ନୀଳ ନାୟନା
ନୀଳ ନାୟନା
ପ୍ରେମର ଆରମ୍ଭ କେଉଁ ଯୁଗଯୁଗର ସୃଷ୍ଟି। ପ୍ରେମ ଅମର, ପ୍ରେମ ଚିରନ୍ତନ ସତ୍ୟ,ପ୍ରେମ ପୂଜା,ପ୍ରେମ ଫୁଲ ,ପ୍ରେମ ଈଶ୍ଵରୀୟ ଭାବନାର ଇନ୍ଦ୍ରଜାଲ।ଥରେ ଛନ୍ଦି ହୋଇଗଲେ ଲାଗେ ଯେମିତି ସାରା ପୃଥିବୀଟା ସୁନ୍ଦର।
ପ୍ରେମରେ ନା ଅଛି ଉଚ୍ଚନୀଚ୍ଚ ନା ଅଛି ଜାତିଭେଦ।ପ୍ରେମ ମାନେ ନାହିଁ ବୟସ।ପ୍ରେମରେ କଳ୍ପନାର ଚିତ୍ର ଅନ୍ତ ବିହୀନ।
ଏଠି ଠିକ ଏଇ ପ୍ରେମର କାହାଣୀ ଗୋଟିଏ ପୁଅ ଗୋଟିଏ ଝିଅର
ଆଜକୁ ପ୍ରାୟ 15 ବର୍ଷ ତଳର କଥା ।ଦିପକ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥାଏ।ବୟସ ଅନୁମାନ କଲେ ଏଇ 12 କି 13 ବର୍ଷ ହେବ।
ଶ୍ରେଣୀରେ 100 ରୁ ଅଧିକ ପୁଅ ଝିଅ ପାଠ ପଢନ୍ତି।ସମସ୍ତଙ୍କ ଭିତରେ ଦିପକ ହିଁ ପ୍ରଥମ ହେଉଥାଏ।ସେଥିପାଇଁ ସମସ୍ତେ ଦିପକୁ ଭାରି ଭଲ ପାଆନ୍ତି।
ଦିନେ ତାଙ୍କ ସ୍କୁଲକୁ ନୂଆ ବିଜ୍ଞାନ ଶିକ୍ଷକ ଆସି ଯୋଗ ଦେଲେ।
ସେ ଖାଲି ବିଜ୍ଞାନ ପଢାନ୍ତିନି ଗଣିତ ବି ପଢାନ୍ତି।ତାଙ୍କୁ ସମସ୍ତେ ସ୍ଵାଇଁ ସାର ବୋଲି ଡାକନ୍ତି।ତାଙ୍କର ଗଭୀର ଜ୍ଞାନ ଉଚ୍ଚ କୋଟୀର ଓ ବେଶ ପ୍ରଶଂସନୀୟ।
ସେ ସାଥିରେ ତାଙ୍କ ଝିଅଙ୍କୁ ବି ଆଣିଥିଲେ ।ଯାହାକୁ ସେ ଅଷ୍ଟମରେ ନାମ ଲେଖାଇଲେ ଶୁଭଶ୍ରୀ ସ୍ୱାଇଁ ଓରଫ ଛୁଇଁ ନାମରେ।
ନା ଯେମିତି ଶୁଭ ରୂପ ଗୁଣ ବ୍ୟବହାର ତାଠୁ ଭି ଶୁଭ।
ଶୁଭ ଆଗରୁ ଯେଉଁଠି ପଢୁଥିଲା ସେଠି ଭଲ ନମ୍ବର ରଖେ ଶ୍ରେଣୀରେ ପ୍ରଥମ ହୁଏ।କିନ୍ତୁ ଏଠି ସବୁ ଅଲଗା ନୂଆ ସ୍କୁଲ ନୂଆ କଥା।ପୁଣି ବାପା ଜଣେ ବିଜ୍ଞାନ ଶିକ୍ଷକ ।ତାଙ୍କ ସନମାନ ତଳେ ପଡିଲେ କାହିଁରେ କଥା।
ଶୁଭ ମନରେ ଡର ଯେମିତି ଘର କରିଥାଏ ।ଦିପକକୁ ଦେଖିଲେ ମନେ ମନେ ଭାରି ଡରୁଥାଏ।ସେ ସମସ୍ତଙ୍କ ସାଥିରେ କଥା ତ ହୁଏ ହେଲେ ଦିପକକୁ ଦେଖିଲେ ପୁରା ଚୁପଚାପ ।
ଡ଼ର କାହିଁକି ବା ନହେବ ଦିପକ ଯେଉଁ ଶ୍ରେଣୀରେ ପ୍ରଥମ ହୁଏ।ମନ ତ ବିଚଳିତ ହେବ ହିଁ ନା।କମ ନମ୍ବର ରଖିବାର ଭୟ ଯେମିତି ଶୁଭକୁ ଅଣନିଶ୍ୱାସୀ କରିପକାଏ।
ଶ୍ରେଣୀରେ ଯେଉଁଭି ଶିକ୍ଷକ କୌଣସି ପ୍ରଶ୍ନର ଉତ୍ତର ମାଗନ୍ତି।ଶୁଭ ଠାରୁ ଅଧିକ ଦିପକ ଚାଟପଟ ଉତ୍ତର ଦେଇଦିଏ।ତେଣୁ ଶୁଭ ରାଗମିଶା ଆଖିରେ ଦିପକକୁ ବାରମ୍ବାର କଣେଇ କଣେଇ ଅନାଉ ଥାଏ ।ହେଲେ କାହାରିକୁ କିଛି କହିପାରୁନଥାଏ।
