେ ଆଉ ସୁମନା କୁ ନେଇ ଯାଆ,ତା ଦେହ ଭଲ ହେଲେ ମାେ ଗହଣା ଆଣିବୁ।ନିଦ ଭାଙ୍ଗିଗଲା ଦୀନବନ୍ଧୁଙ୍କ ମାଆ ଡାକି, ଦେଖିଲେ ସତକୁ ସତ ଗହଣା ସବୁ ସେହି ନାଲି କପଡ଼ାରେ ଗୁଡା ହୋଇ ରହିଛି। ଏବେ ସେ ତାହାକୁ ଧରି ବନ୍ଧା ଦେଲେ ତାଙ୍କ ଗାଁ ର ଲୋଭି ମହାଜନ ପାଖରେ। ଲୋଭି ମହାଜନ ଏତେ ସୁନା ଅଳଙ୍କାର ଦେଖି ଖୁବ୍ ଖୁସି ହୋଇଗଲା ଆଉ ତାଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ବିଦାୟ ଦେଲା।


ଦିନବନ୍ଧୁ ପତ୍ନୀଙ୍କୁ ନେଇ ଗଲେ ବଡ଼ ମେଡିକାଲ୍,କିଛି ମାସରେ ସୁମନା ଠିକ୍ ହୋଇଗଲେ ,ସେହି ଦିନ ମାନଙ୍କ ମଧ୍ୟରେ ଦିନବନ୍ଧୁ ସହରରେ ପୂଜା ପାଠ କରି କିଛି ଅର୍ଥ ଜମା କରିଥିଲେ। ଯାହା ହେଉ ସୁମନା ସୁସ୍ଥ ହୋଇ ଫେରି ଆସିଲେ ଓ ପୂର୍ବପରି ମାଆ ଙ୍କ ସେବା ପୂଜା ଆହୁରି ଗଭୀର ଭାବରେ କରି ବସିଲେ। କିଛି ଦିନ ପରେ ସଂପୂର୍ଣ୍ଣ ଅର୍ଥ ଜମା ହେବାରୁ ଦିନବନ୍ଧୁ ଯାଇ ଲୋଭି ମହାଜନ ପାଖରୁ ଗହଣା ଆଣିବା ପାଇଁ ପହଞ୍ଚିଲେ, ହେଲେ ମହାଜନ ତାଙ୍କ ଦେଇଥିବା ଅର୍ଥ ରେ ଋଣ ର ଚଢା ହିସାବ ଦେଇ ତାଙ୍କୁ ଫେରେଇ ଦେଲା,ଏହି ଭଳି ଦୁଇରୁ ତିନିଥର ହେଲା ପରେ ଦିନେ ସନ୍ଧ୍ୟା ଧୂପ ଦେଉ ଦେଉ କାନ୍ଦି କାନ୍ଦି ସପତ୍ନିକ କହିଲେ ମାଆ ତମ ଗହଣା ଦେଇ ଆମକୁ ବଞ୍ଚେଇଲ ହେଲେ ଆମେ ଅଧମ ତାକୁ ମୁକୁଳି ଆଣି ପାରୁନାହୁଁ।ପ୍ରତିଥର ସେ ଆମଠାରୁ ଅର୍ଥ ନେଇ ଋଣ ପଇସା କହୁଛି।ଏବେ ବୁଦ୍ଧି ବଣା ହେଲାଣି ,ଆମ ଉପରେ ଦୟା କର,ଦିନବନ୍ଧୁ ପୁଣି କହିଲେ ଆସନ୍ତା କାଲି ସହରକୁ ଯାଇ କିଡନୀ ବିକି ଦେବି ମୋର ଆଉ ତାଙ୍କୁ ସମସ୍ତ ଅର୍ଥ ଦେଇ ଆଣି ଆସିବି ତୁମ ଗହଣା ମାଆ। ଯାହା ହେଲେ ତୁମକୁ ଏମିତି ଶ୍ରୀହୀନ ଦେଖି ପାରିବି ନାହିଁ। ଏହି ପରି ପ୍ରାର୍ଥନା ସାରି ଦୁହେଁ ଘରକୁ ଆସିଲେ ଆଉ ସହରକୁ ଯିବା ପାଇଁ ପ୍ରସ୍ତୁତ ହୋଇଲେ,ଆସନ୍ତା କାଲି ବଡି ଭୋରରୁ ବାହାରି ଯିବେ ଏହା ଯୋଜନା କରି ଦୁହେଁ ଶୋଇ ପଡ଼ିଲେ।


