STORYMIRROR

sanghamitra pattnaik

Romance

3  

sanghamitra pattnaik

Romance

ଦାମ୍ପତ୍ୟ

ଦାମ୍ପତ୍ୟ

2 mins
219


ଆଜି ଶ୍ରୀମାନ ଦାଶ ଓ ଶ୍ରୀମତୀ ଦାଶ ଙ୍କ ବାହାଘର କୁ ତିରିଶ ବର୍ଷ ପୁରିଲା ଘରେ ନାତି ନାତୁଣୀ ମାନଙ୍କ କୋଳାହଳ, ହେଲେ ଏ ସବୁ ଠୁ ଦୁରେଇ ଶ୍ରୀମତୀ ଦାଶ ରୋଷେଇ ଘରେ ଲଡ଼ୁ ତିଆରି କରିବାରେ ବ୍ୟସ୍ତ l ସେ ତ ଏ ଦିନକୁ ନିଜ ନିତିଦିନିଆ ଦିନ ଭାବେ ନେଇଛନ୍ତି, ହଁ ମନେ ତ ଅଛି ସେଥିପାଇଁ ସକାଳୁ ମନ୍ଦିରରେ ପୂଜା କରି ଆସିଛନ୍ତି ସ୍ୱାମୀ ଙ୍କ ପାଦ ଧୂଳି ମୁଣ୍ଡରେ ମାରିଛନ୍ତି, ନା ନା ଏ ସବୁ କେବଳ ଆଜି ପାଇଁ ନୁହେଁ ମ ୟେ ତାଙ୍କ ନୀତିଦିନିଆ ଅଭ୍ୟାସ,ତେଣୁ ତାଙ୍କ ସ୍ୱାମୀ ବି ଏଥି ପ୍ରତି ଧ୍ୟାନ ଦେଇ ନାହାନ୍ତି ମୋଟ ଉପରେ କହିବାକୁ ଗଲେ ଶ୍ରୀମାନ ଦାଶ ପୁରାପୁରି ଭୁଲି ଯାଇଛନ୍ତି ଆଜିର ଦିନ ଟିକୁ l

ଶ୍ରୀମତୀ ଦାଶ ବି ଚେଷ୍ଟା କରିନାହାନ୍ତି ତାଙ୍କୁ ମନେ ପକେଇ ଦେବାକୁ, ଲଡ଼ୁ ତିଆରି କରୁ କରୁ ଫୋନ ଟା ରିଙ୍ଗ ହେଲା ଫୋନ ଟା ସ୍ୱାମୀ ଙ୍କ ପାଖେ ଥିବାରୁ ସେ ଉଠେଇଲେ ଆଉ ସେପଟୁ ଶ୍ରୀମତୀ ଦାଶ ଙ୍କ ସାନ ଭଉଣୀ ଫୋନ କରିଥିଲେ "ହାଲୋ, ଅପା ନମସ୍କାର ଆଉ ଆଜି କଣ ସ୍ପେସିଆଲ କରିଛୁ ମ? ନୂଆ ଶାଢ଼ୀ ପିଂଧିଲୁ ନା ଭାଇ ଦେଲେ? ଶ୍ରୀମାନ ଦାଶ ହାଲୋ କହିଲେ ତ ଶାଳୀ ଟିକେ ଚୁପ ହୋଇଗଲେ ଆଉ କହିଲେ ଭାଇ ତମେ ମୁଁ ଭାବିଲି ଅପା ବୋଲି, ନମସ୍କାର ଭାଇ ଆଜି ବାହାଘର କୁ ତିରିଶ ବର୍ଷ ପୁରିଗଲା ଆପଣଙ୍କର ସେଥିପାଇଁ ଶୁଭେଚ୍ଛା ଦେବାକୁ ଫୋନ କରିଥିଲି l

ଶ୍ରୀମାନ ଦାଶ ପୁରା ଆଶ୍ଚର୍ଯ୍ୟ ସେ କେମିତି ଭୁଲିଗଲେ ଯେ ଥାଙ୍କ ୟୁ କହି ଫୋନ କାଟିଲେ, ଶ୍ରୀମତୀ ଙ୍କ ପାଖକୁ ଯାଇ ଠିଆ ହୋଇ ଅନେଇ ରହିଲେ, ସତରେ ସେ କେତେ ଭାଗ

୍ୟବାନ ଏମିତି ଏକ ପତ୍ନୀ ପାଇ ନା କେବେ ଆପତ୍ତି, ନା ଅଭିଯୋଗ ଚାହୁଁ ଚାହୁଁ ତିରିଶ ବର୍ଷ ବିତିଗଲାଣି.

