Tikeshwar Sahu

Horror

4  

Tikeshwar Sahu

Horror

ଅଭିଶପ୍ତ ଦର୍ପଣ

ଅଭିଶପ୍ତ ଦର୍ପଣ

4 mins
251



    ଡଃ ସାହୁ ସୁଦୂର କୋରାପୁଟରୁ ଆସି ଦେବଗଡ଼ ଜିଲ୍ଲା ଡାକ୍ତରଖାନାରେ ଯୋଗ ଦେବାର ପ୍ରଥମ ଦିନ | ସେ ଭାବିଥିଲେ ଯେ ଡାକ୍ତରଖାନାଟି ବହୁତଳ ବିଶିଷ୍ଟ ଏବଂ ବହୁତ ବଡ଼ ହୋଇଥିବ | ମାତ୍ର ସେମିତି କିଛି ନୁହଁ | ଆଉଟଡୋର୍ ବହୁତ ଛୋଟ | ରୋଗୀଶଯ୍ୟା ଶହେ କି ଦୁଇ ଶହ ହେବ | ଘଣ୍ଟେ କି ଦୁଇ ଘଣ୍ଟା ବୁଲିଦେଲେ ସବୁ ରୋଗୀଙ୍କୁ ଦେଖି ଦେଇହେବ | ମାତ୍ର ଯାହା ଭାବିବା ,ତାହା ହୁଏ ନାହିଁ | 


    ସାହୁ ବାବୁ ପ୍ରଥମ ଦିନ ଡାକ୍ତରଖାନାରେ ଯୋଗ ଦେଇ ଭଡ଼ାଘର ଯୋଗାଡ଼ ପାଇଁ ବାହାରି ପଡ଼ିଲେ | ନୂଆ ଜାଗା | ତେଣୁ ବେଣୁ ମଉସା ତାଙ୍କୁ ସାହାଯ୍ଯ କରିବା ପାଇଁ ବାହାରି ପଡ଼ିଲେ | ଦୁହେଁ ମୋଟର ସାଇକେଲରେ ବାହାରି ପଡ଼ିଲେ | ବେଣୁ ମଉସା ଠିକ୍ ଠିକ୍ ଜାଣିଥିଲେ ଯେ କେଉଁଠି ଭଡ଼ାଘର ମିଳେ | ସେଇଠି ଠିକ୍ ହେଲା ଯେଉଁଠି ଆଗରୁ ଡଃ ଦାଶ ରହୁଥିଲେ | ଘର ବେଶ୍ ପ୍ରଶସ୍ତ | ବେଡ଼ ରୁମ୍ ଦୁଇଟା, କିଚେନ୍ ,ଡାଇନିଂଗ, ପୂଜାଘର,ଟଏଲେଟ୍ ସାଥିରେ ପର୍ଟିକୋ | କାର୍ ରଖିବା ପାଇଁ ଗ୍ୟାରେଜ୍ ବି ଅଛି | ଆଗରେ ରହିଛି ସୁନ୍ଦର ଫୁଲ ବଗିଚା | ଜଳ ଯୋଗାଣର ବ୍ୟବସ୍ଥା ଅଛି | ସବୁ ଦେଖି ଖୁସି ହୋଇଗଲେ ଡଃ ସାହୁ | ଘର ମାଲିକ ଘରଭଡ଼ା ତୁଟାଇଲେ ମାତ୍ର ପାଞ୍ଚ ହଜାର ଟଙ୍କା | ଘର ଭିତରେ ଅନେକ ଜିନିଷ ପଡ଼ିଛି | ଏଇ ଯେମିତି ସବୁ ରୁମ୍ ରେ ଫ୍ୟାନ, ଡିଇନିଂଗ ସେଟ୍ ,ପୁରୁଣାକାଳିଆ ଶିଶୁ କାଠରେ ତିଆରି ଡ୍ରେସିଂଗ ଟେବୁଲ | ସମୟ ଥିଲା ସେହି ଡ୍ରେସିଂଗ ଟେବୁଲ୍ ଟି ବ୍ୟବହାର କରୁଥିଲେ ରାଜବଂଶର କିଶୋରୀ ରାଜକୁମାରୀ | 


