ମୋ ପ୍ରଥମ ପ୍ରେମ
ମୋ ପ୍ରଥମ ପ୍ରେମ


ପ୍ରେମ ଶାଶ୍ୱତ ଚିରନ୍ତନ. l ପ୍ରେମର ବା କଣ ଅର୍ଥ ଥାଇ ପାରେ? କେଜାଣି ମୁଁ କେବେ ଖୋଜିନି କି ଖୋଜିବାକୁ ଚାହିଁନି l ତଥାପି ମୋ ପାଇଁ ପ୍ରେମ ମୂଲ୍ୟହୀନ ଅବା ସବୁଠୁ ବେଶୀ ମୂଲ୍ୟବାନ
କେବଳ ଯେ ଜଣେ ଯୁବକ ଆଉ ଯୁବତୀଙ୍କ ଭିତରେ ସୀମିତ ତା ନୁହେଁ ପ୍ରେମ ସୀମାହୀନ ଭାବେ ବିସ୍ତୃତ ନା ଅଛି ତାର ଆଦ୍ୟ ନା ପ୍ରାନ୍ତ l
ପ୍ରେମର କୌଣସି ଠିକଣା, ଜାତି, ଧର୍ମ, ବର୍ଣ ବୟସ ନାହିଁ କେବେ ବି କୋଉଠି ବି କାହା ସହ ବି ହେଇ ଯାଇ ପାରେ l
ଠିକ ଯେମିତି ମୋ ସହ ହେଇ ଥିଲା ପ୍ରଥମେ ପ୍ରଥମେ କଳା ବୋଲି ଟିକେ ନା ପସନ୍ଦ କରୁଥିଲି ହେଲେ ଯେବେ ମୋ ଅନ୍ତର ଆତ୍ମା ତାଙ୍କୁ ଝୁରିବାକୁ ଲାଗିଲା ଜାଣିଲି ବୋଧେ ମୁଁ ପ୍ରେମରେ ପଡି ଯାଇଛି. l
ଆମ ଘର ଠାରୁ ପ୍ରାୟେ 1କିମି ଦୂରରେ ତାଙ୍କର ଘର, ଏମିତିରେ ତ ତାଙ୍କର କୌଣସି ନିର୍ଦ୍ଦିଷ୍ଟ ଠିକଣା ନାହିଁ ସେ ସବୁଠି ପୁଣି କୋଉଠି ନଥାନ୍ତି l
ପ୍ରଥମ ଦେଖା ତାଙ୍କ ସହ ମୋର ଏବେ ବି ମନେ ଅଛି, ମୋ ମାଆଙ୍କ ସହ ଯାଇ ଥିଲି ସେବେ ମୁଁ ବହୁତ ଛୋଟ ଥିଲି ମୋ ବୁଦ୍ଧି ବି ଛୋଟ ଥିଲା ଆଉ ମୋ ମା ମତେ ଟେକିକି ଦେଖାଇ ଦେଇଥିଲେ ଶିଖାଇ ଥିଲେ କେମିତି ହାତ ଯୋଡି ମୁଣ୍ଡିଆ ମାରିବାକୁ ହୁଏ. l
ସେଇ ପ୍ରଥମ ଦେଖାରେ ମାଆ ପଚାରି ଥିଲେ ଦେଖିଲୁ ଠାକୁରଙ୍କୁ?? ସେ ଜଗା, ବଳିଆ ଆଉ ମଝିରେ ମା ସୁଭଦ୍ରା. l ସତ କହିବାକୁ ଗଲେ ମୋ ନଜର କେବଳ ଜଗା ଉପରକୁ ଯାଇ ଥିଲା ଆଉ ସେଇଠି ଲାଖି ରହିଥିଲା ଏତେ ବଡ ବଡ କଳା ଆଖି ଯେ l
ମା ପଚାରିଲେ ଠାକୁର ଦେଖିବାକୁ କେମିତି?? ମୁଁ ମୋ ଦରୋଟି ଓଠରେ କହିଥିଲି ଇସସ ପୁରା କାଳିଆ, ମା ମତେ ବୁଝେଇ ଥିଲେ ସେମିତି କହନ୍ତିନି ସେ ବା ଆମ ଜଗା ଆମ ବାପା, ମା ସବୁ କିଛି. l
ତା ପରେ ଯୋଉଠି ବି କଳା ରଙ୍ଗ ଦେଖେ ଜଗା ଜଗା ବୋଲି କୁହେ ଆଉ ସେଇଥି ପାଇଁ ଆଜି ବୋଧେ ମୋ ପ୍ରିୟ ରଙ୍ଗ କଳା l
