Tikeshwar Sahu

Inspirational

4.5  

Tikeshwar Sahu

Inspirational

ବୟସର ତୃଷ୍ଣା

ବୟସର ତୃଷ୍ଣା

3 mins
191



    ତୃଷ୍ଣା ସହର ଛାଡ଼ି ଗାଆଁକୁ ଆସିଲା । ସହରରେ ଆଉ କ'ଣ ବା କରନ୍ତା ! ଚାରିଆଡ଼ ଖାଁ ଖାଁ । ଦିନ ଦଶଟାରେ ସତେ ଯେମିତି ବିରାଟ କୋଳାହଳପୂର୍ଣ୍ଣ ଥିବା ସହରଟା ନିଘୋଡ଼ ନିଦରେ ଶୋଇ ପଡ଼ିଛି । ଗାଆଁକୁ ଆସି ଦେଖିଲା ପ୍ରାୟ ଗାଆଁଟା ବି ସେମିତି । କିଏ କେମିତି ଛକାପଞ୍ଝା ଏପଟ ସେପଟ ହେଉଛନ୍ତି । କେତେକ ଅମାନିଆ ଟୋକା ଛକରେ ବସି ଅବା ନିଛାଟିଆ ଗଛ ମୂଳେ ବସି ତାସ ଖେଳୁଛନ୍ତି । ତୃଷ୍ଣା ଘରୁ ନିରିଖି ଚାହିଁଲା । ଭୟରେ ଦେହ ଶିହରି ଉଠୁଥାଏ । ଲାଗୁଥାଏ ଯେପରିକି ଅନନ୍ତ ଆକାଶଟା କେତେବେଳେ ଛିଣ୍ଡିପଡ଼ିବ ଅବା ମହାକାଶରୁ ସ୍କାଇଲାବ ମହାକାଶଯାନଟା ମୁଣ୍ଡ ଉପରେ ପଡ଼ିଯିବ । ଅଜଣା ଆତଙ୍କରେ ସମସ୍ତେ ଶିହରି ଯାଉଥାନ୍ତି । ମାଆ କହୁଥାନ୍ତି, ବାହାରକୁ ଯାଅନା । ତୃଷ୍ଣା ସବୁ ଦେଖେ, ଜାଣେ, ସମୀକ୍ଷା କରେ , ପୁଣି ଆଉଥରେ ମନରେ ବିଶ୍ଳେଷଣ କରେ । ଏତାଦୃଶ ଆଚରଣ ଦେଖି ମାଆ ଥରେ ଥରେ ବ୍ୟସ୍ତ ହୁଅନ୍ତି ଯେ ଝିଅଟାର ମନ ଅବାଟିଆ ହୋଇଯିବନିତ ! ଆବେଗ ବଶତଃ କିଛି ବ୍ଯତିକ୍ରମ ହୋଇଯିବନିତ ! ମାତ୍ର ତୃଷ୍ଣାର ମନ ଖୁବ୍ ସୁଦୃଢ଼ , ସତେଜ ଓ ଚଳଚଞ୍ଚଳ ହେଲେ ମଧ୍ୟ ଗମ୍ଭୀର । ଅସମୟରେ ତା ମନକୁ ପଢ଼ିବାର ଧୈର୍ଯ୍ଯ ପାଉନାହିଁ ତା ମାଆର । ଅନେକ ସମୟରେ ତୃଷ୍ଣାକୁ କିଛି ପଚାରିଲେ ସେ ନିରୁତ୍ତର ରହେ । କହେ, ରହନା, ଅପେକ୍ଷା କର । ଆଗକୁ ଅନେକ କାମ । ତୁ ଖାଲି ଦେଖି ଯା । ତୋ ଝିଅ ବୋକି ନୁହଁ ମ । କିଛି ଗୋଟିଏ କରି ଦେଖେଇବ । ବଡ଼ ପାଠ ପଢ଼ୁଆ ଝିଅର କଥା ଶୁଣି ଦମ୍ଭ ଧରନ୍ତି ମାଆ । ଅପେକ୍ଷା କରନ୍ତି । ବସି ବସି ଥକି ପଡ଼ୁଥିବ ଭାବି ଆଣି ଗରମ ଗରମ ଚା' ବଢ଼େଇ ଦିଅନ୍ତି । ତୃଷ୍ଣା ଚା' ପିଏ । ପୁଣି କ'ଣ ଗୁଡ଼ାଏ ଭାବେ ଓ ମୁହଁ ପୋତି ଲେଖିଚାଲେ । ଏଇ ହେଲା ତୃଷ୍ଣାର ନିତି ଦିନିଆଁ କାମ ।


