ଭଡା ଗର୍ଭ
ଭଡା ଗର୍ଭ


ବିବାହର ସାତ ବର୍ଷ ବିତି ଯାଇଥିଲେ ମଧ୍ୟ ନିଃସନ୍ତାନ ଦମ୍ପତି ଥିଲେ ନିତୁ ଆଉ ଅନିଲ I ପ୍ରଥମ ତିନି ଚାରି ବର୍ଷ ଚଳି ଯାଉଥିଲା ହେଲେ ଏବେ ଶାଶୁଙ୍କ ସାହି ପଡିଶା ସମସ୍ତଙ୍କ ଟାହିଁ ଟାପରା ଶୁଣିବାକୁ ପଡୁଥିଲା I
ନିତୁ ଆଉ ଅନିଲ ଦୁହେଁ ଚାକିରିଆ ସାତ ବର୍ଷ ତଳେ ଲଭ ମ୍ୟାରେଜ କରିଥିଲେ ଦୁଃଖ କହିଲେ ଜୀବନରେ କିଛି ବି ନଥିଲା ହେଲେ କୋଳ ଶୂନ୍ୟ ଯୋଗୁ ନିତୁ ସବୁବେଳେ ଦୁଃଖରେ ରହୁଥିଲା I
ଶାଶୁଘର ଗାଁକୁ ଏତେଟା ଯାଉ ନଥିଲା କାରଣ ଗାଁରେ କାଳେ କେହି ତାକୁ ବାଞ୍ଜ ବୋଲି କହିଦେବ Iସେ ଆଧୁନିକ ଚିନ୍ତାଧାରାର ଥିଲା ହେଲେ ମଧ୍ୟ ସେ ମା ହବାର ସ୍ବର୍ଗୀୟ ଆନନ୍ଦ ଚାହୁଁଥିଲା I
ଏମିତି ଦିନେ କଥା ହଉ ହଉ ନିତୁର ସାଙ୍ଗ କହିଲା, "ଆଜିକାଲି ତ କେତେ ଉପାୟରେ ଛୁଆ ହେଉଛି ତୁ ସେସବୁ ଉପାୟ କାଇଁ କରୁନୁ? ନିତୁ କହିଲା, "ନା ଶାଶୁ adopt କରିବାକୁ ରାଜି ନୁହେ ତା ଛଡା ତାଙ୍କୁ ନିଜ ରକ୍ତର ଛୁଆ ଦରକାର I
ନିତୁର ସାଙ୍ଗ କହିଲା ହଁ ତୁ ସିନା ନିଜ ଗର୍ଭରେ ଛୁଆ ଧାରଣ କରିପାରିବୁନି ହେଲେ ସରୋଗେସି ତ କରିପାରିବୁ I
ସରୋଗେସି? ହଁ, ଆଉ କାହାର ଗର୍ଭ ଦଶ ମାସ ପାଇଁ ଭଡାରେ ଆଣିବୁ ତମ ଛୁଆକୁ ତା ଗର୍ଭରେ ବଢେଇବୁ ଆଉ ଛୁଆ ଜନ୍ମ ହେଲା ପରେ ତୋର I
ଆଉ ଶାଶୁ?? ନିତୁ ପଚାରିଲା I
ଓହୋ ତୁମେ ଗୋଟେ false beby bump ଲଗେଇଦବୁ ଟିକେ pregnant ହବାର ଅକଟିଂଗ କରିବୁ ଆଉ କଣ I
କଥାଟା ନିତୁକୁ ଆଉ ତା ସ୍ୱାମୀ ଅନିଲ ମନକୁ ବେଶ ପାଇଲା. ତେବେ ସରୋଗେସି ମଦରଟେ ଖୋଜିବାକୁ ନିତୁ ତା ସାଙ୍ଗକୁ କହିଲା I
ନିତୁର ସାଙ୍ଗ କିଛି ଦିନ ପରେ ଗୋଟେ ମହିଳାକୁ ସାଙ୍ଗରେ ଆଣି ଆସିଲା ନିତୁ ଘରକୁ ନିତୁକୁ କହିଲା, "ନିତୁ ଏ ହଉଚି କମଳା I ଆ ସ୍ୱାମୀ ବର୍ଷେ ହବ ମରିଯାଇଛି Iଭାରି ଗରୀବ ଇୟେ ତେଣୁ ନିଜ ଗର୍ଭ ଭଡାରେ ଦେବାକୁ ରାଜି I ଶୁଣୁ ଆ ଯତ୍ନ ନବୁ ଆଜିଠୁ ତୋ ପିଲା ଜନ୍ମ ହବା ଯାଏଁ ଇୟେ ତମ ଘରେ ରହିବ I
