Gangadhar Nanda

Classics abstract drama

2  

Gangadhar Nanda

Classics abstract drama

ରାଣୀ ଓ ଘୋଡ଼ାବେପାରୀ କାହାଣୀ ଭାଗ୧

ରାଣୀ ଓ ଘୋଡ଼ାବେପାରୀ କାହାଣୀ ଭାଗ୧

3 mins
172



           ବିଷ୍ଣପୁର ନାମକ ଗୋଟିଏ ଛୋଟିଆ ରାଜ୍ୟରେ ରାଜୁତି କରୁଥିଲେ ରାଜା ରୁଦ୍ରସେନ ।ଜଣେ ବିବେକି ଓ ପ୍ରଜାବତ୍ସଳ ରାଜା ଭାବରେ ରୁଦ୍ରସେନଙ୍କ ଯଥେଷ୍ଟ ଖ୍ୟାତି ଥିଲା । ରାଜ୍ୟରେ କୌଣସି ଅଭାବ ଅନାଟନ ନଥିଲା । ପ୍ରଜାମାନେ ସୁଖରେ କାଳାତିପାତ କରୁଥିଲେ । ରାଜ୍ୟରେ ସୁଶାସନ ଚାଲିବା ପଛରେ ରାଜାଙ୍କୁ ଛାଡିଦେଲେ ଅନ୍ୟ ଜଣେ ବ୍ୟକ୍ତିଙ୍କର ଗଭୀର ଅବଦାନ ଥିଲା । ସେ ବ୍ୟକ୍ତି ଜଣକ ଥିଲେ ରାଜ୍ୟର ମହାମନ୍ତ୍ରୀ ସୋମଦେବ । ସୋମଦେବ ଜଣେ ଜ୍ଞାନୀ ଓ ବିଚକ୍ଷଣ ପୁରୁଷ ଥିଲେ । ମାତ୍ର ରାଜାଙ୍କର ଏକ ଛୋଟିଆ ଦୁର୍ବଳତା ହେତୁ ମହାମନ୍ତ୍ରୀ ମଝିରେ ମଝିରେ ବିରକ୍ତ ହେଉଥାନ୍ତି । ରାଜାଙ୍କର ସେ ଛୋଟିଆ ଦୁର୍ବଳତାଟିର ହେତୁ ଥିଲେ ରାଣୀ । ରାଜା ନିଜର ଏକମାତ୍ର ରାଣୀଙ୍କୁ ନିଜ ଜୀବନଠାରୁ ଅଧିକ ଭଲ ପାଉଥିଲେ । ରାଣୀ ଅତ୍ୟନ୍ତ ସୁନ୍ଦରୀ ଥିଲେ ଓ ନିଜର ସୌନ୍ଦର୍ଯ୍ୟ ପାଇଁ ଆଖପାଖ ରାଜ୍ୟଗୁଡିକରେ ପ୍ରସିଦ୍ଧି ଲାଭ କରିଥିଲେ । ଅନେକ ସମୟରେ ରାଜା ନିଜ ରାଜକାର୍ଯ୍ୟକୁ ଅବହେଳା କରି ରାଣୀଙ୍କ ସହିତ ସମୟ ବିତାଇବାକୁ ଭଲ ପାଉଥାନ୍ତି । ମହାମନ୍ତ୍ରୀ ଅନେକଥର ଏ ବିଷୟରେ ରାଜାଙ୍କୁ ସଚେତନ କଲେ ମଧ୍ଯ ରାଜା ଚେତୁନଥାନ୍ତି । ମହାମନ୍ତ୍ରୀଙ୍କ ବିଚକ୍ଷଣତା ପାଇଁ ରାଜ୍ୟର ଓ ପ୍ରଜାମାନଙ୍କର କୌଣସି ଅସୁବିଧା ହେଉ ନଥିଲା ।ମହାମନ୍ତ୍ରୀ ମନଭିତରେ ବିରକ୍ତ ହେଉଥିଲେ ମଧ୍ଯ ରାଜାଙ୍କ ମୁହଁ ଉପରେ କିଛି କହିପାରନ୍ତିନାହିଁ ।


