Shaktiprava Mishra

Tragedy

4.3  

Shaktiprava Mishra

Tragedy

ବାପା

ବାପା

1 min
565


କୋଳକୁ ଆଉଜେଇ ଆଣି ପାକୁଆ ପାଟି ଭିତରକୁ କିଛି କ୍ଷୀରି ଦେବା ବେଳକୁ ଫେକ୍ କରି ହସିଦେଇ ବାପା କହିଲେ , ରାମ ,ଏବେ ତୁ ମୋର ବାପା ହେଇଗଲୁ I ବାପାଙ୍କ ଆଖି ତଳକୁ ଦୁଇ ଧାର ଲୁହ ଗଡ଼ିଗଲା I ତାଙ୍କୁ କିଛି କହିବା ଆଗରୁ ରାମ ସତର୍କରେ ନିଜ ଆଖି ଲୁହ ପୋଛି ନେଇଥିଲା I

ବାପା ଗାଢ଼ ନିଦରେ ଖଟ ଉପରେ ଶୋଇଯାଇଥିଲେ I ତାଙ୍କ ମୁହଁକୁ ଚାହିଁ ରହିଥିଲା ରାମ । ପତ୍ନୀ ସଫା ସଫା କହିସାରିଛି ବାପା ଆଉ ତା ଭିତରେ କାହାକୁ ଜଣକୁ ବାଛିବାକୁ I

ବାପାଙ୍କୁ ନେବାପାଇଁ ଦୁଆର ମୁହଁରେ ଗାଡ଼ି ଆସି ଥୁଆହୋଇଥିଲା I ଗାଡ଼ି ପାଖରେ ଠିଆହୋଇ ରାମ ତା ସ୍ତ୍ରୀକୁ ଚାହିଁଲା I ସ୍ତ୍ରୀ ଏତେ ଖୁସିରେ ବାପାଙ୍କ କାମ କରିବା ବୋଧହୁଏ ଆଗରୁ କେବେ ଲକ୍ଷ୍ୟ କରିନଥିଲା ସିଏ I

ହଠାତ୍ ସ୍ତ୍ରୀ ର ଚିତ୍କାର ଶୁଣି ରାମ ଦଉଡ଼ିଗଲା ଭିତରକୁ I ସ୍ତ୍ରୀ ଲୁହ ଗଡ଼େଇ କାନ୍ଦୁଥିଲା I ଅଧାଖିଆ କ୍ଷୀରି ଗିନାଟିକୁ ଚାହିଁରହି ବେଳକୁ ବେଳ କାଠ ପାଲଟୁଥିଲା ରାମ ।

ବାପାଙ୍କ ଫଟୋ ସାମନାରେ ବାସନା ଧୂପ ବୁଲେଇଲା ବେଳେ ଆଖିରୁ ଲୁହ ପୋଛି ରାମ କହୁଥିଲା , ସବୁ ବିପତ୍ତିରୁ ପୁଅକୁ ରକ୍ଷା କରିପାରୁଥିବା ବ୍ୟକ୍ତିକୁ ତ ବାପା କୁହାଯାଇଥାଏ I ମୃତ୍ୟୁରେ ବି ତୁମେ ହିଁ ମୋ ବାପା ହୋଇ ରହିଗଲ ।


Rate this content
Log in

Similar oriya story from Tragedy