Shaktiprava Mishra

Tragedy

4.1  

Shaktiprava Mishra

Tragedy

ସ୍ତ୍ରୀ ଲୋକ

ସ୍ତ୍ରୀ ଲୋକ

3 mins
283


            କଲୋନୀର ଜଣେ ପୁରୁଷଙ୍କର ଚରିତ୍ର ଉପରେ ସ୍ତ୍ରୀ ଲୋକମାନେ କିଛି ଟିକ୍କା ଟିପ୍ପଣୀ କରୁଥିବା ଦୀପା ଶୁଣିଲା । ପୁରୁଷଟିର ସ୍ତ୍ରୀ ଥିଲା ଖୁବ ପତଳା ,ଗୋରା ଆଉ ସୁନ୍ଦରୀ । ଏଇ କଲୋନୀର ଆଉ ଗୋଟିଏ ସ୍ତ୍ରୀ ସହିତ ତାର ଅଧିକ ମିଳାମିଶା ଥିଲା । ସେଇ ସ୍ତ୍ରୀ ଟି ଦୀପା ଘରୁ ଦୁଇଟି ଘର ଛାଡି ରୁହେ । ଅନେକ ବର୍ଷ ହେଲାଣି ସିଏ ତା ସ୍ୱାମୀକୁ ଛାଡିଦେଇ ଏଇଠି ଏକୁଟିଆ ଭଡାରେ ରହୁଛି । ଚେରମୂଳ ଆଉ ଜଡ଼ିବୁଟି ବ୍ୟବସାୟ କରି ଚଳୁଛି । ଗୋଟିଏ ବୋଲି ଝିଅ ତାର ବାହାରେ ହଷ୍ଟେଲରେ ରହି ପାଠ ପଢ଼େ ।   ଦିନେ ରାତିରେ ନିଦ ହେଲାନି ଦୀପାକୁ । ମୁହଁ ଅନ୍ଧାର ଥିବା ବେଳେ ଖଟରୁ ଉଠିପଡ଼ିଲା ସିଏ । ବାଲକୋନୀକୁ ଯାଇ ଉଦୟ ସୂର୍ଯ୍ୟଙ୍କୁ ଦେଖିବ ବୋଲି ମନସ୍ଥ କରି ସେଠି ଚେୟାରଟିଏ ପକେଇ ବସିରହିଲା । ହଠାତ୍ ତା ନଜର ପଡ଼ିଲା ସେଇ ପୁରୁଷଟି ଉପରେ । ଯେଉଁ ସ୍ତ୍ରୀଟି ତା ଘରପାଖେ ରହୁଥିଲା ତାରି ଘରୁ ବାହାରି ଆସୁଥିଲା ଲୋକଟି । କେବଳ ଲୁଙ୍ଗି ଖଣ୍ଡିଏ ପିନ୍ଧିଥିଲା ସିଏ ଆଉ ତା ଖୋଲା ଦେହରେ ପଡ଼ିଥିଲା ଗାମୁଛାଟିଏ ।

   ଦୀପା ଆବାକାବା ହୋଇଗଲା । ଭାବିଲା ଲୋକଟି ତାହେଲେ ନିତି ରାତିରେ ଆସି ପାହାନ୍ତା ଅନ୍ଧାରରେ ତା ନିଜ ଘରକୁ ଫେରିଯାଉଛି । ଏକଥା ତା ସ୍ତ୍ରୀ ବି ଜାଣୁନି । ଆଜିଯାଏଁ ସେ ଅନ୍ୟମାନଂକ କଥାକୁ ବିଶ୍ୱାସ କରୁନଥିଲା ସିନା କିନ୍ତୁ କଥା ତ ଏ ଯାଏଁ ଯାଉଛି ଏଠି . . . ବାପ୍ ରେ ବାପ୍ ! ମୁଣ୍ଡରେ ହାତଦେଇ ଘଡ଼ିଏ ବସିଗଲା ଦୀପା ।

   ରାତି ପାହିଯିବାରୁ ଦୀପା ତଳକୁ ଗଲା ଫୁଲ ତୋଳିବାକୁ । ସେଇ ସ୍ତ୍ରୀଲୋକଟି ବିକଳ ହୋଇ ଧାଉଁଥିବା ଦେଖି ତାକୁ ପଚାରିଦେଲା, ଏତେ ସକାଳୁ ଏମିତି ବ୍ୟସ୍ତହୋଇ ଧାଉଁଛ ଯେ ! ଆଖି ଛଳଛଳ କରି ବଡ଼ କରୁଣ ଭାବରେ ସେ କହିଲା ,ଦାସ ମଉସାଙ୍କ ସ୍ତ୍ରୀଙ୍କର ଆକ୍ସିଡେଂଟ୍ ହୋଇଯାଇଛି । ଏବେ କୋମାରେ ଅଛନ୍ତି ସିଏ । କେହି ନାହାନ୍ତି ତାଙ୍କ ପାଖରେ । ତାଙ୍କ ପାଖକୁ ହସପିଟାଲ ଯାଉଛି ମୁଁ । ଓହୋ ...ତାଙ୍କ ସ୍ତ୍ରୀ କୁଆଡେ ଯାଇଥିଲେ ?

