STORYMIRROR

sanghamitra pattnaik

Abstract Tragedy Inspirational

3  

sanghamitra pattnaik

Abstract Tragedy Inspirational

ସରପ୍ରାଇଜ

ସରପ୍ରାଇଜ

2 mins
201

ମୋ ପ୍ରିୟ ର ପ୍ରିୟା

     ଜାଣିଛି ମୋ ଉପରେ ବହୁତ ରାଗିଚୁ, ଅଭିମାନ ବି କରିଛୁ ହଁ କରିବୁନି ବା କେମିତି ଏଇଟା ତ ତୋ ଅଧିକାର ଆଉ ତୋର ସେ ଅଭିମାନ ରେ ବି ମୁଁ ଖୁସି. ହେଲେ ଜାଣିଛୁ ତୁ ମୋ ଠୁ ଏତେ ଦୁରେଇ ରହିଲେ ନା ମତେ ଭାରି କଷ୍ଟ ହଉଛି ଲୋ କେତେ ଫୋନ କଲି କେତେ ମେସେଜ କଲି କିଛି ର ବି ଉତ୍ତର ଦେଲୁନି ।ମାନୁଛି ତୁ ରାଗିଚୁ ହେଲେ ଭଲ ବି ତ ପାଉଛୁ ନା. ଆଉ ହଁ ଏଇଟା ବି ଜାଣିଛି ଯେ ମୋ ଉପରେ ରାଗିଛୁ ହେଲେ ମୋରି କଥା ହିଁ ଭାବୁ ଥିବୁ ମୋରି ଫୋନ କୁ ଅପେକ୍ଷା କରିଥିବୁ ଆଉ ମତେ ମନେ ପକେଇ କାନ୍ଦୁ ଥିବୁ ହେଲେ କେବେ ବି ନିଜ ଆଡୁ ଫୋନ କି ମେସେଜ କରିବୁନି କାରଣ ରାଗିଛୁ ନା ହେଲେ ମୁଁ ରହିପାରୁନି ଆଉ ଘଡିଏ, ଯୋଉ ଶାଢ଼ୀ ଟା ପସନ୍ଦ କରିଥିଲ ମୁଁ ସେଇଟା କିଣି ଆଣିଛି ଆଉ ଯୋଉ କାନର କହୁଥିଲ ସେଇଟା ବି ଆଣିଛି, ମୁଁ ବି ତ କହିଥିଲି କି ମୁଁ ଆଣିଦେଵି ଖାଲି ଦରମା ଟା ମିଳୁ ହେଲେ ତମେ ତ ଜମା ମାନିଲନି . ଓଲଟି ମତେ କେତେ କଥା ଶୁଣେଇଲ ଜାଣିଛ ନା ଏଇ ଚିଠି ଟା କାଇଁ ଲେଖୁଛି କାରଣ ତୁମକୁ ମୋ ହାତ ଲେଖା ଭାରି ପସନ୍ଦ ସେଇଥିପାଇଁ.. ଆଉ ଏଇ ଚିଠି ଟା ସହ ତମ ପସନ୍ଦ ର ଚକଲେଟ ବି ପଠାଉଛି । ଟିକେ ରାଗ ଶାନ୍ତ କରିଦିଅ ମୁଁ ତୁମ ପସନ୍ଦ ର ସବୁ ଆଣିଦେଵି ଆଉ ହଁ ଏଇଥର ଛୁଟି ରେ ଘରକୁ ଗଲେ ତୁମ ଘର ଲୋକ ଙ୍କ ଆଗରେ ଆମ ବାହାଘର କଥା ନିଶ୍ଚେ କହିବି sorry

       ଇତି

          ତୁମ ଗାଗୁ

ଚିଠି ଟି ପଠେଇବା ପରେ ପରେ ହିଁ ସୁମିତ (ଗାଗୁ ) ବାହାରିଗଲା ଗାଁ ଉଦେଶ୍ୟ ରେ ଆଉ ସାଙ୍ଗରେ ତା ପ୍ରିୟା ପସନ୍ଦ ର ଶାଢ଼ୀ, କାନର ସବୁ ନେଇଥିଲା ଭାରି ଖୁସି ଥିଲା ସୁମିତ କି ଆଜି ପ୍ରିୟା କୁ suprise ଦବ ଆଉ ପ୍ରିୟା ଖୁସି ବି ହେଇଯିବ ଆଉ ରାଗ ରୁଷା ଭୁଲିଯିବ ଆଉ ପୁଣି ଦୁହେଁ ମିଶିଯିବ ଆଉ ଏତିକି ବେଳେ ଖୁବ ଜୋରେ ଆବାଜ ହେଲା ଆଉ କିଛି ଜାଣିନି ସୁମିତ.

ପରଦିନ ପେପର ରେ ଆଉ ଟିଭି ରେ ମୁଖ୍ୟ ସମାଚାର ଯାତ୍ରୀ ବାହି ଟ୍ରେନ ଟି ଲାଇନ ଚିୟୁତ, ପାଞ୍ଚ ଶହ ଯାତ୍ରୀ ଆହତ ଏବଂ ପଚାଶ ମୃତ ଆଉ ସେଇ ପଚାଶ ଭିତରେ ବି ଥିଲା ସୁମିତଅଧାରେ ରହିଗଲା ତା ପ୍ରିୟା କୁ ମନେଇବାକୁ ଆଉ ତା ସହ ସ୍ବପ୍ନ ର ଘର ତୋଳିବାକୁ ତେଣେ ପ୍ରିୟା ବି ବେଶ ଖୁସି ଥାଏ ଚିଠି ପଢି ହେଲେ ଟିଭି ଦେଖିବା ପରେ ନିସ୍ତବ୍ଧ ହୋଇ ଯାଇଥାଏ ପ୍ରିୟା ବାରମ୍ବାର ଫୋନ କରୁଥାଏ ହେଲେ ସ୍ଵିଚ ଅଫ, କାନ୍ଦି କାନ୍ଦି କହୁଥାଏ ଥରେ ଫୋନ ଅନ କରିଦିଅ ଥରେ ତ କଥା ହେଇଯାଅ ମୁଁ ଆଉ ରାଗିନି, ରାଗିନି ମୁଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract