Prakash Majhi

Children Stories Inspirational

3  

Prakash Majhi

Children Stories Inspirational

ଛାଇ ଆଲୁଅର ଖେଳ

ଛାଇ ଆଲୁଅର ଖେଳ

4 mins
275


ଏ ବିରାଟମୟ ସଂସାରରେ ଧନୀ ଗରିବର ପାର୍ଥକ୍ୟ ବଡ଼ କରୁଣ ଦୃଶ୍ୟ । ଯାହାକୁ ଅନୁମାନ କରିବା ଅତି ସହଜ । ଭେଦଭାବ, ଭିନ୍ନ ଅଭିନ୍ନ ଏମିତି ନକାରାତ୍ମକ ଚିନ୍ତାଧାରା ମନକୁ ଆନ୍ଦୋଳିତ କରିପକାଏ । ଏଠିତ ସମସ୍ତେ ସମାନ, କିଏ ଧନୀ, କିଏ ଗରିବ, ଛୋଟ, ବଡ଼ ସମସ୍ତଙ୍କ ଦେହରେ ଗୋଟିଏ ରକ୍ତ ପ୍ରଭାବିତ । ହେଲେ ଏତେ ବାଛ ବିଚାର କଣ ପାଇଁ? ଯିଏ ଧନୀ ସବୁବେଳେ ଧନୀ, ଯିଏ ଗରିବ ସବୁବେଳେ ଦୁଃଖରେ ଜର୍ଜିତ । ବିଧିର ବିଧାନ ସତରେ କେଡ଼େ ବିଚିତ୍ର । 


ଆଖି ଖୋଲିଲେ ଆକାଶ ଦେହରେ ଝୁଲୁଥାଏ ଘନଘନ ଆଲୋକର ସମ୍ଭାର, ଆଉ ଆଖି ବନ୍ଦକଲେ ଖାଲି ବହଳ ଅନ୍ଧାର । ଏ ଛାଇ ଆଲୁଅର ଖେଳ ନୁହଁ ତ ଆଉ କଣ ?


ଏଠି ଛାଇ ଆଲୁଅର ଖେଳ ଭିତରେ ଗୋଟିଏ ମାଆର କାହାଣୀ ଅତି ପ୍ରଶଂସନୀୟ, ପ୍ରେରଣାଦାୟକ ଓ ସୁନ୍ଦର ଉଦାହରଣ । 


ହରିପୁର ଗାଆଁ ଗୋଟିଏ ବଡ଼ ଗାଆଁ । ସେଠାରେ ଗୋଟେ ଗରିବ ମାଆଟିଏ ରହୁଥିଲା । କୋଳରେ ତାର ଦୁଇ ଦୁଇଟା ଛୁଆ । ଗୋଟିଏ ପୁଅ ଗୋଟିଏ ଝିଅ । ସ୍ଵାମୀ କହିଲେ କେବେଠୁ ଆରପାରିକୁ ଚାଲିଗଲେଣି । ବନ୍ୟା ବତ୍ୟାରେ ଘର ଭାଙ୍ଗିଯାଇଛି ଯେ ରହିବାକୁ ଆଉ ଘରଟିଏ ନାହିଁ । ଖାଇବାକୁ ଦୁଇ ଉଳି ଦୁଇ ମୁଠା ମିଳିବା ବି କଷ୍ଟ । ସରକାରଙ୍କ ଯେତେସବୁ ଯୋଜନା/ସୁବିଧା ଅଛି ସେଥିରୁ ମଧ୍ୟ ବଞ୍ଚିତ । 


ଯାହା ବି ହେଲେ ବଞ୍ଚିବାକୁ ତ ହେବ ନା, ନିଜ ପାଇଁ ନହେଲେ ନାହିଁ, ଅନ୍ତତଃ ନିଜ ପିଲା ଦୁଇଟାଙ୍କ ପାଇଁ । 


ଏମିତି ଆର୍ଥିକ ଅନଟନ ଭିତରେ ମାଆଟିର ଆଖିରେ ଧାର ଧାର ହୋଇ ଲୁହ ସବୁ ଅନେକ ଜନ୍ତ୍ରଣା ଦେଉଥାଏ ଯେମିତି । କେହି ବି ଟିକେ ଆହାଃ କରିବାକୁ ପାଖରେ ନ ଥିଲେ । ସାହି, ପଡିଶା, ସାଙ୍ଗସାଥି ଗରିବ ଅଛୁଆଁ କହି ତଡି ଦେଉଥିଲେ । ଭିକ ମାଗିବା ଛଡ଼ା ତାଙ୍କ ପାଖରେ ଆଉ କୌଣସି ରାସ୍ତା ନଥିଲା । ଭିକ ମାଗି ଯାହା ବି ମିଳୁଥିଲା ପିଲାମାନଙ୍କ ମୁହଁରେ ଦାନା ଗଣ୍ଡେ ଦେଉଥିଲେ । ଆଉ ନିଜେ ଲୁହ ପିଇ ପିଇ କେବେ ଉପାସ ଶୋଇପଡୁଥିଲେ । 


