Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Maheswar sahoo

Drama


3  

Maheswar sahoo

Drama


ଭାଗ୍ୟ ବଦଳିଲା ନୂଆ ବର୍ଷରେ

ଭାଗ୍ୟ ବଦଳିଲା ନୂଆ ବର୍ଷରେ

11 mins 536 11 mins 536

ଖୁସି ସବୁବେଳେ ଉଆଡିଆରେ ଠିଆ ହେଇ ବହୁତ ଭାବିଥାଏ । ବହୁତ ଆଶା କରିଥାଏ କଣ ମୋ ଜୀବନରେ ଏମିତି ସୁଖ ମିଳିବ ନାହିଁ । ମୁଁ କଣ କେବେ ଏହିପରି ରହିବାର ସୁଯୋଗ ପାଇବିନି । ସବୁବେଳେ ଉଆଡ଼ିଆରେ ଠିଆ ହେଇ ବହୁତ ସମୟ ଭାବେ । ବହୁତ ପ୍ରତୀକ୍ଷା କରିଥାଏ ହେଲେ ତା ସମୟ ଆସିଲା ବେଳକୁ ସବୁ ସରି ଯାଇଥାଏ । କେତେ ସୁନ୍ଦର ବାସ୍ନା ସହିତ କେତେ ଲୋଭାଣିଆ ଓ ସ୍ୱାଦିଷ୍ଟ ବ୍ୟଞ୍ଜନ ଦୈନିକ ବାବୁଙ୍କୁ ପରସା ଯାଇଥାଏ । ହେଲେ ନିଜ ଖାଇବା ବେଳେକୁ ସେଇ ବଞ୍ଚା କଞ୍ଚା ଡାଲି ପାଣି । ଆଖିରୁ ଦୁଇ ଟୋପା ଲୁହ ଝରି ପଡିଥାଏ । ବାପା ମାଆ ଛେଉଣ୍ଡ ହେଇଗଲା ପରେ ଏହି ଦୁନିଆଟା ବହୁତ ଶୂନ୍ୟ ଶୂନ୍ୟ ଲାଗେ ପରା ।


  ବାବୁ ଜଣଙ୍କ ମୋତେ ଅନାଥ ଆଶ୍ରମରୁ ନେଇ ଆସି ଅନାଥର ନାଥ ବୋଲି ନିଜକୁ ଗର୍ବ ଓ ଗୌରବାନ୍ୱିତ ହୋଇଥିଲେ, ହେଲେ ମୁଁ ଜାଣି ପାରୁଛି ଅନାଥର ଅର୍ଥ ଓ ଅନାଥର ଜୀବନ ଶୈଳୀ । ନିଜେ ଖାଇ ସାରିଲେ ଯାହା ବଳି ପଡିବ ଜଣେ ଅନାଥ ଝିଅ ପାଇଁ ସେଇଟା ଆହାର ହେବ ଯେ ହେଲେ ମୁଁ ଆଶ୍ରମରେ ବହୁତ ଆଡମ୍ବରରେ ଥିଲି । ସେଠାରେ ମାଗିଲେ ମିଳୁଥିଲା ହେଲେ ମୋ ବାବୁତ ବହୁତ ବଡ଼ ଲୋକ । ବହୁତ ସ୍ୱାଦିଷ୍ଟ ବ୍ୟଞ୍ଜନ ରୋଷେଇ ହୁଏ । ରୋଷେଇର ବାସ୍ନା ମୁଁ ଆଘ୍ରାଣ କରିଥାଏ । ମୋ ନାଁରେ କୁଆଡେ ମାସିକ ଦୁଇ ହଜାର ବ୍ୟାଙ୍କରେ ସଞ୍ଚୟ କରା ଯାଉଛି ବାବୁଙ୍କ ଦ୍ୱାରା । ମୁଁ ବାବୁଙ୍କ ଘରେ ବାସନ ମାଜିବି ଓ ଘର ଦ୍ୱାର ସଫା କରିବି ଏହି କାମ ମୋତେ ଦିଆ ଯାଇଛି । 


   ମୁଁ ଦେଖୁଛି ବାବୁଙ୍କ ଝିଅ ଲିଜା କେତେ ଯତ୍ନରେ ରହୁଛି । ପାଠ ପଢୁଛି ହେଲେ ମୋ ଭାଗ୍ୟ ଖେଳ ବଡ଼ ବିଚିତ୍ର । ମୋ ବୟସର ସେ ମଧ୍ୟ ଜଣେ ଝିଅ । ମୁଁ ତାର ବଳକା ଭୋଜନକୁ ଭକ୍ଷଣ କରିବି । ମୁଁ ତାର କପଡା ସଫା କରିବି । ମୁଁ ତାର ଚପଲ ପାଲିସ କରିବି ଆଉ......ଅନାଥ କନ୍ୟା ହିସାବରେ ବଞ୍ଚିବି ।


   ଏଇ କିଛି ଦିନ ହେବ ଲିଜାର ମୋ ପ୍ରତି ଟିକେ ଦୟା ଆସିଛି । ଲିଜା କହିଛନ୍ତି ଖୁସି ତୁ ଏବେ ଠାରୁ ଭଲ ଖାଇବୁ ଆଉ ଯେତେବେଳେ ତୋର ଇଚ୍ଛା ହେବ ଟିକେ ଟିକେ ମୋ ପଢ଼ା ବହି ଆସିକି ଦେଖିବୁ । ମୁଁ ସ୍କୁଲ ଗଲା ବେଳେ ଗୋଟେ ବହି ବାହାରେ ରଖି ଦେଇଯିବି ଆଉ ତୁ ଆସିକି ତୋର ଯେତେବେଳେ କାମ ନ ଥିବ ଟିକେ ଟିକେ ପଢିବୁ । ଏମିତି ଦୁଇଜଣ ସାଙ୍ଗ ହେଇଛନ୍ତି । କାରଣ ଦୁଇ ଜଣ ଏକା ବୟସି । ବୟସ ଦୁଇଜଣଙ୍କର ପାଖା ପାଖି ବାର ହେବ । ଲିଜା ଷଷ୍ଠରେ ପଢେ । ଖୁସି ଆଶ୍ରମରେ ଯାହା ଟିକେ ପଢିଥିଲା ତାର କୌଣସି ପ୍ରମାଣ ନାହିଁ । ଯାହା ହେଲେ ବି ବହି ପଢି ପାରେ ।


