sanghamitra pattnaik

Romance

3  

sanghamitra pattnaik

Romance

ଅପରଚିତା ଅନାମିକା

ଅପରଚିତା ଅନାମିକା

5 mins
560


2011 ମସିହା, ସେତେବେଳେ ମୁଁ vocational science ପଢୁଥାଏ |ଥରେ ଟ୍ରେନିଙ୍ଗ ପାଇଁ ଗୋଟେ ମାସ ପାଇଁ ହରିୟାଣା ଯିବାକୁ ପଡିଲା. ଆଉ ସେ ଯାତ୍ରା ଥିଲା ମୋ ଜୀବନର ପ୍ରଥମ ଯାତ୍ରା ମାନେ ଓଡିଶା ବାହାରକୁ | ଆଉ ଏଇ ଯାତ୍ରା ମୋ ଜୀବନ ଯାତ୍ରା କୁ ପୁରା ବଦଳେଇ ଦେଇଥିଲା.

ଅନ୍ୟ ସବୁ ପିଲା ନିଜ ପରିବାର ଛାଡି ଯିବାକୁ ଭୟ କରୁଥିବା ବେଳେ ମୁଁ ବେଶ ଖୁସି ଥାଏ. କାରଣ ଜୀବନ ରେ ପ୍ରଥମ ଥର ପାଇଁ ଓଡିଶା ବାହାରକୁ ଯିବି ତେଣୁ ସେଇ ଦିନ ହିଁ ଜିଦି କଲି ଘରେ ଆଉ ଘରେ ବି ରାଜି ହେଇ ଗଲେ.

ଅଗଷ୍ଟ ମାସ 10 ତାରିଖ, ରାତି ୮ ରେ ଟ୍ରେନ ଥାଏ ତେଣୁ ସାର ୭ ଟା ରୁ ଆସି ପହଂଚି ବାକୁ କହିଥିଲେ, ମୁଁ କିନ୍ତୁ ସନ୍ଧ୍ୟା 6.30 ରୁ ଆସି ପହଂଚି ଯାଇ ଥାଏ. ତାପରେ ଧୀରେ ଧୀରେ ଅନ୍ୟ ସାଙ୍ଗ ମାନେ ବି ଆସିଲେ.

ଘରୁ ପ୍ରଥମ ଥର ପାଇଁ ଦୁରକୁ ଯାଉ ଥିବାରୁ ଗୋଟେ ଫୋନ ବି ଦେଇଥିଲେ.

ସମୟ ଠିକ ୮ ଟ୍ରେନ ଛାଡିଲା, ମନରେ ଅନେକ ଉତ୍କଣ୍ଠା. ମତେ ନିଦ ବି ଲାଗୁ ନଥାଏ. ମୋ ପାଖରେ ମୋର ଗୋଟେ ସାଙ୍ଗ ତୁଷାର ବୋଲି ବସିଥାଏ ଆଉ ଫୋନେରେ କିଛି ଗୋଟେ କରୁଥାଏ. ମତେ ନିଦ ଲାଗୁ ନଥିବାରୁ ତା ସହ କଥା ହେଲି ପଚାରିଲି କଣ କରୁଛୁ ବୋଲି, ସେ କହିଲା, ଗୋଟେ ଝିଅ ସହ ମେସେଜ ରେ କଥା ହଉଛି.

ନୂଆ ନୂଆ କଲେଜ ରେ ପାଦ ଥାପି ଥିବାରୁ ଝିଅ ନା ଶୁଣିଲା ବେଳକୁ ମନ ଭିତରେ ଶିହରଣ ସୃଷ୍ଟି ହେଇଗଲା. ତାକୁ ପଚାରିଲି, ତୁ କଣ ସେ ଝିଅ କୁ ଜାଣିଚୁ? ସେ କହିଲା ନା ଜାଣିନି.

ମତେ interesting ଲାଗିଲା ତେଣୁ ପଚାରିଲି କେମିତି ତା ନମ୍ବର ପାଇଲୁ? ସେ କହିଲା ମୋ ମାମୁଁ ଝିଅ ଭଉଣୀ ର ସାଙ୍ଗ ସିଏ. ମୋ ଭଉଣୀ ର ତ ଫୋନ ନାହିଁ ତେଣୁ ମୁଁ ଯେବେ ମାମୁଁଘର ଯାଇଥିଲି ସେ ମୋ ନମ୍ବର ରୁ ଥରେ ତାକୁ ଫୋନ କରିଥିଲା ଆଉ ମିଛରେ କହିଥିଲା କି ଏଇଟା ତା ନମ୍ବର ବୋଲି

ମୁଁ ପୁଣି ପଚାରିଲି ସେ ଝିଅ ର କଣ ଫୋନ ଅଛି? ସେ କହିଲା ନ ସେ ତା ଭଉଣୀ ଫୋନ ରୁ କଥା ହୁଏ

ମୁଁ ପୁଣି ପଚାରିଲି ସେ କଣ ଜାଣିଚି ଯେ ତୁ ତା ସହ କଥା ହଉଛୁ ତୋ ଭଉଣୀ ନୁହେଁ ବୋଲି?

ତୁଷାର କହିଲା ନା ସେ ଜାଣିନି ମୁଁ ସେଇଥି ପାଇଁ ତ ମେସେଜ ରେ କଥା ହଉଛି |ସେ କଲ କରେ ମୁଁ ଉଠେଇ କହିଦିଏ ମୋ ଭଉଣୀ ନାହିଁ ବୋଲି.

ମୁଁ ପୁଣି ତୁଷାର କୁ ପଚାରିଲି ତେବେ ତୁ କଣ ସେ ଝିଅ କୁ ଭଲ ପାଉଛୁ?

ତୁଷାର -ନl ମ ଭଲ ପାଉନି, ଏମିତି ଟାଇମ ପାସ ଆଉ ହରିୟାଣା ବି ଯାଉଛି ମୋ ସମୟ କଟିଯିବ ଆଉ ତାପରେ ମୋ ମାମୁଁ ଝିଅ ଏବେ ତା ମାମୁଁ ଘରକୁ ଯାଇଛି ସେ ଆସିଲେ ତ ଜାଣି ଦବ ଆଉ ରାଗିବ ତେଣୁ ଏତିକି ସମୟ କଥା ହେଇଯିବି ଆଉ.

ମୁଁ କହିଲି ତୁ କିନ୍ତୁ ଯାହା କରୁଛୁ କିଛି ଭଲ କରୁନୁ, ସେ ଝିଅ କୁ କଣ ପାଇଁ ଅନ୍ଧାର ରେ ରଖିଛୁ? କହିଲୁ? ଆଉ ଯଦି ଭଲ ପାଉନୁ କଣ ପାଇଁ ମେସଜ କରୁଛୁ?

ତୁଷାର - ହେ, ଏଇ ବୟସ ଟା ସେମିତି ଟାଇମ ପାସ ର ବୟସ

ମୁଁ -କିନ୍ତୁ ମୋ ଜୀବନ ରେ ଯଦି ଝିଅ ଟେ ଆସେ ସେ ହିଁ ମୋର ପ୍ରଥମ ଆଉ ଶେଷ ଆଉ ସାରା ଜୀବନ ପାଇଁ ରହିବ.. ମୋ ଜୀବନ ସାଥି ହୋଇ.

ଏମିତି ଗପୁ ଗପୁ କେତେବେଳେ ନିଦ ଲାଗିଯାଇଛି ମୁଁ ଜାଣିନି. ଏଇ ଟ୍ରେନ ର ଯାତ୍ରା ରେ ଥରୁଟେ ସେ ଝିଅ ର ଫୋନ ମୁଁ ଉଠେଇ ଦେଇଥିଲି ଜାଣି ନଥିଲି ସେ ଝିଅ ନମ୍ବର ବୋଲି କାରଣ unknown ନମ୍ବର ରୁ କଲ ଆସି ଥିଲା ଭାବିଲି ସାର କାଳେ ହେଇଥିବେ ..

