Read a tale of endurance, will & a daring fight against Covid. Click here for "The Stalwarts" by Soni Shalini.
Read a tale of endurance, will & a daring fight against Covid. Click here for "The Stalwarts" by Soni Shalini.

Tikeshwar Sahu

Tragedy

3  

Tikeshwar Sahu

Tragedy

କେନ୍ସର ମୁକ୍ତି

କେନ୍ସର ମୁକ୍ତି

2 mins
173



   ଡାକ୍ତର ଶୁଭେନ୍ଦୁ ପଟ୍ଟନାୟକ ହସ୍ପିଟାଲରୁ ଫେରି ହତାଶ ହୋଇ ସୋଫା ଉପରେ ବସିପଡ଼ିଲେ | ହତାଶାଭାବ ମୁହଁରେ ସୁସ୍ପଷ୍ଟ | ବିରକ୍ତିଭାବ ଆଖିରେ ଲାଗିରହିଥିଲା | ଦିନ ସାରା ରୋଗୀ ଓ ରୋଗକୁ ଦେଖି ଦେଖି ଥକି ପଡ଼ିଥିଲେ ସେ | ବାରମ୍ବାର ମୁଣ୍ଡ ଉପରେ ହାତ ରଖୁଥିଲେ ଡାକ୍ତର ବାବୁ | ସ୍ତ୍ରୀ ଆସି ଚା' କପ୍ ଦେଲେ | ଚା' ପିଇଦେଲେ ମୁଣ୍ତ ବ୍ୟଥା ଚାଲିଯିବ | ଶୁଭେନ୍ଦୁ ଚା' ପିଇ ପିଇ ଶୋଇବା ଘରକୁ ଚାଲିଗଲେ | ଚିନ୍ତାରେ ମୁଣ୍ଡଟା ଭାରାକ୍ରାନ୍ତ | 

     

    କେନ୍ସର ୱାର୍ଡକୁ ନୂଆ ପେସେଣ୍ଟ ଆସିଥିଲା | ତା ସାଙ୍ଗ ପିଲାମାନେ ଖୁବ୍ ଅନୁରୋଧ କରୁଥିଲେ ଶୁଭେନ୍ଦୁଙ୍କୁ | ବହୁତ ଥକି ପଡ଼ିଥିବାରୁ ଶୁଭେନ୍ଦୁ ଡାକ୍ତରଖାନାରୁ ଚାଲି ଆସିଥିଲେ | ପିଲାମାନଙ୍କ ମନ ଶୁଖି ଯାଇଥିଲା | ଚା' ପିଇଲା ପରେ ସେହି ପିଲାମାନଙ୍କର ଶୁଖିଲା ମୁହଁ ସ୍ପଷ୍ଟ ଦେଖାଗଲା | ଖୋଲିଥିବା ସାର୍ଟ ପୁଣି ପିନ୍ଧିନେଲେ ଡାକ୍ତର ବାବୁ | ଏମିତି ଚାଲି ଆସିବାଟା ଠିକ୍ ଲାଗିଲାନି ତାଙ୍କୁ | ନିଜକୁ ଦୋଷୀ ଭଳି ଲାଗିଲା | ଶୁଭେନ୍ଦୁ ପୁଣି ଗାଡ଼ି ଚଳାଇ ଚାଲିଗଲେ ଡାକ୍ତରଖାନାକୁ | ସ୍ତ୍ରୀ ପଛରୁ ପାଟି କରି ଡାକିଲେ ବି ଶୁଣିଲେ ନାହିଁ | ଦିଦିଙ୍କୁ ଡାକ୍ତର କହିଲେ ଯାଇ ଶହେ ଏକ ନମ୍ବର ରୋଗୀର ବାୟୋଡ଼ାଟା ଆଣିବାକୁ | ଆସିଷ୍ଟାଣ୍ଟ ଡକ୍ଟର ପ୍ରସାଦ ବାବୁଙ୍କୁ ପଠାଇଲେ | କିଛି ସମୟ ପରେ ଦୁହେଁ ସେ ରୋଗୀର ବାୟୋଡାଟା ସହ ବ୍ଲଡ଼ପ୍ରେସର ରିପୋର୍ଟ ଇତ୍ଯାଦି ନେଇ ଆସିଲେ | ରୋଗୀର ଠିକଣା ଦେଖି ଚମକି ପଡ଼ିଲେ ଡାକ୍ତର ବାବୁ | ଠିକଣା ଥିଲା, ରୋଗୀ ଶ୍ରୀ ଶୁଭଙ୍କର ପଟ୍ଟନାୟକ, ପିତା‐ ଶୁଭେନ୍ଦୁ ପଟ୍ଟନାୟକ , ସହର‐ କଟକ | କିଛି ଭାବିବା ପୂର୍ବରୁ ଡାକ୍ତର ଶୁଭେନ୍ଦୁ ପଟ୍ଟନାୟକ ଅଣନିଃଶ୍ବାସୀ ହୋଇ ଧାଇଁଗଲେ ରୋଗୀ ନମ୍ବର ଶହେ ଏକ ପାଖକୁ | ଯାହା ଦେଖିଲେ ଆଖିକୁ ବିଶ୍ବାସ କରିପାରିଲେ ନାହିଁ | ସେ ଯେ ଏକ ମାତ୍ର ପୁତ୍ର ଶୁଭଙ୍କର ପଟ୍ଟନାୟକ | ସେ ପୁଣି କେନ୍ସର ରୋଗୀ | ସେ ରେଫର୍ ହୋଇ ଆସିଥିଲା ରାଉରକେଲାରୁ | ଡାକ୍ତର ଶୁଭେନ୍ଦୁ ହତୋତ୍ସାହିତ ହୋଇପଡ଼ିଲେ | ମୁହଁରେ ଭାଷା ନଥିଲା| ସହକାରୀ ଡାକ୍ତର କିଛି ସମୟ ପରେ ସବୁ ବୁଝିଗଲେ ଯେ ଶୁଭଙ୍କର ଶୁଭେନ୍ଦୁଙ୍କ ଏକମାତ୍ର ପୁଅ | ସମସ୍ତ କର୍ମଚାରୀ ମଧ୍ୟ ଜାଣିଲେ | ଶୁଭେନ୍ଦୁ ସ୍ତ୍ରୀଙ୍କୁ ଫୋନ କରି ଜଣାଇବାକୁ ସାହସ ଯୋଗାଡ଼ କରିପାରିଲେ ନାହିଁ | ବଡ଼ ଦିଦି ଘରକୁ ଜଣାଇଦେଲେ |


