Tikeshwar Sahu

Inspirational

3  

Tikeshwar Sahu

Inspirational

ସାବତ ମାଆ

ସାବତ ମାଆ

4 mins
209



ତେଜସ୍ବିନୀ ଗାଆଁକୁ ଫେରିଆସିଲା | ୟୁନିଭରସିଟି ହଷ୍ଟେଲରେ ବହୁ ଦିନ ଧରି ପାଠ ପଢ଼ୁଥିଲା | ହଷ୍ଟୂଲ ଜୀବନ ଠାରୁ ଗାଆଁର ଜୀବନ ସଂପୂର୍ଣ୍ଣ ଅଲଗା ଲାଗୁଥିଲା | ବାପାଙ୍କର ଭାରି ଗେହ୍ଲେଇ ଝିଅ ତେଜି | ବାପା ତେଜସ୍ବିନୀ ନ ଡାକି ତେଜି ବୋଲି ଡାକନ୍ତି | ତେଜି ବି ସେଇୟା | ଅନେକ ଦିନ ପରେ ଗାଆଁକୁ ଆସିଥିବାରୁ ପ୍ରତି ମୂହୁର୍ତ୍ତରେ ବାପାଙ୍କର ଯତ୍ନ ନେଉଛନ୍ତି | କେତେବେଳେ ଚା' ,କେତେବେଳେ ଟିଫିନ ହେବ, ସବୁର ଟିକିନିକି ହିସାବ ରଖୁଥିଲା ତେଜି | ରୋଷେଇ ପହିଲା ପହିଲା ଆସୁନଥିଲା | କିଛି ଦିନ ଭିତରେ ସବୁ ଯେମିତି ଠିକ୍ ହୋଇଆସୁଥିଲା | ତେଜିର ଯେମିତି ହେଉ ରୋଷେଇ ଭାରି ଭଲ ଲାଗୁଥିଲା | ଏସବୁ ଦେଖି ତେଜିର ସାବତ ମାଆ ସାବିର ଆଖିରେ ମୋଟେ ଯାଉନଥିଲା | ତେଜିର ବୟସଠାରୁ ମାତ୍ର ସାତ ବରଷ ବଡ଼ | ପାଠ ବୋଲି ସପ୍ତମ ପାସ୍ | ସେଥିରେ ପୁଣି ଅଧା ଇଂରାଜୀ ତ ଅଧା ଓଡ଼ିଆ ,ହିନ୍ଦି | ତାଙ୍କର ମୁଖ ଗୋଟାଏ ମୁଖ ନୁହଁ ତ ଗୋଟାଏ ଧାରୁଆ ଛୁରୀ | ସେ ଛୁରୀରୁ କାହାରି ନିସ୍ତାର ନାହିଁ | ସ୍ବୟଂ ଶିବ ହେଲେ ବି ପାଦରେ ମାଡ଼ି ହୋଇଯିବେ | ଆଉ ତେଜସ୍ବିନୀ ଓରଫ୍ ତେଜି କୋଉ ଗାଈର ଗୋବର ଯେ | ଗୋଟାଏ ଫୁଙ୍କରେ ସେ ଉଡ଼ିଯିବ ପରା | ମାଆର ଏମିତି ରୂପ ସେ କେବେ ଦେଖିନଥିଲା | ସତରେ ମାଆ ଆର ପାରିକୁ ଚାଲି ଗଲାପରେ ତେଜି ଖୁବ୍ କାନ୍ଦିଥିଲା | କିନ୍ତୁ ନୂଆ ମାଆ ଆସିବା ପରଠାରୁ ତାଙ୍କର କଅଁଳିଆ ମିଠା କଥାରେ ସବୁ ଯେମିତି ଭୁଲିଯାଇଥିଲା | ପ୍ରଥମେ ପ୍ରଥମେ ସବୁ ସେମିତି ଲାଗେ | ତେଜି ଭାବୁଥିଲା ନୂଆ ମାଆ ତାର ଖୁବ୍ ଯତ୍ନ ନେବ | ହେଲେ କିଛି ମାସରେ ତାର ସବୁ ଆଶାରେ ପାଣି ପଡ଼ିଗଲା | ସବୁ କଥାରେ ଫଁ ଫଁ ରାଗର ଫୁତ୍କାର | ଲାଗୁଥିଲା ଗୋଟାଏ କଳା ନାଗ ତା' ବେକରେ ଗୁଡ଼େଇ ହୋଇ ଯାଉଛି | କିଛି ଦିନ ସହିଗଲା | ନ ସହିବାର ତାର ଜୁ ନଥିଲା | କାନ୍ଦି କାନ୍ଦି ଓଢ଼ଣି ଭିଜି ଯାଉଥିଲା | ଆଖିରେ ଆଖିଏ ସ୍ବପ୍ନ | ଅବାସ୍ତବ କୁହୁଡ଼ିରେ ସବୁ ସ୍ବପ୍ନ ,ଆଶା ମିଳେଇ ଯାଉଥିଲା | ବାପା ସବୁ ଜାଣୁଥିଲେ | ମାତ୍ର କୌଣସି ସମାଧାନର ବାଟ ପାଉନଥିଲେ | ଏପଟେ କହିଲେ ଗୋ ହତ୍ୟା, ସେପଟେ କହିଲେ ବ୍ରହ୍ମ ହତ୍ଯା | ଧର୍ମର ବଡ଼ଦାଣ୍ଡରେ ବାପା କିଂକର୍ତ୍ତବ୍ୟ ବିମୂଢ଼ ହୋଇ ପଡ଼ିଥିଲେ | ନା ତେଜିର ଆଖି ଲୁହ ପୋଛି ପାରୁଥିଲେ , ନା ସ୍ତ୍ରୀକୁ ବାଧା ଦେଇ ପାରୁଥିଲେ | ସତେ ଯେମିତି ସେ ନଈର ଦୁଇଧାରରେ ପାଦ ଦେଇ ନିଜକୁ ନିଜେ ଅସମର୍ଥ ବୋଧ କରୁଥିଲେ | 

