ଏକ୍ସପlଏରଡ଼ ଏ. ଟି. ମ
ଏକ୍ସପlଏରଡ଼ ଏ. ଟି. ମ


ଆଖିରେ ଆଖିଏ ସ୍ୱପ୍ନ ବିନୟର l ଫାଇନାଲ ଇଅର ପରୀକ୍ଷା ଟା ସରିଗଲେ ଚାକିରୀ ପାଇଁ ଫର୍ମ ପକେଇବ l ତାପରେ ଚାକିରୀ କରିବ ଏମିତି ଭାବି ମନକୁ ଖୁସି କରେଇ ନିଏ l
ଫାଇନାଲ ଇଅର ପରୀକ୍ଷା ବି ସରିଗଲା ଏବେ କିଛି ଦିନ ପରୀକ୍ଷା ସରିଥିବାରୁ ଗାଁ ପିଲାଙ୍କ ସହ ମଜା ମସ୍ତି କରୁଥାଏ l କିଛି ଦିନ ବିତିଗଲା ପରେ ଘର ଲୋକେ ତା ଉପରେ ଅଯଥାରେ ଚିଡିବାକୁ ଲାଗିଲେ l
କଥା କଥାରେ ବେକାରିଆ କହିଲେ ନିଜ ବାପା ମା ନ କହିଲେ ସୁଦ୍ଧା ବଡ ବାପା ବଡ ବୋଉ ବସି ଖାଉଚୁ ବୋଲି କହିଲେ l ଘରେ ରହିବା ଟା ତା ପାଇଁ ଅସହ୍ୟ ହୋଇ ପଡୁଥିଲା l
ଭାବୁଥିଲା ଯେମିତି ହେଲେ ସହରକୁ ଯାଇ ରହିବ ଚାକିରୀ ଖଣ୍ଡେ ଖୋଜିବ ହେଲେ ଚାକିରୀ କଣ ପଡିଛି ନା କଣ ତା ଛାଡ ପିଲା ତ କେତେ କଣ ପଢି ବି ଚାକିରୀ ପାଉନାହାନ୍ତି ଆଉ ସେ ତ ଜମାରୁ ବି.ଏ ଗ୍ରାଜୁଏଟ l
ଦିନେ ସହରରେ ରହୁଥିବା ସୁଶୀଲ କାକା ଗାଁକୁ ଆସିଥାନ୍ତି l ସେ ବେଶୀ ପାଠ ପଢିନଥିଲେ ବି ବହୁତ ଟଙ୍କା ଅର୍ଜନ କରନ୍ତି l ବିନୟ ତାଙ୍କ ସହ ଦେଖା କଲା ତା ପାଇଁ ଚାକିରୀ ଟେ ବୁଝି ଦେବାକୁ କହିଲା l ସୁଶୀଲ କାକା କହିଲେ," ଆରେ ବିନୟ ତୁ ଠିକ ଟାଇମରେ ଚାକିରୀ କଥା କହିଚୁ ମତେ ମୋ ବ୍ୟାପାର ପାଇଁ ଗ୍ରାମାଞ୍ଚଳ ପାଇଁ ଗୋଟେ ପିଲା ଦରକାର ଥିଲା ତତେ ରଖିଦେବି ଆଉ "
ହଉ ତୁ ମୋ ସହ ସହର ଚାଲ ସପ୍ତାହ ଟେ କାମ ଶିଖି ତାପରେ ନିଜେ କରିବୁ ହେଲା l
ବିନୟ ର ଖୁସି କହିଲେ ନ ସରେ ଯାହା ହଉ ତାକୁ ଖଣ୍ଡେ ଚାକିରୀ ମିଳିଗଲା l
ଆରେ ବାପା କଣ ତା ଅଫିସରେ ବୋଧେ ତାକୁ ଦେଖା କରିବାକୁ ଆସିଛନ୍ତି ହେଲେ ସେ ଏତେ ରାଗିଲା ଭଳି କାଇଁ ଲାଗୁଛନ୍ତି l ପୁଣି ଆଖିରେ ଲୁହ l ସୁଶ
