sanghamitra pattnaik

Romance

3  

sanghamitra pattnaik

Romance

ପ୍ରେମରୁ ଆରମ୍ଭ ଘୃଣାରେ ଶେଷ

ପ୍ରେମରୁ ଆରମ୍ଭ ଘୃଣାରେ ଶେଷ

5 mins
155



ଏହି କାହାଣୀଟି ଦୁଇଟି ପୁଅ ଓ ଝିଅଙ୍କ ଜୀବନୀକୁ ନେଇ l ମୋଟ ଉପରେ ପ୍ରେମ କାହାଣୀ କିନ୍ତୁ ଏଥିରେ ରହିଛି ବହୁତ ସାରା ମୋଡ଼ l ତେବେ ମୋଡ଼ଗୁଡିକ ବିଷୟରେ ଜାଣିବାକୁ ଓ କିଛି ଭିନ୍ନ ଅନୁଭବ ପାଇଁ କାହାଣୀଟିକୁ ଶେଷ ଯାଏ ପଢନ୍ତୁ ଓ କାହାଣୀଟି କିପରି ଲାଗିଲା ନିଜର ମୂଲ୍ୟବାନ ମତାମତ ନିଶ୍ଚିତ ଦେଇ ଲେଖାକୁ ଆହୁରି ସରସ l ସୁନ୍ଦର କରିବାରେ ସାହାଯ୍ୟ କରନ୍ତୁ l

ଆଜି ସନାତନପୁର ଗାଁରେ ଚହଳ ପଡି ଯାଇଛି ଗାଁ ଗୋଟାକ ଲୋକ ଶୂନ୍ୟ କାହାରି ଘରେ ଲୋକ ନାହାନ୍ତି ଗାଁ ଯାକ ପୋଲିସ ଛାଉଣୀ l କାରଣଟା ହେଉଛି ଗୋଷ୍ଠୀ କନ୍ଦଳ l କିନ୍ତୁ ଗୋଷ୍ଠୀ କନ୍ଦଳ ଆରମ୍ଭ ହେଲା ଅନ୍ୟ ଏକ କାରଣରୁ l ଆଉ ସେ କାରଣ ହେଉଛି ପ୍ରେମ l ହଁ ପ୍ରେମ ଏକ ଏମିତି ଶବ୍ଦ ଯାହା ଯେତିକି ସୁନ୍ଦର ତାଠାରୁ ବେଶୀ ଗୁଣରେ ଯନ୍ତ୍ରଣା ଦାୟକ l ଏକ ବର୍ଷ ତଳର କଥା ସନାତନପୁର ଗାଁର ଝିଅ ସୁମନ ଗାଁ ପାଖ ସ୍କୁଲରେ ପଢେ l ତେବେ ସ୍କୁଲ ଦୂର ହେଉଥିବାରୁ ଏକ ଛୋଟ ରାସ୍ତାଟିରେ ଯିବା ଆସିବା କରୁଥାଏ ଆଉ ସେ ଛୋଟ ରାସ୍ତାଟି ପାଖରେ ମୁସଲମାନ ବସ୍ତି ପଡେ ପ୍ରତିଦିନ ସେଇ ରାସ୍ତା ଦେଇ ଗଲା ବେଳେ ସୁମନର ସଲମାନ ସହ ଭେଟ ହୁଏ ପ୍ରଥମେ ପ୍ରଥମେ ସୁମନ ତା ପ୍ରତି ନଜର ଦିଏନି କିନ୍ତୁ ସଲମାନ ତା ସହ କଥା ହବାକୁ ବାହାନା ଖୋଜେ l ଆଉ ଦିନେ ତା ସାଇକେଲ ଖରାପ ହୋଇଯିବାରୁ ସେ ଠିଆ ହୋଇଥାଏ ପାଖରେ ଯେହେତୁ କୌଣସି ଦୋକାନ ନଥାଏ ତାପରେ ପୁଣି ଆଜି ତାର ସ୍କୁଲରେ ପରୀକ୍ଷା ଥାଏ ଠିକ ଏତିକିବେଳେ ସଲମାନ ଆସିଲା କଣ ହେଇଛି ଏଠି କାଇଁ ଛିଡା ହୋଇଛ ବୋଲି ପ୍ରଶ୍ନ କରିବାରୁ ସୁମନ ନିଜ ସାଇକେଲ ଖରାପ ହୋଇଥିବା କଥା ଜଣାଇଲା ଆଉ ପରୀକ୍ଷା ଅଛି ଡେରି ହଉଛି କହି କାନ୍ଦିବାକୁ ଲାଗିଲା l 

