STORYMIRROR

Sunanda Mohanty

Action Classics Thriller

3  

Sunanda Mohanty

Action Classics Thriller

ଅନୁ ଓ ଜଗା

ଅନୁ ଓ ଜଗା

2 mins
165

ଗ୍ରୀଷ୍ମ ଋତୁ। ଗରମ ସମ୍ଭାଳି ପାରନ୍ତି ନାହିଁ ମିତ୍ରଭାନୁ ବାବୁ, ତ ଶୁଅନ୍ତି, ଏକେଣା ଘରେ, ଖୋଲା ପବନ, ଜାଫ୍ରୀ ଦେଇ ଆସୁଥିବା ଶେଷ ଘରେ, ଅନୁ କିନ୍ତୁ ରାଜି ହୁଅନ୍ତି ନାହିଁ, ଉପର ପଟେ ତାଙ୍କ ରୁମ ଛାଡ଼ି ଆସିବାକୁ, ତ ଜିଦ୍ ନକରି ମିତ୍ର ଭାନୁ ଶୋଇଯାନ୍ତି ତାଙ୍କ ପସନ୍ଦ ଜାଫ୍ରି ଲାଗିଥିବା ଘରେ l

ଅନଙ୍କ ଆଖିକୁ ଢେର ରାତି ଯାଏଁ ନିଦ ଆସେନି, ଲେଖିବସନ୍ତି କବିତା,ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, ଆଉ ସବୁଗୁଡିକ ପ୍ରାୟ ଜଗନ୍ନାଙ୍କ ମହିମା ପର୍ଯ୍ୟବେସିତ, ତଥା ଆଧାରିତ ବିଷୟ ଭିତ୍ତିକ। ତା ପରେ ପରେ ଆଆଙ୍କି ଚାଲନ୍ତି, ଚତୁର୍ଦ୍ଧାମୂର୍ତ୍ତୀଙ୍କ, ରଙ୍ଗ ବେରଙ୍ର ଫଟୋଚିତ୍ର, ପୁଣି କେବେ, ଗଇ ବସନ୍ତି ଜଗନ୍ନାଥ ଭଜନ, ଆଉ ଗାଉ ଗାଉ ନିଦ ଆସିଯାଏ।

ସେଦିନ ନିଆଁ ଓ ଧୂଆଁ ସହ ହୋ ହଲାରେ ଅତର୍କିତ ଭାବେ ଉଠିପଡ଼ି, ଦାଣ୍ଡକୁ ଦୌଡ଼ିଗଲେ ମିତ୍ରଭାନୁ, ଆଉ ବିକଳରେ ଚାହୁଁ ଥିଲେ, ହୁ ହୁ ହୋଇ ଜଳୁଥିବା ଘରଟାକୁ। ନିଆଁ କେମିତି ଲାଗିଲା, କୋଉଠୁ କିପରି ବ୍ୟାପିଲା ର ଚିନ୍ତା ଛାଡ଼ି ଦେଇ ଅନୁ ଅନୁ ବୋଲି ଚିତ୍କାର କରୁଥିଲେ। ଦମ୍ କଳ ଆସି ନିଆଁ ଲିଭି ଯିବା ପରେ ଭଙ୍ଗା ଘର ଭିତରେ ପଶି ଅନୁ ଅନୁ ଚିତ୍କାର କରୁଥିଲେ, ତ, ହଠାତ୍ ସେ ଶୋଇଥିବା ଘରଟା ଆଡ଼କୁ ଯାଇ ଅଚେତ୍ ଅବସ୍ଥାରେ, ଅନୁଙ୍କୁ ଉଦ୍ଧାର କଲେ ମିତ୍ରଭାନୁ, ତାଙ୍କ ହାତରେ ଥିବା, ଜଗନ୍ନାଙ୍କ ଫଟୋ ଟି ଯୋଗୁଁ ଅନୁ ଯେ ବଞ୍ଚିଯାଇଛନ୍ତି, ଜାଣିବାକୁ ବାକି ନଥିଲା ବେଳେ, ଚେତା ଫେରିବା ପରେ ମଧ୍ୟ ଭଙ୍ଗା ଘରୁ, ଅନୁ କେବଳ କଣ ସବୁ ସାଉଣ୍ଟୁ ଥିଲେ।ମିତ୍ରଭାନୁ ଜାଣିଥିଲେ, ଅନୁ ତାଙ୍କ ଗୀତ ଗଳ୍ପ ପ୍ରବନ୍ଧ ବହି ଗୁଡ଼ିକ ସହ ଜଗନ୍ନାଥ ଙ୍କ ଫଟୋ ସବୁ ଖୋଜି ଚାଲିଥିଲେ, ମିତ୍ରଭାନୁ ଆଶ୍ଚର୍ୟ୍ଯରେ ଅନୁଙ୍କୁ ଚାହିଁ ଭାବୁଥିଲେ, ସେ ସିନା ଅନୁଙ୍କୁ ସାଙ୍ଗରେ ନନେଇ ଜୀବନ ରକ୍ଷା ପାଇଁ ବାହାରକୁ ଚାଲିଯାଇ ପାରିଲେ, ହେଲେ ଭଙ୍ଗା ଘର ଭିତରୁ ଏବେବି ଆଜିବି ଅନୁ ପୋଷା ବିଲେଇ କୁକୁର ଙ୍କ ନାମଧରି ଡାକୁଥିଲେ ବାୟାଣୀ ପ୍ରାୟ ହୋଇ, ଆଉ ବେଳେ ବେଳେ, ମିତ୍ରଭାନୁ କୋଉଠି ଅଛନ୍ତି କହି କାନ୍ଦୁଥିଲେ ଢେର।

ରିଲିଫ ରନ୍ଧା ଖାଦ୍ୟ ଗଣ୍ଡେ ନିଜେ ପାଟିକି ନେଇ, ଅନୁଙ୍କ ପାଟିରେ ଦେଇ କାନ୍ଦି ପକାଉଥିଲେ ମିତ୍ରଭାନୁ, ଦୂରରୁ ଭଙ୍ଗା ଘର ଟିକୁ ଦେଖି, ଆଶ୍ରୟ ସ୍ଥଳ ତମ୍ବୁ ଭିତରୁ । ଅନୁ ଙ୍କୁ ଜଗନ୍ନାଥ ଙ୍କ ଫଟୋଚିତ୍ର ଦେଖାଇ ପ୍ରକୃସ୍ଥିତ କରାଇବାକୁ ଚେଷ୍ଟା କରୁଥିଲେ କେବଳ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action