ସେତିକିରେ ସେ ଭାଙ୍ଗିପଡି ନଥିଲେ । ଆଶାର ଆଲୋକ ପିଲାମାନଙ୍କ ମନରେ କିପରି ଫୁଟାଇବେ ସବୁବେଳେ ଚିନ୍ତିତ ଥିଲେ । ପିଲାମାନେ ବି ଛୋଟରୁ ଧିରେ ଧିରେ ବଡ଼ ହେଉଥିଲେ, , , , , , , , , ଯେମିତି କି ବୁଝିବା ବୟସ ସେମାନଙ୍କର । ବାରମ୍ବାର ଖାଲି ପଚାରି ହେଉଥିଲେ । ମାଆ ଆମ ବାପା କିଏ?ସେ କେବେ ଆସିବେ, ସେ କଣ ଆମଟକୁ ଛାଡ଼ି କୁଆଡ଼େ ପଳେଇ ଯାଇଛନ୍ତି?ମାଆଟି ପିଲାମାନଙ୍କୁ ସାନ୍ତ୍ଵନା ଦେବାକୁ ଯାଇ ଲୁହ ଛଳଛଳ ଆଖିରେ, କୋହଭରା କଣ୍ଠରେ କୋଳେଇ ନେଇ କହିପକଉଥିଲେ, ଧନରେ ସୁନାରେ ଆରେ ନାଇରେ ତମ ବାପା ବହୁତ ଦୂରକୁ ଯାଇଛନ୍ତି । ତମେମାନେ ଭଲ ପାଠ ପଢ଼ିଲେ, ବଡ଼ ମଣିଷ ହେଲେ ତା ପରେ ତମ ବାପା ଆସିବେ । 


ପିଲା ମନ, 'ମା'ଙ୍କ ମୁହଁରୁ ଏହି ସ୍ନେହଭରା କଥା ଟିକକ ଶୁଣି ନାଚି ପକାଉଥିଲେ । ଚିଲେଇ ଚିଲେଇ କହି ହେଉଥିଲେ, ଆମ ବାପା ଆସିବେ, ଆମ ବାପା ଆସିବେ । 


କିନ୍ତୁ ତାହା କଣ ସମ୍ଭବ ଥିଲା ? କିଛି କ୍ଷଣର ଖୁସି କେତେ ଦିନ ତାହା ମାଆଙ୍କୁ ହିଁ ଜଣାଥିଲା । ହେଲେ ମାଆ ମନ ନା କେତେଦିନ ଆଉ ପିଲାମାନଙ୍କୁ ମିଛ କହିବେ, ଏଣେତେଣେ ଧରି ଆ ପିଣ୍ଡା ତା ପିଣ୍ଡା ହେବେ । 


ଶେଷରେ ପିଲାମାନଙ୍କୁ ନେଇ ସ୍ଵପ୍ନ ଦେଖିଥିବା 'ମା' ଟି ମନସ୍ଥ କଲେ କିଛି ଗୋଟେ କରିବାକୁ । ଯାହା ବି ଭିକମାଗି କିଛି ସଞ୍ଜୟ କରିଥିଲେ ସେଇଥିରେ ପିଲାମାନଙ୍କୁ ଧରି ନିଜ ଗାଆଁଠୁ ଦୂର Railway Station ପାଖ ଫୁଟଫାଥରେ ଯାଇ ରହିଲେ । ହେଲେ ସେଇ ଫୁଟଫାଥରେ ତାଙ୍କର ଦିନରାତି ଯେମିତି ସମାନ ଥିଲା । 


ଆଖିରେ ନିଦ ଥିଲା ନା ଉଦରକୁ ଥିଲା ଭୋକ । ଦେହରେ ଯେମିତି ଚିରାଫଟା ଶାଢ଼ୀ ସେମିତି, ଦେହସାରା କ୍ଷତର ଚିହ୍ନ କିନ୍ତୁ ଆଖିରେ ଆଖିଏ ସ୍ଵପ୍ନ ପିଲାମାନେ କିପରି ମଣିଷ କରିବେ । ପିଲାମାନଙ୍କୁ ଭଲ ସ୍କୁଲରେ ପାଠ ପଢେଇବେ, ଭଲ ପିନ୍ଧିବାକୁ ଦେବେ । 


