Tikeshwar Sahu

Inspirational

4  

Tikeshwar Sahu

Inspirational

ଭାବରେ ଭଗବାନ

ଭାବରେ ଭଗବାନ

2 mins
248


ସେଦିନ ପୁରୀରେ ଗୋଟିଏ ସାହିତ୍ଯ ସଭାରେ ଯୋଗ ଦେବାର ଥାଏ । ରାତି ବସ ଧରିଲି । ସକାଳୁ ସକାଳୁ ଭୁବନେଶ୍ବର ପହଞ୍ଚି ଗାଧୁଆ ପାଧୁଆ ସାରି ପୁରୀ ବସ ଧରିଲି । ସାକ୍ଷୀଗୋପାଳର ଜଣେ ବଂଧୁ ପୁରୀ ବସ ଷ୍ଟାଣ୍ଡରୁ ମୋତେ ପାଛୋଟି ନେଲେ ।ପୁରୀ ୟୁଥ୍ ହଷ୍ଟେଲ୍ ଗଲୁ । ସେଠାରେ ମଲ୍ଲ ସାର୍ ଙ୍କ ସହ ସାକ୍ଷାତ୍ ହେଲା । ଭାବିଲି ପୁରୀ ଆସିଛି ଯେବେ ଜଗନ୍ନାଥ ଦର୍ଶନ ନ କରିଲେ ଫେରିହେବ । ଦୁଇ ବଂଧୁ ମନ୍ଦିରକୁ ଗଲୁ । ବେଢ଼ା ପରିକ୍ରମା କରି ଭୋଗ ଧରି ମନ୍ଦିର ଭିତରକୁ ଯିବାକୁ ଗଲାବେଳେ ଜାଣିଲୁ ଯେ ଏହା ସାହାଣ ମେଲା ଯୋଗ ।ପୋଲିସ୍ ପ୍ରଶାସନ କଡ଼ାକଡ଼ି ଥାଏ । ଗୋଟିଏ ପରେ ଗୋଟିଏ ଦଳ ଛଡ଼ା ଯାଉଥାଏ । ପ୍ରଥମରୁ ଆଗକୁ ଗଲାବେଳେ ଜଣେ ପୋଲିସ ହାତ ମାରି ଅଟକାଇ ଦେଲେ । ମୁଁ ତାଙ୍କୁ ଆଗକୁ ଛାଡ଼ି ଦେବାପାଇଁ ଅନୁରୋଧ କଲି । ମାତ୍ର ସେ ନମସ୍କାର ଜଣାଇଁ ମୋତେ କହିଲେ ‐ଆପଣ ଏହି ଦଳର ସବା ଆଗରେ ଅଛନ୍ତି । ତେଣୁ ଭଲ ଭାବରେ ଜଗନ୍ନାଥ ଦର୍ଶନ କରିପାରିବେ। ପୁଣି ଦ୍ବିତୀୟ ଥାକକୁ ଯାଇ ଠିଆ ହେଲା ବେଳେ ଆଉ ଜଣେ ପୋଲିସ ମୋତେ ନମସ୍କାର ଜଣାଇଲେ । ମୋ ବଂଧୁ କହିଲେ ‐ତୁମେ ତ ଦେବଗଡ଼ର ଲୋକ । ପୁରୀ ମନ୍ଦିର ପୋଲିସ୍ ତୁମକୁ କେମିତି ନମସ୍କାର ଜଣାଉଛନ୍ତି ଯେ । ଅଗତ୍ଯା ମୁଁ ପୋଲିସ ବାବୁଙ୍କୁ ପଚାରିଲି‐ ବାବୁ , ତୁମେ ଚିହ୍ନି କି ନମସ୍କାର କଲ ନା ଭୁଲରେ ନମସ୍କାର କରିଦେଲ । ସେ ବାବୁଟି କହିଲା‐ ଆଜ୍ଞା ,ଆପଣଙ୍କୁ ଆମେ ଚିହ୍ନିଛୁ । ଆପଣଙ୍କ ପୁଅ ଏକାମ୍ରର ଆମେ ସାଙ୍ଗ । କଣ୍ଢଳ ହାଇସ୍କୁଲରେ ଆମେ ଏକା ସାଥିରେ ପଢ଼ୁଥିଲୁ। ଦେଖିଲି ସେଇଠି ଆଉ ଦୁଇଜଣ ଆମ ପାଖର ପୋଲିସ ବାବୁ ସାକ୍ଷାତ କଲେ। ସମସ୍ତେ କହିଲେ ଆମେ ଏଠାକୁ ରଥଯାତ୍ରା ପାଇଁ ଡେପୁଟେସନ୍ ରେ ଆସିଛୁ । ଯାହା ହେଉ ଭଲ ହେଲା କହି ଆଗକୁ ଗଲି । ସେମାନେ କହିଲେ ସାର୍ ଆଜି ଆପଣ ଭାଗ୍ଯବାନ । ଏହି ଦଳର ଆଗରେ ଅଛନ୍ତି । ଠିକ୍ ଭାବେ ଜଗନ୍ନାଥ ଦର୍ଶନ କରିପାରିବେ । ସବୁବେଳେ ଡାହାଣରେ ଚାଲନ୍ତୁ । ଆମେବି ଡାହାଣରେ ଥାଉ । ଚନ୍ଦନ ଅର୍ଗଳି ପାଖରୁ ଭୋଗ ବଢ଼ାଇଦେଲୁ । ଦୀପରେ ହାତ ଦେଖାଇ ଶ୍ରୀଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ଅତି ପାଖରୁ ମନ ପୂରାଇ ଦର୍ଶନ କଲୁ । ଚକାଆଖିକୁ ସେମିତି ଅନାଇ ରହିଥାଏ । ଆହା କି ଆନନ୍ଦ ସେ ଚକାଆଖିରେ । ମନରେ ଭକତି ନୈବେଦ୍ୟ ବାଢ଼ିଦେଲି । ଜୟ ଜଗନ୍ନାଥ କହି ଆନନ୍ଦରେ ବିଭୋର ହେଲି । ଏମିତି ଦର୍ଶନ ସୁଯୋଗ ଭାଗ୍ଯରେ ଥିଲେ ମିଳେ ।


Rate this content
Log in

Similar oriya story from Inspirational