STORYMIRROR

Prakash Majhi

Horror Tragedy Inspirational

3  

Prakash Majhi

Horror Tragedy Inspirational

ସମୟର ଖେଳ

ସମୟର ଖେଳ

2 mins
245

ମୁରଲୀ ବାପା ମାଆଙ୍କର ଗୋଟିଏ ବୋଲି ପୁଅ । ମେଧାବୀ ଛାତ୍ର ସାଙ୍ଗସାଥି ଠୁ ପରିବାର ପରିଜନ ପର୍ଯ୍ୟନ୍ତ ତାକୁ ଭାରି ଭଲ ପାଆନ୍ତି ।ସେ ସମସ୍ତଙ୍କୁ ସବୁ କାମରେ ସାହାଯ୍ୟ କରେ ।ତାର ନିଶ୍ଵାର୍ଥପର ଭଲପାଇବା ଆଗରେ ଯେମିତି ସବୁକିଛି ତୁଚ୍ଛ ପରି ଲାଗେ ।

ସମୟ ତୋ କାହାକୁ ଅପେକ୍ଷା କରିଛି ନା କରିବ।ଧୀରେ ଧୀରେ ମୁରଲୀ ଛୋଟରୁ ବଡ ହେଉଥାଏ ।ପାଠ ପଢା ସରିବା ପରେ ମୁରଲୀ ଇଞ୍ଜିନିୟର ରୂପେ ବାହାରେ ( ପୁନେରେ) ଯାଇ ସେର୍ବିସ କରେ । ଭଲ ଦରମା ସାଙ୍ଗକୁ ରହିବାର ସବୁକିଛି ସବୁଧା ।ବେସ ପଖୁସିର ପର୍ଯ୍ୟାପ୍ତ ଆନନ୍ଦ ଆଉ କଣ ବା ଦରକାର।

ଛୁଟି ମିଳିଲେ ମୁରଲୀ ଏମିତି ଗାଙ୍କୁ ବି ବାରମ୍ବାର ଆସେ ।ସମସ୍ତଙ୍କ ଦୁଃଖ ସୁଖରେ ହଜିଯାଏ ।

କିନ୍ତୁ ଗଲାବର୍ଷ ସେ ଗାଙ୍କୁ ଆସିପାରିଲା ନା କାହା ଦୁଃଖ ସୁଖରେ ସାମିଲ ହେଇପାରିଲା। ସବୁଦିନ ପାଇଁ ହଜିଗଲା କେଉଁ ଏକ ଅଜଣା ରାଇଜରେ ।ସ୍ମୃତି ସବୁ ଯେମିତି ଅଣଲେଉଟା ଆଜି ।ଆଉ କଣ ଫେରି ପାରିବ। ଖାଲି ବୃଥା ଭାବନା।ଭାବିଲେ ଦୁଃଖର ପାହାଡ଼ ଚିଡିପଡ଼େ ଯେମିତି।

କାହିଁକି ଜାଣ ଗଲାବର୍ଷ ପରା କୋରୋନା ମହାମାରୀ ସାରା ବିଶ୍ୱକୁ ଦୋହଲାଇ ଦେଲା ।ଧୀରେ ଧୀରେ ମହାମାରୀ ଚୀନରୁ ଭାରତ ଗୋଟେ ପରେ ଗୋଟେ ମୁଣ୍ଡ ନେଇ ବସିଲା। ସେଥିରୁ କାହିଁ ମୁରଲୀ ବାଦ ବା ପଡ଼ିଥାନ୍ତା।

ସବୁଆଡ଼େ ଶୁଭିଲା ସଚେତନର ବାର୍ତା ଘରେ ରୁହ mask ପିନ୍ଧ।ସେତେ ଜରୁରୀ ନହେଲେ ଘରୁ ପଦାକୁ ବାହାର ନାହିଁ। ୟା ଭିତରେ luckdown shortdown ଅବଧି ବଢିଲା।ଦୋକାନ ବଜାର ଅଫିସ ସବୁ କିଛି ବନ୍ଦ ହୋଇଗଲା।କୁଆଡେ ଯିବ ମୁରଲୀ କିଛି ଭାବି ବି ପାରିଲାନି ।ଯାହା ହେବ ଦେଖା ହେବ ଏମିତି ଭାବିବା ଭିତରେ ଦିନ କଟୁଥାଏ ।ଧୀରେ ଧୀରେ ମହାମାରୀର ସ୍ଥିତି ବି ସୁଧୁରୁଥାଏ।

ହାଠାତ ମୂରଲୀକୁ ଭୀଷଣ ଜ୍ୱର ଥଣ୍ଡା କାଶ ବି ପ୍ରବଳ ସେ ପାଖରେ ଥିବା medichine ଖାଇଲା କାଳେ ଭଲ ହେଇଯିବ ।କୋରୋନା ଭୟରେ ମେଡିକାଲ ଯିବାକୁ ଭୟ କରୁଥାଏ ।କାଳେ କୋରୋନା possitive ବାହାରିବ ।ଜ୍ୱର ଥଣ୍ଡା ତୋ ଛାଡିବା ଦୂରର କଥା କୋରୋନା ମୁରଲୀର ଜୀବନ ନେଇଗଲା।ତା ଶବ ଗାଁ ପର୍ଯ୍ୟନ୍ତ ପହଂଚିପାରିଲା ନାହିଁ ।ସେଇଠି ହିଁ ଆଖି ପିଛୁଳାକେ ପାଉଁଶ ହେଇଗଲା। କେହିବି ବି ଦେଖିପାରିଲେ ନାହିଁ।

ରୋଗ ଛୋଟ ହେଉ କି ବଡ ତାକୁ ହେୟାଜ୍ଞାନ ନକରି ଧର୍ଯ୍ୟର ସହିତ ସାମ୍ନା କରିବା ଉତ୍ତମ ବୁଦ୍ଧିର ଲକ୍ଷଣ। ମୂରଲୀକୁ ଆଜି ସାରା ଗା ଝୁରି ହେଉଛି । ହେଲେ ତାକୁ ଜନ୍ମ ଦେଇଥିବା ମା ଆଖିରୁ ଆଜିଯାଏ ଲୁହ ଶୁଖୁନାହିଁ ।ଏବେବି ବାଟ ଜଗି ବସିଛି ମୁରଲୀ କାଳେ ଫେରି ଆସିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Horror