p>
ତା ପରଠୁ ସବୁବେଳେ ମାଙ୍କ ସହ ମନ୍ଦିର ଯିବାକୁ ଲାଗିଲି, ବେଶୀ ଦିନର ଦୂରତା ଅସହ୍ୟ ମନେ ହଉଥିଲା, ପ୍ରତି ସପ୍ତାହରେ ଥର ଟେ ଯାହା ହେଲେ ବି ଯାଉଥିଲି l
ଧୀରେ ଧୀରେ ବଡ ହେଲି ମୋ ମାଆଙ୍କ ସମୟ ଆଉ ମୋ ସମୟରେ ତାରତମ୍ୟ ହେଲା l ଏକା ଯିବାକୁ ଇଚ୍ଛା ହେଲେ ଯାଇ ପାରେନି କେବେ ଯାଏନି ତେଣୁ ଭୟ ହେଲେ ବି ସାହସ କରି ଗୋଟେ ସାଙ୍ଗ ସହ ଗଲି ଥରଟେ ସଫଳ ହେଲି ତେଣୁ ନିଶା ହେଇଗଲା ତାପରେ ସବୁବେଳେ ଯିବାକୁ ଲାଗିଲି. l
ଦିନର ଆରମ୍ଭ ତାଙ୍କରି ମୁଁହ ଦେଖି ହୁଏ ଶେଷ ବି ସେଇଠି. l କେବେ କେବେ ରାଗିକି ଗାଳି କରିଦିଏ ପରେ ପୁଣି କିଛି ଭୋଗ ଲାଞ୍ଚ ଦେଇ ବୁଝେଇ ନିଏ. l ଯେବେ ପ୍ରଥମ କରି ଡାଏରୀ ଲେଖିଥିଲି ସେବେ ମୋ ଜଗା ଉଦେଶ୍ୟରେ ଚିଠି ଟେ ଲେଖିଥିଲି l
ତା ପରଠୁ ଯେମିତି ଅଭ୍ୟାସ ହେଇଯାଇଥିଲା ଚିଠି ଲେଖିବା l ଲାଗେ ଯେମିତି ସତରେ କି ମୋ ଜଗା ଚିଠି ପାଇ ଚିଠି ଦବ ସେଇଥି ପାଇଁ ମୋ ମନର ଯେତେ ଦୁଃଖ କଷ୍ଟ ସବୁ କିଛି ଚିଠି ମାଧ୍ୟମରେ ଜଣାଇ ଦିଏ ତା ପାରେ ମନ ହାଲକା ହେଇଯାଏ. l
କେବେ ଯଦି ଅନ୍ୟ କୌଣସି ମନ୍ଦିର ଯାଏ ସେଦିନ ମନ ଦୁଃଖ ହେଇଯାଏଁ ଭାବେ କାଳେ ମୋ ଜଗା ମନ ଦୁଃଖ କରିବ କି ତା ପାଖକୁ ଯାଇନି ବୋଲି ତେଣୁ ମନେ ମନେ ଜଗାକୁ sorry ବୋଲି କହେ. l
ଧୀରେ ଧୀରେ ବନ୍ଧୁତା ବଢ଼ି ଯାଏ ଏମିତି ବନ୍ଧୁତା ଯାହା ଅତି ଘନିଷ୍ଠ ଆମ ସମ୍ପର୍କରେ ରାଗ, ରୁଷା, ମାନ, ଅଭିମାନ ସବୁ କିଛି ଅଛି l
କିନ୍ତୁ ଏବେ ଏ କୋରନl ଯୋଗୁ ମନ୍ଦିରକୁ ବନ୍ଦ କରାଯାଇଛି, ବହୁତ ଦିନ ହବା ଦେଖା ହେଇନି ମୋର ଆଉ ମୋ ଜଗାର ତଥାପି ରଥ ବେଳେ ଟିଭି ପରଦାରେ ହଉ ପଛେ ଜଗାକୁ ଦେଖି ଆଖି ଧନ୍ୟ ହେଇଗଲା..
ତଥାପି ମନ ମନ୍ଦିରରେ ଜଗା ରହିଛି ରହିଥିବ ମଧ୍ୟ
ଶୟନ, ସପନ ଜାଗରଣେ ସବୁବେଳେ ଜଗା ହିଁ ଜଗା l
ଜୟ ଜଗନ୍ନାଥ ସ୍ୱାମୀ
ନୟନ ପଥଗାମୀ ଭବ ତୁମେ