Kanan Bala Nayak

Drama Inspirational

3  

Kanan Bala Nayak

Drama Inspirational

ଅନର୍ଥ

ଅନର୍ଥ

6 mins
192



  କଥା ରେ କହନ୍ତି ଅର୍ଥ ସବୁବେଳେ ଅନର୍ଥ ର କାରଣ । କିନ୍ତୁ ଅରୁଣ କିନ୍ତୁ ସବୁବେଳେ ଭିନ୍ନ କଥା କହେ‌‌ । ଅରୁଣ କହେ ଟଙ୍କା ପଇସା ତ ନିର୍ଜୀବ ପଦାର୍ଥ‌ । ସେ ପୁଣି ଅନର୍ଥ ର କାରଣ ହେବ କେମିତି?ଅନର୍ଥ ସବୁବେଳେ ମଣିଷ ର ଚିନ୍ତାଧାରା ଯୋଗୁଁ ହୋଇ ଥାଏ । ତା କଥା ଶୁଣି ତା ସାଙ୍ଗ ମାନେ କହନ୍ତି ହଉ ରହ ଏବେ ସିନା ଏଇ କଥା କହୁଛୁ ଦିନ ଆସିବ ବୁଝିବୁ ଅର୍ଥ କେମିତି ଅନର୍ଥ ସୃଷ୍ଟି କରେ ।  


   ଦିନ କର ଘଟଣା ରାତି ୧୨.୩୦ ହେବ ଅରୁଣ ସେତେବେଳକୁ ଖାଇ ପିଇ ଶୋଇଲାଣି । ହଠାତ୍ ତା ଫୋନ୍ ରିଙ୍ଗ ହେଲା । ଏତେ ରାତିରେ କିଏ ଫୋନ୍ କଲା ବୋଲି ଭାବି ଫୋନ୍ ଦେଖିଲା ବେଳକୁ, ତାର ଅନ୍ତରଙ୍ଗ ବନ୍ଧୁ ପ୍ରକାଶ ର ଫୋନ୍ । ପ୍ରକାଶ ଏତେ ରାତିରେ କାହିଁକି ଫୋନ୍ କଲା?କହି ଫୋନ୍ ଉଠାଇବା ବେଳକୁ ପ୍ରକାଶ ବ୍ୟସ୍ତ ହୋଇ କହୁଥାଏ ଆରେ ଅରୁଣ ତୋ ଭାଉଜ ଦେହ ବହୁତ ଖରାପ । ଶୀଘ୍ର ହସ୍ପିଟାଲ ନେବାକୁ ପଡିବ । ଅନେକ ଗାଡ଼ି ବାଲା ଙ୍କୁ ଫୋନ୍ କରି ସାରିଲାଣି ହେଲେ କେହି ବି ରାଜି ହେଉନାହାଁନ୍ତି ଏତେ ରାତିରେ ଆସିବା ପାଇଁ । ତୁ ଯଦି ଟିକେ ତୋ ଗାଡ଼ି ଟା ଧରି ଆସି ପାରନ୍ତୁ?


   ପ୍ରକାଶ କଥା ଶୁଣି ଅରୁଣ କହିଲା ଆରେ ପ୍ରକାଶ ତୁ ଏ କ'ଣ କହୁଛୁ? ତୋର ସ୍ତ୍ରୀ ହେଲେ ମୋ ଭାଉଜ ପରା । ତୁମେ ମାନେ ରେଡ୍ଡୀ ହୁଅ ମୁଁ ସଙ୍ଗେ ସଙ୍ଗେ ପହଞ୍ଚୁଛି । ତା ପରେ କାଳ ବିଳମ୍ବ ନ କରି ଅରୁଣ ବିଛଣା ଛାଡ଼ି ମୁହଁ ଧୋଇଲା । ଆଉ ତା କାର୍ ଟିକୁ ଧରି ପ୍ରକାଶ ଘର ଅଭିମୁଖେ ଆଗେଇଲା । ଅରୁଣ ଓ ପ୍ରକାଶ ର ଘର ଲୋକ ମିଶି ପ୍ରକାଶ ର ସ୍ତ୍ରୀ କୁ ହସ୍ପିଟାଲ ନେଲେ । ହସ୍ପିଟାଲ ପହଞ୍ଚି ଦେଖିଲେ ହସ୍ପିଟାଲ ରେ ଜମାରୁ ଯାଗା ନାହିଁ । ସେ ଦିନ ରାତିଟା ତାଙ୍କୁ ବାରଣ୍ଡାରେ କାଟିବା ପାଇଁ ପଡିଲା । ତା ପର ଦିନ ଅନେକ କଷ୍ଟ ରେ ପ୍ରକାଶ ର ସ୍ତ୍ରୀ କୁ ବେଡ୍ ଟେ ମିଳିଲା ।


   ଅରୁଣ ନିଜ ର ସବୁ କାମ କୁ ପଛକୁ ପକାଇ ଦେଇ ପ୍ରକାଶ ପାଖରେ ଛାଇ ଭଳି ଲାଗି ରହିଲା । ଆଉ ତାକୁ ସବୁ କାମରେ ସାହାଯ୍ୟ କଲା । ଡକ୍ଟର କହିଲେ ପେସେଣ୍ଟ କୁ କିଛି ଦିନ ହସ୍ପିଟାଲ ରେ ଆଡ଼ମିଶନ ହେବାକୁ ପଡିବ‌ । ଆବଶ୍ୟକ ଟେଷ୍ଟ ସବୁ କରିବାକୁ ପଡ଼ିବ । ପ୍ରକାଶ କହିଲା ଡକ୍ଟର ପାଖା ପାଖି କେତେ ଟଙ୍କା ଖର୍ଚ୍ଚ ହେବ? ଡକ୍ଟର କହିଲେ ସଠିକ କିଛି କହି ହେବନି । ଟେଷ୍ଟ ରେଜଲ୍ଟ ଆସିଲା ପରେ ଜଣା ପଡ଼ିବ । ତଥାପି ପାଖରେ ଦୁଇ ତିନି ଲକ୍ଷ ଟଙ୍କା ଯୋଗାଡ କରି ରଖି ଥାଆନ୍ତୁ । ପ୍ରକାଶ କହିଲା ଦୁଇ ତିନି ଲକ୍ଷ ଟଙ୍କା । ଏତେ ଗୁଡା ଟଙ୍କା ହଠାତ୍ ଆଣିବି କେଉଁଠୁ? ଅରୁଣ ପ୍ରକାଶ କୁ କହିଲା ମୁଁ ଅଛି ବ୍ୟସ୍ତ କାହିଁକି ହେଉଛୁ‌ । ତୁ କିଛି ଟଙ୍କା ଯୋଗାଡ କର ମୁଁ କିଛି କରୁଛି ।


   ଅରୁଣ ର ସହଯୋଗ ରୁ ପ୍ରକାଶ କୁ ଟଙ୍କା ଯୋଗାଡ କରିବା ରେ କିଛି କଷ୍ଟ ହେଲାନି । ନିଜେ ଅରୁଣ ମଧ୍ୟ ପ୍ରକାଶ କୁ ଲକ୍ଷେ ଟଙ୍କା ଧରାଇ ଦେଲା । ପ୍ରକାଶ କହିଲା ଭାଇ ମୁଁ ତୋର ଏ ଉପକାର ସାରା ଜୀବନ ଶୁଝି ପାରିବି ନାହିଁ । ସୁବିଧା ହେଲା ମାତ୍ରେ ମୁଁ ତୋ ଟଙ୍କା ଫେରାଇ ଦେବି । ଅରୁଣ କହିଲା ଭାଉଜ ଆଗ ଭଲ ହୋଇ ଯାଆନ୍ତୁ । ତୁ କ'ଣ କୁଆଡେ ପଳାଇ ଯାଉଛୁ‌ । ଡକ୍ଟର ଙ୍କ ଚେଷ୍ଟା ଓ ସମସ୍ତ ଙ୍କ ପ୍ରାର୍ଥନା ରୁ ପ୍ରକାଶ ର ସ୍ତ୍ରୀ ଠିକ୍ ହୋଇ ଘରକୁ ଆସିଲେ । ହେଲେ ତାପରେ ଛଅ ମାସ ଗଲା ବର୍ଷେ ଗଲା ପ୍ରକାଶ କିନ୍ତୁ ଅରୁଣ ର ଟଙ୍କା ଫେରସ୍ତ କରିବା ର ନାଆଁ ଗନ୍ଧ ଧରିଲାନି । ନାଁ ଅରୁଣ କୁ ଆଗ ଭଳି ଫୋନ୍ କରୁଥାଏ ନାଁ ମିଶୁଥାଏ । ଅରୁଣ ଯେତେ ବେଳେ ବି ତାକୁ ଫୋନ କରୁଥିଲା କି ଦେଖା କରିବାର ଚେଷ୍ଟା କରୁଥିଲା, ପ୍ରକାଶ କୋୖଣସି ନାଁ କୋୖଣସି ଅଳ ଦେଖାଇ ତାକୁ ଏଡି ଯାଉଥିଲା ।