--ତାଙ୍କ ବାପଘର ଗଂଜାମ ଯାଇଥିଲେ । ଆଜି ଘରକୁ ଫେରୁଥିଲେ । ରସୁଲଗଡ଼ ପାଖରେ ଆକ୍ସିଡେଣ୍ଟ ହୋଇଗଲା । ଏଇ ଖବର ଦେବାପାଇଁ ତ ମଉସା ପାହାନ୍ତାରେ ଆସି ମୋ ଘର ଦୁଆର ବାଡେଇଥିଲେ ।

-- ହଁ...ଦାସବାବୁ ତ ଏଇ କିଛି ସମୟ ତଳେ ତୁମ ଘରୁ ବାହାରି ତାଙ୍କ ଘରକୁ ଯିବା ମୁଁ ଦେଖିଛି ।

- ମୋତେ ବାହାରିବା ପାଇଁ ଯାହା ସମୟ ଲାଗିଲା । କଥାଟା ଶୁଣିଲାବେଳୁ ମୋ ମୁଣ୍ଡ ଆଉ କାମ କରୁନି । ମାଉସୀଙ୍କର କିଛି ନ ହୋଇଥାଉ । ମୁଁ ଆସୁଛି ଦିଦି..….। ଡେରିକଲେ ସେପଟେ କିଛି ବି ଅଘଟଣ ଘଟିଯାଇପାରେ କହି ଜୋରଜୋର ପାଦ ପକେଇ ସ୍ତ୍ରୀ ଟି ଆଗକୁ ପଳେଇଗଲା ।

         ପରଦିନ ସାଈର ସବୁ ସ୍ତ୍ରୀ ମାନେ ଏକାଠି ମିଶି ଦାସବାବୁଙ୍କ ସ୍ତ୍ରୀ ର ମୃତଦେହକୁ ଦର୍ଶନ କରିଲେ । ଫେରିବା ବେଳେ ସେମାନଙ୍କ ଭିତରୁ ଜଣେ କହିଲା ,ମଳୁ ଖୋଜୁଥିଲା କାକର ପାଣି ....ବଇଦ କହିଲା ଦେ ତୋରାଣି । ଗଲାକାଲି ରାତିରେ ପରା ଲୋକଟା ପଶିଥିଲା ସେ ସ୍ତ୍ରୀ ର ଘରେ । ପାହାନ୍ତାରେ ତା ଘରୁ ବାହାରିବା ବେଳେ ମୁଁ ନିଜେ ତାକୁ ଦେଖିଛି । ଏମିତି ଚରିତ୍ରହୀନ ଲୋକର ସ୍ତ୍ରୀ ତ ମରିଯିବା କଥା । ସମସ୍ତେ ମିଳିମିଶି ସେ ଲୋକଟିକୁ ଛିଃ ଛିଃ କରୁଥିଲେ | 

      ଦୀପା ଭାବୁଥିଲା ଏ ଦୁନିଆରେ କେତେବା ଏମିତି ଲୋକ ଥିବେ ଯିଏ ନାରୀ ପୁରୁଷର ମିଳାମିଶାକୁ ଯୌନତାର ଆଖିରେ ନ ଦେଖି ଅମଳିନ ସମ୍ପର୍କର ନାଁ ଦେଇପାରୁଥିବେ । ବୋଧହୁଏ ଜଣେ ବି ନୁହେଁ । ସକାଳେ ସେ ସ୍ତ୍ରୀଲୋକଟି ସହିତ କଥାବାର୍ତା କରିନଥିଲେ ସେ ବି ଏଇ କଲୋନୀର ମହିଳାମାନଙ୍କ ଭଳି ଦାସବାବୁଂକୁ ଏକ ଚରିତ୍ରହୀନ ପୁରୁଷର ନାଁ ଦେଇନଥାନ୍ତା କି ?


Rate this content
Log in

Similar oriya story from Tragedy