ସତରେ ସେ ଝିଅ ର ସ୍ୱର କେତେ ମଧୁର ତା କଣ୍ଠ ଶୁଣିବାକୁ ହିଁ ଇଚ୍ଛା ହଉଥିଲା ହେଲେ ସେ ଫୋନ କାଟିଦେଲା କାରଣ ମୁଁ କିଛି କହିଲିନି..

ସେ ଝିଅକୁ ମୁଁ ନା କେବେ ଦେଖିଥିଲି ନା ଜାଣିଚି ହେଲେ ସେ ପ୍ରଥମ କଥା ରୁ ହିଁ ସେ ଝିଅ ର ସ୍ୱର ର ଦିୱାନା ହେଇ ଯାଇଥିଲି .

ତା ଛଡା ତୁଷାର ଭଉଣୀ ଏବେ କହିଦେଇଥିଲା ତା ସାଙ୍ଗ କୁ ଯେ ସେଇଟା ତା ନମ୍ବର ନୁହେଁ ବୋଲି.

ସେ ଝିଅ ଆଉ ଫୋନ କି ମେସେଜ ବି କରେନି. ଦିନେ ଏଇ ବିଷୟରେ ତୁଷାର କୁ ପଚାରିଲି. ତୁଷାର ସେଦିନ ରାତିରେ ଫୋନ କରିବା କଥା କହିଲା.

ସତ କହିବାକୁ ଗଲେ ମୋର ସେ ଝିଅ ସହ କଥା ହବାକୁ ବହୁତ ଇଚ୍ଛା ଥାଏ କାରଣ ସେ ଝିଅ ର ସ୍ୱର ମତେ ବହୁତ ପସନ୍ଦ ଆସିଯାଇ ଥିଲା.

ତୁଷାର ଫୋନ ଲଗାଇଲା ସେ ଝିଅ ଫୋନ ବି ଉଠାଇଲା. ତୁଷାର ଏଆଡୁ ସିଆଡୁ ପଚାରିବାକୁ ଲାଗିଲା. ସେ ଝିଅ ପୁଣି କାଟିଦେଲା.

ପରଦିନ ସକାଳୁ ଫୋନ ଲଗାଇଲl ସେଦିନ ଥାଏ ଗଣେଶ ପୂଜା ସେ ଝିଅ ଫୋନ ବି ଉଠାଇଲା ତୁଷାର ତାକୁ happy ganesh puja boli wish କଲା. ତାପରେ କଣ ହେଲା କେଜାଣି ମତେ ଫୋନ ଧରେଇ ଦେଲା..

କିନ୍ତୁ ମତେ ଝିଅ ପିଲାଙ୍କ ସହ କଥା ହବାକୁ ଲାଜ ଲାଗେ ତେଣୁ କଣ ଗପିବି ବୋଲି ଭାବୁଥାଏ. ପ୍ରଥମେ ଗଣେଶ ପୂଜା ପାଇଁ wish ଜଣେଇଲେ ତାପରେ ସେ ବି ଜଣେଇଲେ ଓଃ !କି ମିଠା ସେ ସ୍ୱର ଏବେ ବି ମନେ ଅଛି ମୋର.

ସେଦିନ ତାକୁ ତା ନା ପଚାରିଲି ସେ ଅନାମିକା ବୋଲି କହିଲା. ପ୍ରଥମ ଥର ପାଇଁ କଥା ହେଲି ଲାଗିଲା ଯେମିତି ମୁଁ ପାଗଳ ହେ ଇଯିବି ପଡ଼ିଗଲି ବୋଧେ ତା ପ୍ରେମରେ ରେ ତା ସହ ବହୁତ କଥା ହବାକୁ ଇଚ୍ଛା ଥାଏ ହେଲେ !!