     ତେଜସ୍ବିନୀ ସମସ୍ତ ଶକ୍ତିକୁ ଯୋଗାଡ଼ କରି ନିଜ ଗୋଡ଼ରେ ଠିଆ ହେବାକୁ ଚେଷ୍ଟାକଲା | ବାପା ପାଖରେ ବୋଝ ହେବନି କି ନୂଆ ମାଆର ସ୍ବେଚ୍ଛାଚାରିତାରେ କଣ୍ଟା ହେବନି | ଆତ୍ମ ଚେଷ୍ଟା ବଳରେ ଅସାଧ୍ୟ ସାଧନ କରାଯାଇପାରେ | ଉଚ୍ଚତର ଶିକ୍ଷା ପାଇଁ ତେଜସ୍ବିନୀ ଆବେଦନ କଲା | ଇଂରାଜୀରେ ସ୍ନାତକୋତ୍ତର ପାଇଁ ସେ ଯୋଗ୍ୟ ବିବେଚିତ ହୋଇଗଲା | ବାପାଙ୍କ ଆଖିରେ ନୂଆ ବାଟ ମିଳିଗଲା | ସ୍ତ୍ରୀ ସାବିର ସମସ୍ତ ବିରୋଧ ପରେ ତେଜିକୁ ବିଶ୍ବବିଦ୍ୟାଳୟରେ ନାମ ଲେଖାଇ ଛାତ୍ରୀନିବାସରେ ରହିବାର ବ୍ୟବସ୍ଥା କରେଇଦେଲେ | ତେଜସ୍ବିନୀର ବାପା ଆଶ୍ବସ୍ତିର ନିଃଶ୍ବିସ ମାରିଲେ | ତେଜିର ପିଲା ଦିନର ଟିକି ପାପୁଲିର ଉଷ୍ମତାକୁ ମାପୁଥିଲେ ବାପା | ନୀରିହ ଆଖିର ଅକୁହା ସ୍ବପ୍ନ ସାକାର ଦିଗରେ ଦୁଇ ପାଦ ଆଗେଇବାରେ ବାପା ସଫଳ ହେଉଥିବାର ଆଶା ଦୀପ୍ତ ହେବାରେ ଲିଗୁଥିଲା | ସବୁ ଯେମିତି କାଲି ଭଳି ଲାଗୁଥିଲି | ତେଜି ବିଶ୍ବ ବିଦ୍ୟାଳୟରେ ଇଂରାଜୀ ଫାଷ୍ଟ କ୍ଲାସ ଫାଷ୍ଟରେ ପାସ୍ କରି ଫେରିଆସିଛି | ଏତେ ବଡ଼ ଉଚ୍ଚ ଶିକ୍ଷିତା ଝିଅର ଗୌରବକୁ ସାବି ସହଜରେ ଗ୍ରହଣ କରିପାରୁନଥିଲା | ତା ପାଠପଢ଼ା ଚୂଲିକୁ ଯାଉ | ଅଲକ୍ଷଣୀଟା ପାଞ୍ଚ ବରଷରେ ମାଆକୁ ଖାଇଲା | ଏଇଟା ଗୋଟାଏ ଡାଆଣୀ | କେତେବେଳେ ମୋତେ ବି ଖାଇଦେବ ଲୋ ମାଆ | ଏପରି ଭାବନାରୁ ସାବି ବାହାରି ପାରୁନଥିଲା | ଭାଇ ସହିତ ମିଶି ଚକ୍ରାନ୍ତ ଆରମ୍ଭ କଲା | କେମିତି ଏ ଅଲକ୍ଷଣୀ ତେଜିକୁ ଗୋଟାଏ ଅର୍ଦ୍ଧ ଶିକ୍ଷିତ ପିଲା ସହିତ ବାହା କରେଇ ଦେବାକୁ | ତେଜି ସବୁ ଜାଣେ | ହେଲେ ନୂଆ ମାଆର ପ୍ରକୃତି ଜାଣି ପ୍ରତିବାଦ କରେନାହିଁ | ସେ ଜାଣିଛି ‐ନୂଆମାଆକୁ ପ୍ରତିବାଦ କରିବାର ଅର୍ଥ, ନିଆଁକୁ ବରଣ କରିବା | ତା ଖରାପ ପ୍ରଭାବ ବାପାଙ୍କ ଜୀବନ ଉପରେ ପଡ଼ିବ | ଅସହାୟ ବାପା ଖୁବ ଭାଙ୍ଗିପଡ଼ିବେ | ସେଥିପିଇଁ ସିନା ତେଜି ଅନେକ କଥି ସହିଯାଏ | ନିଜ କାମ କରିଚାଲିଥିଏ | ଗାଆଁରେ ତେଜିର ଖୁବ୍ ଆଦର | କଥି କଥାକରେ ସମସ୍ତେ ତେଜିର ଆଦର୍ଶ କଥା ଉଦାହରଣ ଦିଅନ୍ତି | ବାପାଙ୍କର ଛାତି କୁଣ୍ଢେ ମୋଟ ହୋଇଯାଏ | ବୁଢ଼ୀମାନେ କହନ୍ତି, ଲୋ ତେଜି ,ରାଜକୁମାର ଘୋଡ଼ା ଚଢ଼ିଆସିବ | ତୋତେ ସାତ ସମୁଦ୍ର ସେପାରିକୁ ନେଇଯିବ | ତୁ ମହାରାଣୀ ସୁଖ ସୌଭାଗ୍ୟ ପ୍ରାପ୍ତି କରିବୁ | ବଡ଼ ସୌଭାଗ୍ୟବତୀ ହେବୁ | ଲାଜରେ ତେଜିର ମୁହଁ ଲାଲ ପଡ଼ିଯାଏ | ବାପା କହନ୍ତି‐ ତୁମ ତୁଣ୍ଡ ସୁତୁଣ୍ତ ହେଉ | ମୋ ଝିଅ ମୋ ନିଁ ରଖୁ | ସେ ଅଖଣ୍ଡ ସୌଭାଗ୍ୟବତୀ ହେଉ | ସମସ୍ତ ଆଶୀର୍ବାଦ ଯେ ଦିନେ ଫଳବତୀ ହୁଏ ,ତାହା ସୁନିଶ୍ଚିତ | ଚାକିରୀ ଫଳାଫଳ ପ୍ରକାଶ ପାଇଲା | ନେଟ୍ ଦେଖି ଖୁସିରେ ତେଜି ବାପାଙ୍କ ପାଖକୁ ଦୌଡ଼ିଲା | ପାଦ ଛୁଇଁ ପ୍ରଣାମ କଲା | ଏତେ ବଡ଼ ଖୁସି ଖବରଟା ଜଣେଇଲା | ଭଗବାନଙ୍କ ପ୍ରତି ଶତ ପ୍ରଣାମ ଜଣାଇଁ ବାପା ଅଭିଭୂତ ହୋଇପଡ଼ିଲେ | ଏ ତେଜିର ମାଆ, ସ୍ବର୍ଗରେ ଥାଇ ଦେଖ | ତମ ଝିଅକୁ ଆଜି ଦେଖ | ନିଜ ଗୋଡ଼େରେ ନିଜେ ଠିଆ ହୋଇଛି | ରମା ଦେବୀ ସ୍ବୟଂ ଶାସିତ ବିଶ୍ବବିଦ୍ୟାଳୟରେ ଇଂରାଜୀ ଅଧ୍ୟାପିକା | ମାଆଲୋ ତେଜି ,ତୁ ମୋର ସମସ୍ତ ସ୍ବପ୍ନକୁ ସାକାର କରିଦେଲୁ | ଛୋଟ ଦିନର ଶିଶୁ ଭଳି ତେଜିକୁ ଦୁଇ ହାତରେ ତୋଳି ଧରିଲେ | ତେଜି ନିଜ ଆଖିକୁ ବି ବିଶ୍ବାସ କରିପାରିଲା ନାହିଁ | ନୂଆ ମାଆ ଲାଗିଲେ ରାଗନ୍ତୁ ପଛେ ପାଖକୁ ଯାଇ ପାଦ ଛୁଇଁଲା | ନୂଆ ମାଆ ମୁହଁରେ ସେଦିନ ସମସ୍ତ ରାଗ, ଈର୍ଷା , ଦ୍ବେଷ , ଅହଙ୍କାର ଦୂରେଇ ଯାଇଥିଲା | ତେଜିକୁ ସାବି କୁଣ୍ଢେଇ ଧରିଲା | ମାଆଲୋ ତେଜି, ମୋତେ କ୍ଷମା କରିଦେ ଲୋ ମାଆ | ମୁଁ ବହୁତ ଭୁଲ କରିଛି | ମୋ ପାପର କ୍ଷମା ନାହିଁ | ମୁଁ ସବୁବେଳେ ତୋତେ ମୋର ପ୍ରତିଦ୍ବନ୍ଦି ଭାବି ନେଇଥିଲି | ତୁ କିନ୍ତୁ ସବୁଠାରୁ ଉର୍ଦ୍ଧ୍ବରେ | ତୋ ସରଳ ନିଷ୍ପାପ ହୃଦୟରେ ଅନେକ ଆଘାତ ଦେଇଛି | ତୋ ହୃଦୟକୁ ଖିନ୍ ଭିନ୍ କରିଦେଇଛି | ମୁଁ ମହାପାପିନୀ | ତେଜି ନୂଆ ମାଆ ହାତ ଧରିପକେଇଲା | ପାଦ ଛୁଇଁ ବରଂ ନିଜେ ଭୁଲ ମାଗିନେଲା | ତେଜିର ବିଶାଳ ହୃଦୟର ଗଭୀରତା ଦେଖି ସମସ୍ତେ ଆବାକ୍ ହୋଇଯାଉଥିଲେ | ସାବତ ମାଆର ପ୍ରକୃତ ସ୍ବରୂପ ତେଜସ୍ବିନୀ ବଦଳାଇଦେଲା | ବର୍ତ୍ତମାନ ଇଂରାଜୀ ଅଧ୍ୟାପିକା ତେଜସ୍ବିନୀ ସାହୁ ଏ ଗାଆଁର ଗୌରବ ,ସମ୍ମାନ | ଆସନ୍ତା କାଲି ଭୁବନେଶ୍ବର ଯିବାର ସମସ୍ତ ପ୍ରସ୍ତୁତିରେ ମାଆ ଝିଅ ଲାଗି ପଡ଼ିଲେ | ବାପା ଭାବୁକ ହୋଇପଡ଼ୁଥିଲେ ଏଭଳି ପରିବର୍ତ୍ତନ ଦେଖି |

|


Rate this content
Log in

Similar oriya story from Inspirational