ଆରେ କାନ୍ଦୁଛ କଣ ପାଇଁ ଏଇ ଛୋଟିଆ କଥାରେ କେହି କଣ କାନ୍ଦେ ମୁଁ ଛାଡ଼ିଦେବି ଆସ ଆଉ ତମେ ସ୍କୁଲରୁ ଫେରିଲା ବେଳକୁ ମୁଁ ସାଇକେଲଟିକୁ ସଜାଡି ଆଣିଥିବି ତମେ ଆରାମସେ ଘରକୁ ଯାଇପାରିବ l ସୁମନ ପ୍ରଥମେ ମନା କଲା ପୁଣି ବାଧ୍ୟ କରିବାରୁ ରାଜି ହୋଇଗଲା l ପ୍ରଥମ ଥର ପାଇଁ ସୁମନ ନିଜ ବାପା l ଭାଇଙ୍କ ଛଡା ଆଉ କୋଉ ପୁଅ ପଛରେ ବସୁଛି l ସେପଟେ ସଲମାନ ବି ପ୍ରଥମ ଥର ପାଇଁ ନିଜ ବାଇକରେ ଝିଅକୁ ବସାଉଛି l ସୁମନ ମନରେ ଯୌବନର ପହିଲି ପୁଲକ ଦୋଳି ଖେଳୁଥାଏ ସଲମାନର ବି ସମାନ ଅବସ୍ଥା..

ସତକୁ ସତ ସଲମାନ ସାଇକେଲଟିକୁ ସଜାଡି ରଖିଥାଏ ସୁମନ ସ୍କୁଲରୁ ଫେରି ନିଜ ସାଇକେଲ ନେଇ ଘରକୁ ଫେରିଲା l ପରଦିନ ସଲମାନ ସୁମନକୁ ଚକଲେଟଟିଏ ଦେଲା l ଏମିତି ଧୀରେ ଧୀରେ ସେମାନଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହେଲା l ଦିନେ ସଲମାନ ସୁମନକୁ ଫୋନ ନମ୍ବର ମାଗିଲା ହେଲେ ସୁମନ ପାଖେ ତ ଫୋନ ହିଁ ନଥିଲା ନମ୍ବର ଦବ କୁଆଡୁ ତେଣୁ ମନା କଲା ହେଲେ ସଲମାନ କହିଲା ତମେ ମୋ ନମ୍ବର ରଖିଥାଅ ଯେ କୌଣସି ନମ୍ବରରୁ ମିସକଲ ମାରିଦେବ ମୁଁ କଲ କରିବି l ତୁମେ ମିସ କଲ କଲେ ହିଁ ମୁଁ କରିବି ନହେଲେ କରିବି ନାହିଁ l ସୁମନକୁ ଏ ସବୁ ଭାରି ଭଲ ଲାଗୁ ଥାଏ ଯା ହଉ ତା ପାଇଁ କେହି ଦିୱାନା ଅଛି ତାକୁ କେହି ଜଣେ ଏତେ ଭଲ ପାଉଛି l

ସେଦିନ ଥାଏ ସୁମନର ଜନ୍ମଦିନ l ସଲମାନ ତାକୁ ଗୋଟେ ଡ୍ରେସ ଗିଫ୍ଟ କଲା ହେଲେ ସୁମନ ରଖିବନି ବୋଲି ମନା କରିଦେଲା କାରଣ ଘରେ କଣ କହିବ ଯେ ସଲମାନ ତାକୁ ବହୁତ ବାଧ୍ୟ କରି କହିଲା ଆଜି ସ୍କୁଲ ଯାଅନି ଏଠି ସାଇକେଲ ଥୋଇଦିଅ ଚାଲ ବୁଲିବାକୁ ଯିବା ସ୍କୁଲ ଛୁଟି ପୂର୍ବରୁ ପଳେଆସିବା l ସୁମନ ବି ମନା କଲାନି l

