Tikeshwar Sahu

Action

3  

Tikeshwar Sahu

Action

ଅନୁଭୂତି

ଅନୁଭୂତି

2 mins
159



     ବେଳେବେଳେ ଆମେ ଦୂର ଯାତ୍ରା କରିଥାଉ । ସାଙ୍ଗମାନେ ମସ୍ତି କରୁ । ଦୂର ପିକନିକ୍ ସ୍ଥାନରେ ବଣଭୋଜୀ ହୁଏ । ବହୁତ ମଜା ଲାଗେ । ଆମର ସହଯୋଗୀ ବଂଧୁ ରୋଷେଇ କାମରେ ଧୁରନ୍ଧର । ରୋଷେୟା ଯାଇଥାଏ । ସେ ପାଣି ,କାଠ, ପରିବା କାଟିବା , ନିଆଁ ଜିଳିବା ଇତ୍ୟାଦି କାମ କରେ । ବିଶେଷ କରି ମାଂସ ରାନ୍ଧିବା କାମଟା ବଂଧୁଙ୍କର । ବୋଧହୁଏ ସେ କାମରେ ସେ ହାତ ନ ଦେଲେ ଭୋଜୀଟା ଭୋଜୀ ଭଳି ଲାଗେନାହିଁ । ସେଥିପାଇଁ ଭୋଜୀ ନାମ ଧରିଲେ ବଂଧୁଙ୍କୁ ଆଗ ଖୋଜାପଡ଼େ ।


     ଆମେ ଗୋଟିଏ ବହୁତ ଦୂର ପାହାଡ଼ିଆ ଝରଣାକୁ ବଣଭୋଜୀ କରିବାକୁ ଯାଇଥାଉ । ସେ ଥର ଆମ ସାଥିରେ ଯାଇଥାନ୍ତି ଆମ ପରିବାରର ମହିଳା ଓ ଛୋଟ ପିଲାପିଲି ମାନେ । ବହୁତ ଗହଳି ହୋଇଥାଏ । ଅନେକ ଦିନ ପରେ ଦେଖା ହୋଇଥିବାରୁ ମହିଳାମାନେ ଗପସପରେ ଲାଗିପଡ଼ିଲେ । କେହିକେହି ପରିବା କଟା ,ପାଣି ବସାରେ ସାହାଯ୍ଯ କଲେ । ଯାହାକୁ ଯାହା ଦିଶିଲା କରିଯାଉଥିନ୍ତି । ପିଲାମାନେ ଖେଳକୁଦରେ ଲାଗିପଡ଼ିଲେ । ରୋଷେୟା ଡାକ ଦେଲା, ଟିଫିନ୍ ଟାଇମ୍ , ଟିଫିନ୍ ଟାଇମ୍ । ସମସ୍ତେ ଏକାଠି ହୋଇଗଲୁ । ଏଇତ ବଣଭୋଜୀର ମଜା । ମୁଢ଼ୀ,ନଡ଼ିଆ, ପିଆଜ , କଟା ମୂଳା, ମିକ୍ସଚର ଇତ୍ୟାଦି ପେପର ଉପରେ ରଖାଗଲା । ସମସ୍ତେ କିଚିରିମିଚିରି ଶବ୍ଦ କଲାଭଳି ଖାଉଥାଉ । ଆରେ ତାଙ୍କର ସାନପିଲା ସାନୁ ଆଉ ରମୁ କାହିଁ ଗଲେ ଯେ ? ଚାଲ, ଚାଲ , ଖୋଜ । ବଡ଼ ପାଟିରେ ଡକାଗଲା । ସେମାନେ ଶୁଣିଲେ ନାହିଁ । ସାହୁ ବାବୁ ମୁଢ଼ୀ ଆସରରୁ ଉଠି ଖୋଜିବାକୁ ଚାଲିଗଲେ । କିଛି ସମୟ ପରେ ଦୁଇପିଲାଙ୍କୁ ସାଥିରେ ଧରି ଆସିଲେ । ରାଗ ତମତମ ଭାଷାରେ ଗାଳି ଦେଉଥାନ୍ତି । ଅଗତ୍ଯା ମୂଷା ଛୁଆ ଭଳି କିଛି ନ ଜାଣିଲା ଭଳି ଚୁପ ଚୁପ ଆସି ମୁଢ଼ୀ ଖାଇବସିଲେ । ସେଇଠି ସ୍ଥିର ହେଲା ଯେ ପିଲାମାନେ ଜଙ୍ଗଲକୁ ବୁଲିବାକୁ ଗଲେ ବଡ଼ ଜଣେ ସାଙ୍ଗରେ ଯିବେ । ସେଇୟା ହେଲା । ରୋଷେଇ କାମରେ ଲାଗି ପଡ଼ିଲେ ଓ ଅନ୍ୟମାନେ ପାହାଡ଼ ବୁଲା ପାଇଁ ବାହାରି ପଡ଼ିଲେ ।


