STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ଅନୁଚିନ୍ତା

ଅନୁଚିନ୍ତା

1 min
356


ଜୀବନରେ ମଣିଷ ନିଜେ ଯେତେ ଜ୍ଞାନୀ ହେଲେ ବି ସବୁ ବେଳେ ଶିଖିବା ଆବଶ୍ଯକ।ଯେତିକି ଶିଖିବା ସେତିକି ଜୀବନ ରେ ଆଗକୁ ବଢିବା।ଅନୁଚିନ୍ତା ଆମ ଜୀବନ କୁ ପରିବର୍ତନ କରିଥାଏ।ତେଣୁ ଅନୁଚିନ୍ତା ଶୁଣିବା ଜୀବନ ପରିବର୍ତନ କରିବା।

   କଥାଟି ଆରମ୍ଭ ହୁଏ ଏକ ମହିଳା ଙ୍କୁ ନେଇ।ସେ ରାମ ପୁର ଗାଁ ର ଗାଉଁଲି ମହିଳା ରମା ।ରମା ତା ଜୀବନ ରେ ବହୁତ ଖୁସି ରେ ଥାଏ।ତାର ସ୍ୱାମୀ ଏକ ବ୍ୟବସାୟି।ତାର ଦୁଇ ଟି ପୁଅ ଓ ଝିଅ।

ସେ ଜୀବନ ରେ ଯାହା ପାଇଲେ ବି ଖୁସି ହୁଏ ନି।

ଯେତେ ବେଳେ ତା ସ୍ୱାମୀ କୁ କାହା ଆଗରେ ନିନ୍ଦା କରେ ତାକୁ ଶାନ୍ତି ଲାଗେ।ଖାଲି ସେତିକି ନୁହେଁ ଗାଁ ର କୋଉ ଲୋକ ସୁଖ ରେ ଭଲ ରେ ରହିଲେ 

ସେ ସହି ପାରେନି।ଅନ୍ୟ ର ଦୁର୍ଗୁଣ କୁ ଖୋଜି ବାହାର କରେ।ଯାହାକୁ ଦେଖେ ତାର ନିନ୍ଦା କଲେ ତାକୁ ବହୁତ ଭଲ ଲାଗେ।ଏମିତି ସବୁଦିନ ନିନ୍ଦା କରିବା ତାର ଖରାପ ଅଭ୍ୟାସ ଥିଲା।ପର ନିନ୍ଦା ପର ଚର୍ଚା କଲେ ତାକୁ ବହୁତ ମଜା ଲାଗେ।

   ଏମିତି ଅନେକ ବର୍ଷ ବିତି ଗଲା।ଥରେ ପାଖ ଗାଁକୁ ଏକ ସାଧୁ ପ୍ରବଚନଦେବାକୁ ଆସିଲେ।

ରମା କୁ ପ୍ରବଚନ ଭଲ ଲାଗେନି।ପ୍ରବଚନ ର ଅନ୍ତିମ ଦିବସ ରେ ରମା ର ଦେହ ଖରାପ ହୋଇ ଥିଲା।ସେ ଚିକିତ୍ସାଳୟ କୁ ଯାଇ ଫେରିବା

ବାଟ ରେ ସାଧୁ ଏକ ଅନୁଚିନ୍ତା ଶୁଣାଇଲେ ।କହିଲେ ଜୀବନରେ ଯଦି କାହାକୁ 

ବିଷ ଦେବା ଯେତିକି ପାପ ଲାଗିବ।

ପର ନିନ୍ଦା ପର ଚର୍ଚା କଲେ ସେତିକିପାପ ଲାଗିବ।

  ଏତିକି କଥା ରମା ସେ ଦିନ ଫେରିବା ବାଟ ରେ ଶୁଣିଲା।ସେ ରାତି ରେ ଶୋଇ ପାରିଲା ନାହିଁ।

ସାଧୁ ଙ୍କ କଥା ତା ମନକୁ ଆନ୍ଦୋଳିତ କଲା।

ସେ ସ୍ଥିର କଲା ଆଉ କାହାକୁ ନିନ୍ଦା କରିବ ନାହିଁ।ସେ ସବୁ ବେଳେ ଚୁପ ହୋଇ ରହିଲା।ତାର ସ୍ଵଭାଵ ପରିବର୍ତନ ହେଲା।ଏହା ଦେଖି ଗାଁ ଲୋକ ଓ ପରିବାର ଲୋକ ବହୁତ ଖୁସି ହେଲେ।

   ଆମେ ଏହି ଗଳ୍ପ ରୁ ଶିଖିବା ଏଇ କ୍ଷଣ ସ୍ଥାୟୀ ଜୀବନ ରେ କେବେ ପର ନିନ୍ଦା ପର ଚର୍ଚା କରିବା ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics