STORYMIRROR

Shaktiprava Mishra

Drama

3  

Shaktiprava Mishra

Drama

ବାପା

ବାପା

2 mins
11.9K

ଏଇ କିଛିଦିନ ଭିତରେ ଶଙ୍କରବାବୁ ଖଟିଆ ଧରିସାରିଲେଣି ।   ଉଠିବା ବସିବା ତ ଦୂରର କଥା ଶେଜ ଉପରେ ଝାଡ଼ା ପରିସ୍ରା ବି କରିଦେଉଛନ୍ତି । ବୋହୁଟା ତାଙ୍କର ସବୁ କାମ କରିକରି ଦିନକୁ ଦିନ ଚିଡ଼ିଚିଡ଼ା ହେଇଗଲାଣି । ସେବା କରିବା ପାଇଁ ଲୋକଟେ ରଖିବାକୁ ସମସ୍ତଙ୍କୁ କହିକହି ବୋହୂ ଥକିଗଲା ପଛେ କିନ୍ତୁ ଲୋକ ମିଳିଲେନି !

କିଛିଦିନ ତଳେ ବୋହୂର ସାଙ୍ଗଟିଏ ଘରକୁ ବୁଲିଆସିବା ବେଳେ କହିଲା ଏଇ ସହରରେ ସଂସ୍ଥାଟିଏ  ଖୋଲିଛି ଯେଉଁମାନେ ମାସକୁ କିଛି ଟଙ୍କା ନେଇ ରୋଗୀସେବା କରୁଛନ୍ତି । ଏ କାମପାଇଁ ସେମାନେ ଝିଅ ମାନଙ୍କୁ  ଟ୍ରେନିଂ ଦେଇ ରଖିଛନ୍ତି । ଏ କଥା ଶୁଣିଲା ଦିନଠୁ ଶଙ୍କର ବାବୁଙ୍କ ପିଛା ପଡ଼ିଗଲା ବୋହୁ। ଅନେକ ବୁଝେଇବା ସତ୍ତ୍ବେ କିନ୍ତୁ ଶଙ୍କର ବାବୁ କଥାଟିକୁ ବୁଝୁ ନ ଥିଲେ । ତାଙ୍କର ଗୋଟିଏ ଜିଦ୍ ବୋହୂ ଥାଉଥାଉ ତାଙ୍କ ସେବା ଆଉ  ଗୋଟିଏ ବାହାର ଝିଅ କାହିଁକି କରିବ ? ଏତେ ପାଠ ପଢ଼େଇ ପୁଅକୁ ବଡ଼ କରିଥିଲେ କଣ ଶେଷ ବେଳରେ ପରର ଦୟାରେ ଚଳିବେ ବୋଲି। ସ୍ତ୍ରୀ ଟା ତାଙ୍କର ନାହିଁ ବୋଲି ଏମାନଙ୍କ କଥାରେ ବସଉଠ ହେବେ ସିଏ ? ଦେଖୁନ କେମିତି ଅଲାଜୁକ ଭଳି କଥା  କହୁଛନ୍ତି ଗୋଟେ ବଢ଼ିଲା ଝିଅ ତାଙ୍କ ସେବା କରିବାକୁ ରହିବ। ସେଥିରେ ପୁଣି ଏତେ ଟଙ୍କା ନେଇ.. ହୁଁ...।

କିନ୍ତୁ ଯେବେଠାରୁ ପୁଅ ବୋହୂର ତରଫଦାରୀ କରିବା ଆରମ୍ଭ କରିଦେଲା ଶଙ୍କରବାବୁ  ବାଧ୍ୟହେଲେ ବୋହୂ କଥା ମାନିଯିବାକୁ। ସେଦିନରୁ ଦରମା ନେଇ ଝିଅଟିଏ ତାଙ୍କ ସେବା କରିବାକୁ ରହିଲା ।     

ଛଅମାସ ଏମିତି ଯିବାପରେ ଦିନେ ବୋହୂ ତା ସ୍ବାମୀ କୁ କହିଲା ,' ବାପା ତ ଏବେ ଉଠିବସି ପାରିଲେଣି । ସେ ଝିଅର ଆଉ ଆସିବା ଦରକାର ନାହିଁ । ବାପାଙ୍କର ଛୋଟମୋଟ କାମ ପାଇଁ ମାସକୁ ଆଠହଜାର ଗଣିବା ଆଉ ବୁଦ୍ଧିମାନର କାମ ନୁହେଁ ।

ସ୍ୱାମୀ ଉତ୍ତର ଦେଲେ , ତୁମେ ସତକଥା କହୁଛ ଯେ କିନ୍ତୁ ନିଷ୍ପତି ନେବା ପୂର୍ବରୁ ଥରେ ବାପାଙ୍କୁ ପଚାରିଦିଅ । ବୋହୁ କହିଲା ତୁମର ଯୋଉ କଥା ନା । ଆମକୁ ପରା ସାତ ଶେଣାରେ ପାଣି ପିଏଇ ବାପା ଶେଷକୁ ରାଜି ହେଲେ ଝିଅଟାକୁ  ରଖିବାକୁ । ମୁଁ ଥରେ ମୁହଁ ଖୋଲି କହିଦିଏ ତ ଦେଖିବ ଡେଇଂପଡି ହଁ ମାରିଦେବେ ମୋ କଥାରେ ।

ପରଦିନ ଗେଲେଇ ହେଇ ବୋହୂ କହିଲା ,' ବାପା ଏବେ ତ ଆପଣ ଉଠିବସି ପାରିଲେଣି । ଆପଣଙ୍କ ଛୋଟମୋଟ କାମ ଏବେ ମୁଁ କରିଦେବି । ସେବା କରୁଥିବା ସେ ଝିଅ ସୀତାକୁ ଆସିବାକୁ ମନା କରିଦେବି ?

କାହିଁକି ? ସିଏ ରହିଲେ ତୋର କଣ ଅସୁବିଧା ହଉଛି ? ମୋ ଦେହ ଭଲ ହେଇନି ଏଯାଏଁ । ପଇସା ନେଲେ ବି ମୋର ତ ସବୁକାମ କେଡେ ଖୁସିରେ କରିଦେଉଛି ସିଏ । ମୋ କାମ କରିବାକୁ ସୀତା ସବୁବେଳେ ରହିବ ମୋ ପାଖରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Shaktiprava Mishra

Similar oriya story from Drama