  ଏଇ କଥା ଅରୁଣ ର ଅନ୍ୟ ସାଙ୍ଗ ମାନେ ଲକ୍ଷ୍ୟ କଲେ । କହିଲେ ଆମେ ସବୁବେଳେ ତୋତେ କହୁନା ଅର୍ଥ ହେଉଛି ଅନର୍ଥ ର ମୂଳ କାରଣ ତୁ ମାନୁନା । କିନ୍ତୁ ଏବେ ଦେଖ ଟଙ୍କା ଶୁଝିବାକୁ ପଡ଼ିବ ବୋଲି ପ୍ରକାଶ କେମିତି ତୋତେ ଧରା ଛୁଆଁ ଦେଉନି । ତୋ ଭଳି ବନ୍ଧୁ ର ବନ୍ଧୁତ୍ୱ କୁ ଏଡାଇ ଦେଉଛି ‌ । ଏପରି କି ତୋ ସହ ତା ବନ୍ଧୁତ୍ୱ କାଟିବାକୁ ବସିଲାଣି । ଅରୁଣ କହିଲା ପ୍ରକାଶ ବିପଦ ରେ ପଡ଼ିଥିଲା । ବନ୍ଧୁ ହିସାବରେ ମୁଁ ମୋ କର୍ତ୍ତବ୍ୟ କଲି । ଆଉ ସିଏ ଯଦି ତା କର୍ତ୍ତବ୍ୟ ଭୁଲି ଯାଉଛି ସେଥିରେ ଅର୍ଥ ର ଦୋଷ ରହିଲା କେଉଁଠି? ସତରେ ସେ କାମରେ ବ୍ୟସ୍ତ ଥିବ । ତା ପାଖରେ ଟଙ୍କା ର ଅଭାବ ଥିବ ସେଥିପାଇଁ ସେ ଟଙ୍କା ଫେରାଇ ପାରୁ ନଥିବ‌‌ । ତାର ସୁବିଧା ହେଲେ ସେ ଟଙ୍କା ଫେରାଇ ଦେଵନି‌ । ତୁମେ ମାନେ ମୋ ମୁଣ୍ଡରେ ଫାଲତୁ କଥା ସବୁ ପୁରାଅ ନାଁ ।


  କିଛି ଦିନ ପରେ ଅରୁଣ ର ଜଣେ ବନ୍ଧୁ ଆସି କହିଲା ଆରେ ଅରୁଣ ଶୁଣିଲୁଣି ପ୍ରକାଶ ଗୋଟେ ନୂଆ କାର୍ କିଣିଛି । ତୁ ପରା କହୁଥିଲୁ ଟଙ୍କା ର ଅଭାବ ଅଛି ବୋଲି ତୋ ଟଙ୍କା ଶୁଝି ପାରୁନି । ଆଉ ଏବେ କାର କିଣିବାପାଇଁ ଟଙ୍କା କେଉଁଠୁ ପାଇଲା? ତୁ ଏ କ'ଣ କହୁଛୁ । ସେ ମୋ ସାଙ୍ଗ ସେ କାର୍ କିଣିଲା ଏଇଟା ତ ମୋ ପାଇଁ ଖୁସି ର କଥା । ମୋ ଟଙ୍କା ସେ ଆଜି ନ ହେଲେ କାଲି ଫେରାଇ ଦେବନି । ହେଲେ ଆହୁରି ଛଅ ମାସ ବିତି ଗଲା ପ୍ରକାଶ ଟଙ୍କା ଦେବା ତ ଦୂରର କଥା ଟଙ୍କା ଦେବା କଥା ତୁଣ୍ଡରେ ମଧ୍ୟ ଧରିଲା ନାହିଁ । ସେ ସମୟରେ ହଠାତ୍ ଅରୁଣ ର ଟଙ୍କା ର ଆବଶ୍ୟକତା ପଡ଼ିଲା । ସେ କାଳ ବିଳମ୍ବ ନ କରି ପ୍ରକାଶ କୁ ଫୋନ୍ ଲଗାଇଲା । ହେଲେ ପ୍ରକାଶ ଫୋନ୍ ଉଠାଇଲା ନାହିଁ । ଅରୁଣ ବାଧ୍ୟ ହୋଇ ତାର ଅନ୍ୟ ସାଙ୍ଗ ମାନଙ୍କ ମାଧ୍ୟମରେ ପ୍ରକାଶ କୁ ଖବର ପଠାଇଲା । ପ୍ରକାଶ କହିଲା ମୁଁ କଣ ଅରୁଣ ର ଟଙ୍କା ନେଇ କୁଆଡେ ପଳାଇ ଯାଉଛି‌ । ?


