sanghamitra pattnaik

Drama Inspirational

3  

sanghamitra pattnaik

Drama Inspirational

ଦୂର ପାହାଡ଼ ସୁନ୍ଦର

ଦୂର ପାହାଡ଼ ସୁନ୍ଦର

2 mins
4


କଥାରେ ଅଛି ଦୂର ପାହାଡ ସୁନ୍ଦର ତେବେ ପ୍ରକୁତରେ ବସ ରେ ଗଲା ବେଳେ ଦୂରରେ ଥିବା ସବୁ ଜିନିଷ ଗୁଡା ଆଖିକୁ ଖୁବ ସୁନ୍ଦର ଲାଗନ୍ତି କିନ୍ତୁ ତାକୁ ପାଖରେ ପାଇବାକୁ ବହୁତ ସମୟ ଲାଗେ.. 

       ସେମିତି କିଛି ସମ୍ପର୍କ ର ସେତୁ ଭିତରେ ଧ୍ବଂଦି ହେଉଥିଲେ ସୀମା ଆଉ ଆକାଶ  ଦୁହେଁ ପିଲାବେଳୁ ଏକାଠି ପାଠ ପଢୁଥିଲେ ତେବେ ଆକାଶ ଟିକେ ଭଲ ପଢୁଥିଲା ହେଲେ ଘରେ ଟଙ୍କା ର ଅଭାବ ରେ ବେଶୀ ପଢ଼ିପାରିଲାନି କିନ୍ତୁ ସୀମା ଧନୀ ଘର ଥିଲା ସେ ଗାଁ ଛାଡି ସହର ଗଲା ପଢିବାକୁ.   ସେ ଆକାଶ କୁ ବି ବାଧ୍ୟ କରିଥିଲା ତା ସହ ସହର ଯିବାକୁ ତାକୁ ଟଙ୍କା ସାହାଯ୍ୟ କରିବାକୁ ହେଲେ ଆକାଶ ଭାରି ସ୍ୱାଭିମାନୀ ପିଲା ସେ ମନା କରିଦେଲା ।ଆକାଶ ଠାରୁ ସୀମା ଏବେ ବେଶ ଦୁରକୁ ପଳେଇଥିଲା ଆକାଶ ଚାହିଁଲେ ବି ତାକୁ ଦେଖା କରିବାକୁ ଯାଇପାରିବନି କାରଣ ତା ପାଖେ ସେତିକି ଟଙ୍କା ନଥିଲା  ଆକାଶ ମଧ୍ୟ ନିଜ ଜୀବନ ଗାଁ ରେ ଟିଉସନ କରି ଆରମ୍ଭ କଲା.. ଚାରିଆଡେ ଆକାଶ ସାର ଙ୍କର ଚର୍ଚ୍ଚା.. ତେବେ ଆକାଶ ର ସହର ଯିବାକୁ ଭାରି ଇଚ୍ଛା ଥାଏ. ଏକରେ ସେଠି ତା ପିଲାଦିନର ସାଥି ଅଛି ଆଉ ଦୁଇ ରେ ତା ସ୍ବପ୍ନ ର ଚାବିକାଠି ଅର୍ଥାତ କଲେଜ

    ଦିନରେ ଟିଉସନ କରେ ଆଉ ରାତିକି ଜମିଦାର ଘର ବୋଲହାକ ଏମିତି କରି କିଛି ଟଙ୍କା ସଞ୍ଚିଥିଲା  ସହର ଯିବାକୁ ବାହାରିଲା ବସ ରେ ବସିଲା ତାକୁ ବସ ର ଝରକା ରୁ ସହର ଟା ବହୁତ ଛୋଟ ଲାଗୁଥାଏ ତାକୁ ଦେଖି ଦେଖି ସିଏ ଟିକେ ସ୍ବପ୍ନ ରାଇଜରେ ହଜିଯାଇଥିଲା କଣ୍ଡକଟର।  ଡାକରେ ତା ନିଦ ଭାଙ୍ଗିଲା ।