ଦିନେ ତୁଷାର ଫୋନ ରେ ବାଲାନ୍ସ ନଥିଲା ସେ ମୋ ଫୋନ ରୁ ସେ ଝିଅ କୁ ଫୋନ କରିଥିଲା. ସେ ଝିଅ ର ପିଲାଳିଆମୀ ଯାଇନଥିଲା କାରଣ ସେ ମାଟ୍ରିକ ପରୀକ୍ଷା ହିଁ ଦେଇଥାଏ.. ଭଲ ପାଇବା କଣ ଏମିତି ଗପିବା ଭୁଲ କିଏ ଠିକ ଏ ସବୁ ସେ ବୁଝୁନଥିଲା..

ଏବେ ମତେ ତା ନମ୍ବର ତ ମିଳିଗଲା ହେଲେ କଥା ହବାର ସାହସ ନଥାଏ. ଥରେ ଗୋଟେ good mrng ମେସେଜ ଟେ କରିଥିଲି ହେଲେ reply ଆସିନଥିଲା. ପୁଣି ସନ୍ଧ୍ୟାରେ good evng ମେସେଜ ଟେ କଲି very gud evng ବୋଲି reply ଟେ ଆସିଲା, ମୋ ଗୋଡ ଆଉ ତଳେ ଲାଗୁନଥିଲା. chatting କରିବାକୁ ଇଚ୍ଛା ଥାଏ ହେଲେ ତୁଷାର ଯୋଗୁ କରିପାରିଲିନି

ତୁଷାର କିଛି ଦିନ ପରେ ସେ ଝିଅ କୁ ପ୍ରପୋଜ କଲା ହେଲେ ଅନାମିକା ମନା କରିଦେଲା ତୁଷାର ଯେହେତୁ serious ନଥିଲା ସେ ବି ବେଶୀ ନ ଭାବି move on କରିଗଲା..

କିନ୍ତୁ ମୋ ପାଖେ ନମ୍ବର ଅଛି ବୋଲି ତୁଷାର ଜାଣି ନଥିଲା..

ଏମିତିରେ ହରିୟାଣା ଟ୍ରେନିଂ ସରିଗଲା. ଘରକୁ ଫେରିଲା ପରେ ମୁଁ ଅନାମିକା କୁ ଫୋନ କରିଥିଲି ସବୁ ସତ ବି କହିଥିଲି ସେ ଟିକେ ରାଗିଲା. ପରେ କିନ୍ତୁ ମୋ ସହ କଥା ହେଇଥିଲା..

ସେତେବେଳେ ମୋ ପାଖେ ଏତେ ଟଙ୍କା ନଥାଏ କି ତାକୁ ଡେଲି ଫୋନ କରିବି ତେଣୁ ତାକୁ ପ୍ରତି ମାସ ର ଛ ତାରିଖ ରେ ଫୋନ କରିବାକୁ କହିଲି କିନ୍ତୁ ସେ ବି ବୋଧେ ମୋ ପରି ପାଗେଳୀ ହବାକୁ ଲାଗିଥିଲା. ତେଣୁ ଆମେ ଦୁହେଁ ଦୁହିଁଙ୍କ ସହ ସବୁଦିନ ଗପିବାକୁ ଚାହୁଁ ଥିଲୁ ସେ ଜାଙ୍କେ ନା ମୁଁ ତାକୁ ଦେଖିଥିଲି ନା ସେ ମତେ ଦେଖିଥିଲା ସେବେ ତ ଏ ସ୍ମାର୍ଟ ଫୋନ ଆମ ପାଖେ ନଥିଲା. କିନ୍ତୁ ନିତି ଦିନିଆଁ କଥାରୁ ଦୁହେଁ ଦୁହିଁଙ୍କ ଛବି ମନ ଭିତରେ ଆଙ୍କି ଦେଇଥିଲୁ ଏମିତି ଗପୁ ଗପୁ ଦୁହେଁ ଦୁହିଁଙ୍କୁ ମନ ଦେଇ ବସିଲୁ ହେଲେ କେହି କେବେ କାହାକୁ ଅଫିସିଆଲ କହି ନଥିଲୁ

ଥରେ ମୁଁ ଅନାମିକା କୁ ତା ଫୋଟୋ ଫେସବୁକ ରେ ମୋ ପାଖକୁ ପଠେଇବାକୁ କହିଲି କିନ୍ତୁ ଅନାମିକା ର ନିଜ ଫୋନ ନଥିଲା. ସେ ତା ସାଙ୍ଗ ଫୋନରେ ଫେସବୁକ ଆକାଉଣ୍ଟ ଖୋଲି ମୋ ପାଖକୁ ଦିଟା ଫୋଟୋ ପଠାଇ ଥିଲା ମୁଁ ବି ମୋର ଏକ ଫୋଟୋ ପଠାଇ ଥିଲି.

ସତରେ ତା କଣ୍ଠ ଯେମିତି ସୁନ୍ଦର ସେ ଦେଖିବାକୁ ବି ସେମିତି ସୁନ୍ଦରୀ ଥିଲା. ଶ୍ୟାମଳ ବର୍ଣ୍ଣ ଥିଲା ତାର. ମୋର ତ ସେ ପ୍ରଥମ କଥାରୁ ହିଁ ପସନ୍ଦ ଥିଲା. ହେଲେ ମତେ ସେ ପସନ୍ଦ କରିବ କି ନା ଏଇଟା ସନ୍ଦେହ ଥିଲା. ମୋ ଫୋଟୋ ଦେଖି ସେ କିଛି ବି କହି ନଥିଲା.

ଏମିତି ଗପିବା ମେସେଜ ଚାଟିଙ୍ଗ ଚାଲିଥlଏ. ସାମ୍ନା ସାମନି ଦେଖା ହେଲେ କଣ କରିବା କଣ ନାଇଁ ଏ ସବୁ ବିଷୟରେ ବି କଥା ହେଉଥିଲୁ.

ଏମିତିରେ ଦିନେ ମୁଁ ଅନାମିକା କୁ ପ୍ରପୋଜ କରିଥିଲି ଆଉ ସେ କିଛି କହି ନଥିଲା. ମୁଁ ତାକୁ ପଚାରିଲି ତା ମାନେ ମୁଁ ହଁ ଭାବିବି? ସେ ହଁ କହି ଫୋନ କାଟିଦେଲା. ସେଦିନ ମୁଁ ମୋ ସାଙ୍ଗ ମାନଙ୍କୁ ଖାଇବାକୁ ଦେଇଥିଲି

ଏମିତିରେ ଦୁଇ ବର୍ଷ ବିତିଗଲା. 2013 ମସିହା ରେ ପ୍ରଥମ ଭେଟ କଲୁ ଭୟ, ଆଶା, ଆଶାଙ୍କା ବହୁତ କିଛି ଥିଲl ସେ ଦେଇଥିବା ଅଡ୍ରେସ ରେ ମୁଁ ପହଂଚି ଥିଲି ଆଉ ପ୍ରଥମ ଥର ପାଇଁ 100km ବାଇକ ଚଳେଇ ଯାଇ ଥାଏ. ଦେଖା ହେଲା କଥା ଆଗକୁ ବଢିଲା

ମୋ ସାଙ୍ଗ ମାନେ କହୁ ଥାନ୍ତି କି ଦୂର ସମ୍ପର୍କ ବେଶୀ ଦିନ ଚଳେନି ହେଲେ ଆମେ ସମସ୍ତଙ୍କୁ ଭୁଲ ପ୍ରମାଣିତ କରି ଆଜି ବାହା ହୋଇ ବହୁତ ଖୁସି ରେ ଅଛୁ

ଆଉ ହରିୟାଣା journey ଟା ମୋ ପାଇଁ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିଛି ଆଉ ରହିଥିବ ମଧ୍ୟ କାରଣ ମତେ ମୋ ଅନାମିକା ନାୟିକା ମିଳି ଥିଲା ।


Rate this content
Log in

Similar oriya story from Romance