Gangadhar Nanda

Abstract Tragedy Inspirational

3  

Gangadhar Nanda

Abstract Tragedy Inspirational

ପୈଶାଚିକ ମହାନତା ( ଭାଗ୭)

ପୈଶାଚିକ ମହାନତା ( ଭାଗ୭)

2 mins
196


ଭାଇନାଙ୍କ ଠାରୁ ବିଦାୟ ନେଇ ପାର୍କରୁ ଘରକୁ ଫେରିଲି । ବାଟସାରା ସେ କହିଥିବା ବିଷୟ ଗୁଡ଼ିକ ସଂପର୍କରେ ଭାବି ଭାବି ବାଟ ଚାଲୁଥିଲି । ମୋତେ ଲାଗୁଥିଲା, ସତେଯେପରି ମୋ ଭିତରେ ଥିବା କିଛି ଅନ୍ଧବିଶ୍ୱାସ ଓ କୁସଂସ୍କାର ଇତ୍ୟାଦିକୁ ଦୂର କରିବା ଲାଗି ତାଙ୍କର ଉପଦେଶ ଗୁଡିକ ଉଦ୍ଦିଷ୍ଟ ଥିଲା । ତେବେ ମୋ ମନ ଭିତରେ କିଛି ଗୋଟାଏ ପରିବର୍ତ୍ତନ ହେଲାଭଳି ଅନୁଭବ ହେଉଥିଲା । ତାଙ୍କୁ ସାହାଯ୍ୟ କରିବା ପାଇଁ ସେମିତି କିଛି ବିଶେଷ କାରଣ ନଥିଲେ ବି ମୁଁ ମୋ ଅନିଚ୍ଛାରେ କରିଥିବା ଓ କରିବା ପାଇଁ ଚାହୁଁଥିବା ସାହାଯ୍ୟର ଅନ୍ତରାଳରେ ଥିବା ଉଦ୍ଦେଶ୍ୟଟି ମନ୍ଦ ଥିଲା । ଏବେ କିନ୍ତୁ ମୋର ସେ ମନ୍ଦ ଉଦ୍ଦେଶ୍ୟଟି ଉଭେଇଯାଇ ତା ସ୍ଥାନ ନେଇଥିଲା ଏକ ମାନବୀୟ ବିବେକାନୁମୋଦିତ ପ୍ରେରଣା । ଏବେ ମୁଁ ମୋର ସାଧ୍ୟମତେ ତାଙ୍କୁ ସାହାଯ୍ୟ କରିବାକୁ ମନେ ମନେ ସିଦ୍ଧାନ୍ତ ନେଇ ସାରିଥିଲି । ସବୁକିଛି ତାଙ୍କ ଅଗୋଚରରେ କରିସାରି ହଠାତ୍ ଦିନେ ତାଙ୍କୁ ଏସବୁ କହି ଚମକାଇ ଦେବାର ସୁଯୋଗଟିକୁ ହାତଛଡ଼ା କରିବାକୁ ଚାହୁଁନଥିଲି । ଏବେ ତାଙ୍କୁ ଦୁଃଖି ଦେଖିବାର ଇଚ୍ଛା ବଦଳରେ ସୁଖୀ ଦେଖିବାର ଇଚ୍ଛାଟି ବଳବତ୍ତର ହୋଇ ସାରିଥିଲା । ପରଦିନ ସକାଳେ ଦେବ ସାଙ୍ଗରେ ଭାଇନାଙ୍କର ଦୁଇଝିଅଙ୍କ ବିବାହ ବିଷୟରେ ଆଲୋଚନା କଲି ।  ମୋର ଜଣେ ଷ୍ଟାଫ ବିବାହ ପାଇଁ ମଧ୍ୟସ୍ଥି କାମ କରିବାର ଶୁଣିଛି । ତାଙ୍କୁ ଆପଣଙ୍କ ପାଖକୁ ପଠାଇଦେଉଛି ।'ଦେବ କଥାଶୁଣି ବହୁତ ଖୁସି ହେଲି । ଯାହାହେଉ , ସମସ୍ୟା ଗୁଡିକର ସମାଧାନ ପାଇଁ ବାଟ ମିଳିଯାଉଛି । ଯଥାଶୀଘ୍ର ମଧ୍ୟସ୍ଥି ଭଦ୍ରଲୋକଙ୍କର ଆଗମନ ଘଟିଲା । ପରିଚୟ ଆଦାନପ୍ରଦାନ ଉତ୍ତାରୁ ତାଙ୍କୁ ସମସ୍ତ କଥା ବୁଝାଇ କହିଲି ।  ଆପଣ ନିଜ ଆଡୁ ଜଣେ ଜଣେ ପେଶାଦାର ମଧ୍ୟସ୍ଥିର ପରିଚୟ ନେଇ ତାଙ୍କ ଘରକୁ ଯିବେ । ସାବଧାନ ! କେବେ ବି ମୋ କଥା ସେଠାରେ ଉଠାଇବେ ନାହିଁ । ଜଗନ୍ନାଥ ବାବୁଙ୍କ ଦୁଇ ଝିଅଙ୍କର ସମସ୍ତ ତଥ୍ୟ ବୁଝିସାରି ଉପଯୁକ୍ତ ପାତ୍ର ସନ୍ଧାନ କରିସାରି ମୋତେ ଜଣାଇବେ । ଏଥିପାଇଁ ପାରିଶ୍ରମିକ ମୁଁ ଦେବି । ବୁଝିପାରିଲେ ?  ଆଜ୍ଞା । ବୁଝିଲି । ଆପଣଙ୍କ କହିବା ଅନୁଯାୟୀ ସବୁ କାମ ହେବ । ମୋତେ ଏବେ ବିଦାୟ ଦିଅନ୍ତୁ ।' କହିସାରି ଭଦ୍ରଲୋକ ଯିବା ପାଇଁ ଉଠିଲେ । ନାହିଁ କରୁଥିବା ସତ୍ତ୍ବେ ବାଧ୍ୟ କରି କିଛି ଟଙ୍କା ହାତଖର୍ଚ୍ଚ ପାଇଁ ଦେଲି ।