        ହଠାତ ଦିନେ ସେ କ୍ଷୁଦ୍ର ରାଜ୍ୟଟି ଉପରକୁ ଏକ ଭୟଙ୍କର ବିପଦ ମାଡ଼ି ଆସିଲା । ପଡୋଶୀ ଚନ୍ଦ୍ରପୁର ରାଜ୍ୟର ରାଜା ପ୍ରତାପ ଦେବ ବିଷ୍ଣୁପୁର ଆକ୍ରମଣ କରିବାପାଇଁ ପ୍ରସ୍ତୁତ ହେଉଥିଲେ । ଏ ଖବରଟି ମହାମନ୍ତ୍ରୀ ନିଜର ଜଣେ ବିଶ୍ଵସ୍ତ ଗୁପ୍ତଚର ଜରିଆରେ ପାଇଥିଲେ । ଚନ୍ଦ୍ରପୁର ରାଜ୍ୟ , ବିଷ୍ଣପୁର ଠାରୁ ଆକାର ଓ ଶକ୍ତିରେ ପ୍ରାୟ ୩ ଗୁଣ ଅଧିକ ଥିଲା । ଏଣୁ ଯୁଦ୍ଧ ହେଲେ ବିଷ୍ଣପୁରର ଧ୍ଵଂସ ଅନିର୍ବାର୍ଯ୍ୟ ଥିଲା ।

       ଅତଏବ ଏ ଆଶୁ ବିପଦର ମୂକାବିଲା ନିମନ୍ତେ ରାଜାଙ୍କ ସହିତ ଏକ ଆଲୋଚନାର ଆବଶ୍ୟକତା ଅନୁଭବ କରି ମହାମନ୍ତ୍ରୀ ରାଜାଙ୍କ ନଅର ଆଡକୁ ମୁହାଁଇଲେ ।   'ମହାରାଜ ! ମୁଁ ଆପଣଙ୍କର ଓ ଏ ରାଜ୍ୟର ମହାମନ୍ତ୍ରୀ ଅଟେ ' . ମହାମନ୍ତ୍ରୀ ରାଜାଙ୍କୁ ଅଭିବାଦନ କରି ସାରି କହିଲେ , 'ଏଣୁ ଏ ପଦବୀ ହେତୁ ମୋର ଏ ରାଜ୍ୟ ପ୍ରତି ଅନେକ ନୈତିକ ଦାୟିତ୍ଵ ରହିଛି ' । 

'ବୁଝୁଛି ' । ରାଜା ମୁଣ୍ଡ ହଲାଇଲେ ।

' ଆପଣଙ୍କୁ ସଚେତନ କରିବା ମୋର ଏକ ନୈତିକ କର୍ତ୍ତିବ୍ୟ ଅଟେ ' ।

'ତାହା ମଧ୍ୟ ବୁଝୁଛି ' । ରାଜା ପୁନର୍ବାର ମୁଣ୍ଡ ହଲାଇଲେ ।

' ଆମ ରାଜ୍ୟ ବର୍ତ୍ତମାନ ସଙ୍କଟରେ 'I

'ଏହା କିନ୍ତୁ ବୁଝିଲିନାହିଁ । ବିସ୍ତାରି କୁହ'।

'ମହାରାଜ ! ପଡୋଶୀ ଚନ୍ଦ୍ରପୁର ରାଜ୍ୟ ଆମ ରାଜ୍ୟ ଠାରୁ ଢେର ଶକ୍ତିଶାଳୀ, ଏକଥା ଆପଣାଙ୍କୁ ଜ୍ଞାତ ଅଛି । ଏବେ ଚନ୍ଦ୍ରପୁରର ରାଜା ପ୍ରତାପ ଦେବ ଆମ ରାଜ୍ୟ ଆକ୍ରମଣ କରି ନିଜ ରାଜ୍ୟରେ ମିଶାଇବାର ଯୋଜନା କରୁଛନ୍ତି "I ମହାମନ୍ତ୍ରୀ ଅତ୍ୟନ୍ତ ଚିନ୍ତିତ ଓ ବିବ୍ରତ ସ୍ୱରରେ କହିଲେ ।

'ମନ୍ତ୍ରୀବର ! ଯୁଦ୍ଧ ହେଲେ ଆମ୍ଭେ ଜିତିବାର କୌଣସି ସମ୍ଭାବନା ନାହିଁ । ତୁମେ ତୁରନ୍ତ ଦୂତ ହାତରେ ସନ୍ଧି ପ୍ରସ୍ତାବ ଦେଇ ଚନ୍ଦ୍ରପୁର ପଠାଅ ।' ରାଜା ବିକଳରେ କହିଲେ ।

'ନାଁ ମହାରାଜ !ସେ ଚେଷ୍ଟାଟି ଅନେକ ଆଗରୁ ବିଫଳ ହୋଇସାରିଛି ।'

'ତେବେ ? ଆଉ କିଛି ଉପାୟ ନାହିଁ'?ରାଜା ଭୟାର୍ତ୍ତ ସ୍ଵରରେ ପଚାରିଲେ ।

'ନାହିଁ ମହାରାଜ । ଆମକୁ ଏ ଯୁଦ୍ଧ ଲଢିବାକୁ ହେବ । ଯଦି ଆପଣ ରାଣୀଅନ୍ତପୁରରୁ ଦୃଷ୍ଟି ହଟାଇ ରାଜକାର୍ଯ୍ୟରେ ମନୋନିବେଶ କରନ୍ତେ , ତେବେ ଆମକୁ ଏକ ଭିରୁ ମରଣ ପରିବର୍ତ୍ତେ ବୀରୋଚିତ ମୃତ୍ୟୁ ପ୍ରାପ୍ତ ହୁଅନ୍ତା 'I

'ଅର୍ଥାତ '?