     ଡଃ ସାହୁଙ୍କ ପରିବାର ଆସି ପହଞ୍ଚିଗଲେ | ସେତେବେଳକୁ ବେଣୁ ମଉସା ଲୋକ ଡାକି ସବୁ ଘର ସଫା କରାଇ ଫିନାଇଲ୍ ରେ ପୋଛେଇ ସାରିଲେଣି | ଭାରି ସ୍ନେହୀ ଲୋକଟିଏ | ସାହୁ ବାବୁ ବଡ଼ ଖୁସି | ଏମିତି ଲୋକଟିଏ ପାଇଁ ଭାରି ସହଜରେ ଭଡ଼ାଘର ମିଳିଗଲା | ସନ୍ଧ୍ୟା ବେଳକୁ ସାହି ପିଲାମାନଙ୍କୁ ଡାକି ଗାଡ଼ିରୁ ସବୁ ଜିନିଷ ପତ୍ର ଓହ୍ଲାଇ ଘର ଭିତରେ ଭର୍ତ୍ତି କରେଇଦେଲେ | ସେଦିନ ସନ୍ଧ୍ୟା ହୋଇ ସାରିଥିଲା | ସାହୁ ବାବୁଙ୍କର ଉଚ୍ଚ ଶିକ୍ଷିତା ସ୍ତ୍ରୀ, ପଞ୍ଚମ ଷ୍ଟାଣ୍ଡାଡ଼ ପଢ଼ୁଥିବା ଝିଅ ଓ ପ୍ରଥମ ଷ୍ଟାଣ୍ଡାଡ଼ ପଢ଼ୁଥିବା ପୁଅ | ପିଲାମାନେ କୋରାପୁଟରୁ ଏତେ ଦୂର ଆସି ଥକି ପଡ଼ିଥିବାରୁ ସୋଫା ଉପରେ ଢୁଲେଇ ପଡ଼ିଲେଣି | ଆଜି ରାତିର ରୋଷେଇ କରିବା କଷ୍ଟକର | ସମସ୍ତେ ଥକି ପଡ଼ିଥିଲେ | ତେଣୁ ବେଣୁ ମଉସା ଓ ସାହୁ ବାବୁ ଯାଇ ଢାବାରୁ ରାତ୍ରିଖାଦ୍ୟ ନେଇ ଆସିଲେ | ବାଧ୍ୟ କରିବାରୁ ବେଣୁ ମଉସା ମଧ୍ୟ ଗୋଟେ ରୁଟି ଓ ତରକାରୀ ଟିକିଏ ଖାଇ ଘରକୁ ଚାଲିଗଲେ ଆର ଦିନ ସକାଳୁ ଭେଟ ହେବାର ପ୍ରତିଶ୍ରୁତି ଦେଇ |


     ଭଡ଼ାଘରେ ପ୍ରଥମ ଦିନ | ରାତ୍ରୀ ପ୍ରାୟ ଏଗାରଟା | ବାରଣ୍ତାରେ ଶୁଣାଗଲା ଘୁଙ୍ଗୁରର ଛମଛମ ଶବ୍ଦ | କାହାର ପାଦ ଶବ୍ଦରେ ସାହୁ ବାବୁଙ୍କ ନିଦ ଭାଙ୍ଗିଗଲା | ଭାବୁଥିଲେ ମିସେସ୍ ସାହୁ ବାହାରକୁ ଯାଇଛନ୍ତି ? କିନ୍ତୁ ଦେଖିଲେ ମିସେସ୍ ସାହୁ ଓ ପିଲାମାନେ ନିଘୋଡ଼ ନିଦରେ ଶୋଇ ପଡ଼ିଛନ୍ତି | ସାହୁ ବାବୁ ଲାଇଟ୍ ଜଳାଇଲେ | ଦେଖିଲେ ସବୁ ଠିକ୍ ଠାକ୍ ଅଛି | ଝରକା କବାଟ ବନ୍ଦ ଅଛି | ପଛ ପଟ ବଡ଼ ଆଇନାକୁ ଚାହିଁଲେ | ଦର୍ପଣର ପ୍ରତିବିମ୍ବ ଅନ୍ଯ ପଟ କାନ୍ଥକୁ ଛୁଉଁଥାଏ | କାନ୍ଥରେ ଅନନ୍ଦ୍ୟ ସୁନ୍ଦରୀ କନ୍ୟାର ଚିତ୍ର | ଆଖିକୁ ବିଶ୍ବାସ କରିପାରିଲେ ନାହିଁ | ଆଖି ମଳି ପୁଣି ଦର୍ପଣକୁ ଚାହିଁଲେ | ଦର୍ପଣରେ ସେହି କନ୍ଯାର ଫଟୋ ଚିତ୍ର ଯେପରିକି ଦର୍ପଣ ସେପଟୁ ହାତଠାରି ଡାକୁଛି | ଦର୍ପଣ ସେପଟୁ ଛମଛମ ଶବ୍ଦ ଶୁଣାଗଲା | ଆହୁରି ଚମକି ଉଠିଲେ ସାହୁ ବାବୁ |