   ଏବେ ଠାରୁ ଦୁଇଜଣଙ୍କ ଭିତରେ ଭିତିରିଆ ପାଠ ପଢା ଓ ଖିଆ ପିଆ ଚାଲିଲା । ପ୍ରଖର ସ୍ରୋତରେ କୁଟାଖଣ୍ଡେ କୁ ସାହା ଭଳି ଲିଜା ଖୁସି ପାଇଁ ଏକ ସାହା ଓ ରାହା ହୋଇ ଠିଆ ହୋଇଥିଲା । ଏବେ ଦୈନିକ ଖୁସି ଗଣିତ, ଭୂଗୋଳ, ଇଂରାଜୀ, ବିଜ୍ଞାନ ଭଳି ସମସ୍ତ ପୁସ୍ତକ ବହୁତ ମନ ଦେଇ ପଢି ଚାଲିଲା । ଲିଜାର ପ୍ରଚଣ୍ଡ ସ୍ମରଣ ଶକ୍ତି ଓ ବିଚିତ୍ର ଆଗ୍ରହର ଫଳ ସ୍ୱରୂପ ଲିଜା ପୁରା ବହି ଗୁଡିକୁ ଅନର୍ଗଳ ପାଠ କରିଚାଲିଲା । ଏମିତିକି କେଉଁ ପୃଷ୍ଠାରେ କଣ ଲେଖା ଯାଇଛି ତା ମନରେ ଗୁଂଜାଇତ କରୁଥାଏ । 


    ଲିଜା ପରୀକ୍ଷା ଦେଲା ଓ ପରୀକ୍ଷାରେ ଭଲ ନମ୍ବର ରଖି ଶ୍ରେଣୀରେ ପ୍ରଥମ ସ୍ଥାନ ପାଇଲା । ହେଲେ ଖୁସିର ପରୀକ୍ଷା କଣ ଯେ । ବଣ ମଲ୍ଲି ବଣରେ ଫୁଟି ଝଡ଼ି ପଡିଲା ଭଳି ତାର ଜୀବନ । 


   ଆଜି ନୂଆ ବରଷ । ବାବୁଙ୍କର ସାଙ୍ଗ ସାଥି ଓ ବନ୍ଧୁବାନ୍ଧବ ସମସ୍ତଙ୍କୁ ନିମନ୍ତ୍ରଣ କରା ଯାଇଛି । ଏପରିକି ଲିଜା ବିଦ୍ୟାଳୟର ସମସ୍ଥ ଶିକ୍ଷକ ମଧ୍ୟ ଆସିବେ । କାରଣ ଲିଜା ପ୍ରଥମ ସ୍ଥାନରେ ବିଦ୍ୟାଳୟରେ ଥିବାରୁ ବାପା ବହୁତ ଖୁସି ଥିଲେ । ନାନା ପ୍ରକାର ବ୍ୟଞ୍ଜନ, ଛେଳି ମାଂଶ ସହିତ କ୍ଷୀରି ପାପଡ଼ ଏମିତି ନାନା ବ୍ୟଞ୍ଜନ ତିଆରି ହେବାର ଆୟୋଜନ ହୋଇଛି ।


ଖୁସି ସକାଳେ ଲିଜା ପଛରେ ପଡିଛି । ତା କପଡା ଧୋଇ ଦେଉଛି । ତା କେଶ ସଜାଡି ଦେଉଛି । ଜୋତା ଦୁଇଟିକୁ ଭଲିକି ପାଲିସ କରି ଦେଉଛି । ଯାହା ହେଲେ ବି ନୂଆ ବରଷ । ନୂଆ ବରଷରେ ଖୁସି ରହିଲେ ବର୍ଷ ସାରା ଖୁସି ଆସିଥାଏ ବୋଲି ବଡ଼ ଲୋକଙ୍କ ଠାରୁ ଶୁଣିଛି । ହେଲେ ତାର ଖୁସି କେବଳ ଲିଜା ଦ୍ୱାରା ସମ୍ଭବ । କାରଣ ଲିଜା ଏବେ ତାର ଘରୁ କରି ଆଣିବା ପାଇଁ ଦିଆ ଯାଉଥିବା ପାଠକୁ ଖୁସି ଦ୍ୱାରା କାରାଉଛି । ଖୁସି ଯେତେ କଠିନ ଗଣିତ ହେଲେ ମଧ୍ୟ ବହୁତ ସହଜ ଉପାୟରେ ସମାଧାନ କରିପାରୁଛି । 

ଖୁସି କହିଲା ଲିଜା ଜାଣିଛୁ !

ଲିଜା,"କଣ କହ ?"

