STORYMIRROR

sanghamitra pattnaik

Tragedy Classics Inspirational

3.8  

sanghamitra pattnaik

Tragedy Classics Inspirational

ଅପରିବର୍ତ୍ତିତ ପରିବର୍ତ୍ତନ

ଅପରିବର୍ତ୍ତିତ ପରିବର୍ତ୍ତନ

3 mins
165


ଆଜି ଖୁସିରେ ଗୋଡ ତଳେ ଲାଗୁନଥିଲା ଶ୍ରୀମତୀ ଦାଶଙ୍କର ଯେତେ ହେଲେ ବି ସେ ମା ପିଲା ଯେତେ ଯାହା ଭୁଲ କରୁ ମା ପାଖରେ ସବୁ ମାଫ କଥା କଣ କି ଆଜି ଶ୍ରୀମତୀ ଦାଶ ଙ୍କର ଏକ ମାତ୍ର ପୁଅ ଦୀର୍ଘ ପାଞ୍ଚ ବର୍ଷ ପରେ ଘରକୁ ଫେରୁଛି ପାଞ୍ଚ ବର୍ଷରେ କେତେ କଣ ଘଟି ଯାଇଛି। ସେ ସଧବାରୁ ଏବେ ବିଧବା ଆଉ ତାଙ୍କ ପୁଅ ବି ବଦଳି ଯାଇଥିବ ଆଗ ଭଳି ଆଉ ଅବାନ୍ତର ଯୁକ୍ତି କରୁନଥିବ ଆଉ ସବୁଠୁ ବେଶୀ ଗୁରୁତ୍ବ ଯୋଉଥି ପାଇଁ ବାପା ଠୁ ଗାଳି ଶୁଣି ଘର ଛାଡ଼ିଦେଇଥିଲା ସେ ପ୍ରକୃତି ଆଉ ଦୋହରଉ ନଥିବ ଝିଅ ପିଲାଙ୍କ ଭଳି ସଜ ବାଜ ଝିଅ ପିଲାଙ୍କ ଭଳି ଓଷା ବାର ବ୍ରତ ଆଉ କରୁ ନଥିବ ଏମିତି ଭାବିଲା ଭିତରେ କେତେବେଳେ ଯେ ଶ୍ରୀମତୀ ଦାଶଙ୍କ ଆଖିରୁ ଲୁହ ଟୋପା ନିଗିଡୀ ପିନ୍ଧା ଶାଢ଼ୀ କୁ ଓଦା କରିସାରିଲାଣି ସେ ଜାଣି ପାରିନାହାନ୍ତି ଫେରି ଯାଉଛନ୍ତି ତାଙ୍କ ଏକ ମାତ୍ର ପୁଅ ମାନସର ପିଲାବେଳକୁ ମାନସ, ଦାଶ ପରିବାରର ଏକ ମାତ୍ର ଉତ୍ତର ଅଧିକାରୀ ଖୁବ ଗେଲ ବସର ରେ ବଢିଛି ନ ହେବ ବା କେମିତି ଏକ ରେ ବିବାହ ର ପାଞ୍ଚ ବର୍ଷ ପରେ ବାପା ମା ଙ୍କ କୋଳକୁ ଆସିଥିଲା ଦୁଇ ରେ ତାଙ୍କ ବଂଶ ର ଏକ ମାତ୍ର ପୁତ୍ର ସନ୍ତାନ ବହୁତ ମାନସିକ କରି ଜନ୍ମ ହାଇଥିବାରୁ ବାପା ନା ଦେଇଥିଲେ ମାନସ ମାନସ ଧୀରେ ଧୀରେ ବଡ ହେଲା ତା ବୟସର ପିଲା ଫୂଟବଲ, କ୍ରିକେଟ ଖେଳିଲା ବେଳେ ମାନସ ବୋହୁ ଚୋରି, କିତିକିତି ଖେଳେ ଝିଅ ପିଲାଙ୍କ ସହ ରଜ, କୁମାର ପୁର୍ଣିମା କରେ ସାହି ଯାକ ଲୋକ ଙ୍କ ଟାହିଁ ଟାପର ଅସହ୍ୟ ହେଇଗଲା ଶ୍ରୀଯୁକ୍ତ ଦାଶଙ୍କ ପାଇଁ ରାଗରେ ଆସି ସେଦିନ ମାନସ କୁ ବହୁତ ପିଟିଲେ ଏ ସବୁ ଗୁଣ ପରିବର୍ତ୍ତନ କରିବାକୁ କହିଲେ. ହେଲେ ମାନସ ! କଣ ବା କରିବ କେମିତି ବୁଝେଇବ ତା ର ସେଇଟା ଅଭ୍ୟାସ ନୁହେ ଯୋଉଟା କୁ ପରିବର୍ତ୍ତନ କରିବ ତାର ତ ସେଇଟା ପ୍ରକୃତି ଆଉ କଥାରେ ଅଛି ମଣିଷ ପ୍ରକୁତି ମଲେ ତୁଟେ ସେଦିନ କାନ୍ଦି କାନ୍ଦି ଘର ଛାଡି ଦେଇଥିଲା ମାନସ ଶ୍ରୀମତୀ ଦାଶ ଯେତେ ବୁଝେଇଲେ ଯେତେ ରାଣ ନିୟମ ପକେଇଲେ ମଧ୍ୟ ସେ ଅଟକି ନଥିଲା ।