ତେବେ ସଲମାନ ଦେଇଥିବା ଡ୍ରେସଟିକୁ ସ୍କୁଲ ଡ୍ରେସ ଉପରେ ପିନ୍ଧିଦେଲା ଆଉ ଦୁହେଁ ଚାଲିଲେ ଫିଲ୍ମ ଦେଖି କାଳେ କେହି ଚିହ୍ନି ଦେବେ ବୋଲି ମୁହଁରେ କପଡା ଘୋଡ଼ି ହେଇଥିଲା ସୁମନ ଦୁହେଁ ଫିଲ୍ମ ଦେଖିଲେ ରେସ୍ତୁରାଣ୍ଟରେ ଖାଇଲେ କେକ କାଟିଲେ ଆଉ ସ୍କୁଲ ଛୁଟି ପୂର୍ବରୁ ଫେରି ଆସିଲେ l ଏମିତି ହସ ଖୁସିରେ ଦୁହିଁଙ୍କ ଜୀବନ ବିତିଯାଉଥାଏ ହେଲେ କିଛି ଦିନ ହବ ସୁମନ ସ୍କୁଲ ନ ଆସିବାରୁ ସଲମାନ ସୁମନ ମିସକଲ କରିଥିବା ନମ୍ବରଟିକୁ ଫୋନ କରିଦେଲା କିନ୍ତୁ ଭାଗ୍ୟ ଭଲ ସୁମନ ହିଁ ଉଠାଇଲା ଆଉ କାନ୍ଦି କାନ୍ଦି କହିଲା ବାପା ମତେ ସନ୍ଦେହ କରୁଛନ୍ତି ବାହାରକୁ ଛାଡ଼ୁନାହାନ୍ତି ଫୋନ ବି ଦିଅନ୍ତିନି ଆଜି ଵାସ ଭୁଲରେ ଫୋନ ଟା ଛାଡିଯାଇଛନ୍ତି ଆଉ ତମେ ବି ଫୋନ କରିଦେଲ ଶୁଣ ମତେ ତମ ସହ ନେଇଚାଲ ମୁଁ ତମ ବିନା ଆଉ ରହି ପାରୁନି ତମକୁ ନଦେଖି ତମ ସହ କଥା ନହେଇ ଆଉ ରହି ପାରୁନି ପ୍ଲିଜ଼ ମତେ ଏଠୁ ନେଇଯାଅ l 

ହଉ ହଉ ତମେ ବ୍ୟସ୍ତ ହୁଅନି ଶୁଣ ଆଜି ରାତିରେ ଆମେ ପଳେଇବା ଏଠୁ ବହୁତ ଦୂରକୁ ଆଉ ସେଠି ଆମେ ଏକାଠି ରହିବା ସବୁଦିନ ପାଇଁ ଆଉ କେହି ଅଲଗା କରିପାରିବେନି ତମେ ଏବେ ଫୋନ ରଖିଦିଅ କାଳେ କେହି ସନ୍ଦେହ କରିବେ ହଁ ତମେ ନିଜର କିଛି ଟା ଡ୍ରେସ ଆଉ ଯଦି ପାରିବ କିଛି ଟଙ୍କା ସାଙ୍ଗରେ ଆଣ..