ଖୁସି, "ଲିଜା ଜାଣିଛୁ ତମ ଘରକୁ ଆସିବା ଠାରୁ ମାଂସ ତରକାରୀ ଟିକେ ଖାଇବା ସ୍ୱପ୍ନ ହେଇ ଯାଇଛି । ଜାଣିଛୁ ଆଶ୍ରମରେ ଆମକୁ ପ୍ରତ୍ୟକ ରବିବାର କୁକୁଡ଼ା ମାଂଶ ଖାଇବାକୁ ମିଳେ । ହେଲେ ତମ ଘରେ ସବୁବେଳେ ମାଂଶ ହେଉଛି ହେଲେ ଖାଇବା ପାଇଁ ଗୋଟେ ଖଣ୍ଡ ମିଳୁ ନାହିଁ । ଆଉ ତମ ଘରେ ଯେତେବେଳେ ମାଂଶ ହେଉଛି କୁଆଡୁ କେଜାଣି ଲୋକ ପହଞ୍ଚି ଯାଉଛନ୍ତି ଯେ, ଶେଷରେ ମୁଁ ଖାଇବା ବେଳକୁ ଝୋଳ ବି ସ୍ୱପ୍ନ ପାଲଟି ଯାଉଛି ।"

ଲିଜା, " ହଉ ଲୋ ଖୁସି ମୁଁ ଜାଣିଛି, ମୋ ବାପାଙ୍କର ବହୁତ ସାଙ୍ଗ, ସବୁ ସାଙ୍ଗମାନେ ଆସି ଯାଆନ୍ତି ଆମ ଘରେ ମାଂଶ ଭୋଜି ହେଲେ । ମୁଁ ଆଜି ମୋ ପାଇଁ ଯାହା ଖାଇବାକୁ ଦେବେ ତାକୁ ସବୁ ତୋ ପାଇଁ ଲୁଚେଇ ନେଇ ଆସିବି ତୁ ଖାଇ ଦେବୁ । ବୁଝିଲୁ ଖୁସି, ମୋ ବାପା ବହୁତ ରାଗି ଲୋକ । ସେ ଯେମିତି ଦେଖି ନ ପାରିବେ ସେଥିପାଇଁ ମୁଁ ବ୍ୟବସ୍ଥା କରୁଛି ତୁ ମନ ଦୁଃଖ କରନା ।"


ଖୁସି, " ହଉ ଲିଜା ତମ ଦୟା, ମୋର ବହୁତ ଇଛା ହୁଏ ଟିକେ ଭଲ ତରକାରୀ ଖାଇବାକୁ, ହେଲେ ଦିନେ ରୋଷେଇ ମାଉସୀଙ୍କୁ କହିଲି , ମାଉସୀ ମୋତେ ଦୁଇ ଖଣ୍ଡ କସା ହୋଇ ଥିବା ମାଂଶ ଦିଅ ବହୁତ ଲୋଭ ହେଉଛି । ହେଲେ ମାଉସୀ ମୋତେ ମୋ ଗାଲ ମୁଳିକୁ ଦୁଇ ଜବଡା ଦେଲେ । ଜାଣିଛୁ ବହୁତ କାନ୍ଧିଛି । ମୋର କିଏ ଅଛି ଯେ ମୋତେ ଖାଇବାକୁ ଦେଵ ! କଣ ପାଇଁ ମୋତେ ୟେ ହୀନସ୍ଥା ଜୀବନ ମିଳିଲା ମୁଁ ବି ଜାଣି ପାରୁନି । "

ଲିଜା," ବ୍ୟସ୍ତ ହଅନା ଖୁସି । ମୁଁ ଅଛି ପରା । ଆମେ ଦୁଇଜଣ ସାଙ୍ଗ ହୋଇଛନ୍ତି ନା । ଦେଖ ତୁ ମୋ କାଲି ଜଉ ଡ୍ରଇଂ କରି ଦେଇଥିଲୁ ଜାଣିଛୁ ମୋତେ କୋଡିଏ ରୁ କୋଡିଏ ମିଳିଲା । ଆଉ କେତେ ପ୍ରସଂଶା ମିଳିଲା ସ୍କୁଲରେ । ତୁ ଏତେ ସୁନ୍ଦର ଡ୍ରଇଂ ଆଉ ପାଠ କେମିତି ଶିଖି ପାରୁଛୁ କହିଲୁ । ସତ କହ ଖୁସି ତୋ ଭିତରେ ଏତେ ସୁନ୍ଦର କଳା ଭଗବାନ କେମିତି ଦେଲେ ଯେ? ହେଲେ ତାହା କାର୍ଯ୍ୟ କାରୀ ହେଇ ପାରୁନି ତେଣୁ କାର୍ଯ୍ୟ କାରୀ ହେବା ପାଇଁ ମୁଁ ନିଶ୍ଚୟ ସୁଯୋଗ ଦେବି ଖୁସି ! ତୁ ବ୍ୟସ୍ତ ହଅନା ।"


ଖୁସି, " ତୁ କେମିତି ଦେବୁ କହିଲୁ, ତୋ ବାପା ମୋତେ ମାରିଦେବେ ଯଦି ସେମିତି କିଛି କଲେ । ମୋର ଦରକାର ନାହିଁ ପ୍ରତିଭାର ବିକଶିତ ହେବା । ମୋର କିଏ ଅଛି ଯେ? କେବଳ ଲୋକ ହସା ହେବି ମାତ୍ର । "

ଲିଜା," ଜାଣିଛୁ ଖୁସି ଆଜି ନୂଆ ବରଷରେ ମୋ ସାଙ୍ଗ ସାଥି ସବୁ ଆସିବେ । ତା ସହିତ ମୋ ବିଦ୍ୟାଳୟ ଶିକ୍ଷକ ମାନେ ଆସିବେ । ବାପାଙ୍କ ସାଙ୍ଗ ସାଥି ସବୁ ଆସିବେ । ଆଉ ଗୀତ ନାଚ ମଧ୍ୟ ହେବ । ତେଣୁ ତୁ ବହୁତ ଭଲ ଗୀତ ଗାଉ ନା !ଆଜି ନିଶ୍ଚୟ ଗୀତ ଗୋଟେ ଗାଇବୁ ଆଉ ମୋ ସହିତ ନାଚିବୁ ମଧ୍ୟ ।"

ଖୁସି, " ହଁ ଯେ ହେଲେ ମୋତେ ମାଡ଼ ଖୋଇବୁ । ଆଉ ଜାଣିଛୁ ମୁଁ ଜଉ ଗୀତ ଗୋଟେ ଗାଏ ?"