ସମୟକୁ କିଏ ନିଜ ଆୟତରେ ବାନ୍ଧି ପାରିଛି? ସମୟ ତ ତା ବାଟରେ । ଏମିତି ଭାବିବା ଭିତରେ 'ମା'ଟି ଷ୍ଟେସନରେ କୁଲି କାମ କରେ । ବଡ଼ବଡିଆ ବାବୁଙ୍କର ଲଗେଜ୍ ଉଠାଇ ଯାହାବି ପଇସା ମିଳୁଥିଲା, ମାଆ ଛୁଆ ତିନି ପ୍ରାଣୀ କଷ୍ଟେ ମଷ୍ଟେ ଚଳିଯାଉଥିଲେ । 


ଦୈବର ଦାଉ କିଏ ବା ଜାଣିପାରେ?ବୋଝ ଉପରେ ନଳିତା ବିଡ଼ାପରି ଦୁଃଖ ପରେ ଦୁଃଖ ଯେମିତି ମାଆଟିର ପାଖ ଛାଡୁନଥିଲା । 


ଯେତେବେଳେ ବି ଦେଖିଲେ ଛାଇ ଆଲୁଅର ଖେଳ ଭିତରେ ବାରମ୍ଵାର ପେଶିଯାଉଥିଲେ । ତାହା ହିଁ କେବଳ ସେ ଜାଣେ । 


ଦେହସାରା ଅନେକ ଯ଼ନ୍ତ୍ରଣା, ବୟସର ଧାର ଯେମିତି ମଉଳି ଯାଇଛି!ଦୁଇ ଗୋଡ଼ରେ ଚାଲିବା ବି କଷ୍ଟ । ପାଖରେ ଅଛି କୋଉ ସମ୍ବଳ ଯେ ବଡ଼ ଡ଼ାକ୍ତର ପାଖକୁ ଯିବେ । 


ମାଇପି ଲୋକ ସେ, ଛନ୍ଦ କପଟ କିଛି ବି ଜାଣିନି । ସାଥିରେ ପୁଣି ଦୁଇ ଦୁଇଟା ଛୁଆ । ଲୋକମାନଙ୍କର କୁଦୃଷ୍ଟି, କୁତ୍ସିତ ଓ କଦର୍ଯ୍ୟ ବ୍ୟବହାର ଯେମିତି ତାଙ୍କୁ ଅସହ୍ୟ ଓ ଅଣନିଃଶ୍ଵାସୀ କରି ପକାଉଥିଲା । ସେ ତିଳେ ହେ ସେସବୁ ଖାତିରି ନ କରି ପିଲାମାନଙ୍କର ଅଳିକୁ ପୁରଣ କରିବାର ସିଦ୍ଧହସ୍ତ ସାଜିଥିଲେ । 


ପିଲାମାନଙ୍କୁ ଭଲ ମଣିଷ କରି ଗଢ଼ି ତୋଳିବାର ନିଶାରେ stationରୁ ଟିକିଏ ସମୟ ପାଇଲେ, ହୋଟେଲ ହୋଟେଲ ବୁଲି ବାସନ ମଜା କାମରେ ନିଜକୁ ନିୟୋଜିତ କରୁଥିଲେ । ସେଠାରୁ ଯାହାବି କିଛି ମିଳୁଥିଲା ସଞ୍ଚୟ କରି ରଖୁଥିଲେ । ସେହି ପଇସାରୁ ପିଲାମାନଙ୍କୁ ନୂଆନୂଆ ଡ୍ରେସ ଆଣି ଦେଉଥିଲେ । ସେମାନଙ୍କୁ ସ୍କୁଲରେ ନାମ ଲେଖାଇଲେ, ବହି ଖାତା ପେନସିଲ ସବୁ ଯୋଗାଇ ଦେଲେ । 


ପିଲାମାନେ ପାଠ ପଢ଼ିଲେ, ସ୍କୁଲ ଗଲେ । ମାଆଙ୍କ ଖୁସି କହିଲେ ନ ସରେ । ଘର ନଥିବା ହେତୁ ପିଲାମାନେ ସେଇ ଫୁଟଫାତକୁ ନିଜର ଶିକ୍ଷାର ପରିବେଶ ରୂପେ ମାନିନେଲେ । ସେଇଠି ପଢ଼ିଲେ ସେଇଠି ବଢ଼ିଲେ । 