ଆଜି ସେଇ ପୁଅ ଫେରୁଛି ସେଇ ରାଗି ଅଭିମାନ କରି ପଳେଇ ଥିବା ପୁଅ ଆଜି ଫେରୁଛି। ଘର କାମବାଲି, ସୁକି ଆସି ଡାକ ପକେଇଲା ମା ସାନ ବାବୁ ଆସିଗଲ

େ ବୋଧେ ସୁକି ଡାକରେ ପ୍ରକୁତିସ୍ଥ ହେଲେ ଶ୍ରୀମତୀ ଦାଶ ଦୌଡ଼ି ଗଲେ ଦାଣ୍ଡକୁ ଆଳତି ଥାଳି ଧରି ଏକ ବଡ ଗାଡି ରୁ ଓଲ୍ହେଇଲେ ଜଣେ ସୁସଜିତ, ଅଳଙ୍କାର ରେ ବିଭୁସିତା ଜଣେ ସୁନ୍ଦରୀ ମହିଳା ଆଉ ତାଙ୍କ ସହ ଏକ ଦୁଇ ତିନି ବର୍ଷ ର କୁନି ଝିଅଟେ ଶ୍ରୀମତୀ ଦାଶ ଙ୍କ ଆଡକୁ ହାତ ଦେଖାଇ ମହିଳା ଜଣଙ୍କ ନିଜ କୁନି ଝିଅ ଟିକୁ କହିଲେ ଏଇ ତୋ ଜେଜେ ମା ଯାଅ ମୁଣ୍ଡିଆ ମାରେ ଆଶ୍ଚର୍ଯ୍ୟ ହୋଇ ଅନେଇ ଥାନ୍ତି ଶ୍ରୀମତୀ ଦାଶ,, ମୋ ପୁଅ କାଇଁ ଏ କିଏ ସେ କୁନି ଝିଅ ମତେ କାଇଁ ଜେଜେ ମା କହୁଛି ? କଣ ଏ ସବୁ ଘଟୁଛି ? ତେବେ କଣ ମାନସ ତାଙ୍କୁ ନ ଜଣେଇ ବାହା ହେ ଇଗଲା ? କଣ କଲା ୟେ ପିଲା ? କାଇଁ ଏମିତିଆ ଭୁଲ କଲା

ଏତିକି ବେଳେ ସେ ସୁନ୍ଦରୀ ମହିଳା ଜଣଙ୍କ ଶ୍ରୀମତୀ ଦାଶ ଙ୍କୁ ମା ବୋଲି ଡାକି ଆସି କୁଣ୍ଢେଇ ପକେଇଲେ ଆଖିରେ ଅଜସ୍ର ଅଶ୍ରୁ ଆଉ କାନ୍ଦି କାନ୍ଦି କହିଲେ ମା," ମୁଁ ତୁମରି ସେଇ ମାନସ ଏବେ ମାନସୀ ଦାଶ ". ଆଉ ଇୟେ ମୋ ଭଳି ଗୋଟେ ନାରୀ ଆଉ ପୁରୁଷର ଶରୀର ଭିତରେ ଦ୍ଵନ୍ଦରେ ଥିବା କୁନି ପିଲାକୁ ମୁଁ ମୋ ଝିଅ କରି ନେଇଛି "। ସେଦିନ ଘରୁ ଗଲାପରେ ମତେ ଷ୍ଟେସନରେ ମୋ ଭଳି ଜଣେ ମିଳିଲେ ଯେ ମତେ ବୁଝିଲେ ତମ ମାନକ ପାରି ନ ବାଡେଇ ମତେ ସଜ ହବାକୁ ଲିପଷ୍ଟିକ ଦେଲେ ଝିଅ ପିଲାଙ୍କ ଫ୍ରକ ବି ମୋର ପଢା ପ୍ରତି ଆଗ୍ରହ ଦେଖି ମତେ ପଢ଼େଇଲେ ମତେ ତାଙ୍କ ଝିଅ ଭଳି ଦେଖିଲେ ମୁଁ ଧୀରେ ଧୀରେ ସେ ଜୀବନ ବଞ୍ଚିବାକୁ ଲାଗିଲି ଯାହା ମୋର ପିଲାବେଳୁ ଦରକାର ଥିଲା ଆଉ ତାପରେ ନିଜ ଗୋଡ଼ରେ ଛିଡା ହେଲି ଏବେ ମୁଁ ଜଣେ ଫ୍ୟାସନ ଡିଜାଇନର ଆଉ ମୋ ଭଳି କେତେ ପିଲାଙ୍କ ପାଇଁ ମୁଁ ଆଶା ବାଡ଼ି ମା ମତେ ଏବେ ଗ୍ରହଣ କରିବ ନା ? ମା ଏ ମା ଶ୍ରୀମତୀ ଦାଶ ବାକ ଶୂନ୍ୟ ଆଉ ଆପଣେଇ ବାକୁ ବାଧ୍ୟ ହେଲେ ଏକ ଅପରିବର୍ତ୍ତିତ ପରିବର୍ତ୍ତନକୁ ।

                                         


Rate this content
Log in

Similar oriya story from Tragedy