ଲିଜା," ହଁ ଜାଣିଛି ସବୁବେଳେ ଗୁଣୁଗୁଣୁ ହେଇକି ଗାଉ ଆଉ କାନ୍ଧୁ ତ । ଜାଣିଲୁ ଆଉ କେବେ କାନ୍ଧିବୁନି । ତୁ କାନ୍ଧିଲେ ମୋ ଛାତି ଫାଟିଯାଏ । ମୁଁ ଗୋଟେ ବିଷୟ ପଢ଼ିଛି ଗୋପବନ୍ଧୁ ଦାସଙ୍କର । ବାପା ମାଆ ଛେଉଣ୍ଡ ପିଲାଟେ କେମିତି ବିଶ୍ୱ ପ୍ରସିଦ୍ଧ ହୋଇ ପାରିଥିଲା । ଜାଣିଛୁ ସେ ବିଷୟ ?"

ଖୁସି," ହଁ ସେଇ ବିଷୟ ପଢି ମୁଁ ମଧ୍ୟ ପ୍ରେରଣା ପାଇଛି । ଯିଏ କଠିନ ପରିଶ୍ରମ ସହିତ ଧର୍ଯ୍ୟ ଓ ନିଷ୍ଠାର ସହିତ ସାଧନା କରେ ସେ ସବୁଥିରେ ଉତ୍ତୀର୍ଣ ହୁଏ । ଆଉ ମୁଁ ମଧ୍ୟ ମୋ ନାଁ କୌଣସି ବିଦ୍ୟାଳୟରେ ନ ଥାଇ ମଧ୍ୟ ମୁଁ ସାଧନା କରୁଛି । ନିଜ ହୃଦୟର କୋହକୁ ନୟନର ଅଶ୍ରୁ ସହିତ ଗୁଣୁଗୁଣୁ ଗୀତରେ ମାର୍ଜିତ କରିଚାଲିଛି ।"

ଲିଜା, " ଗାଇଲୁ ସେଇ ଗୀତ ଟା। "

ଖୁସି, " ବାପା ନାହିଁ ଜାର, କିଏ ହେବ ଯେ ନିଜର...!

ମାଆ ହିଁ ବୁଝିବ ମନର ବେଦନା,

  କୋଳେଇ କାଖେଇ ଖୁଏଇ ଦେଵ, 

   ପେଟ ଦେଖି ସିଏ ଦୁଃଖ ବୁଝିବ,

   କିଏ ହେବ ଯେ ନିଜର.......!!

ଅତି ମଧୁର କଣ୍ଠରେ ଗୀତ ଗାଉଥିବା ସମୟରେ ନିଜ ଆଖିରୁ ଧାର ଧାର ଲୁହ ବୋହି ଯାଉଥିଲା । ଆଉ ଏଇ ସମୟରେ ବାବୁ ଆସିଯାଇଥିଲେ । କାମ ଧନ୍ଦା ଛାଡି ୟେ ଝିଅଟା ଗୀତ ଗାଇ ବାରେ ବସି ଯାଉଛି । ସକାଳ ଠାରୁ ସଞ୍ଜ ପେଟେ ଠୁସି ଦେଇ ଗୀତ ଗାଇବାକୁ ମୋ ଘର ମିଳିଛି ବୋଧେ । ମାସିକ ଦୁଇ ହଜାର ସହିତ ଖାଇବା ପିଇବା ଦେଇ କଣ ମିଳୁଛି ଯେ କୌଣସି କାମକୁ ନୁହେଁ ୟେ ଝିଅ । ଆଶ୍ରମ ଵାଲା ମୋତେ ଠକେଇ ଦେଲେ । କହିଲେ ଜଣେ ବାର ବରଷ ର ଝିଅ ଅଛି ନେଇ ଯାଅ ଭଲ କାମ କରିବ । ହେଲେ ଏଇ ଅନାଥ ଓ ଜାରଜ ପିଲା ଗୁଡାକ କଣ କାମ କରିବେ ଯେ । କାଲି ନେଇ ତାକୁ ତା ଜାଗାରେ ଛାଡି ଦେଇ ଆସିବି । ବର୍ଷେ ପୁରୀ ଦୁଇ ବର୍ଷ ହେଲା ହେଲେ କାହିଁ ୟାର କାମ ଧନ୍ଦାରେ କିଛି ପରିବର୍ତ୍ତନ ହେଉନି । ରୋଷେଇ କରି ପାରୁନି କି ଭଲ କରି କପଡା ଧୋଇ ପାରୁନି । ବାବୁ ଏମିତି ଗୁଡ଼ାଏ ଆଜି ନୂଆ ବରଷ ରେ ଗର୍ଜନ କରି ଚାଲିଲେ । କାଲି ତାର ଏଇ ଘରୁ ଦାନା ପାଣି ସରିଯିବ । 