ଏହା କହି ନିତୁ ଚାଲିଗଲା, ସରୋଗେସି ପ୍ରକ୍ର
ିୟା ବି ଆରମ୍ଭ ହୋଇଗଲା କମଳା ପ୍ରେଗନେଟ ହେଲା ଆଉ ନିତୁ ବି ନିଜ ଶାଶୁକୁ କହିଲା ଯେ ସେ ପ୍ରେଗନେଟ ଅଛି ବୋଲି I
ନିତୁର ଶାଶୁ ଗାଁ ଯାକ ମିଠା ବାଣ୍ଟିଲେ I ନିତୁକୁ ଗାଁରେ ଆସି ରହିବାକୁ ବାଧ୍ୟ କଲେ ହେଲେ ଅନିଲ ତା ମାଙ୍କୁ ବୁଝେଇ ଦେଲା ଯେ ଗାଁରେ ଭଲ ଡ଼କ୍ଟରଙ୍କୁ ଦେଖାଇ ହବନି I
ତେଣେ କମଳା ବି ଜୀବନରେ ପ୍ରଥମ ଥର ପାଇଁ ମା ହବାକୁ ଯାଉଥାଏ ହେଲେ ଭଡାରେ ସେ ପୁଣି କେବଳ ଦଶ ମାସ ପାଇଁ I କମଳା ତା ଗର୍ଭରେ ଥିବା ଶିଶୁ ସହ ଏକୁଟିଆ ବେଳେ କଥା ହୁଏ କୁହେ, "ମୁଁ ବି ତୋ ମା ତୁ ମୋରି ଗର୍ଭରୁ ଜନ୍ମ ହବୁ ହେଲେ ଯେତେ ଦିନ ମୋ ଗର୍ଭ ରେ ଅଛୁ ସେତେ ଦିନ ତୁ ମୋର ଆଉ ଜନ୍ମ ହେଇଗଲା ପରେ ତୋ ରାସ୍ତା ଆଉ ମୋ ରାସ୍ତା ଅଲଗା"I ଏତକ କହି କାନ୍ଦି ପକାଇଲା କମଳା I
ଡେଲିଭେରୀ ଟାଇମ ହବାରୁ ନିତୁର ଶାଶୁ ନିତୁ ପାଖକୁ ଆସିଲେ ହେଲେ ସେତେବେଳକୁ ଛୁଆ ଜନ୍ମ ହୋଇ ସାରିଥାଏ Iଛୁଆଟି ଅନିଲ ଭଳି ହୋଇ ଥିବା କଥା ତା ମା କହୁଥାନ୍ତି I
ସେପଟେ କମଳା ନିଜ ଭଡା ଟଙ୍କା ଧରି ଗାଁକୁ ଯିବାକୁ ବାହାରୁ ଥାଏ ହେଲେ ନିତୁ ତାକୁ ଅଟକାଇ କୁହେ, "କମଳା ଏତେ ଦିନ ରହିଲା ଆଉ ପୁଅର ଏକୋଇସିଆ ଯାଏଁ ରହିଯାଅ I କମଳା ତ ଏଇଆ ହିଁ ଚାହୁଁଥିଲା I ଟିକେ ତା ପୁଅକୁ ଧରିବାକୁ ଚାହୁଁଥିଲା Iତା ଛଡା ସେ ବହୁତ ଦୁର୍ବଳ ହୋଇ ଯାଇଥିଲା ତେଣୁ ନିତୁ ତାକୁ ସେମିତି ଅବସ୍ଥାରେ ଛାଡିବାକୁ ଚାହୁଁ ନଥିଲା I
ନିତୁ କମଳାକୁ ଅଶେଷ ଧନ୍ୟବାଦ ଦେଲା ତାକୁ ମାତୃତ୍ୱ ସୁଖ ଦେଇଥିବାରୁ Iଆଉ ତା ଆଗେ ପ୍ରସ୍ତାବ ରଖିଲା ତାଙ୍କ ଘରେ ଆୟା ହୋଇ ରହିବାକୁ I ଯେହେତୁ ସେ ଦୁହେଁ ଚାକିରିଆ ପିଲାକୁ ରଖି ଆକୁ ଜଣେ ଆୟା ଦରକାର, କମଳା ଖୁସି କହିଲେ ନ ସରେ I
ସେ ବି ତ ମା !ଭଡାରେ ହେଉ ନା କାହିଁକି I