STORYMIRROR

Madhabi Patel

Romance Tragedy

3  

Madhabi Patel

Romance Tragedy

ବାଲିର ନଅର

ବାଲିର ନଅର

2 mins
194


ପୁରୀ ସମୁଦ୍ରକୂଳର ବିସ୍ତାରିତ ବାଲୁକାରାଶିର ପ୍ରାଙ୍ଗଣ ଲମ୍ବିଯାଇଛି କାହିଁ କେତେଦୂର।ଦୂରରେ ଦେଖାଯାଉଛି ଶ୍ରୀ ମନ୍ଦିରର ନେତ। ଫରଫର ଉଡି ପ୍ରଚାର କରୁଛି ପତିତପାବନଙ୍କ ମହିମା ଗାଥା। ଚନ୍ଦନ ଅଗୁର ଧୂପ ବାସ୍ନାରେ ମହକିତ ପୁରୀର ସମ୍ପୂର୍ଣ ବାୟୁ ମଣ୍ଡଳ।ଯୁଆଡେ ଆଖି ପହଁରାଇଲେ ଦେଖାଯିବ କୌଣସି ନା କୌଣସି ଦେବା ଦେବୀଙ୍କ ମନ୍ଦିର ଟିଏ।ସେଠିକାର ଠାକୁର ପୂଜାରୁ ମହକିତ ହେଇ ଝରିଆସୁଥିବ ଭକ୍ତିପୂତଭରା ନିର୍ମଳ ବାସ୍ନା ସବୁ।

ମନର କଦର୍ଯ୍ୟ ଆବିଳତାକୁ ଫିଟିକିରି ପରି ଧୋଇ ସଫା କରିଦିଏ ଏହାର ଦଲକାଏ ମହକ ନାଶାରେ ବାଜିଲେ।ଏମିତି ଶଙ୍ଖନାଭି କ୍ଷେତ୍ରର ମହିମାର ଉପମା ନାହିଁ।ଯୋଉଁଠି କାକ ପଡି ଚତୁର୍ଭୁଜ ହୋଇପାରେ।ସୁନାଥାଳିର ଭୋଗ ପହଞ୍ଚିଯାଏ ବନ୍ଧୁମହାନ୍ତି ପାଖକୁ।ସେମିତି ସ୍ଥାନର ଗୋଡିମାଟି ବାଲିଗରଡା ବି ନିଶ୍ଚିତ ଭାବେ ପବିତ୍ର ହେଇ ଯାଇଛନ୍ତି କାଳିଆର ସଂସ୍ପର୍ଶରେ ଆସି।ସେହି ଶ୍ରୀକ୍ଷେତ୍ରର ସମୂଦ୍ର ବେଳାରେ ଦୁଇଟି ପ୍ରେମପକ୍ଷୀ ଉଡି ଆସି ନିରୋଳାରେ ବସି ଗଢୁଥିଲେ ଓଦା ବାଲୁକାରେ ରାଜା ରାଣୀର ମୂର୍ତ୍ତୀ।

ରାଜାର ମୂର୍ତ୍ତୀ ଭିତରେ ରହିଥିଲା ଯୁବକର ଅବସ୍ଥିତି,ଆଉ ରାଣୀ ମୂର୍ତ୍ତୀଟି ଝିଅଟିର ବିକଳ୍ପ ରୂପେ ଗଢା ହେଇଥିଲା।ଯାହା ବାସ୍ତବ କ୍ଷେତ୍ରରେ ସମ୍ଭବ ନଥିଲା ତାହାକୁ ମୃଣ୍ମୟୀ ରୂପରେ ପରିକଳ୍ପନା କରି ଯୋଡି ସଜାଇଥିଲେ ଦୁଇଜଣ।ପ୍ରେମ ରାଜ୍ୟରେ ସଜାଇଥିଲେ ଦୁଇ ରାଜାରାଣୀଙ୍କ ନଅର।ଯୋଉଠି ନଥିଲା ଜାତିଭେଦ ଧର୍ମର ପ୍ରାଚୀର।ଦୁଇଜଣକ ବାହାଘର କରୁଥିଲେ।ସାମୁକା ଗୋଟେଇ ନଅରକୁ ସଜାଇଥିଲେ।ମୋତି ସାଉଁଟି ରାଣୀର ଗଳାରେ ଲମ୍ବାଇଥିଲେ ମୋତି ହାରଟିଏ।ହୁଲହୁଲି ପକାଇ ସଂପର୍କର ନିମ୍ବ ସୁଦୃଢ ପାଇଁ କାମନା କରିଥିଲେ।