ସୁମନ ତ ପ୍ରେମରେ ପାଗଳ ଥିଲା ସେ କି ଜାଣିଥିଲା କି ଏସବୁ ତା ପାଇଁ ବଡ଼ ବିପଦ ଆଣିଦେବ ବୋଲି l ସଲମାନ କଥା ଅନୁଯାୟୀ ସୁମନ ରେଡି ହୋଇରହିଥାଏ ଅପେକ୍ଷା କରିଥାଏ ସମସ୍ତଙ୍କ ଶୋଇବାର ଆଉ ସେପଟେ ସଲମାନ ତାକୁ ଅପେକ୍ଷା କରିଥାଏ l ପ୍ଲାନ ଅନୁଯାୟୀ ସୁମନ ବି ବାହାରିଗଲା ଆଉ ବାପାଙ୍କ ପକେଟରୁ କିଛି ଟଙ୍କା ବି ନେଇଥାଏ ଦୁହେଁ ଚାଲିଲେ ତାଙ୍କ ଏକ ସାଙ୍ଗର ଭଡା ଘରେ ରହିଲେ କାରଣ ରାତି ଦୁଇଟାରେ ଟ୍ରେନ ଥାଏ ବିଜୟୱାଡାକୁ ସେଠି କିଛି ଖାଇ ବାହାରିଗଲେ ଷ୍ଟେସନ ପାଇଁ ରାତି ପାହିବା ପୂର୍ବରୁ ହିଁ ଓଡିଶା ଛାଡିବାକୁ ହବ କାରଣ ସଲମାନ ମୁସଲମାନ ଥିଲା ଆଉ ସୁମନ ହିନ୍ଦୁ l ହଁ ସେମାନେ ଗଲା ପରେ ବି ସମସ୍ତେ ଏ ବିଷୟରେ ଜାଣିବେ ହେଇପାରେ ଦଙ୍ଗା ବି ହବ l ହେଲେ ତା ପୂର୍ବରୁ ସେମାନେ ସେ ଜାଗା ଛାଡ଼ିଦେଇ ନିଜର ନୂଆ ଦୁନିଆ ବନେଇ ଦେଇସାରିଥିବେ l ନିଜର ସିମ ବି କାଢି ଫୋପାଡ଼ି ଦେଇଥିଲା ସଲମାନ l 

ବିଜୟୱଡାରେ ଏକ ଘର ଭଡାରେ ନେଇ ରହିଲେ ହେଲେ ଏ ପଟେ ସୁମନର ବାପା ଆଉ ତାଙ୍କ ଗାଁ ଲୋକ ଏକଜୁଟ ହୋଇ ସୁମନକୁ ଖୋଜୁଥାନ୍ତି ଆଉ ସଲମାନ ଉପରେ ତାଙ୍କର ଆଗରୁ ସନ୍ଦେହ ଥିଲା ଆଉ ସେ ବି ନାହିଁ ତେଣୁ ଜାଣିଗଲେ ତାରି ସହ ଝିଅ ଯାଇଛି ଆଉ ଥାନାରେ କେଶ ଦେଲେ ଯେ ମୋ ଝିଅକୁ ସଲମାନ କିଡନାପ କରି ନେଇଯାଇଛି l ଯେହେତୁ ସୁମନ ନାବାଳିକା ଥିଲା କେଶ ବି ରୁଜୁ ହୋଇଗଲା l ନାବାଳିକା ମାମଲା ହେତୁ ପୋଲିସ ଟିକେ ଶୀଘ୍ର କାମରେ ଲାଗିଲା l ସେଦିନ ରାତିରେ ଯୋଉ ସାଙ୍ଗ ଘରେ ଥିଲେ ତାକୁ ଧମକାଇ ମାରି ବାରୁ ଜଣା ପଡିଲା କି ସେମାନେ କୁଆଡେ ଯାଇଛନ୍ତି ଆଉ କୋଉଠି ଅଛନ୍ତି ତା ଠୁ ସେ ନୂଆ ନମ୍ବର ବି ଆଣିଲେ ଜାଣିଗଲେ କୋଉଠି ରହୁଛନ୍ତି ସେମାନେ ସେଠୁ ସେମାନଙ୍କୁ ଧରି ଆଣିଲେ l ସେମାନେ ସେଠି ସ୍ୱାମୀ ସ୍ତ୍ରୀ ହୋଇ ରହୁଥିଲେ ସୁମନର ତ କିଛି ହେଲାନି ସଲମାନକୁ କିନ୍ତୁ ଜେଲ ହେଇଗଲା କାରଣ ସୁମନ ନାବାଳିକା ଥିଲା ତେଣୁ ତାର ନିଜସ୍ୱ ମତ ବୋଲି କିଛି ନାହିଁ l 

ସଲମାନକୁ ଜେଲ ହେଲା ପରେ ସଲମାନର ବସ୍ତିର ମୁସଲମାନ ଭାଇ ମାନେ ଏକତ୍ରିତ ହୋଇଗଲେ ଭଙ୍ଗା l ରୁଜା କରିବାକୁ ଲାଗିଲେ ତେଣେ ପୋଲିସ ସେମାନଙ୍କୁ ବୁଝା ସୁଝା କଲା ସଲମାନକୁ ବେଲ ମିଳିଯିବ ବୋଲି ଆଶ୍ୱାସନା ଦେଲେl