ତାଙ୍କପାଇଁ ସବୁବେଳେ ପଢ଼ିବା ସମ୍ଭବ ନଥିଲା । କେତେବେଳେ ପଢୁଥିଲେ ଆଉ କେତେବେଳେ station ରେ ଛୋଟ ମୋଟ କାମ କରି ମନକୁ ବୁଝାଉଥିଲେ । 

ସବୁବେଳେ ଗାଡ଼ି, ମଟର, ଜନଗହଳିର କୋଳାହଳ ଶବ୍ଦ ଯେପରି ତାଙ୍କୁ ସ୍ତବ୍ଧ କରିଦେଉଥିଲା । ତଥାପି ସେ ମାଆଙ୍କର ତ୍ୟାଗ ଓ ନିଶ୍ଵାର୍ଥପର ଭଲପାଇବାକୁ ଆଖିରେ ରଖି ମାଆଙ୍କୁ ସାହାର୍ଯ୍ୟ କରୁଥିଲେ । ସେଇବାଟ ଦେଇ ଯାଉଥିବା ବଡ଼ବଡିଆ ବାବୁ, ବଡ଼ବଡ଼ ଅଫିସର, ନେତା, ମନ୍ତ୍ରୀ ମାନେ ପିଲା ଦୁଇଟିକୁ ଦେଖି ଆହାଃ ପଦେ ବି କହୁ ନଥିଲେ । ସେମାନେ ସେମାନଙ୍କ ବାଟରେ ମୁହଁ ବୁଲେଇ ପଳେଇ ଯାଉଥିଲେ । 

ପିଲିମାନେ ଖାଲି କାନ୍ଦିକାନ୍ଦି ଜଳଜଳ ଆଖିରେ ସେମାନଙ୍କୁ ଚାହିଁ ରହିଥିଲେ । ଯାହା ହେଲେ ବି ପିଲା ଦୁଇଟି ଗରିବ ନା । ତାଙ୍କୁ କାହିଁ କିଏ ପଚାରିବ ? କିଏ କାହିଁ ପୋଛିଦେବ ଆଖିରେ ବହୁଥିବା ଲୁହର ଧାର?କିଏ କାହିଁ ଖାଇବାକୁ ଦେବ, କିଏ କାହିଁ ଭଲମନ୍ଦ ବୁଝିବ ? ନିଜ ମାଆ ଛଡ଼ା । 

ସେଥିପାଇଁ ତ ମାଆ ଶବ୍ଦର ତୁଳନା ଅତୁଳନୀୟ । ଏ ବିଶାଳ ପୃଥିବୀଠୁ ବି ବଡ଼ ତାର ହୃଦୟ । ସହନଶୀଳା ସଦା ପୂଜିତା । 

'ମା'ଟିର ଅବଦାନର ପ୍ରତିଫଳ ସ୍ଵରୂପ ପିଲା ଦୁଇଟି ବଡ଼ ହେଲେ, ଭଲ ପାଠ ପଢ଼ିଲେ । ମା'ଟିର ସେଦିନର ସେ ମିଛ ପିଲାମାନଙ୍କୁ ବହୁ ପ୍ରେରଣା ଦେଇଥିଲା । ପିଲାମାନେ ବଡ଼ହେବା ପରେ ବୁଝି ନେଇଥିଲେ ଯେ ତାଙ୍କ ମାଆ ହିଁ ତାଙ୍କର ସବୁକିଛି । ସେ ହିଁ ମାଆ ସେ ହିଁ ତାଙ୍କର ବାପା । ସେ ଦୁହି ପିଲାଙ୍କ ମଧ୍ୟରୁ ପୁଅଟିର ନାମ ସୁପ୍ରିୟ ଓ ଝିଅଟିର ନାମ ସ୍ନେହା । ସ୍ନେହା ଏବେ +୨ Science ରେ ପଢ଼ୁଛି । ଆଉ ସୁପ୍ରିୟ ଜଣେ ଏବେ OAS ଅଫିସର । ଯଦି 'ମା'ଟି "ଛାଇ ଆଲୁଅର ଖେଳ" ଭିତରେ ପେଶି ହୋଇ ନିଜ ଜୀବନକୁ ଶେଷ କରି ଦେଇଥାନ୍ତେ । ତାହାଲେ ପିଲା ଦୁଇଟି ବଣ ମଲ୍ଲୀ ପରି ଅକାଳରେ ଝଡିପଡିଥାନ୍ତେ । 



Rate this content
Log in