     ପଲଙ୍କରେ ନିଘୋଡ଼ ନିଦରେ ଶୋଇଥିବା ପିଲାମାନଙ୍କୁ ଚାହିଁଲେ | ଭାରି ଭୟ ଲାଗୁଥିଲା | ଇଚ୍ଛା ହେଉଥିଲା ପିଲା ଦୁଇଟାକୁ ଧରି ସ୍ତ୍ରୀଙ୍କୁ ଉଠାଇ ଘରୁ ବାହାରି ଯିବାକୁ | ହେଲେ ଯିବେ କୁଆଡ଼େ ! ଅଜଣା ଅଚିହ୍ନା ଅଞ୍ଚଳ | ସାହସ ଜୁଟାଇ ପାରିଲେ ନାହିଁ | ଡଃ ସାହୁ ବେଣୁ ମଉସାଙ୍କୁ ଫୋନ କଲେ | ରାତ୍ରିର ଅନ୍ଧକାରରେ ତାଙ୍କ ଫୋନ କଲ୍ ମିଳେଇ ଯାଉଥିଲା | ବେଣୁ ମଉସା ଫୋନ ଉଠାଇଲେ ନାହିଁ | ସାହୁ ବାବୁ ଭୟରେ ପୁଣି ଶିହରି ଉଠିଲେ | ମନେ ମନେ ଭାବିନେଲେ ଯେ ସତେ କ'ଣ ଡ୍ରେସିଂଗ ଟେବୁଲର ଦର୍ପଣଟା ଅଭିଶପ୍ତ କି ? ମନେ ମନେ ସ୍ଥିର କରିନେଲେ ଯେ ଦର୍ପଣଟା ନିଶ୍ଚୟ ଅଭିଶପ୍ତ ଦର୍ପଣ | ଶୀତ ଦିନ | କମ୍ବଳରେ ମୁହଁ ଘୋଡ଼ାଇ ଦେଲେ | ହଠାତ୍ ସିଲିଂଗ ଫେନ୍ ଧିରେ ଧିରେ ଚାଲିଲା | ଏ କ'ଣ ! ଆପେ ଆପେ ଫେନ୍ ବନ୍ଦ ହୋଇଗଲା | 

      

     ଡଃ ସାହୁ ଭାରି ବ୍ୟତିବ୍ୟସ୍ତ ହୋଇଉଠିଲେ | କି ଘରଭଡ଼ା ନେଲେ ଯେ ଭୟଙ୍କର ଭୂତ ଭୟ | ଅନେକ କଥା ମୁଣ୍ଡକୁ ଛୁଇଁଲା | ଯଦି ଏହି ଅଭିଶପ୍ତ ଦର୍ପଣରେ ଭୂତ ଅଛି ,ତାହେଲେ ଏହା ଆଗରୁ ଡଃ ଦାଶ କିପରି ରହୁଥିଲେ ? କବାଟ ପୂରାପୂରି ବନ୍ଦ | ବାହାର ବାରଣ୍ଡାରେ ସେହି ଝିଅର ଛମଛମ ପଦଶବ୍ଦ | ପାହାନ୍ତିଆ ବେଳକୁ ସ୍ତ୍ରୀଙ୍କୁ ଉଠାଇଲେ | ମାତ୍ର ରାତ୍ରୀର ସମସ୍ତ ଘଟଣା ତାଙ୍କୁ କହିଲେ ନାହିଁ | ସକାଳ ହେଲା | ରାତ୍ରୀର ଭୟ ମନରୁ ଯାଉନଥାଏ | ସାହୁ ବାବୁ ପୁଣି ଦର୍ପଣ ସାମ୍ନାକୁ ଗଲେ | ଏ କ'ଣ ! ଦର୍ପଣରେ ନିଜ ପ୍ରତିଛବି ଦେଖା ନଯାଇ ସେ ଝିଅଟିର ପ୍ରତିଛବି ଦେଖାଯାଉଛି | ଦର୍ପଣ ସାମ୍ନାରୁ ଭୟରେ ଅନ୍ଯତ୍ର ଚାଲିଗଲେ | କାହାକୁ ଏକଥା କହିପାରୁନାହାନ୍ତି | ପିଲାମାନେ ପାନିଆଁ ଧରି ଡ୍ରେସିଂଗ ଟେବୁଲ ସାମ୍ନାରେ ବସିପଡ଼ିଲେ | ଦୂରରୁ ସାହୁ ବାବୁ ସବୁ ଦେଖୁଥିଲେ | କିନ୍ତୁ ପିଲାମାନେ ସେଭଳି କିଛି ପ୍ରତିକ୍ରିୟା କଲେନାହିଁ | ଯଦି ପିଲାମାନଙ୍କୁ ସେ ଝିଅର ପ୍ରତିଛବି ଦେଖାଯାଉନାହିଁ ; ନିଜକୁ କାହିଁକି ଦେଖାଯାଉଛି | 


