Shaktiprava Mishra

Abstract

4.8  

Shaktiprava Mishra

Abstract

ଆକ୍ଷି

ଆକ୍ଷି

2 mins
468



   ହଇଲୋ ରୀନା , ଝିଅକୁ ନେଇ କେତେ ଚିନ୍ତା କରୁଥିଲୁ ତୁ । ତୋ ଆଖି ଆଗରେ ଚାକିରୀ କରି ଠିଆ ହେଇଛି ଏବେ । ବାହାଘର ପାଇଁ କୋଉଠି ପିଲା ଠିକ କଲୁଣି ନା ନାଇଁ ମ ?

  ନା.. ମ ନାନୀ, ମୋ ଚିନ୍ତା ଯେମିତି କୁ ସେମିତି । ଝିଅ ଯେତେ ପାଠ ପଢିଲେ ବି ସେଇ ସୁନ୍ଦର ଅସୁନ୍ଦର ନିକିତିରେ ତ ଚିରକାଳ ତୌଲା ହେଉଥିବ ସିଏ ।

ଆଲୋ ଆମ ରାଜୁର ପୁଅ ପରା ଡାକ୍ତର ଅଛି । ପ୍ରସ୍ତାବ ପକାଉନୁ ? ତା ମା' କେତେଦିନ ମୋ ପଛରେ ପଡିଥିଲା ଝିଅଟିଏ ଖୋଜିଦେବାକୁ । କୋଉଠି ଠିକ କରିନି ମଁ ଏଯାଏଁ ।

  ପକେଇଥିଲି ହେ ନାନୀ ।ତା ମା ' କୁଆଡେ ଅନ୍ୟକୁ କହୁଥିବାର ଶୁଣିଲି , ମୋର ଏଡ଼େ ସୁନ୍ଦର ପିଲାକୁ ଗୋଟେ ଅସୁନ୍ଦରୀ ହାତରେ ଛନ୍ଦିଦେବି । ଗୋଟେ ଅମାବାସ୍ୟାର ଚାନ୍ଦକୁ ମୁଁ ବୋହୁ କରିପାରିବିନି ।

 ଛୁଆର ରଙ୍ଗ ଗୋରା ହୋଇଗଲେ ଏଇ ମା' ମାନଙ୍କର ଫୁଟାଣି ଏମିତି କାହିଁକି ବଢିଯାଏ ମୁଁ ଜାଣିପାରେନି । ନିଜଛୁଆର ରଙ୍ଗ କଳା ହେଲେ ତାକୁ ତ ସମସ୍ତେ ଗ୍ରହଣ କରୁଛ । ବୋହୁ ଆଣିଲା ବେଳେ ଏତେ ଚଖାଚଖି କାହିଁକି ?  ଛାଡ଼ ମଁ ନାନୀ । ସବୁ ସମୟର ଖେଳ । ଏସବୁ କିଛିଲୋକ ବୁଝନ୍ତିନି ।

      ଗୋରାପାଣି ଟିକେ ଦେହରେ ପଡିଯାଇଛି ବୋଲି ସିନା ଏମାନଙ୍କର ଏମିତି ଫୁଟାଣି । ତୁ ଗୋଟେ କାମ କରୁନୁ ରଙ୍ଗ କମ ଥିବା ପିଲାଟିଏ ଦେଖେ । ଝିଅଟାକୁ ଶାଶୁଘରେ କେହି କାଳୀ କହିବେନି ।

    ଆଉ କୁହନି ନାନୀ , ଆସିଥିଲେ ଗୋଟେ ପରିବାର । ବାପା ମା ପୁଅ ସମସ୍ତେ କଳା । ଭାବିଥିଲି ଏଠି ମୋ ଝିଅକୁ ସେମାନେ ପସନ୍ଦ କରିନେବେ । ନା ,ତାଙ୍କୁ ବି ଗୋରୀ ବୋହୁ ଦରକାର ।କେହି ଏକଥା ଭାବୁନାହାନ୍ତି ଗୋରୀ ଝିଅଟିଏ ପୁଣି କଳା ପୁଅକୁ କେମିତି ଗ୍ରହଣ କରିବ ।

   ସତ କହୁଛି ନାନୀ ଆଉ ଏଇ କିଣାବିକାରେ ପଡିବିନି ମୁଁ। ମୋର ବି ବୁଝିବାର ଥିଲା କେହି କଣ ଜାଣିଜାଣି ବଜାରରୁ ପସନ୍ଦ ନହେଉଥିବା ଜିନିଷ କିଣେ କି ? ଝିଅକୁ ତ ମୁଁ ସଫାସଫା କହିଦେଇଛି କେହି ତୋତେ ପସନ୍ଦ ନ କରିବା ଯାଏଁ ତୁ ଅପେକ୍ଷା କରେ ସମୟକୁ ।

  ଆଉ....ତୋର ଯୋଉ କଥା ନା ! ସେଠି କଣ ରଙ୍ଗ କଥା ଉଠିବନି ?

    ନାଇଁ ନାନୀ , ହୃଦୟରେ ପ୍ରେମର ଜୁଆର ଉଠିଲେ ସାମ୍ନାରେ ଥିବା ମଣିଷଟିର ଦେହର ରଙ୍ଗ ନୁହେଁ କେବଳ ତା ଆଖିରେ ପ୍ରେମରେ ଉବୁଟୁବୁ ହେଉଥିବା ସାଗରଟିଏ ଦେଖାଯାଇଥାଏ । ତୁମେ କହୁନ ନାନୀ , ସେମିତି ହୋଇ ନ ଥିଲେ ତମର ରଜାଭଳି ସୁନ୍ଦର ଭାଇ କଣ ମୋତେ ବାହାହେବାକୁ ଜିଦ କରିଥାନ୍ତେ

       


Rate this content
Log in

Similar oriya story from Abstract