    ଥରି ଥରି ଦଉଡି ପଳେଇ ଗଲା କପଡା ଆଉ ବାସନ ସଫା କରିବାକୁ । ବାବୁଙ୍କର ଗୋଟେ ଜିଦ ଖୁସିକୁ ଆଉ ରଖିବେନି ସକାଳ ଠାରୁ ଖୁସି ଉପରେ ବିଳି ବିଳି ହେଉଛନ୍ତି । ସନ୍ଧ୍ୟା ହେଲା ରୋଷେଇ କାମ ଆରମ୍ଭ ହେବ । ଚାରିଆଡ଼ ସଜ୍ଜିତ କରା ଯାଇଛି । ମାଇକି ଉଚ୍ଚ ସ୍ୱରରେ ବାଜୁଛି । ଚାରି ଆଡ଼ ଆନନ୍ଦ ବିଭୋର । ସବୁ କହୁଛନ୍ତି ନୂତନ ବରଷର ଅଭିନନ୍ଦନ । କୁଣ୍ଢା କୁଣ୍ଢି କୋ କୋଳା କୋଳି ହେଉଛନ୍ତି । 


    ବାବୁଙ୍କର ସମସ୍ତ ଅତିଥି ଧୀରେ ଧୀରେ ଆସିବା ଆରମ୍ଭ କଲେ । ଲିଜାର ବହୁତ ସାଙ୍ଗ ଆସିଥାନ୍ତି । ସବୁ କେତେ ସୁନ୍ଦର ପୋଷାକ ପିନ୍ଧିଛନ୍ତି । କେତେ ରଙ୍ଗ ବେରଙ୍ଗର ପୋଷାକ ସହିତ ସୁନ୍ଦର ସୁନ୍ଦର ଜୋତା । କିଏ ମେହେନ୍ଦିରେ ନିଜ ଶରୀର ସୋଶୋଭିତ କରିଛିତ ତ କିଏ ଅତର ଏମିତି କେତେ କଣ । ଖୁସି ଉହାଡ଼ିଆରେ ଠିଆ ହୋଇ ଅନେଇ ଦେଉଛି ଆଉ ଏଇଟା ତାର ନୂଆ ବରଷର ଖୁସି କହିଲେ ଚଳେ । ସେ ଛୋଟ ପିଲା ହେଲେ ମଧ୍ୟ ନିଜ ମଣିଷ ପଣିଆକୁ ବୁଝି ପାରିଛି । ନିଜର ପରିଚୟ ବିଷୟରେ ସେ ଅବଗତ ନୁହେଁ । ବାବୁ ତାକୁ ଜାରଜ କହୁଛନ୍ତି । ଅର୍ଥାତ ସେ ଜାଣିଛି ବହିରୁ ପଢି ଯାହାର ବାପା ମାଆର ପରିଚୟ ନ ଥାଏ ସେ ଜାରଜ ଅଟେ । ତେଣୁ ତାକୁ ତା ବାପା କିଏ ଓ ମାଆ କିଏ ସେ ଜାଣେନା । ତା ପାଇଁ ନୂଆ ବରଷରେ ନିଆଁ ଲାଗି ଯାଇଛି । ଯାହାର ବାପା ମାଆ ଥାନ୍ତି ସେଇ ପିଲା ମାନେ ଖୁସିରେ ରୁହନ୍ତି ବୋଲି ତାର ଧାରଣା । ଯେତେବେଳେ ସମୟ ପାଏ ଖାଲି ଆଢୁଆଳରେ ଠିଆ ହୋଇ ଦେଖେ ସେଇ ତା ବୟଷର ଝିଅ ମାନଙ୍କୁ ଆଉ ତାକୁ ତା ନିଜ ପ୍ରତି ବହୁତ ଘୃଣା ଆସେ । ହେଲେ ମଣିଷ ଜୀବନ ଦୁର୍ଲଭ ବୋଲି ବଡ ଲୋକିଆ କୁହନ୍ତି । ହେଲେ ମୋ ଜୀବନ ବି ଦୁର୍ଲଭ ହୋଇ ଥାଇ ପାରେ । ବଞ୍ଚି ଥିବା ଯାଏ ଚେଷ୍ଟା କରିବା । ତାକୁ କେବଳ ଲିଜା ସହାୟ ଏତିକି ଜାଣିଛି । ଲିଜା ତା ପ୍ରତି ଭଗବାନ । ଆଜି ସକାଳେ ଲିଜା ତାକୁ କେତେ ବୁଝେଇଛି ଆଉ ନୂଆ ବରଷର ଅଭିନନ୍ଦନ ମଧ୍ୟ କହିଛି । ହେଲେ ଏଇତ ଦୁନିଆ ଟିକେ ଖୁସି ମିଳିଲା ବେଳକୁ ବାବୁ କହିଲେଣି କାଲି ମୋତେ ଏଠୁ ବିଦା କରିବେ । ହେ ଭଗବାନ !!!!

ହେ ଭଗବାନ!!!!

  ଏଇ ନୂଆ ବରଷର ନିଆଁରେ ମୋ ଦୁର୍ଭାଗ୍ୟ ପୋଡି ସୌଭାଗ୍ୟର ପାଉଁଶ ପ୍ରାପ୍ତି କରାଓ ପ୍ରଭୁ ଏତିକି କରୁଣା ଭିକ୍ଷା କରୁଛି ପ୍ରଭୁ।  


   ମାଇକି ବାଜୁଛି ସବୁ ବନ୍ଧୁ ବାନ୍ଧବ, ସାଙ୍ଗ ସାଥି ଓ ଅତିଥି ବାବୁଙ୍କର ଆସି ସାରିଲେଣି । କାର୍ଯ୍ୟକ୍ରମ ଆରମ୍ଭ ହେବ । ଖୁସି ଟିକେ ଖୁସି ଜଣା ପଡୁଛି । ଅଦିନିଆ ଖୁସି ତା ମୁଣ୍ଡ ଉପରେ ଉଙ୍କି ମାରୁଛି । ହେଲେ ସେ କଉଥି ପାଇଁ ଖୁସି ହେଉଥିଲା ଜାଣି ପାରୁନି । 