    ଅଳ୍ପ ସମୟ ପରେ ଶୁଭଙ୍କରର ମାଆ ଡାକ୍ତରଖାନାରେ ପହଞ୍ଚିଲେ | କାନ୍ଦ ବୋବାଳିରେ ଡାକ୍ତରଖାନା ଫାଟିପଡ଼ିଲା | ଶୁଭଙ୍କର ରକ୍ତ କର୍କଟରେ ଆକ୍ରାନ୍ତ | ଏତେ ବଡ଼ କଥାଟା ଶୁଭଙ୍କର ବାପା ମାଆଙ୍କଠାରୁ ଲୁଚେଇ ରଖିଥିଲା | କାହିଁକି ଜଣାଇଁଥାନ୍ତା ଯେ | ସେ ସାଙ୍ଗମାନଙ୍କ ସହାୟତାରେ ଅନେକ ଥର ମୁମ୍ବାଇ କେନ୍ସର୍ ହସ୍ପିଟାଲ୍ ରେ ଦେଖେଇ ସାରିଛି | ବଞ୍ଚିବାର ଆଶା କ୍ଷୀଣ | ଶେଷ ବେଳକୁ ରାଉରକେଲାରୁ ମୁମ୍ବାଇ ନେଇ ନପାରି କଟକ ନେଇ ଆସିଛନ୍ତି | ଭଗବାନ ଯାହା କରିବେ | 

     ଶୁଭେନ୍ଦୁ ଯଥାଶକ୍ତି ସମସ୍ତ ଚିକିତ୍ସାର ବ୍ୟବସ୍ଥା କରିଦେଲେ | ଅନ୍ଯ ଡାକ୍ତରମାନେ ମଧ୍ୟ ଲାଗିପଡ଼ିଲେ | ଅତି ମୁମୂର୍ଷୁ ଅବସ୍ଥାରେ ପଡ଼ିରହିଥିଲା ଶୁଭଙ୍କର | ଏଇ ସେନ୍ସ ଆସିଲାଣି | ମାଆ ମନ ତ ! ବ୍ୟାକୁଳ ହୋଇଉଠିଲା ପୁଅକୁ ଦେଖିବାପାଇଁ | ଦୌଡ଼ିଗଲା ଶୁଭଙ୍କର ପାଖକୁ | ମୁଣ୍ଡ ଆଉଁସି ପାଖରେ ବସିଲେ | ଅପେକ୍ଷାର ଶେଷ ନାହିଁ | ସମୟର ଲମ୍ବା ରାସ୍ତାରେ ମାଆ ବସି ରହିଥାନ୍ତି ପୁଅ ପାଖରେ | ପୁଅର ଭଲ ହେବାପାଇଁ ଶିବଙ୍କ ପାଖରେ ଲକ୍ଷେ ବେଲପତ୍ର ସହ କ୍ଷୀର, ଅରୁଆ ଚାଉଳ, ଗୁଡ଼, ଘିଅ ନଡ଼ିଆ ମାନସିକ କଲେ | ଶୁଭେନ୍ଦୁଙ୍କ ସମସ୍ତ ଚିକିତ୍ସାରେ ଆସ୍ତେ ଆସ୍ତେ ମୁକ୍ତ ହୋଇଗଲା ଶୁଭଙ୍କର |



Rate this content
Log in

More oriya story from Tikeshwar Sahu

Similar oriya story from Tragedy