     ତୃଷ୍ଣାର ସିଦ୍ଧାନ୍ତ ପଢ଼ିଥିବା ପାଠର ସଦୁପୋଯୋଗ କବିବାକୁ ହେବ । ବିଜ୍ଞାନ ଛାତ୍ରୀ ଥିଲା । ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗରେ କମ୍ପାନୀର ମୁଖ୍ୟ ଥିଲା । ମହାମାରୀ କରୋନା ସବୁ ଗୋଳମାଳ କରିଦେଲା । ଘରକୁ ଆସି କ'ଣ କରିବ ନ କରିବ ଚିନ୍ତା କରୁ କରୁ ତାହାରି ବିଦ୍ୟାକୁ ଉପଯୋଗ କରିବାର ବାଟ ଦେଖାଦେଲା । ଉତ୍ପାଦନର ସମସ୍ତ ଥିଓରି ସଂଗ୍ରହ କଲା । କଞ୍ଚାମାଲ ସଂଗ୍ରହ କରିବାରେ ଅସୁବିଧା ହେଲିନାହିଁ । ବରଂ ଯେଉଁ ମହିଳାମାନେ ସେମାନଙ୍କର କଞ୍ଚାମାଲ ବିକ୍ରି କରିବା ପାଇଁ ବାଟ ପାଉନଥିଲେ , ସେମାନଙ୍କୁ ନୂଆ ବାଟ ମିଳିଗଲା । ସମସ୍ତେ ଧାଇଁଲେ ତୃଷ୍ଣା ପାଖକୁ । କିଛି ଦିନ କିଛି ଉଦଯୋଗୀ ମହିଳା ଓ ଝିଅ ମାନଙ୍କୁ ତାଲିମ ଦେବାକୁ ପଡ଼ିଲା । ଅଳ୍ପ କିଛି ଦିନ ଭିତରେ କାମ ଆରମ୍ଭ କରିବାର ସମୟ ଆସିଗଲା । ପ୍ରଥମେ ନିଜ ଘର ଅଗଣା ବାରଣ୍ଡାରେ କାର୍ଯ୍ଯକ୍ଷେତ୍ର ଆରମ୍ଭ ହେଲା । ଦେଖୁ ଦେଖୁ ଉତ୍ପାଦନ ବଢ଼ିବାକୁ ଲାଗିଲା । ବୈଜ୍ଞାନିକ ତୃଷ୍ଣା ନେଟ୍ ରେ ୱେବସାଇଟ୍ ଖୋଲି ପ୍ରଚାର କଲା । ମୋବାଇଲ୍ ହ୍ବାଟସଆପ୍ ଗ୍ରୁପ ତଥା ଜଣାଶୁଣା ବଂଧୁମାନଙ୍କ ମାଧ୍ୟମରେ ବ୍ୟବସାୟ ଆରମ୍ଭ ହେଲା । ମାସ କେତେଟାରେ ତୃଷ୍ଣାର ବ୍ୟବସାୟ ଏତେ ଜଣାଶୁଣା ହେଲା ଯେ ଅନଲାଇନ୍ ରେ ବିଦେଶରୁ ମଧ୍ୟ ଡାକରା ଆସିଲା । ସମସ୍ତ ଯୋଗାଯୋଗ ହୋଇଗଲା । ବ୍ୟବସାୟର ରୂପ ବଦଳିଗଲା । ନିଜେ ତୃଷ୍ଣା ବିରାଟ ବରଗଛ ହୋଇ ଅନେକ ମହିଳାଙ୍କୁ ଛାୟା ପ୍ରଦାନ କଲା । 


    ତୃଷ୍ଣାର ଏତାଦୃଶ ଅଭିବୃଦ୍ଧି ଦେଖି ଗାଆଁର ଜମିଦାର ମନେ ମନେ ଖୁବ୍ ଈର୍ଷା କରୁଥିଲେ । ସାଧାରଣ ଚାଷୀ ମୂଲିଆର ଝିଅ । ଏତେ ବଡ଼ ବୈଜ୍ଞାନିକ ,ପୁଣି ଏତେ ବଡ଼ ଉଦ୍ଯୋଗର ମାଲିକାଣୀ । ହିତାକାଂକ୍ଷୀ ମହିଳାମାନେ ତୃଷ୍ଣାକୁ ସବୁ କଥା କହନ୍ତି । ତୃଷ୍ଣା ନିରୁତ୍ତର ହୁଏ । ନିଜ କାମରେ ଧ୍ୟାନ ଦିଏ । ସେ ଏତେ କର୍ମତତ୍ପର ଯେ କାହାର ପରଶ୍ରୀକାତରତା ଶୁଣିବାକୁ ସମୟ ବା କାହିଁ ? ସବୁ ମହିଳାମାନେ ଉଦ୍ୟୋଗର ନାମ ଦେଲେ "ବୟସର ତୃଷ୍ଣା" । ବୟସର ତୃଷ୍ଣା ଆଜି ରାଜ୍ୟରେ ବଡ଼ ନାଁ କଲାଣି । ରାଜ୍ୟ ସରକାର ଆଗେଇ ଆସିଛନ୍ତି ଏ ଉଦ୍ୟୋଗକୁ ସାହାଯ୍ଯ କରିବାକୁ । ଦିନେ ନା ଦିନେ ବୟସର ତୃଷ୍ଣା ରାଜ୍ୟ ଓ ଦେଶର ଟେକ ରଖିବ ,ଏହା ନିଃସନ୍ଦେହ ।



Rate this content
Log in

Similar oriya story from Inspirational