Win cash rewards worth Rs.45,000. Participate in "A Writing Contest with a TWIST".
Win cash rewards worth Rs.45,000. Participate in "A Writing Contest with a TWIST".

Prakash Majhi

Romance Fantasy Inspirational


4.0  

Prakash Majhi

Romance Fantasy Inspirational


ଅଜଣା ରାସ୍ତା

ଅଜଣା ରାସ୍ତା

3 mins 197 3 mins 197

ପ୍ରୀତି ଭାରି ସୁନ୍ଦର ଝିଅ ଟିଏ । ରୂପ ଯେମିତି ଗୁଣ ବି ସେମିତି । କହିବାକୁ ଗଲେ ଗୋଟିଏ ଚାଉଳରେ ଗଢ଼ା । ଘରେ ଏକ ମାତ୍ର ଝିଅ ବୋଲି ସେ ଭାରି ଗେଲ୍ହା । ସେ ଗୁରୁଜନ୍ମାନଙ୍କୁ ସମ୍ମାନ ସହ ଉତ୍ତମ ବ୍ୟବହାର ପ୍ରଦର୍ଶନ କରେ । ଯେତେ ସବୁ ସଂସ୍କାର ଭଳିକି ଭଳି ତା ପାଖରେ।


ସମସ୍ତଙ୍କର ଭାରି ଇଚ୍ଛା ଝିଅ ବଡ ହେବ ପାଠ ବଢିବ ଦେଶ ଓ ଜାତିର ନା ରଖିବ । ସପ୍ନ ତ ସମସ୍ତଙ୍କର ଥାଏ । ପ୍ରୀତି ସବୁ ସ୍ୱପ୍ନକୁ ସାଥିରେ ଧରି ପାଠ ପଢେ । ସୁନ୍ଦର ଗୀତ ସାଙ୍ଗକୁ ନାଚ କଉଥିରେ ବି କମ ନୁହଁ ।

ଏମିତିରେ ପ୍ରୀତି ମାଟ୍ରିକ ରୁ ଯୁକ୍ତ ଦୁଇ ପାସ ହୁଏ । ଭାରି ଖୁସି ସମସ୍ତେ । ପ୍ରୀତି ବଡ ହୋଇ ଡକ୍ଟର ହେବ । ସମସ୍ତଙ୍କର ସେବା କରିବ । ଏମିତି ଉତ୍ସାହ ପାଇ କିଏ ବା ଆଗକୁ ନ ବଢିବ । ପ୍ରୀତି ପାଇଁ ଦିନ ରାତି ଏକ ଯେମିତି । ମେଡିକାଲ ଏଣ୍ଟ୍ରାନ୍ସ ପ୍ରିପରସନ ମୁଣ୍ଡ ଉପରେ । ତେଣୁ ଚିନ୍ତା ତୋ ବଢିବ ହି ନା । ଝିଅ ଘରଠୁ ୨୦୦ କିମି ଦୂରରେ । କିଏ ବା ଛାଡିକି ରହିପାରିବ । ତେଣୁ ମଝିରେ ମଝିରେ ଆସି ପ୍ରୀତିକୁ ସମସ୍ତେ ଦେଖି ଯାଆନ୍ତି ।


ଏବଂ ସବୁ କଥାରେ ସଚେତନ ଓ କର୍ତବ୍ୟ ପରାୟଣ ହେବାକୁ ମନ୍ତବ୍ୟ ଦିଅନ୍ତିଆଉ । ବିଶେଷ କରି ପ୍ରୀତିର ଜେଜେ ମା ଖୁଲିକରି କୁହେ ପ୍ରେମ ଜାଲରେ ପଡ଼ିବୁନି ଲୋ ନାତୁଣୀ । ଥରେ ଯଦି ଛନ୍ଦି ହେଇଯିବୁ

ଅଖା ଧୋଉଥିବୁ ଗୁଣ ଗାଉଥିବୁ । ଧେତ ଜେଜେମା ମୁଁ କଣ ଛୁଆ ହେଇଛି ଫସିଯିବି କହି ହସିଦିଏ ପ୍ରୀତି ।

ପ୍ରେମ ମାନେ ନାହିଁ ଧନୀ ଗରିବ ଜାତି କି ଧର୍ମ । ପ୍ରେମ ହୁଏ ନି ମୋ ପ୍ରେମ ହେଉ ହେଉ ହେଇଯାଏ । ଯିଏ କୁହେ ମୁଁ ପ୍ରେମ କରିବିନି ସେଇଟା ପୁରା ମିଛ । ପ୍ରୀତି ଠିକି ଏମିତି କେମିତି ଅଜଣା ରାସ୍ତାରେ ଗୋଡ ଖସିଗଲା ସେ ଜାଣି ପାରିଲାନି ।


ପ୍ରୀତି ଦିନେ ଘରକୁ ଯିବା ପାଇଁ ବସ ସ୍ଟପ ରେ ଛିଡା ହୋଇଥାଏ । ଭାଗ୍ୟକୁ ସେଦିନ କୋଉ ବସ ବି ନାହିଁ । ସନ୍ଧ୍ୟା ଧୀରେ ଧୀରେ ବଢ଼ି ରାତି ହେଉଥାଏ । ଚାରିଆଡେ ବର୍ଷା ବିଜୁଳିର ସ୍ୱର ମନକୁ ଯେମିତି ସ୍ତବ୍ଧ କରିପକାଉଥିଲା । କୁଆଡେ ଯିବ ଏକୁଟିଆ ଝିଅ । ଘରକୁ ବି ଫୋନ କରୁନଥାଏ କାଳେ ବ୍ୟସ୍ତ ହେବେ ବୋଲି ।