     ଡଃ ସାହୁ ଘର ମାଲିକଙ୍କୁ ଡାକି ସେହି ଡ୍ରେସିଂଗ ଟେବୁଲ ନେବାକୁ ଅନୁରୋଧ କଲେ | ଡ୍ରେସିଂଗ ଟେବୁଲକୁ ଘରୁ ବାହାର କରିବାକୁ ଚେଷ୍ଟା କରାଗଲା | ଦର୍ପଣ ଭିତରୁ କାହାର କାନ୍ଦିବାର ଶବ୍ଦ ଶୁଣାଗଲା | ସମସ୍ତେ ଚମକି ପଡ଼ିଲେ | ଘର ମାଲିକ ତା ସମ୍ବନ୍ଧରେ ଆଗରୁ କେବେ ଜାଣି ନଥିଲେ | ଦୁଇ ଶହ ବର୍ଷ ପୂରୁଣା ସେହି ଡ୍ରେସିଂଗ ଟେବୁଲ | ବେଣୁ ମଉସା ସେଠାକୁ ପହଞ୍ଚିଲେ | ସେ ଜାଣିଥିଲେ ଏ ଅଭିଶପ୍ତ ଦର୍ପଣର ରହସ୍ୟ | କିନ୍ତୁ ଆଶ୍ଚର୍ଯ୍ଯର କଥା ଯେ ଏ ଅଭିଶପ୍ତ ଦର୍ପଣ ସହିତ ଡଃ ସାହୁଙ୍କର କି ସଂପର୍କ ? ଏହା ପୂର୍ବରୁ ଅନେକ ଲୋକ ଏ ଘରେ ଭଡ଼ା ରହିଆସୁଥିଲେ | କାହାକୁ ସେ ଦର୍ପଣରେ କିଛି ପ୍ରତିକ୍ରିୟା ଦେଖାଯାଉନଥିଲା | 

     କୌଣସି ଏକ ପୂରୁଣା ବହି ଖୋଲିଲେ ବେଣୁ ମଉସା | ଘର ମାଲିକଙ୍କୁ ଧରାଇଦେଲେ | ସେଠି ଲେଖାଥିଲା ସେହି ଅଭିଶପ୍ତ ଦର୍ପଣ କଥା | ଏହି ଦର୍ପଣ ସମ୍ମୁଖକୁ ସେହି ଝିଅର ସ୍ବାମୀ ଯଦି ଆସିଯାଆନ୍ତି, ତାହେଲେ ସେ ଆବିର୍ଭାବ ହେବ | ତାହେଲେ ପୂରାତନ ଯୁଗର ଦୁଇ ଶହ ପୂରୁଣା ରାଜକୁମାର ସୁନନ୍ଦନ ! ଡଃ ସାହୁ ଯେ ସେ ସମୟର ରାଜକୁମାର ସୁନନ୍ଦନ ,ଏହା ଜାଣିବାକୁ ବେଣୁ ମଉସା ଆଉ ଭୁଲ କଲେ ନାହିଁ | ଡଃ ସାହୁ ଏ ଅସମ୍ଭବ ସଂପର୍କ ଦେଖି ଆଶ୍ଚର୍ଯ୍ଯ ହେଉଥିଲେ | ସକାଳ ନଅଟା ବେଳକୁ ଭଡ଼ାଘର ଛାଡ଼ି ଅନ୍ୟତ୍ର ଚାଲିଗଲେ | ମାତ୍ର ସେହି ଦିନଠୁଁ ସେ ଘରେ ଆଉ କେହି ଭଡ଼ା ରହିବାକୁ ଆସିଲେ ନାହିଁ | ବରଂ ଡଃ ସାହୁ ମନକୁ ମନ ସମୀକ୍ଷା କରୁଥିଲେ ସେହି ଅଭିଶପ୍ତ ଦର୍ପଣ ସମ୍ବନ୍ଧରେ |



Rate this content
Log in

Similar oriya story from Horror