   ଖୁସି ଦେଖିବାକୁ ସୁନ୍ଦର ହେଲେ ଦେହରେ ତାର ମଇଳା ଛିଣ୍ଡା ସୁଇଟର । ଆଉ ଫୁରୁ ଫୁରୁ କେଶ ଗୁଛ । ହେଲେ ବି ସେ ସୁନ୍ଦର ଲାଗୁଛି ଦେଖିବାକୁ । ଲିଜା ଲୁଚି ଲୁଚି ଆସି ଖୁସିକୁ ତା ସାଙ୍ଗ ମାନଙ୍କ ଭିତରକୁ ଟାଣି ନେଇଥିଲା । ଆଉ ସୁବାସିତ ତୈଳ ସହିତ କିଛି ଶୀତୁଆ ପୋଷାକ ଦେଇଥିଲା ଖୁସିକୁ ପିନ୍ଧିବାକୁ । ଖୁସି ପିନ୍ଧିବା ପୂର୍ବରୁ କାନ୍ଧି ପକେଇଲା । ତାର ଦୁଇ ନେତ୍ରରୁ ଝରି ପଡୁଥିଲା ଆନନ୍ଦର ଅଶ୍ରୁ । ହେଲେ ନୂଆ ପୋଷାକ ସହିତ ସୁବାସିତ ତୈଳ ପିନ୍ଧିବାର ଆଗ୍ରହ କାହାର ନାହିଁ କହିଲେ । ସେ ମଧ୍ୟ ଗୋଟେ ଝିଅ । ତାର ମଧ୍ୟ ଆଗ୍ରହ ଓ ଇଛା ଅଛି । ପିନ୍ଧି ପକେଇଥିଲା ପୋଷାକ ଗୁଡାକ ଓ ନିଜକୁ ପ୍ରଥମ ଥର ସଜେଇ ଥିଲା ଗୋଟିଏ ପରି ରାଇଜର ରାଜକୁମାରି ଭଳି । 

    କାର୍ଯ୍ୟକ୍ରମ ଆରମ୍ଭ ହେବ । ଗୀତ ନାଚ ହେବ । ଲିଜା ତାର ସାଙ୍ଗ ମାନେ ବହୁତ ନାଚିବେ । ରାତି ବାରଟା ଯାଏ ହେବ କାର୍ଯ୍ୟ କ୍ରମ । ଘୋଷଣା କରା ଗଲା ଯେଉଁ ମାନେ ନାଚିବେ ଓ ଗୀତ ଗାଇବେ ନିଜର ନାମ ଦିଅନ୍ତୁ । ଆଖ ପାଖର ଲୋକ ମଧ୍ୟ ଆସନ୍ତି ଦେଖିବାକୁ । ହଜାର ହଜାର ଲୋକଙ୍କର ସମାଗମ ହୁଏ । କାର୍ଯ୍ୟ କ୍ରମ ସରିଲା ପରେ ସମସ୍ତେ ନିଜ ଘରକୁ ପଳେଇ ଯାଆନ୍ତି ଆଉ ବାବୁଙ୍କର ଭୋଜନ ସଭାରେ ଅତିଥି ଓ ଅଭ୍ୟାଗତ ମାନଙ୍କର ଭୋଜନକ୍ରିୟା ହୋଇଥାଏ । ଏଇ କାର୍ଯ୍ୟ କ୍ରମ ବାବୁ ପ୍ରତ୍ୟକ ବର୍ଷ କରନ୍ତି । ହଜାର ହଜାର ଲୋକ ବହୁତ ପୁରସ୍କାର ଦିଅନ୍ତି । ବାବୁ ମଧ୍ୟ ବହୁତ ପଇସା କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ କରନ୍ତି । କାରଣ ବାବୁ ଜଣେ ଜମିଦାର ଲୋକଙ୍କର ପୁଅ ସହିତ ଓକିଲ ମଧ୍ୟ । 


    ଲିଜା ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଖୁସିର ନାଁ ମଧ୍ୟ ଦେଇ ଦେଇଛି । ଖୁସି ଜାଣିନାହିଁ ୟେ ବିଷୟରେ କି ସେ ମଧ୍ୟ ଏତେ ବଡ଼ କାର୍ଯ୍ୟରେ ଅଂଶଗ୍ରହଣ କରିବ । ନାଁ ଡାକରା ହେଲା ପ୍ରଥମ ନାଁ ଖୁସିର ଥିଲା.....

   ବାବୁ ବହୁତ ରାଗି ଯାଇଥିଲେ । ଖୁସି ଗୀତ ଗାଇବ । ଚାକର ପିଲାଟା କଣ ଗୀତ ଗାଇବ ଯେ । ବହୁତ ରାଗରେ ଗର ଗର ହୋଇ ମୁହଁ ତଳକୁ କରି ଅତିଥି ମାନଙ୍କ ଗହଣରେ ବାବୁ ବସିଥାନ୍ତି । ହେଲେ ଖୁସି ବହୁତ ବାବୁଙ୍କୁ ଭୟକରେ । ଖୁସି ଯେତେ ମନା କରୁଥାଏ ଲିଜା ଛାଡିବାର ନାହିଁ । ତୋ ନାଁ ଡାକରା ହେଲାଣି ଯାଆ ଖୁସି ତୋ ପ୍ରତିଭାର ବିକାଶ କରିବାର ସୁଯୋଗ ଦେ । ଖୁସି ଆଜି ଯଦି ଗୀତ ନ ଗାଇବୁ ତେବେ କାଲି ତୋତେ ପୁଣି ଆଶ୍ରମ ଯିବାକୁ ପଡ଼ିବ । ଆଶ୍ରମ ଵାଲା ନ ନେବେ ଯଦି ତୋତେ ପୁଣି କାହାକୁ ବିକି ଦେବେ । ଖୁସି ତୋତେ ଛାଡ଼ି ମୁଁ ବଞ୍ଚି ପାରିବି ନାହିଁ । ତୁ ଯାଇ ଗୀତ ଗାଇବୁ ନିଶ୍ଚୟ ତୋତେ ତୋ ଲିଜାର ରାଣ । ଖୁସି ଏବେ ଦମ୍ଭ ଧରି ମଞ୍ଚ ଉପରକୁ ଯାଇଥିଲା । ବାବୁଙ୍କୁ ଆଣ୍ଠୁ ମାଡି ଜୁହାର ହୋଇଥିଲା । ଆଉ କହିଥିଲା ମୁଁ ହେଉଛି ଖୁସି । ମୋ ଭଗବାନ ହେଉଛନ୍ତି ମୋ ବାବୁ ଯିଏ କି ଏଇ ସୁନ୍ଦର କାର୍ଯ୍ୟକ୍ରମର ଅନୁଷ୍ଠିତ ଓ ଆୟୋଜିତ କରିଛନ୍ତି । ଆଉ ମୋତେ ମୋ ସାଙ୍ଗ ଓ ଭଉଣୀ ଲିଜା ସୁଯୋଗ ଦେଇଥିବାରୁ ମୁଁ ତାକୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି । ଆଉ ଶେଷରେ କହିବାକୁ ଚାଁହୁଚି ମୋର ଆଜି ଏଠି ଛିଡା ହେବାରେ କୌଣସି ଭୁଲ ନାହିଁ ବାବୁ । ଲିଜା ବହୁତ ବାଧ୍ୟ କରିଥିବାରୁ ଆପଣଙ୍କ ଚାକର ପିଲା ଏଇ ସୁନ୍ଦର ପୋଷାକ ସହିତ ସୁବାସିତ ତୈଳ ଓ କେତେ ସୁନ୍ଦର ଗହଣା ପିନ୍ଧି ମଞ୍ଚ ଉପରକୁ ଆସି ପାରିଲା । ଆଉ ସମସ୍ତ ଗରୁଜନ ମାନଙ୍କୁ ଏଇ ଚାକର ପିଲାଟିର ପ୍ରଣାମ । ମୋ ଗଇବାରେ କୌଣସି ତ୍ରୁଟି ଥିଲେ କ୍ଷମା କରିବେ । ଆଉ ମୋ ଗୀତର, ସ୍ୱରର ଓ ତାଳର ଗୁରୁ ହେଉଛି ମୋ ପ୍ରାଣ ପ୍ରିୟା ଲିଜା । ଏବେ ଲିଜା ଗୀତ ଆରମ୍ଭ କରିଥିଲା , ୟେ କଣ !! କୌଣସି ବି ତାଳ ଓ ସ୍ୱରର ଟିକେ ବି ଅଭାବ ନାହିଁ । କୋଇଲି ସ୍ୱର । ଅତି ଚମତ୍କାର ! ଗୀତ ସରିଲା ମଞ୍ଚାସୀନ ସମସ୍ତ ଦର୍ଶକ ଖୁସିର ଗୀତରେ ମୁଗ୍ଧ ହୋଇ ହଜାର ହଜାର ଟଙ୍କାର ପୁରସ୍କାର ଦେଲେ । ପୁରସ୍କାରର ସୁଅ ଛୁଟିଲା । ନାଚରେ ବି ପ୍ରଥମ । ଖୁସି ଆଉ ଗୋଟେ ଗୀତ ଗାଉ ବୋଲି ସମସ୍ତଙ୍କ ଅନୁରୋଧ । ହେଲେ ସେ ଆଉ ଗୀତ ଶିଖି ନାହିଁ ଯେ । ଶେଷରେ ସର୍ବ ବୃହତ ପୁରସ୍କାର ଖୁସିକୁ ମିଳିଲା । ଖୁସିକୁ ମଞ୍ଚକୁ ଡକାଇ ଲିଜା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁରସ୍କାର ଦେବେ କହିଲେ । ଖୁସି ତୋ ବିଷୟରେ କିଛି କହ ବୋଲି ପ୍ରଧାନ ଶିକ୍ଷକ କହିଲେ । 


ଖୁସି, " ଆଜିର ପୁରସ୍କାର କେବଳ ଲିଜାର ମୋର ନୁହେଁ । ଆଉ ମହାଶୟ ମୋର ପାଠ ପଢିବାକୁ ବହୁତ ଇଛା ହେଉଛି । "

ଶିକ୍ଷକ,"ତୁ ଲେଖା ପଢ଼ା ଶିଖିଛୁ ।"

ଖୁସି," ମହାଶୟ ମୁଁ ଲିଜାର ସମସ୍ତ ବହି ପଢି ସାରି ଦେଇଛି । ଲିଜା ମୋତେ କୁହେ ମୁଁ ଯେତେ ବେଳେ ବିଦ୍ୟାଳୟ ଯିବି ସେଇ ସମୟରେ ତୁ ମୋର ଗୋଟେ ବହି ରଖି ଦେଇ ଯିବି ଆଉ ତାକୁ ତୁ ପଢିବୁ ।"

ଶିକ୍ଷକ," ପଢ଼ିଦେଲେ ହେଇ ଯିବନି ରେ ମା' ଅଧ୍ୟବସାୟ ଦରକାର । ସାଧନା ଦରକାର । ତା ସହିତ ପାଠର ମର୍ମହିଁ ବୁଝିବା ଦରକାର ।"

