ଅନ୍ଧବିଶ୍ବାସର ଆଶଙ୍କା
ଅନ୍ଧବିଶ୍ବାସର ଆଶଙ୍କା
ମଣିଷ ଓ ପଶୁ, ପକ୍ଷୀ ସମସ୍ତଙ୍କର ଦୁଃଖ ନୈରାଶ୍ୟ ଯାତନା ରହିଛି। ପୁଣି ଅଲୌକିକ ଶକ୍ତି ରହିଛି ଶହନଶୀଳତା। ନହେଲେ ଜନ୍ମରୁ ହେଉ ଅବା ପରିସ୍ଥିତି ଚକ୍ରରେ ହେଉ ଦିବ୍ୟାଙ୍ଗ ବ୍ୟକ୍ତି, ପଶୁ, ପକ୍ଷୀ ଗୋଡ ହାତ ହରାଇ , ନୀରବରେ ବସିଥାନ୍ତେ ,କିନ୍ତୁ ଧର୍ଯ୍ୟ ସାହାସ ମନୋବଳ ଆଗେଇ ନିଏ ପ୍ରତ୍ୟେକଙ୍କୁ ଚଳଚଞ୍ଚଳ ହେବାକୁ । ଜନସ୍ରୋତରେ ସାମିଲ ହେବାକୁ, ପଶୁ ପକ୍ଷୀ ମଧ୍ଯ ନୀରବ ରେ ବସିନଥାନ୍ତି। ଆଗ ଗୋଡ଼ ହରାଇଥିବା କୁକୁର, ଗୋଟେ ଗୋଡ ହରାଇ ଥିବା ଗାଈ, ଲାଞ୍ଜ ହରାଇ ଥିବା ବିଲେଇ, ଗୋଟେ ଗୋଡ଼ ଥିବା ବଣି ଚଢ଼େଇ, ଫାଳେ ପକ୍ଷ ହରାଇ ଥିବା କାଉ ମଧ୍ଯ ନୀରବ ନରହି କର୍ମଚଞ୍ଚଳ ଥିଲେ। ସେମାନଙ୍କୁ ଦେଖି ଦୁଃଖ ତ ନିଶ୍ଚୟ ଲାଗେ ହେଲେ ଆଶାର ଆଲୋକ ଜାଗେ। ମୋ ବୋଉର ସବୁ ଥାଇ ମଧ୍ଯ ବାପା ଚାଲିଗଲା ପରେ ସେ ଏମିତି ନୀରବ ରହିବା ଦିନାକେତେ ଠିକ ଠାକ ଲାଗିଲେ ବି, ସବୁବେଳେ ଏମିତି ନୀରବ ରହିବାର ମାନେ କଣ ହୋଇପାରେ ଭାବୁଥିଲି।
କେତେ ପ୍ରକାର ଦୁଃଖ ଭିତରୁ ନିଜ ଲୋକଙ୍କୁ ହରାଇବା ଦୁଃଖ ସବୁଠୁ ଯନ୍ତ୍ରଣା ଦାୟକ ସତ। ବାର୍ଦ୍ଧକ୍ୟ ର ପ୍ରଥମ ପାହାଚରେ ବୋଉ କୁହେ, ସ୍ଵାମୀ ସ୍ତ୍ରୀ ଭିତରୁ ଯିଏ ହେଲେ ତ ଜଣେ ଆଗେ ଯିବ। ତା କଥାରୁ ଜଣା ପଡୁଥିଲା, ସେ ଆଶଙ୍କିତ ହେଲେ ମଧ୍ଯ ଏମିତି କଥା କହି ମନୋବଳ ସଂଗ୍ରହ କରୁଥିଲା। ପୁଅ ଝିଅ ମାନଙ୍କ ପାଖେ ଚଳିବାକୁ ଅନିଚ୍ଛୁକ ଥିବା ବୋଉ, ଭିତରେ ଭିତରେ ଅବସାଦ ରେ ଛଟପଟ ହେଲା ବେଳେ କହୁଥିଲା କି ଯେହେତୁ ସେ ହାର୍ଟ ରୋଗୀ ବାପାଙ୍କ ଆଗରୁ ସେ ନିଶ୍ଚୟ ଚାଲିଯାଇଥିବ। ବିଧିର ଯାହା ବିଧାନ, ତାକୁ ବା କିଏ କହିବ ଆନ, ବାପା ହିଁ ହାର୍ଟ ଆର୍ଟାକରେ ଆଗ ଗଲେ। ସମଝଦାର ମଣିଷ ବୋଉ ଭିତରେ କଣ ଭାବୁଥିଲା କିନ୍ତୁ ଉପରକୁ ପ୍ରଥମେ ଠିକ ଲାଗୁଥିଲା।
ବାପାଙ୍କ ଦଶାହ ପର୍ଯ୍ୟନ୍ତ ପୁଅ ଦୁହିଁଙ୍କ ପାଇଁ ବ୍ୟସ୍ତ ହୋଇପଡୁଥିଲା। ସେମାନଙ୍କ ଖାଇବା ପିଇବା ଡେରି ହେଲେ ଖାଇ ପିଇ ସୁସ୍ଥ ରହି ସାମାଜିକ କର୍ତ୍ତବ୍ୟ କରିବାକୁ ପରାମର୍ଶ ଦେଉଥିଲା। ସେମିତି ବାପାଙ୍କ ମୃତ୍ୟୁର ବାର୍ଷିକୀ ରେ ମଧ୍ଯ ପୁଅ ଜୋଇଁ ଓ ଭଣଜା ପୁତୁରା ମାନଙ୍କର, ଖିଆପିଆ ଡେରି ଦେଖି ମାଆ ମନ ତାର ବିବ୍ରତ ବୋଧ କରୁଥିଲା ତ, ସେ କହୁଥିଲା ବାପା କୋଉଠି ବର୍ଷକର ମଣିଷ ପିଲା ହୋଇ ପ୍ରାରବ୍ଧ କର୍ମ ଫଳ ଅନୁଯାୟୀ ପଶୁ କି ପକ୍ଷୀ କି ସେହି ମଣିଷ ପିଲା ହେବେଣି, ଏଠି ତୁମେ ସବୁ ନିଜ ଦେହ ପା ଜଗି ସୁସ୍ଥ ରହି ଯାହା ଯେମିତି କର କହୁଥିଲା। ସେହି ଲୋକ ଆଜି ଏମିତି ନୀରବ !
କଥାଟା ଅନୁମାନ କରି ବିଶ୍ଳେଷଣ କରୁଥିଲି ମୁଁ। ବୋଉ ର ବଡ଼ଭାଇ ମାନେ ମୋର ବଡମାମୁଁ ଚାଲିଯିବା ପରେ ପରେ ତାଙ୍କ ଜୋଇଁ ଭିତରୁ ଜଣେ ଚାଲିଯାଇଥିଲେ। ଓ ତା ପରେ ପରେ ତାଙ୍କ ପୁଅ ଖୁବ ଅଳ୍ପ ବ୍ୟବଧାନ ରେ ମୃତ୍ୟୁ ବରଣ କରିଥିଲେ। ସମସ୍ତଙ୍କୁ ଦୁଃଖର ପାହାଡ ଲଦା ହେଲାବେଳେ, ବୋଉ ବହୁତ ମନଦୁଃଖ କରି ମୋତେ କହିଥିଲା, ଦେଖ୍ ଝିଅ, ତା ବୋଉ, ମାନେ ମୋ ଆଇ ଚାଲିଯିବା ପରେ ପରେ ବଡମାମୁଁ ଗଲେ, ସେ ଯିବା ପରେ ତାଙ୍କ ଜୋଇଁ ଓ ପୁଅ। କି ବିଚାର ପ୍ରଭୁଙ୍କର, ଏକଥା କହି ସନ୍ତୁଳିତ ହେଲାବେଳେ, ବାପା ଚାଲିଯିବା ପରେ କ୍ୟାନ୍ସର ପୀଡ଼ିତ ଜଣେ ଭଉଣୀର ସ୍ଵାମୀ ଅର୍ଥାତ ବାପା ବୋଉଙ୍କ ଜୋଇଁ, ମୃତ୍ୟୁ ବରଣ କରିବା ସମ୍ପୂର୍ଣ୍ଣ ପରିବାର ର ମେରୁଦଣ୍ଡ ଦୋହଲାଇ ଦେଇଥିଲା। ତେବେ ବୋଉ ସେହି ଆଶଙ୍କାରେ ଆଉ କିଛି ବିପଦ କୁ ସାମ୍ନା କରିବା ଚିନ୍ତାରେ ନିରବ ହୋଇଯାଇଛି କି? ପଚାରିଥିଲି ବୋଉକୁ, ଭେଁ ଭେଁ କାନ୍ଦି ଉଠି ନୀରବତା ଭାଙ୍ଗି କହିଲା ହଁ ଝିଅ, ମୋ ଆଖି ଆଗରେ ମୋ ପିଲାମାନେ କେମିତି ଭଲରେ ରହିବେ ଚିନ୍ତା ମୋତେ ଘାରିଛି। ମୁଁ ଅନୁମାନ କରୁଥିବା କଥା ହିଁ, ସେ କହୁଥିଲା ଆଶଙ୍କାରେ। ଅନ୍ଧବିଶ୍ବାସ କହି ମନରୁ ପୋଛି ପକା ବୋଉ କହୁଥିଲେ ବି ବୋଉ ନୀରବ ରହୁଥିଲା।
ଯୋଗ କୁ ମୋ ଦୁଇ ଭାଇ ଓ ମୋ ସ୍ବାମୀ ଓ ଅନ୍ୟ ଜୋଇଁ ମାନେ କିଛି କିଛି ଅପରେସନର ଶୀକାର ହୋଇ ସୁସ୍ଥ ହେଲାପରେ, ସବୁ ରିଷ୍ଟ କଟିଗଲା ବୋଉ, ତୁ ଆଉ କିଛି ଭାବନା କହି ନିଜେ ଟାଣି ହେଇଯାଉ ଥିଲି ସେଇ ଭବିଷ୍ୟତ ଆଶଙ୍କା ଭିତରେ ନୀରବ ରହିବାକୁ।