  ଏବେ ମୋ ପାଖରେ ଟଙ୍କା ନାହିଁ ବୋଲି ମୁଁ ଅରୁଣ ର ଫୋନ୍ ଉଠାଉ ନାହିଁ । ସମୟ ସୁବିଧା ଦେଖି ମୁଁ ତା ଟଙ୍କା ଫେରାଇ ଦେବିନି । ତା ସାଙ୍ଗ କହିଲା ଆରେ ଅରୁଣ ଏବେ ଅସୁବିଧା ରେ ଅଛି । ତୁ ଟଙ୍କା ନ ଫେରାଉଛୁ ନାହିଁ ତା ଫୋନ୍ ତ ଉଠାଇ ପାରନ୍ତୁ । ଦରକାର ସମୟରେ ସେ ତୋତେ ସାହାଯ୍ୟ କଲା ଅଥଚ ତୁ ତା ଦରକାର ସମୟରେ ଛତ୍ରଭଙ୍ଗ ଦେଉଛୁ । ପ୍ରକାଶ କହିଲା କହିଲି ପରା ସୁବିଧା ହେଲେ ମୁଁ ତା ଟଙ୍କା ଫେରାଇ ଦେଵି ଅରୁଣ କୁ କହ ଅନ୍ୟ କେଉଁଠୁ ଟଙ୍କା ର ବ୍ୟବସ୍ଥା କରିଥାଉ । ଅରୁଣ ର ସାଙ୍ଗ ଆସି ଅରୁଣ କୁ ସେଇ କଥା କହିଲା । ଅରୁଣ କିଛି ନ କହି ଚୁପ୍ ରହିଲା । କହିଲା ଭାଇ ସତରେ ସେ ଅସୁବିଧା ରେ ଥିବ । ତା ପରେ ପୁଣି ଛଅ ସାତ ମାସ ବିତିଗଲା ।


  ଅରୁଣ ଓ ପ୍ରକାଶ ର ଆଉ ଜଣେ ସାଙ୍ଗ ଆସି କହିଲା ଅରୁଣ ଶୁଣି ଲୁଣି ପ୍ରକାଶ ଗୋଟେ ଫ୍ଲାଟ୍ କିଣିଛି । ତା ପାଖରେ ଟଙ୍କା ନାହିଁ ବୋଲି ତୋ ଟଙ୍କା ଦେଉନି ଅଥଚ ଫ୍ଲାଟ୍ କିଣିବା ପାଇଁ ତା ପାଖରେ ଟଙ୍କା ଅଛି । ଅରୁଣ ଚୁପ୍ ରହିଲା । ତା ସାଙ୍ଗ ମାନେ ତାକୁ କହିଲେ ଆମେ ମାନେ ସବୁ ବେଳେ ତୋତେ କହୁ ଅର୍ଥ ହିଁ ଅନର୍ଥ ର କାରଣ ତୁ ମାନୁନୁ । କିନ୍ତୁ ଏବେ ଦେଖୁଛୁ ତ ତୋର ଏତେ ଅନ୍ତରଙ୍ଗ ବନ୍ଧୁ ହୋଇ ମଧ୍ୟ ସାମାନ୍ୟ କେତୋଟି ଟଙ୍କା ତୋତେ ଫେରାଇବ ନାହିଁ ବୋଲି ପ୍ରକାଶ ତୋ ସହ ବନ୍ଧୁତା କାଟି ଦେଲାଣି । ଅରୁଣ କହିଲା ଭାଇ ମାନେ ମୁଁ ଏବେ ବି କହୁଛି ଅନର୍ଥ ଅର୍ଥ ଯୋଗୁଁ ହୁଏନି ନେଇ ଥିବା ଲୋକ ର ନ ଫେରାଇବା ମନ ବୃତ୍ତି ରୁ ହୁଏ । ପ୍ରକାଶ ର ମୋତେ ଟଙ୍କା ଫେରାଇବା ର ମନୋବୃତ୍ତି ନାହିଁ ବୋଲି ସେ ମୋ ସହ ବନ୍ଧୁତା କାଟି ଦେଲାଣି । ନ ହେଲେ ଯିଏ ଲକ୍ଷ ଲକ୍ଷ ଟଙ୍କା ଦେଇ କାର ଓ ଘର କିଣି ପାରୁଛି ସେ ତା ପାଇଁ ଲକ୍ଷେ ଟଙ୍କା ଫେରାଇବା ଟା କଣ ଅସମ୍ଭବ ।