ଖୁସି, " ବୁଝିଛି ମହାଶୟ ତେଣୁ ମୁଁ ଚେଷ୍ଟିତ ଏଇ ବର୍ଷର ପରୀକ୍ଷା ଲିଜା ସହିତ ଲେଖିବି । ଏହା ସମ୍ଭବ କି ମହାଶୟ ? ମୋର ଆଉ କୌଣସି ଦରକାର ନାହିଁ । ମୋର ପୁରସ୍କାର ଦରକାର ନାହିଁ । ମୋର ଭଲ ପୋଷାକ ଦରକାର ନାହିଁ । ମୋତେ ଦୁଇଦିନ ଖାଇବାକୁ ନ ଦେଲେ ଚାଲିଯିବି ହେଲେ ମହାଶୟ ମୋତେ ଟିକେ ଆପଣଙ୍କ ବିଦ୍ୟାଳୟରେ ପଢିବାକୁ ସୁଯୋଗ ଦେବେନି ???"

ଶିକ୍ଷକ," ନିଶ୍ଚୟ ପଢିବୁ ହେଲେ ଏଇ ଦର୍ଶକ ମାନଙ୍କ ସମ୍ନାରେ ତୋତେ ସେଇ ପଢ଼ା ବହିରୁ ପାଞ୍ଚଟି ପ୍ରଶ୍ନ ପଚାରିବି ଆଉ ତାର ଉତ୍ତର ଦେଇ ପାରିଲେ ତୋତେ ନିଶ୍ଚୟ ପଢିବାର ସୁଯୋଗ ମିଳିବ ।"

ଖୁସି,"ନିଶ୍ଚୟ ଦେବୀ ମହାଶୟ । "


   ଖୁସି ସମସ୍ତ ପ୍ରଶ୍ନ ଭୂଗୋଳ, ଇଂରାଜୀ , ବିଜ୍ଞାନ ଓ ଗଣିତ ଆଦିର ପ୍ରାଞ୍ଜଳ ଭାବରେ ଉତ୍ତର ଦେଇ ଥିଲା । ଗୁରୁଜୀ ଆଶ୍ଚଯ୍ୟ ହୋଇ ଯାଇଥିଲେ । ବିସ୍ମୟ ହୋଇ କହି ପକେଇଲେ ପିଲା ବର୍ଷ ବର୍ଷ ଧରି ପଢି ଯାହା କରି ପାରୁ ନାହାନ୍ତି ତୁମେ କଣ ପିନା ପଢ଼ା ଓ ବିନା ପ୍ରଶିକ୍ଷଣରେ ସମସ୍ତ ପ୍ରଶ୍ନର ଉତ୍ତର ସହଜରେ ଦେଇ ପାରୁଛ । ଆଶ୍ଚର୍ଯ୍ୟ ଆଚାର୍ଯ୍ୟ ....

    ଉପସ୍ଥିତ ସମସ୍ତ ଦର୍ଶକ ମଣ୍ଡଳୀ ଓ ମଞ୍ଚାସୀନ ଅତିଥି ବୃନ୍ଦଙ୍କର ବିସ୍ମୟର ସୀମା ରହିଲା ନାହିଁ । ବାବୁଙ୍କ ଆଖିରୁ ଝରି ପଡୁଥାଏ ଅନୁତାପର ଅଶ୍ରୁ । ଲିଜା ଖୁସିରେ ନାଚୁ ଥାଏ । ଲିଜାର ସମସ୍ତ ସାଙ୍ଗ ଖୁସିକୁ କୁଣ୍ଢେଇ ପକାଉ ଥାନ୍ତି । ଭାଗ୍ୟର ବିଡମ୍ବନା । ପ୍ରଧାନ ଶିକ୍ଷକ ଜଣଙ୍କ ବାବୁଙ୍କ ହାତ ଧରି ପକେଇ କହିଲେ ମହାଶୟ ମୋର ଝିଅ ନାହିଁ ଆଉ ମୁଁ ଖୁସି କୁ ନେଇ ଯାଉଛି । ସେ ଆଜି ଠାରୁ ମୋ ଝିଅ ହେବ । ତାକୁ ପାଠ ପଢେଇବି ଆଉ ତାକୁ ସବୁ ଖୁସି ମୁଁ ଦେବି । ସେ ଭବିଷ୍ୟତରେ ଜଣେ ଉଜ୍ଜ୍ୱଳ ପ୍ରତିଭା ହୋଇ ପ୍ରସ୍ପୁଟିତ ହେବ । 


   ହେଲେ ବାବୁ କାନ୍ଧି କାନ୍ଧି କୁଣ୍ଢେଇ ପକେଇଥିଲେ ଖୁସିକୁ । ନାଁ ନାଁ ନାଁ.....

ଖୁସି ପାଠ ପଢିବ ହେଲେ ମୁଁ ପଢେଇବି ତାକୁ । ମୋର ବୁଝିବାରେ ଭୁଲ ହୋଇ ଯାଇଛି । ମୋ ଲିଜା ଆଉ ମୋ ଖୁସି ଏବେ ଠାରୁ ଦୁଇ ଭଉଣୀ । ୟେ ନୂଆ ବରଷ ନିଆଁ ଲାଗୁ ମୋର ଏବେ ଠାରୁ ଦୁଇ ଝିଅ । ସେ ପଢିବ ଜାରଜ ହୋଇ ନୁହେଁ ମୋ ଝିଅ ହୋଇ । ଲିଜା ଆଉ ଖୁସି କୁଣ୍ଢା କୁଣ୍ଢି ହୋଇ କନ୍ଧୁଥିଲେ କେବଳ କନ୍ଧୁଥିଲେ......



Rate this content
Log in

More oriya story from Maheswar sahoo

Similar oriya story from Drama