         ପ୍ରାୟ ପନ୍ଦର ଦିନ ପରେ ଦିନେ ରବିବାରିଆ ଅପରାହ୍ନରେ ଉକ୍ତ ଭଦ୍ରଲୋକଙ୍କ ସହ ସାକ୍ଷାତ ହେଲା । କିଛି ପ୍ରସ୍ତାବ ନେଇ ମୋ ପାଖକୁ ଆସିଥିଲେ । ପୁଅ ପକ୍ଷରୁ ସେମାନେ ରାଜିଥିଲେ । ଶେଷ ସିଦ୍ଧାନ୍ତ ଆମ ଉପରେ ନିର୍ଭର କରୁଥିଲା । ଆଲୋଚନା ପରେ ଦୁଇଟି ଅପେକ୍ଷାକୃତ ଭଲ ପ୍ରସ୍ତାବକୁ ନିର୍ଦ୍ଦିଷ୍ଟ କରାଗଲା । ଆପଣ ଏ ଦୁଇଟି ପ୍ରସ୍ତାବ ଉପରେ କଥା ଆଗକୁ ନିଅନ୍ତୁ । କଥାବାର୍ତ୍ତା କରି ନିର୍ବନ୍ଧ ଲାଗି ଦିନ ଧାର୍ଯ୍ୟ କରି ମୋତେ ଜଣାଇବେ ।' କହିସାରି ଭଦ୍ରଲୋକଙ୍କୁ ବିଦାୟ ଦେଲି । ଗତ ପନ୍ଦର ଦିନ ଭିତରେ ଭାଇନାଙ୍କ ସହିତ ସବୁଦିନ ନହେଲେ ବି ପ୍ରାୟ ଦେଖା ହେଉଥିଲା । କଥାବାର୍ତ୍ତା ଭିତରେ ସେଭଳି କିଛି ନୂତନତା ନଥିଲେ ମଧ୍ୟ ପୂର୍ବରୁ ମୁଁ ବୁଝିପାରିନଥିବା କିଛି ତଥ୍ୟ ଉପରେ ତର୍ଜମା ଚାଲେ । ( କ୍ରମଶଃ )

             

           


Rate this content
Log in

Similar oriya story from Abstract