STORYMIRROR

Jayashree Maharana

Action Inspirational

3  

Jayashree Maharana

Action Inspirational

ଅନଲାଇନ ଶିକ୍ଷା

ଅନଲାଇନ ଶିକ୍ଷା

2 mins
217

  ଚାରିଆଡେ କରୋନାର ଚିତ୍କାର ।ସ୍କୁଲ,କଲେଜ ସମ୍ପୂର୍ଣ୍ଣ ରୂପେ ବନ୍ଦ । ଘର ଭିତରେ ବନ୍ଦୀ ଜୀବନ । ଜେଜିମାଆ ଟିଭିରେ ଖବର ଶୁଣୁ ଶୁଣୁ ଅନଲାଇନି ଶିକ୍ଷାର ଖବର ପ୍ରଚାରରେ ଆଶ୍ଚର୍ଯ୍ୟ ହୋଇଗଲେ ।କଣ ଏହି ଅନଲାଇନି ଶିକ୍ଷା ।ଏହାଦ୍ୱାରା କେମିତି ପାଠପଢା ?ପୁରୁଣା ଯୁଗ ମଣିଷ ସିଏ ।କାହାକୁ ପଚାରିବ ?ବୋହୂ କୁ ପାଖରେ ଦେଖି ପଚାରିଲେ ଆଲୋ ମାଆ ଏ ଅନଲାଇନି ପାଠପଢା କଣ କହିଯାଉଛି ଟିଭିରେ ।କଣ ପିଲେ ଘରେ ବସିକି ପଢିବେ ? ତୁ ଜାଣିଚୁ କି ?ବୋହୁ ଅଳ୍ପ ପାଠୁଆ ।ଆଜିକାଲିର ଯୁଗୋପଯୋଗୀ ଶିକ୍ଷା ବ୍ୟବସ୍ଥା ବିଷୟରେ ଧାରଣା କମ ।ତଥାପି ମୋବାଇଲି ରେ ପାଠପଢା ବୋଲି କହିଲେ ।


 ଜେଜି ମାଆଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଏ ମୋବାଇଲି ପରା କଥା କୁହା ଯନ୍ତ୍ର । ଅନେକ ଥର ଝୁଅ ଜୋଇଁ ନାତି ନାତୁଣୀ ସହ କଥା ହେଇଚି ସେ ।ହେଲେ ଏଥିରେ ପାଠପଢ଼ା କେମିତି ?ବୋହୁ ଶାଶୁଙ୍କର ଏବଂ ନିଜର ଦ୍ବନ୍ଦ୍ୱ ଦୂର କରି ସେ ବିଷୟରେ ଜାଣିବା ପାଇଁ ହଟାତ କହିଉଠିଲେ ,ବୋଉ ରୁହ ମୁଁ ଆଶାକୁ ଡାକୁଛି ଦେଖିବା ସିଏ ନିଶ୍ଚିତ ଆମକୁ ବୁଝେଇଦେଵ ।

ଆଶାର ନାଁ ଶୁଣିବା ମାତ୍ରକେ ଜେଜିମାଆ ମନ ଊଣା କରିଦେଲେ ।ସେଇ ଆଶାର ପାଠପଢ଼ା ପାଇଁ ସେ ତ ବିଲକୁଲ ରାଜି ନଥିଲେ କିନ୍ତୁ ଏ ପୁଅ ବୋହୂ ଦୁହେଁ ତାକୁ କଲେଜ ଯାଇ ପାଠପଢିବାକୁ ରାଜି ହୋଇଥିଲେ ।


  ବୋଉର ଡାକ ଶୁଣି ଆଶା ପାଖକୁ ଆସି ପଚାରିଲା ବୋଉ,କଣ ପାଇଁ ଡାକୁଛୁ ?


ଆଲୋ ମାଆ ଅନଲାଇନି ଶିକ୍ଷା ବିଷୟରେ ଆମକୁ ଟିକେ ବୁଝେଇ ଦିଅନ୍ତୁ ନାହିଁ ।


ଓ ଏଇ କଥା । ତେବେ ଶୁଣ ଆଜିର ଯୁଗ ହେଉଛି ଯନ୍ତ୍ରର ଯୁଗ ।ଏଇ ମୋବାଇଲି ମାଧ୍ୟମରେ କେବଳ କଥା ହୋଇପାରିବା ନାହିଁ ବରଂ ଅନ୍ୟକୁ ଖବର ଲିଖିତ ଆକାରରେ ପଠାଇପାରିବା । ଯେମିତି ଟିଭିରେ ଚିତ୍ର ଆସୁଛି ସେମିତି ଦୂର ଲୋକଙ୍କୁ ଦେଖିପାରିବା । ଅନଲାଇନି ପାଠପଢା ସେହିପରି । ଯେମିତି ଗାଁର କିଛି ଲୋକ ଦଳ ହୁଅନ୍ତି ସେମିତି ପ୍ରତି ଶ୍ରେଣୀର ପିଲାଙ୍କୁ ଦଳ କରି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପାଠ ପଢା ଚିତ୍ର ସହ କଥା ପଠାନ୍ତି । ସେଥିରୁ ପିଲାମାନେ ପାଠ ଜାଣିପାରନ୍ତି । ଆଜିକାଲି ଆଧୁନିକ ଯୁଗ । ଯନ୍ତ୍ରର ପ୍ରଭାବରେ ମଣିଷ ସବୁ କାମ ଆରାମରେ କରିପାରେ । ଦେଖୁନ କେମିତି ଘରେ ବସି ଦୂର ଲୋକ ସହ କଥା ହୋଇପାରୁଛେ । ଟିଭିରୁ ଖବର ଜାଣିପାରୁଛେ । ଲୁଗା ସଫା,ବେସର ବଟା ସବୁ କାମ ପାଇଁ ଯନ୍ତ୍ର ହେଇଗଲାଣି । ତେଣୁ ଆଜି ଆମେ ଉନ୍ନତ । ତେଣୁ ପାଠପଢା କ୍ଷେତ୍ରରେ କାହିଁକି ପଛୁଆ ହେବା କହିଲ ? ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅନୁପସ୍ଥିତିରେ ତାଙ୍କ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ମୋବାଇଲି ଦେଖି ପଢି ଆମେ ପାଠ ପଢିପାରୁଛୁ ।


 ଏ ସବୁ ଶୁଣି ଜେଜିମାଆ କହିଉଠିଲେ ,ବହୁତ ଭଲ କଥା ତ କଣ ।ପାଟି ଖୋଲି ପ୍ରଂଶସା ନ କଲେ ମଧ୍ୟ ମନେ ମନେ ଆଶାକୁ ଖୁବ ପ୍ରଂଶସା କରୁଥିଲେ ।ପାଠ ପଢିବାରୁ ସିନା ଏତେ କଥା ଆଶା ଜାଣିଚି ।ମୁଁ ତୁଚ୍ଛାରେ ଝିଅ ବୋଲି ପଢିବାକୁ ମନା କରୁଥିଲି ।ବୋଉ ଆଶା ମୁଣ୍ଡରେ ହାତ ବୁଲାଉ ବୁଲାଉ କହିଲେ ମୋ ମାଆର କେତେ ବୁଦ୍ଧି ।ଆଶା ଓଠରେ ଖେଳିଗଲା ହସ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action