ଆଗରୁ କେବେ ଏତେବଡ଼ ପାହାଡ଼ ଚଢ଼ି ନଥାଉ । ବଡ଼ ଥକା ଲାଗୁଥାଏ । ସେଠିକାର ପିଲାମାନେ ଦୌଡ଼ି ଦୌଡ଼ି ଚଢ଼ିଯାଉଥାନ୍ତି । ପଚାରିଲେ କହନ୍ତି, ଆଉ ଅଳ୍ପ ବାଟ । ଏଇ ଟିକିଏ । ଆଗକୁ ଦିଶୁଥିବା ପାହାଡ଼ କଡ଼କିଟା ଚଢ଼ିଗଲେ ଆମର ଗନ୍ତବ୍ୟ ସ୍ଥଳରେ ପହଞ୍ଚିଯିବା । ସେଇ ଆଶା ରଖି ଆମେ ଚାଲିଥାଉ । ଖରାଦିନ ଆସୁଥାଏ । ଗଛ ପତ୍ରଝଡ଼ା ଦେଇଥାନ୍ତି । ପାହାଡ଼ ପତ୍ର ଗହଳରେ ଘଞ୍ଚ ଦିଶୁନଥାଏ । ଜଙ୍ଗଲିଆ ଜନ୍ତୁମାନଙ୍କର ଭୟ ନାହିଁ । କାରଣ ବହୁ ଦୂର ଯାଏ ଆଖି ପାଉଥାଏ । ଆଣ୍ଠୁରେ କଷ୍ଟ ଅନୁଭବ କଲୁ । ପିଲାମାନେ ବାଉଁଶ ଠେଙ୍ଗା ହାଣି ଆମକୁ ଧରାଇଦେଲେ । ସେଥିରେ ଭରା ଦେଇ ଆମେ ଚଢ଼ିଗଲୁ । ପାହାଡ଼ ଉପର ପଥୁରିଆ ହେଲେ ମଧ୍ୟ ସେଇଠି ସମତଳ ଥାଏ । ଆରାମରେ କିଛି ସମୟ ବସିଗଲୁ । ପୁଣି ଚିନ୍ତି ପଡ଼ିଲା ପ୍ରାୟ ଦୁଇ ଘଣ୍ଟା ଓହ୍ଲାଇବାକୁ ପଡ଼ିବ । ପାହାଡ଼ ତଳକୁ ଆସିଲାବେଳକୁ ଅପରାହ୍ନ ତିନିଟା । ମହିଳା ଦଳ ଭାରି ବ୍ଯସ୍ତ ହେଉଥାନ୍ତି । ଆସୁ ଆସୁ ଟିକିଏ ପାଟିତୁଣ୍ଡ କୋଳାହଳ ବି ହୋଇଗଲା ।


     ରୋଷେୟା ଖାଇବାର ବନ୍ଦୋବସ୍ତ କରିସାରିଥାଏ । ସେ ଭାରି ଧୁରନ୍ଧର । ଖାଇବସିଲୁ । ସେ ଦିନର ଥକା ଯେତିକି କଷ୍ଟକର, ଖାଇବା ବି ସେତିକି ଟେଷ୍ଟି । ପାହାଡ଼ ଚଢ଼ାର ଅନୁଭୂତି ସହିତ ବଣଭୋଜୀରେ ଖାଇବା ଅନୁଭୂତି ଆଜି ବି ଅଭୁଲା ।



Rate this content
Log in

Similar oriya story from Action