ରାତ୍ରୀ ଅନେକ,ଲୋଭି ମହାଜନ ଶୋଇଛି ନିଦରେ ଏତିକି ବେଳେ ସ୍ୱପ୍ନରେ ଆସିଲେ ମାଆ ଦୁର୍ଗା, ଦଶାବତାର ରେ ଭୂଷିତ ମାଆ ସିଂହ ବାହୀନି କିନ୍ତୁ ଅଳଙ୍କାର ବିହୀନ, ଲାଲ ଆଖି କରି କହିଲେ ମାଆ ମହାଜନ କୁ, ତୁ ପାପୀ ମାେ ଗହଣା ସବୁ ରଖିଛୁ,ଦିନ ବନ୍ଧୁ ଏତେ ଥର ଆସିଲା ସତ୍ତ୍ବେ ମଧ୍ୟ ତାକୁ ଦେଉନୁ,ସେହି ଗହଣା ସବୁ ମୁଁ ତାକୁ ଦେଇଥିଲି ବନ୍ଧା ଦେଇ ରୋଗ ଉପଚାର କରିବା ପାଇଁ କିନ୍ତୁ ତୁ ସେହି ଗହଣାର ମୂଲ୍ୟ ନେଲାପରେ ମଧ୍ୟ ତାକୁ ଠକି ଚାଲିଛୁ,ଆଉ ବିଚାର ଦିନବନ୍ଧୁ ଆଉ ତା ସ୍ତ୍ରୀ ନିଜକୁ ଦୋଷୀ ବୋଲି ଭାବି ଦୁଃଖରେ ରହୁଛନ୍ତି,ତାଙ୍କ ଗହଣା ଏବେ ନେଇ ଦେଇ ଆସେ ନଚେତ୍ ତୋର ଯାହା ଅବସ୍ଥା ହେବ ସ୍ୱପ୍ନରେ ଭାବି ନଥିବୁ। ଏତିକି କହି ମାଆ ଚାଲିଗଲେ ଆଉ ମହାଜନ ନିଦ ଭାଙ୍ଗିଗଲା ସେ ତର ତର ହୋଇ ଉଠି ଦେଖିଲା କେହି ନାହିଁ କିନ୍ତୁ ଘର କର୍ପୁର ଝୁଣା ବାସ୍ନାରେ କମ୍ପୁଚି,ସେ ସବୁ ବୁଝି ସାରିଥିଲା ଆଉ ମାଆ ଙ୍କ ସବୁ ଗହଣା ନେଇ ଦୋୖଡି ଦୋୖଡି ଦିନବନ୍ଧୁ ଘରକୁ ଗଲା, ସେଠାରେ ପହଞ୍ଚି କବାଟ ପିଟି ଦୁହିଁଙ୍କୁ ଉଠେଇ ସବୁ ଶତ କଥା କହି କ୍ଷମା ମାଗି ନେଲା ଆଉ ଆଗକୁ କାହା ସହ ମଧ୍ୟ ଏହି ପରି କରିବନି ବୋଲି ପ୍ରତିଜ୍ଞା କରିଲା, ଦୁହେଁ ପତି ପତ୍ନୀ ଏହା ଶୁଣି ତାକୁ କ୍ଷମା ଦେଲେ ଆଉ ମାଆ ଙ୍କ ଚରଣରେ ଲୋଟି ପଡି ଧନ୍ୟବାଦ ଦେଲେ।ତହୁଁ ଆରଦିନ ସକାଳୁ ଉଠି ଦୁହେଁ ମା ଙ୍କୁ ସମସ୍ତ ଗହଣା ଲଗେଇ ଦେଇ ଗୀତ ନାଚ କୀର୍ତ୍ତନର ଭୋଳ ରହିଲେ ଆଉ ଏହି ପରି ପୁଣି ଥରେ ଭକତ ଆଉ ତା ଭକ୍ତିର ଜୟ ହେଲା।



Rate this content
Log in

Similar oriya story from Drama