  ଭାଇ ପ୍ରକାଶ ଟଙ୍କା ନ ଫେରାଇବା ଟା ମୋତେ ଯେତେ ଦୁଃଖ ଦେଉନି ତା ଠାରୁ ବେଶୀ ଆଘାତ ଦେଉଛି ସେ ମୋ ପ୍ରତି କରୁଥିବା ବ୍ୟବହାର । ଭାଇ ତୁମେ ମାନେ ଜାଣ ମୁଁ ତା'ର ସବୁ ବିପଦ ଆପଦ ରେ ତା ସହ ଛିଡ଼ା ହୋଇଛି । ସେ ଦିନ ଯଦି ମୁଁ ଠିକ୍ ସମୟରେ ତା ସ୍ତ୍ରୀ କୁ ହସ୍ପିଟାଲ ନେଇ ନ ଥାଆନ୍ତି ତେବେ ହୁଏତ ତା ସ୍ତ୍ରୀ ଆଜି ଜୀବିତ ନ ଥାଆନ୍ତା । ସାମାନ୍ୟ ଟଙ୍କା ପାଇଁ ସେ ଯଦି ସେ କଥା ଭୁଲି ଗଲା ତେବେ ମୋର ଆଉ କ'ଣ କରିବାର ବା କହିବାର ଅଛି । ଭାଇ ମାନେ ଗୋଟେ କଥା ମନେ ରଖିବ । ମଣିଷ ଟଙ୍କା ନେଲାବେଳେ ଯେଉଁ ମନୋବୃତ୍ତି ନେଇ ଟଙ୍କା ନେଇ ଥାଏ ଫେରାଇବା ବେଳେ ତାହା ବଦଳି ଯାଏ । ତେଣୁ ଅନର୍ଥ ସୃଷ୍ଟି ହୁଏ । ପ୍ରକାଶ ଯଦି ଚିନ୍ତା କରି ଥାଆନ୍ତା ମୋ ସାଙ୍ଗ ମୋତେ ବିପଦ ସମୟରେ ସହାୟତା ର ହାତ ବଢ଼ାଇଛି ତେଣୁ ତା ଟଙ୍କା ମୁଁ ଆଗ ଫେରାଇ ଦିଏ ତା ପରେ କାର କି ଫ୍ଲାଟ୍ କିଣିବି । ତେବେ ତାକୁ ଆଜି ମୋ ସହ ବନ୍ଧୁତା କାଟିବାକୁ ପଡି ନ ଥାଆନ୍ତା ।  


  ପ୍ରକାଶ ଏ କଥା ଭୁଲି ଗଲା ବିପଦ ର ବନ୍ଧୁ ହିଁ ପ୍ରକୃତ ବନ୍ଧୁ ବୋଲି । ଆଉ ସବୁ ଠାରୁ ବଡ଼ କଥା କ'ଣ ଜାଣ ପ୍ରକାଶ ଆଉ ଗୋଟେ ବଡ଼ ଭୁଲ କରୁଛି ସାମାନ୍ୟ ଟଙ୍କା ପାଇଁ ସେ ମୋ ଭଳି ବନ୍ଧୁ କୁ ଦୂରେଇ ଦେଇଛି । ମଣିଷ ଚାହିଁଲେ ତା ଜୀବନରେ ଅନେକ ଟଙ୍କା ରୋଜଗାର କରି ପାରିବ କିନ୍ତୁ କୋଟି କୋଟି ଟଙ୍କା ବିନିମୟରେ ଗୋଟେ ଭଲ ବନ୍ଧୁ କିଣି ପାରିବ ନାହିଁ । ତେଣୁ ମୁଁ କହିବି ପ୍ରକାଶ ସାମାନ୍ୟ ଲକ୍ଷେ ଟଙ୍କା ନ ଫେରାଇବା ର ମନୋବୃତ୍ତି ଯୋଗୁଁ ଯଦି ମୋ ଭଳି ବନ୍ଧୁ ର ବନ୍ଧୁତ୍ୱ ତ୍ୟାଗ କରୁଛି ତେବେ ତା ଭଳି ହତଭାଗ୍ୟ ଆଉ କେହି ନାହିଁ ।


Rate this content
Log in

Similar oriya story from Drama