ୀଲ କାକା କାହାକୁ ବି ଅଫିସ ଅଡ୍ରେସ ଦେବାକୁ ମନା କରିଥିଲେ ସୁଦ୍ଧା ମୁଁ ଘରେ ଦେଇଥିଲି l
ବାପାଙ୍କୁ ପଚାରିଲି କଣ ହେଇଛି ବୋଲି ବାପା ମତେ ସବୁ କଥା କହିବାକୁ ଲାଗିଲେ l
ବିନୟର ବାପାଙ୍କୁ କିଛି ଦିନ ତଳେ ଏକ ଫୋନ ଯାଇଥିଲା ଯେ ଅପଣଂକ ଏ.ଟି.ଏମ୍ କାର୍ଡ ଏକ୍ସପାରି ହୋଇଯାଇଛି ଏକ ନୂଆ କରିବା ପାଇଁ l ବାପା ତ ଗାଉଁଲି ଲୋକ ସେ ଏତେ କଥା ଜାଣନ୍ତିନି ତା ଛାଡ ଏ.ଟି.ଏମରୁ ଟଙ୍କା ତ ମୁଁ ଉଠାଇ ସେ ଜାଣନ୍ତିନି ଉଠେଇ l
ମତେ ବି ଫୋନ କରିଥିଲେ ଏ ସବୁ ବାବଦରେ ଆଉ ମୁଁ ବି ହଁ କହିଦେଇଥିଲି ଯେ, ହଁ ଯାହା ନମ୍ବର ମାଗୁଛନ୍ତି ଦେଇଦିଅ l
କାରଣ ମୁଁ ବି ସେଇ କାମ କରୁଥାଏ ଆଉ ବ୍ୟାଙ୍କ କାମ ବୋଲି ମୋ ଖୁସି କହିଲେ ନା ସରେ ହେଲେ ମତେ ଜଣା ନଥିଲା ଯେ ଏଇ କାମ ବ୍ୟାଙ୍କ ନୁହେ ବରଂ ଲୋକଙ୍କୁ ଲୁଟିବା କାମ l
ଆଉ ସେଇ ଲୁଟର ଶିକାର ମୋ ବାପା ବି ହେଇଛନ୍ତି l ବିଲରେ ଖଟି ତା ଭଉଣୀ ବାହାଘର ପାଇଁ ସଞ୍ଚିତ ଝାଳ ବୁହା ଧନ ଲୁଟ ହେଇଯାଇଛି ଆଉ ଏ ସବୁ ପଛରେ କୋଉଠି ନା କୋଉଠି ସେ ବି ଅଛି l
ସେ ବି ଏମିତି କେତେ କେତେ ନିରୀହ ଲୋକଙ୍କୁ ଲୁଟିଛି ଅଜାଣତରେ ହଉ ପଛେ l ଆଜି ତାର ଉଚିତ ମୂଲ୍ୟ ବି ତାକୁ ମିଳିଛି l
ଏବେ ଭାବୁଛି ବାପାଙ୍କ କଥା ମାନି ଗାଁରେ ଚାଷ କରିଥିଲେ ଏ ଦିନ ଆଜି ଦେଖିନଥlନ୍ତା ହେଲେ ସହର ଆସିବାର ଗର୍ବ ଆଜି ତାକୁ ସର୍ବ ନାଶ କଲା l
କୌଣସି ପଦକ୍ଷେପ ନେବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନିହାତି ନେବା ଉଚିତ l ତା ଛଡା ଯୋଉ ଜାଗାରେ କମ ପରିଶ୍ରମରେ ଅଧିକ ଟଙ୍କା ମିଳୁଛି ବୁଝିନେବା ଉଚିତ ଯେ କିଛି ଘୋଟଲା ଅଛି l