STORYMIRROR

sanghamitra pattnaik

Tragedy Inspirational

3  

sanghamitra pattnaik

Tragedy Inspirational

ପାଲଟା ଲୁଗା

ପାଲଟା ଲୁଗା

2 mins
228


ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଯାହାକି ଗଣେଶ ଚତୁର୍ଥୀ ନାମରେ ବେଶ ପରିଚିତ l ସେହିଦିନ ଜନ୍ମ ହୋଇ ଥିଲା ମୋର ଏକ ବ୍ରାହ୍ମଣ ପରିବାରରେ l ବେଶ ଖୁସି ଥିଲେ ସମସ୍ତେ l 

ଖୁସି ବା ନ ହେବେ କେମିତି କାରଣ ବି କିଛି ଥିଲା ସେପରି ଏକରେ ତ ମୁଁ ଗୋଟେ ପୁତ୍ର ସନ୍ତାନ ତା ପୁଣି ମୋ ବାପା ମାଙ୍କର ପ୍ରଥମ ସନ୍ତାନ ଆଉ ଦ୍ୱିତୀୟରେ ମୁଁ ଆସିଥିଲି ସେମାନଙ୍କ ଜୀବନକୁ ବାହାଘରର ଦୀର୍ଘ ଦଶ ବର୍ଷର ଅନ୍ତ ଘଟାଇ l 

ଜୀବନ ଏକ ଚକ୍ର କେବେ ଦୁଃଖ ତ କେବେ ସୁଖ l ମୁଁ ଆସିଲା ପରେ ପୁଣି ଏକ ଭାଇ ଆସିଲା ମୋ ବାପା ମାଆଙ୍କ କୋଳକୁ l ଧୀରେ ଧୀରେ ସମୟ ଆଉ ବୟସ ଦୁହେଁ ବଢ଼ି ଚାଲିଲେ l 

ଯେବେ ଭାଇ ଖେଳୁଥିଲା ପୁଅମାନଙ୍କ ସହ ମୁଁ କିନ୍ତୁ ଖେଳୁଥିଲି ଝିଅମାନଙ୍କ ସହ l କାହିଁକି କେଜାଣି ଝିଅମାନଙ୍କ ସହ ଖେଳିବା, ବୁଲିବା ଖୁଦୁରୁକୁଣୀ, କୁମାର ପୁର୍ଣିମା ଓଷା କରିବା ଏ ସବୁ ମତେ ଭାରି ଭଲ ଲାଗୁଥିଲା l 

ହେଲେ ମୋ ଘର ଲୋକଙ୍କୁ ଏ ସବୁ ପାଇଁ ସାହି ପଡିଶା ଲୋକଙ୍କ ଟାହି ଟାପରା ଶୁଣିବାକୁ ପଡୁଥିଲା l ଏଥି ପାଇଁ ବାପାଙ୍କ ଠାରୁ କେତେ ମାଡ ଖାଇଲି ମୋ ଭାଇ ଆଉ ମୋ ସହ କଥା ହେଲାନି, ମୋ ମା ମଧ୍ୟ ତାଙ୍କ ଠାରୁ ମତେ ଦୂରେଇଲେ l ଥରୁଟେ ତ ମୋ ପ୍ୟାଣ୍ଟ ଖୋଲି ମୋତେ ବୁଝାଇଲେ କି ଦେଖ ତୁ ପୁଅ କଣ ପାଇଁ ଝିଅମାନଙ୍କ ଭଳି ହଉଛୁ l l 

ହେଲେ ରାତ୍ରିର ଅନ୍ଧକାରରେ ସମସ୍ତେ ଶୋଇ ଗଲା ପରେ ମୁଁ ଭାବେ ପ୍ରକୃତରେ ମୁଁ କିଏ? 

କଣ ମୋ ପରିଚୟ? ମୁଁ ଯଦି ପୁଅ ତେବେ ମୁଁ ପୁଣି ପୁଅମାନଙ୍କ ପ୍ରତି ଆକୃଷ୍ଟ କାଇଁ ହେଉଛି?

ପ୍ରକୁତରେ କଣ ମୁଁ ପୁଅ? ଯଦି ମୁଁ ପୁଅ ତେବେ ଝିଅ ପିଲାଙ୍କ ଭଳି ସଜ ଲାଜ କାଇଁ କରୁଛି?