ଠିକ୍ ଏତିକି ବେଳକୁ ବଡଧରଣର ଲହଡା ଟିଏ ଆସି ଧୋଇ ନେଇଗଲା ଏତେ ପରିଶ୍ରମରେ ଗଢିଥିବା ରାଜାରାଣୀ ସାଙ୍ଗରେ ତାଙ୍କ ସୁସଜ୍ଜିତ ନଅରକୁ।ତାଙ୍କରି ଆଖି ଆଗରେ ଉଜୁିଡି ଯାଉଥିଲା ତାଙ୍କର ଭବିଷ୍ୟତର ସବୁ ଭାବନା ସମ୍ଭାବନା ।

ଠିକ୍ ତାଙ୍କ ଜୀବନ ପରି।ପଲ୍ଲବୀ ଜଣେ ହିନ୍ଦୁଝିଅ ହେଇଥିବା ବେଳେ ଆସ୍ପାକ୍ ଜଣେ ମୁସଲ୍ମାନ ଯୁବକ।ଅଜାଣତରେ ବନ୍ଧୁତା ଭିତରେ କେତେବେଳେ ପ୍ରେମର ଲତାଟିଏ ଉଧେଇ ଉଠିଥିଲା ଏକା ସଂଗେ ବାଟ ଚାଲୁ ଚାଲୁ।ଜାଣିଲା ବେଳକୁ ବହୁତ ଗାଢ ହେଇ ସାରିଥିଲା ପ୍ରେମର ରଙ୍ଗ।ଛଡାଇଲେ ହୃଦୟରୁ ରକ୍ତ କ୍ଷରଣ ହେଉଥିଲା।ବଞ୍ଚିବା କଷ୍ଟ ଲାଗୁଥିଲା।ସେମାନେ ନିର୍ଣୟ ନେଇଥିଲେ ପୁରୀରେ କିଛିଦିନ ଏକାଠି 

ବିତେଇ ଏ ମର ଜଗତରୁ ବିଦାୟ ନେବେ।ଆଜି ତାଙ୍କର ଶେଷ ଦିନ ଥିଲା।ପରସ୍ପର ଅଲଗା ହେଇ ବଞ୍ଚିବା ଅପେକ୍ଷା ସେମାନେ ଏକାଠି ସଳିଳ ସମାଧିକୁ ଉତ୍କୃଷ୍ଟ ପନ୍ଥା ଭାବେ ବାଛିନେଲେ। ଜାତିଆଣର ଶିକାର ହେଇ ପ୍ରେମପକ୍ଷୀ ଦୁଇଟି ବିଦାୟ ନେଇଥିଲେ

ଏ ମର ଜଗତରୁ।ସେଇଠିକୁ ଚାଲିଯାଇଥିଲେ ଯେଉଁଠି ଜାତିଆଣ ଭାବ ନଥିଲା।ସମସ୍ତେ ଜଣେ ଜଣେ ଆତ୍ମା ହେଇ ମିଳିପାରୁଥିଲେ ପରସ୍ପର ଭିତରେ। ଜଦି ଏ ଧର୍ମଜାତିର ପ୍ରାଚୀର ନ ଥାନ୍ତା କେବଳ ମଣିଷ ସମାଜ ଥଆନ୍ତା ତାହେଲେ କେତେ ଶାନ୍ତି ରହନ୍ତା ପୃଥିବୀରେ |ଏ ଦଙ୍ଗା ଫସାଦ ଯୁଦ୍ଧ ଆଦିର ଭୟ ନ ଥାନ୍ତା |ଯିଏ ଯାହାକୁ ପସନ୍ଦ ଆସିଲେ ବିବାହ କରି ପରିବାର ବସାଇ ପାରନ୍ତା |


Rate this content
Log in

Similar oriya story from Romance