ପୁଅ ବୋହୁ ନାତି ନାତୁଣୀ ହେଲେଣି ହେଲେ ତାଙ୍କ ଶ୍ରୀମତୀ ବଦଳି ନାହାନ୍ତି ଯାହା ତିରିଶ ବର୍ଷ ପୂର୍ବେ ଥିଲେ ଏବେ ବି ସେମିତି, ଆଜି ସେ ବିବାହ ବାର୍ଷିକୀ ଭୁଲିଯାଇଛନ୍ତି ହେଲେ ତାଙ୍କ ଶ୍ରୀମତୀ ଟିକିଏ ହେଲେ ମୁଁହ ଫୁଲେଇ ନାହାନ୍ତି ତାଙ୍କ ଜାଗାରେ ତାଙ୍କ ବୋହୁ ଥିଲେ ଆରେ ବାପରେ ଘରେ ପୁରା ମହାଭାରତ ହେଇଯାଇଥାନ୍ତା ଯଦି ତାଙ୍କ ପୁଅ ଭୁଲି ଯାଇଥାନ୍ତା l ସ୍ୱାମୀ ଙ୍କୁ ରୋଷେଇ ଘର ପାଖେ ଦେଖି ଶ୍ରୀମତୀ ପଚାରିଲେ କଣ କିଛି ଦରକାର ଥିଲା କି? ନା କିଛି ନୁହେଁ ଆଉ କଣ ଏମିତି ଅନେଇଛ ଯେ, କ'ଣ ଦେଖୁଛ? ଦେଖୁଛି ମୋ ନବ ବିବାହିତା ସ୍ତ୍ରୀ କୁ, ଦେଖୁଛି ଜଣେ ଏତେ ଧର୍ଯ୍ୟବାନ କେମିତି ହୋଇପାରେ ଦେଖୁଛି ନିଜ ଖୁସି ର ଦ୍ୱାହି ଦେଇ ଜଣେ ଅନ୍ୟ ର ଖୁସି କେମିତି ସଜାୟେ l ସତରେ ତୁମେ ମହାନ lକଣ ଆଜି ଏମିତି ସବୁ କହୁଛ ପାଗଳ ହୋଇଯାଇଛ କି? ହଁ, ମୁଁ ପାଗଳ ମୁଁ ଗର୍ବିତ ତୁମ ପାଇଁହଉ ହଉ ହେଲା ନିଅ ଲଡ଼ୁ ଖାଅ ଆଜି ରବିବାର ପୁଅ ବୋହୁ ପିଲା ସମସ୍ତଙ୍କର ଛୁଟି ସେମାନଙ୍କ ପାଇଁ କେତେ କଣ ରୋଷେଇ କରିବାକୁ ହବ, ତମ ସହ ଗପିବାକୁ ମୋର ସମୟ ନାହିଁ, ଶ୍ରୀମତୀ କାମରେ ଲାଗିଗଲେ ଆଉ ଶ୍ରୀମାନ ଲଡ଼ୁ ଖାଇ ହସି ହସି ରୁମ କୁ ଚାଲିଗଲେ l ହେଇଗଲା ବିବାହ ବାର୍ଷିକୀ ପାଳନ ସୁନ୍ଦର ଭାବେ.ଦାମୀ ଉପହାର ଠୁ ବି ବେଶୀ ଦାମୀ ସେନ୍ହ, ଶ୍ରଦ୍ଧା ତାଠୁ ବି ବେଶୀ ଦାମୀ ତୁମ ନିଜ ଲୋକ କୁ ଦେଉଥିବା ସମୟ ।



Rate this content
Log in

Similar oriya story from Romance