ଦିନ ପରେ ଦିନ ବିତି ଚାଲିଲା କିନ୍ତୁ ମୋ ସ୍ଵଭାଵ ଥିଲା ଅପରିବର୍ତ୍ତିତ ବଡ଼ ହେଲି କଲେଜ ଗଲି l କଲେଜରେ ବହୁତ ଚିଡlନ୍ତି ମାଇଚିଆ ବୋଲି l 

କିନ୍ତୁ ଦୁଃଖ ସେଇଦିନ ଲାଗିଲା ଯୋଉଦିନ ମୋ ଘର ଲୋକ ମିଶି ମତେ ଘରୁ କାଢି ଦେଲେ କାରଣ ମୋ ଯୋଗୁ ତାଙ୍କୁ ବହୁତ ଶୁଣିବାକୁ ପଡୁଥିଲା ବାଧ୍ୟ ହୋଇ ଘର ଛାଡ଼ିଲି ଆଉ ମତେ ଆପଣେଇ ନେଲେ କିନ୍ନର ପରିବାର l 

ସେବେ ମୋର ଆଉ ବୁଝିବାକୁ ବାକି ନଥିଲା ଯେ ମୁଁ ବି ଜଣେ କିନ୍ନର ଅନ୍ୟମାନଙ୍କ ଠାରୁ ବେଶ ସ୍ୱତନ୍ତ୍ର l 

ଘର ଠାରୁ ଦୂରରେ ଆଉ ଏକ ପରିବାର ମିଳିଗଲା ସତ ହେଲେ ଘର କଥା ବେଶ ମନେପଡେ l 

ସମୟ ଚକ୍ର ଘୁରି ଚାଲିଲା ଆଉ ମୁଁ ମଧ୍ୟ ମୋ ଏମ୍.ବି.ଏ ସାରି ଗୋଟେ କମ୍ପାନୀରେ ଜବ କରୁଥିଲି l 

ଦିନେ ହଟାତ ଗୋଟେ ଲୋକ ଧାଇଁ ଆସିଥିଲା ଆମ କିନ୍ନର ବସ୍ତିକୁ ଆଖିରୁ ବୋହି ଯାଉଥିଲା ଧାରା ଲୁହ ଆଉ ଅନୁରୋଧ କରି ମାଗୁଥିଲା ଆମ ପାଲଟା ଲୁଗା ତା ସ୍ତ୍ରୀ ପାଇଁ କାରଣ ତାଙ୍କର ଛୁଆ ହେଉ ନଥିଲା l 

ଧାଇଁ ଗଲି ସେ ଲୋକକୁ ଦେଖିବାକୁ ଆରେ ଏ କଣ !ଏ ତ ମୋ ଭାଇ l ଯିଏ ବାପାଙ୍କ ସହ ମିଶି ମତେ ଘରୁ କାଢି ଦେଇଥିଲା ମୁଁ କିନ୍ନର ବୋଲି ଘୃଣା କରୁଥିଲା l l ଭାଗ୍ୟ ଆଉ ଭଗବାନ ତାକୁ ଆଜି ମୋ ଗୋଡ ତଳକୁ ଆଣି ଦେଇଛନ୍ତି l l 

ଯେବେ ମୋ ବାପା ମାଙ୍କର ବି ଛୁଆ ହେଉ ନଥିଲା ସେମାନେ ବି କୁଆଡେ ଏମିତି କେଉଁ ଏକ କିନ୍ନର ପାଖକୁ ଆସିଥିଲେ ତାପରେ ମୁଁ ଜନ୍ମ ହେଇଥିଲି ଆଉ ଯେବେ ମୁଁ କିନ୍ନର ହେଇ ଗଲି ପାଲଟି ଗଲି ଘୃଣ୍ୟ l l 

ବଦଳି ଯାଇଥିଲା କିନ୍ନରର ସଂଜ୍ଞା??

ହେଲେ ତାଙ୍କରି ଅନୁଶାସନରେ ଅନୁଶାସିତ ମୋ ଭାଇ ଆଜି ଆସିଛି ମୋ ପାଲଟା ଲୁଗା ମାଗିବାକୁ?? ମନରେ ଅନେକ ପ୍ରଶ୍ନ ମୋର ଏ ଉପହାରଟା ତାକୁ ଦେବି କି ନା କହିଦେବି ଯେ ନେନି ମୋ ଭଳି ତୋ ଛୁଆ ବି କିନ୍ନର ହେଇଯିବ l l l !!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy