Read a tale of endurance, will & a daring fight against Covid. Click here for "The Stalwarts" by Soni Shalini.
Read a tale of endurance, will & a daring fight against Covid. Click here for "The Stalwarts" by Soni Shalini.

Tikeshwar Sahu

Inspirational

4.0  

Tikeshwar Sahu

Inspirational

ସଂସ୍କାର

ସଂସ୍କାର

2 mins
183


 ସତ୍ୟପ୍ରକାଶ ପଢ଼ାଘରେ ବସିଥିଲା | ନିତି ଦିନିଆ ରୁଟିନ୍ ଅନୁସାରେ ସବୁ କାମ ଚାଲେ | ବାପା ସୁନାମଧନ୍ୟ ଶିକ୍ଷକ | ସବୁଆଡ଼େ ତାଙ୍କରି ନାଁ | ଜଣେ ଆଦର୍ଶ ଶିକ୍ଷକ | ତାଙ୍କର ଉପସ୍ଥିତି ସମସ୍ତଙ୍କୁ ପ୍ରଭାବିତ କରେ | ସତ୍ୟ ନିଷ୍ଠା ପ୍ରତି ପ୍ରବଳ ବିଶ୍ୱାସ | ବାପାଙ୍କର ସମସ୍ତ ଗୁଣରେ ସତ୍ୟପ୍ରକାଶ ଖୁବ୍ ପ୍ରଭାବିତ ଓ ଅନୁସୃତ | 

   ପଢ଼ାଘରୁ ଉଠି ଆସି ସତ୍ୟ ଦେଖିଲା ବେଳକୁ ବାପା ଛାତି ଯନ୍ତ୍ରଣାରେ କଷ୍ଟ ପାଉଥାନ୍ତି | ସତ୍ୟ ବିଳମ୍ବ ନକରି ବାପାଙ୍କୁ ଆମ୍ବୁଲାନସ ଡାକି ଡାକ୍ତରଖାନାରେ ପହଞ୍ଚାଇଦେଲା | ସଙ୍ଗେ ସଙ୍ଗେ ଚିକିତ୍ସା ଆରମ୍ଭ ହୋଇଗଲା | ପ୍ରାୟ ଦୁଇ ଘଣ୍ଟା ପରେ ସୁସ୍ଥ ଅନୁଭବ କଲେ ବାପା | ଏକ ଅଜଣା ଭୟରେ ଶିହରୀ ଉଠିଥିଲେ ସତ୍ୟ ଓ ମାଆ | ଭଗବାନଙ୍କୁ କୋଟି କୋଟି ପ୍ରଣାମ କରୁଥିଲେ ସେମାନେ | ଅଖଣ୍ଡ ବିଶ୍ୱାସ ଯେ ଭଗବାନ ବାପାଙ୍କୁ ନିଶ୍ଚିତ ଭଲ କରିଦେବେ | ତାହାହିଁ ହେଲା | ବାପା ସୁସ୍ଥ ହୋଇଗଲେ ସିନା ପ୍ରତିଦିନ ଔଷଧ ଖାଇବାକୁ ପଡ଼ିବ | ସତ୍ୟ ବାପାଙ୍କର ସମସ୍ତ ଯତ୍ନ ନେଲା | ସକାଳେ ସନ୍ଧ୍ୟାରେ ପଚାରି ବୁଝନ୍ତି ସତ୍ୟ |

   ସମାଜ ସଂସ୍କାରର ମୂର୍ତ୍ତିମନ୍ତ ପ୍ରତିକ ହେଉଛନ୍ତି ଆଦର୍ଶ ଶିକ୍ଷକ ପିତା ସହ ସତ୍ୟପ୍ରକାଶ | ଗାଆଁରୁ ସହର ଯାଏ ସତ୍ୟର ଆଦର୍ଶର ଗୁଣଗାନ | କିନ୍ତୁ ଏତେ ଆଦର୍ଶ ପଥର ପଥିକଙ୍କ ପଥ ସେତେ ସୁଗମ ନୁହେଁ | ପ୍ରତି ପଦପାତରେ ଦୁର୍ଦ୍ଦଶ ଗୁଣ୍ଡାରାଜର ପଦଧ୍ୱନି | ସତ୍ୟର ସତ୍ୟନିଷ୍ଠା ହାରିଯାଇନାହିଁ | ମଦ ମାଫିଆଙ୍କ ଧମକପୂର୍ଣ୍ଣ ଫୋନକଲ୍ | ବାଟରୁ ଓହରି ଯାଅ, ନଚେତ୍ ଆମେ ଦେଖିନେବୁ | ହେଲ ଧମକରେ ଡରିଯାଆନ୍ତିନି ସତ୍ୟ | କାରଣ ତାଙ୍କ ପଛରେ ରହିଛି ଏକ ଅଦୃଶ୍ୟ ବିରାଟ ଶକ୍ତିର ଉତ୍ସ | ସେ ଶକ୍ତିର ଔଜଲ୍ୟରେ ସାମାନ୍ୟ ଧମକ କ'ଣ କାମ କରିପାରେ ! ସତ୍ୟ ନାମ ଯେମିତି କାମ ସେମିତି | ସମାଜରୁ ଦୁର୍ନୀତି ଅନୀତି ଦୂର କରିବାର ପଥ ବାଛି ନେଇଥିଲେ ସତ୍ୟ | ଆଉ ତାଙ୍କ ହାତକୁ ସୁଦୃଢ଼ କରିବାର ଯଥାର୍ଥ ସହାୟତା ଯୋଗାଉଛନ୍ତି ସେ ଅଞ୍ଚଳର ଯୁବସମାଜ | 