ମନରେ ୟାଡୁ ସ୍ୟାଡୁ କଥା ଭାବୁଥାଏ ପ୍ରୀତି । ଏତିକି ବେଳେ ଗୋଟେ ପଲସର ବାଇକ ରେ ସୁନ୍ଦର ପୁଅ ଟିଏ ଆସେ । ଆଉ ପ୍ରୀତିକୁ ପଚାରେ ଓ ମାଡାମ ଏ ମେଘ ବରଷା ରାତିରେ କୁଆଡେ ଯିବେ ।


ପ୍ରୀତି କିନ୍ତୁ ଚୁପଚାପ ଥାଏ । ଖାଲି ଜେଜେମା କହିଥିବା କଥା ଭାବୁଥାଏ । ଆଉ ଥଣ୍ଡାରେ ଥରୁଥାଏ ।

ପୁଅଟି ଏତେ ଶାନ୍ତ ସରଳ ନମ୍ର ଥିଲା ଯେ ତାର କଥା ଯେମିତି ଅମୃତ ପରି ଲାଗୁଥିଲା । ତାର ପରାଉପକାରୀ ମାନବୃତି ଯେପରି ସ୍ପଷ୍ଟ ବାରି ହେଉଥିଲା । ପ୍ରୀତି ଏସବୁ କଥା ହେଲା ଭିତରେ ପୁଅଟିକୁ ମାନେ ପ୍ରୀତମ କୁ ଭଲ ସେ ଜାଣି ସାରିଥିଲା ।

ସେଇଦିନ ରାତିରେ ପ୍ରୀତମ ପ୍ରୀତିକୁ ନେଇ ତାର ଘରେ ଛାଡ଼ି ଆସିଲା । ଘରେ ସମସ୍ତେ ଜାଣିଲେ । ପ୍ରୀତିକୁ ବହୁତ ଗାଳି ବି କଲେ । ସେଦିନ ସିଚୁଏସନ କଣ ଥିଲା ସେଇଟା ପ୍ରୀତି ଓ ପ୍ରୀତମ ଜାଣନ୍ତି ।

ଯେତେ ବୁଝେଇଲେ ବି ଘର ଲୋକ ବୁଝିବାକୁ ନାରାଜ । ।

ତେଣୁ ଘର ଲୋକଙ୍କ ମିଛି ମିଛିକା ସନ୍ଦେହରୁ ହିଁ ଦୁହିଁଙ୍କ ଭିତରେ ପ୍ରେମର ସମ୍ପର୍କ ଅତି ନିବିଡ ହେଇଗଲା । ଜଣେ ଅନ୍ୟକୁ ଛାଡି ରହିପାରିଲେ ନାହିଁ । ଏହା ହିଁ ତ ପ୍ରେମ । ବାସ ପ୍ରୀତି ହିଁ ସେଦିନ ଜେଜେମାର କଥାର ପ୍ରେମ ମାନେ କଣ ବୁଝି ପାରିଥିଲା । ଅଜଣା ରାସ୍ତା ସବୁବେଳେ ଦିନେ ଚିହ୍ନା ପାଲଟି ଯିବା ପ୍ରୀତି କେବେ ବି ସ୍ୱପ୍ନରେ ସୁଧା ଭାବି ନଥିଲା । ପ୍ରୀତମ ଅନ୍ୟ ଜାତିର ଥିଲା । ତେଣୁ ପ୍ରୀତିର ଘର ଲୋକେ ତାକୁ ଗ୍ରହଣ କଲେ ନାହିଁ ।


ତେଣୁ ପ୍ରୀତି ଧର୍ଯ୍ୟହରା ନ ହୋଇ ପ୍ରୀତମକୁ ବିନା ବାଜା ରୋଷଣୀରେ ମନ୍ଦିରରେ ବିବାହ କରିଲା । ଘର ଲୋକଙ୍କ ଅଭିଶାପ ଏତେ ମାତ୍ରାରେ ଥିଲା ଯେ ପ୍ରୀତି ଆଖିରୁ ଲୁହ ସବୁ ଯେମିତି ଜନ୍ତ୍ରଣାର ଜମାଟ ବାନ୍ଧୁଥିଲା ।

ପ୍ରୀତି ଜମା ହାରିବା ଝିଅ ନୁହଁ । କଠୋର ପରିଶ୍ରମ ଓ ଅଗାଧ ବିଶ୍ୱାସ ଫଳରେ ଡାକ୍ତର ଆଇ ଏ ଏସ ହୋଇପାରିଲା । ଆଉ ପ୍ରମାଣ କରି ଦେଖେଇ ଦେଲା ଯେ ସବୁ ପୁଅ ସମାନ ନୁହନ୍ତି କି ସବୁ ଅଜଣା ରାସ୍ତା କଣ୍ଟାରେ ଭରା ନୁହଁ ।



Rate this content
Log in

More oriya story from Prakash Majhi

Similar oriya story from Romance