ଆ ଭିତରେ ପ୍ରାୟ ଛ ମାସ ବିତିଗଲାଣି ସୁମନକୁ ଅଠର ବର୍ଷ ହବାକୁ ଆଉ ପାଞ୍ଚ ମାସ ବାକି ଥାଏ ଅଠର ହେଲେ ସେ ସାବାଳିକା ହୋଇଯିବ l ସେଦିନ ସଲମାନର ବେଲ ହବାର ଥାଏ l ନିୟମ ଅନୁଯାୟୀ ସୁମନର ଅନୁମତି ଦରକାର ବେଲ ପାଇଁ l ଯେବେ କୋର୍ଟ ପଚାରିଲେ କି ସଲମାନକୁ ବେଲ ମିଳିଲେ ତୁମର କିଛି ଆପତ୍ତି ଅଛି ବୋଲି ସେବେ ସୁମନ ରୋକଠୋକ ମନା କରିଦେଲା ତାକୁ ବେଲ ନ ଦେବାକୁ l

କାରଣ ପଚାରିବାରୁ କହିଲା ବାପା ମୋ ବାହାଘର ଅନ୍ୟଠି ଠିକ କରିଛନ୍ତି ଆଉ ପାଞ୍ଚ ମାସ ପରେ ମୋ ବାହାଘର ମୋ ବାହାଘରରେ କାଳେ କିଛି ଅସୁବିଧା କରିବ ତେଣୁ ମୋ ବାହାଘର ସରୁ ତାକୁ ବେଲ ଦେବେ l

କୋର୍ଟ ପୁଣି ପଚାରିଲେ କି ତୁମେ ତାକୁ ଭଲପାଉଥିଲ ତ? ଅସୁବିଧା କଣ ହେଲା?

ହଁ ଭଲ ପାଉଥିଲି ହେଲେ ଆମର ଜାତି ଅଲଗା ତ ସମାଜ ସ୍ୱୀକୃତି ଦବନି ତେଣୁ l 

ପାଞ୍ଚ ମାସ ପରେ ସଲମାନ ବେଲରେ ଆସିଲା ସେବେ ସୁମନର ବାହାଘର ସରିଯାଇଥାଏ ଆଉ ସେ କୋଉଠି ବାହା ହୋଇଛି ଏ କଥା ତାକୁ ଅଛପା ନଥିଲା ସେ ଜେଲରେ ଥିଲେ କଣ ହେଲା ତା ସାଙ୍ଗ ସାଥି ତାକୁ ସବୁ ଖବର ଦେଇଥିଲେ ଆଉ ଜେଲରୁ ସିଧା ଚାଲିଲା ସୁମନ ଶାଶୁ ଘରକୁ ଆଉ ତା ସାଙ୍ଗ ଠାରୁ ଏକ ବନ୍ଧୁକ ନେଇଥିଲା କେହି କିଛି ବୁଝିବା ପୂର୍ବରୁ ସିଧା ସୁମନ ମୁଣ୍ଡକୁ ତିନି ରାଉଣ୍ଡ ଗୁଳି ଚଳେଇଲା ଆଉ ନିଜ ମୁଣ୍ଡକୁ ମଧ୍ୟ ଆଉ ସେଇଠି ଦୁହେଁ ଟଳି ପଡିଲେ ସବୁଦିନ ପାଇଁ ପ୍ରେମରୁ ଆରମ୍ଭ କାହାଣୀଟି ଘୃଣାରେ ଶେଷ ହୋଇଗଲା..

ଏମିତି କାହାଣୀ ନିତିଦିନିଆ ସମାଜରେ ଘଟି ଆସୁଛି କେବଳ ଯେ ପୁଅ ମାନେ ଧୋକା ଦେଉଛନ୍ତି ପୁଅ ମାନେ ଖରାପ ତା ନୁହେଁ କେଉଁଠି ନା କେଉଁଠି ଝିଅ ମାନଙ୍କର ବି ଭୁଲ ରହୁଛି ସବୁଠୁ ବେଶୀ ଭୁଲ ପରିବାରର ରହୁଛି.. କାହାଣୀଟି କିପରି ଲାଗିଲା ମତାମତ ଦେଇ ନିହାତି ଜଣାଇବେ l 



Rate this content
Log in

Similar oriya story from Romance