   ହଠାତ୍ ଦିନେ ଖବର ପ୍ରଚାରିତ ହେଲା ଯେ କେହି ଦୁର୍ବୃତ୍ତ ସତ୍ୟ ବାବୁଙ୍କୁ ଅନ୍ଧାରରେ ଆକ୍ରମଣ କରିଛି | ମୁଣ୍ଡରେ ଗଭୀର କ୍ଷତ | ଅଚେତ ଅବସ୍ଥାରେ ସତ୍ୟଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଗଲା | ଚାରି ଆଡ଼ୁ ଛୁଟି ଆସିଲେ ଯୁବସମାଜ | ସତ୍ୟଙ୍କ ଚେତା ଆସିଲା ବେଳକୁ ଭୀଷଣ ଯନ୍ତ୍ରଣାରେ ବିକଳ ଚିତ୍କାର କରୁଥାନ୍ତି | ମାଆଙ୍କ ଆଖିରୁ ଲୁହ ଶୁଖୁନାହିଁ | ବାପାଙ୍କ ପାଟିରୁ କଥା ବାହାରୁ ନାହିଁ | ପାଖ ଗାଆଁର ସ୍ୱେଚ୍ଛାସେବୀ ସାହସୀ ଝିଅ ସୀତା ଦିନରାତି ରହି ସତ୍ୟ ବାବୁଙ୍କର ସେବା କଲା | ଡାକ୍ତରଙ୍କର ପ୍ରଚେଷ୍ଟା ଓ ସୀତାଙ୍କ ସେବାରେ ଅନେକ ଦିନ ପରେ ସୁସ୍ଥ ହେଲେ | ଡାକ୍ତରଖାନାରୁ ବାହାରିଲା ଦିନ ଅନେକ ବନ୍ଧୁ ସତ୍ୟଙ୍କୁ ଫୁଲତୋଡ଼ା ଦେଇ ଘରକୁ ପାଛୋଟି ନେଲେ | ଆରମ୍ଭ ହେଲା ସଂଘର୍ଷର ନୂଆ ରଣନୀତି | ସମସ୍ତେ ମିଶି ଯୋଜନା କଲେ | ନୂଆ ଚିନ୍ତା ଆରମ୍ଭ କଲେ | ସତ୍ୟ ସେନାପତି | ତାଙ୍କରି ପଛରେ ବହୁ ଯୁବଗୋଷ୍ଠୀ | ଜିଲ୍ଲାପାଳଙ୍କ ସହାୟତା ଲୋଡ଼ିଲେ | ଯୁବ ଜିଲ୍ଲାପାଳ ସମସ୍ତ ବିଭାଗ ସହିତ ସତ୍ୟଙ୍କୁ ସହାୟତା ଯୋଗାଇଦେଲେ | ଅକ୍ଳାନ୍ତ ପରାଶ୍ରମ ଦ୍ବାରା ଗୋଟିଏ ପରେ ଗୋଟିଏ ଗାଆଁକୁ ଦୁର୍ନୀତିମୁକ୍ତ ସୁନ୍ଦର ଗାଆଁ ରୂପେ ଘୋଷଣା କରାଗଲା | ଲୋକଙ୍କ ପାଖରେ ସମସ୍ତ ସୁବିଧା ସୁଯୋଗ ହାତ ପାହାନ୍ତାରେ ମିଳିଗଲା | ଲୋକେ ନିଜ ଭିତରେ ନିଜର ସୁପ୍ତ ଶକ୍ତି ସାମର୍ଥ୍ୟକୁ ଚିହ୍ନିବାର ସୁଯୋଗ ପାଇଲେ | ଯେତେବେଳେ ସମସ୍ତଙ୍କ ଭିତରେ ଆତ୍ମଶକ୍ତି ଜାଗ୍ରତ ହେଲା, ସମସ୍ତେ ଏକ ଏକ ସତ୍ୟ ହୋଇ ଉଠିବସିଲେ | ସମସ୍ତଙ୍କ ମୁହଁରେ ସତ୍ୟଙ୍କ ନାମ | ଆଉ ହାତ ସତରେ ଉଠିଯାଉଥିଲା ସତ୍ୟଙ୍କ ମୁଣ୍ଡ ଉପରକୁ ଆଶୀର୍ବାଦର ଭରା ପୁଷ୍ପ ସମ୍ଭାର ନେଇ | ସଂସ୍କାରର ନୂଆଯୁଗ ଆରମ୍ଭ ହୋଇଯାଇଥିଲା | ନୂତନ ସୂର୍ଯ୍ୟର ଆଭାରେ ସାରା ପୃଥିବୀ ଉଦ୍ଭାସିତ ହେବ, ନିଃସନ୍ଦେହ |



Rate this content
Log in

More oriya story from Tikeshwar Sahu

Similar oriya story from Inspirational