'ଅର୍ଥାତ ଆମ ସୈନ୍ୟମାନେ ବିରୋଚିତ ଲଢେଇ କରି ମରିବାକୁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ଆପଣଙ୍କର ରାଜକାର୍ଯ୍ୟ ପ୍ରତି ଉଦାସୀନତା 6ସମାନଙ୍କର ମନୋବଳ ହ୍ରାସ କରୁଛି ''I

'ମନ୍ତ୍ରୀବର !ଆଜିପର୍ଯ୍ୟନ୍ତ ଆପଣଙ୍କର ଜ୍ଞାନ ଓ ବିଚାରବୁଦ୍ଧି ଉପରେ ମୋର ପୂର୍ଣ୍ଣ ଆସ୍ଥା ଥିଲା । କିନ୍ତୁ ଏବେ ଦେଖୁଛି ,ପରମାୟୁ କମି ଆସିବା ସହିତ ଆପଣଙ୍କର ବିଚ଼କ୍ଷଣତା ମଧ୍ୟ କମି ଆସୁଛି।

'କ୍ଷମା କରିବେ ମହାରାଜ ! ମୁଁ କିଛି ବୁଝିପାରିଲିନାହିଁ ' ।

'ବୁଝିପାରିଲେନାହିଁ ? ତେବେ ଆପଣଙ୍କର ବୋଧ ଶକ୍ତିରେ ମଧ୍ୟ ଯଥେଷ୍ଟ ହ୍ରାସ ଘଟିଲେଣି I ଠିକ ଅଛି । ମୁଁ ଆପଣଙ୍କୁ ବୁଝାଇଦେଉଛି 'I

'ଆଜ୍ଞା'।ମହାମନ୍ତ୍ରୀ ନତମସ୍ତକ ହେଲେ । 'ଯୁଦ୍ଧରେ ସେନାର ନେତୃତ୍ଵ ନେବା ଦାୟିତ୍ଵ କାହାର '?

'ସେନାପତିଙ୍କର ମହାରାଜ 'I

'ଯୁଦ୍ଧ କରିବା କାମଟି କାହାର ' ?

'ସୈନ୍ୟମାନଙ୍କର ପ୍ରଭୂ 'I

'ତେବେ ମୁଁ ରାଜକାର୍ଯ୍ୟପ୍ରତି ଉଦାସୀନ ରହିବା ପ୍ରସଙ୍ଗଟିର ଗୁରୁତ୍ଵ ଏଠାରେ କେତେ '?. . . ମନ୍ତ୍ରୀ ଛେପ ଢୋକି ନିରବ ରହିଲେ ।

'ଏବେ ପୁନର୍ବାର ସନ୍ଧି ପ୍ରସ୍ତାବ ଦେଇ ଦୂତ ପଠାନ୍ତୁ । ଅଧାରାଜ୍ୟ ନେଇ ବାକି ଅଧାରାଜ୍ୟରେ ଆମ୍ଭକୁ ଶାନ୍ତିରେ ରହିବାକୁ ଦେବେ ଓ ବିଷ୍ଣୁପୁର ରାଜ୍ୟ ଚନ୍ଦ୍ରପୁରର ସାମନ୍ତ ରାଜ୍ୟ ହେବାପାଇଁ ପ୍ରସ୍ତୁତ ଅଛି , ଏ ସର୍ତ୍ତ ସନ୍ଧିିପତ୍ରରେ ଉଲ୍ଲେଖ ରହିବା ଚାହି ।ଯଦି ସନ୍ଧି ପ୍ରସ୍ତାବ ଗୃହିତ ନହେଲା, ତେବେ ମୋର ଓ ରାଣୀଙ୍କର ଆମ୍ଭ ଶ୍ୱଶୁରାଳୟ ପଦ୍ମପୁର ଯିବାର ବ୍ୟବସ୍ଥା ଶୀଘ୍ର କରନ୍ତୁ 'I


କ୍ରମଶଃ ....


Rate this content
Log in

Similar oriya story from Classics