  ସେ ବସ ରୁ ଓଲ୍ହାଇ ସିଧା ସୀମା ଦେଇଥିବା  ଠିକଣା ଆଡକୁ ମୁଁହାଇଲା. କେତେ ବାଟ ଚାଲିଲା ପରେ ସୀମା ର କଲେଜ ଆସିଲା. ସୀମା ସହ ଭେଟ ବି ହେଲା. ସୀମା ଆଗ ଅପେକ୍ଷା ଢେର ସୁନ୍ଦର ଲାଗୁଥିଲା. ତାକୁ ହାତ ହଲେଇ ଡାକିଲା ଆକାଶ ସୀମା ତାକୁ ଦେଖି ନ ଦେଖିଲା ପରି ଚାଲିଗଲା ଆକାଶ ପୁଣି ସୀମା ନା ଧରି ଡାକିଲା ଏବେ ସୀମା ତାକୁ ଆସି ଗାଳି କଲା କହିଲା ମାଲିକାଣି ଙ୍କ ନା ଧରି ଡାକୁଚୁ ଆଜି ବାପାଙ୍କୁ କହି ତତେ କାମରୁ ବାହାର କରିଦେବି ତା ସାଙ୍ଗ ମାନଂକ ଆଗରେ ଆକାଶ ପାଲଟି ଗଲା ଚାକର ହଁ ହବନି ବା କେମିତି ତା ବେଶ ପୋଷାକ ତ ଠିକ ସେମିତି ଥିଲା. ତେବେ ଆକାଶ ମନ ଦୁଃଖ କଲାନି ସେଇଠି ସେ ପ୍ରତିଜ୍ଞା କଲା ଯେ ସେ ନିଜ ସ୍ୱାଭିମାନ ରେ ଲାଗିଥିବା ଦାଗ କୁ ଦୂର କରିବ ।

         ସାର ପ୍ଲିଜ଼ ମୋ ପୁଅ ର ଆଡ଼ମିସନ ଟା କରେଇଦିଅନ୍ତୁ ନା ଯେତେ ଟଙ୍କା କହିବେ ସେତେ ଦେବାକୁ ରାଜି ବାସ ଆଡ଼ମିସନ ଟା କରେଇଦିଅନ୍ତୁ ଏମିତି କିଛି କହି ନେହୁରା ହେଉଥିଲେ ଜଣେ ବାପା. ନିଜ ପିଲା ର ସହର ର ସବୁଠୁ ବଡ଼ କଲେଜ ରେ କିନ୍ତୁ ପ୍ରିନସିପାଲ ନିଜ ନିୟମ ବିରୁଦ୍ଧ ରେ ଯିବାକୁ ନାରାଜ ଯେହେତୁ ପିଲା ର ମାର୍କ କମ ତାକୁ ଆଡ଼ମିସନ ଦିଆ ଯିବ ନାହିଁ ତା ଜାଗାରେ ଗୋଟେ ଗରୀବ ମେଧାବି ପିଲାକୁ ଚାନ୍ସ ଦିଆଗଲା

  ଏଥିରେ ରାଗରେ ଜର୍ଜରିତ ହୋଇ ପ୍ରିନସିପାଲ ଙ୍କ ଚାମ୍ବର କୁ ପଶିଆସିଲେ ଆଡ଼ମିସନ ନ ହୋଇପାରିଥିବା ପିଲା ର ମା ।

  କିନ୍ତୁ ଆଶ୍ଚଯ୍ୟ ହୋଇ ରହିଗଲା ସୀମା ଏ କଣ ଯୋଉ ଆକାଶ କୁ କଲେଜ ରେ ପଢିବା ପାଇଁ ଟଙ୍କା ନଥିଲା ଆଜି ସେ ସେଇ କଲେଜ ର ପ୍ରିନସିପାଲ ଆଉ ସେ.? ସେ ତା ଜୀବନରେ କଣ ବା କଲା ବାହା ହେଇ ଘର ସଂସାର.. ଏ କି ସମୀକରଣ ର ସମ୍ପର୍କର ଏତେ ପାଖରେ ଥାଇ ବି ସେ ଆକାଶ ଠୁ ବହୁତ ଦୂରରେ ବହୁତ.. ଆଉ ଆକାଶ ଏବେ ସୀମାହୀନ ଭାବେ ବିସ୍ତୁତ ଖୁବ ଦୂରରେ

  ୍  ଠିକ ବସ ର ଝରକା ବାଟୁ ଦେଖା ଯାଉଥିବା ପାହାଡ ଭଳି ଖୁବ ସୁନ୍ଦର ଅତି ସୁନ୍ଦର ।



Rate this content
Log in

Similar oriya story from Drama