ଶୁଭକୁ ଦେଖିଲେ ଲାଗୁଥାଏ ଯେମିତିକି ତାର ସ୍ୱପ୍ନ ବିଲାସୀ ମନ ହଜିଯିବାକୁ ଚାହୁଁଥିଲା।ଦିପକକୁ ଏତେସବୁ ଛନ୍ଦକପଟ ଭିତରେ ପଶିବାକୁ ସମୟ ନଥିଲା। ତାପାଇଁ ପାଠପଢା ଅଛି ତ ସବୁ ଅଛି ।
ଏମିତି ସମୟର ପ୍ରଖର ସ୍ରୋତରେ ସବୁକିଛି ହଜୁଥାଏ ।ଆଉ ହଜୁଥାଏ ଯୁବା ବୟସ ।
ମାଟ୍ରିକ ପରୀକ୍ଷା ପାଖେଇ ଆସୁଥାଏ ।ସମସ୍ତଙ୍କ ମନ ତତ୍ପର।ପରୀକ୍ଷା କେମିତି ହେବ।ଘରଠୁ 20 km ଦୂରରେ ପରୀକ୍ଷା centre।ତେଣୁ ଦୂରରେ ରହି exam ଦେବାକୁ ହେବ।ଶୁଭ କୁ ଡର ଲାଗୁଥାଏ ଦୀପକର ରୋଲ number ତାର ରୋଲ ନମ୍ବର ପାଖା ପାଖି ଥାଏ।ପରୀକ୍ଷା ଆରମ୍ଭ ହୁଏ ପ୍ରଥମ ଦିନ ସେମିତି ଚୁପ୍ ଚାପ କେହି କାହାରି ସାଥିରେ କଥା ବାର୍ତ୍ତା ନାହିଁ ।
2ଣ୍ଡ ଦିନ ଇଂଲିଶ ପରୀକ୍ଷା 2-3 ତା ନମ୍ବର ଶୁଭକୁ ଆସୁନଥାଏ।କଣ କରିବ କଣ କରିବ ଏମିତି ଭାବିବା ଭିତରେ ଡରି ଡରି ଦୀପକ ସହ କଥା ହୁଏ ।ଆଉ ସେ ପ୍ରଶ୍ନର ଉତ୍ତର ପଚାରି ବୁଝେ।ଏମିତି ସବୁଦିନ ଦୁଇଜଣଙ୍କ ଭିତରେ ଭାବର ଆଦାନ ପ୍ରଦାନ ହୁଏ।ଧୀରେ ଧୀରେ ଶୁଭକୁ ପ୍ରେମ ହେଇଯାଏ। but ସେ ଦୀପକ କୁ କିଛି କହିପାରୁନଥାଏ।ଏମିତି ଭିତରେ ପରୀକ୍ଷା ବି ଶେଷ ହେଇଯାଏ।
ଧୀରେ ଧୀରେ ଡହଡହ ଖରା ବଢୁଥାଏ ସମସ୍ତେ ସମସ୍ତଙ୍କ ଘରେ ।
ଖାଲି ପରୀକ୍ଷା ଫଳକୁ ଯାହା ଅପେକ୍ଷା।କେବେ ବାହାରିବା ଫଳ?????
june 10 ରେ ପରୀକ୍ଷା ଫଳ ବାହାରେ।ଶୁଭ ପ୍ରଥମ ସ୍ଥାନ ଅଧିକାର କରିଥାଏ ଆଉ ଦୀପକ ଦ୍ବିତୀୟ ସ୍ଥାନ।ଶୁଭ ତାର ବାପା ର ସମ୍ମାନ ବଜାଇ ରଖେ।ହେଲେ ଶୁଭ ର ମନ କିନ୍ତୁ ମାନୁନଥାଏ ।ଦୀପକ 2ଣ୍ଡ ହେବା କଥା ଶୁଣି।
ସେ ଯାହା ବି ହେଉ ଦୀପକ ନିଜ ମନକୁ ବୁଝାଇ ଦିଏ ।ସେ ଜାଣିଥିଲା ଯେ ହାରୁ ହାରୁ ଜିତିବାର ମଜା ଖୁବ ନିଆରା।
ଏମିତି ଭିତରେ 2 Science ବେଳାଭୂମି ମହାବିଦ୍ୟାଳୟ ଅଭଣା ରେ ଦିପକ ଓ ଶୁଭ ନାମ ଲେଖାନ୍ତି।ମୁଁ ବି ନାମ ଲେଖାଇଥାଏ ସେଇଠି।ଦୁହିଁଙ୍କ ଭିତରେ competition mind ।ଜଣେ ଅନ୍ୟ ଜଣ କୁ ନଦେଖିଲେ ଘଡ଼ିଏ ରହିପାରନ୍ତିନି।ମୁଁ ଏସବୁ କେମିତି ଜାଣିଲି ???????ମନରେ ନିହାତି ପ୍ରଶ୍ନ ଉଠୁଥିବ।
ମୁଁ ବି ସେମାନଙ୍କ ସହ ସେହି college ରେ ନାମ ଲେଖେଇ ଥିଲି ।ଆମେ ସବୁ ଏକାଠି ପାଖା ପାଖି ବସୁଥିଲୁ ।ସବୁକିଛି ନିଜ ନିଜ ଭିତରେ share କରୁଥିଲୁ।ସେଇଠି ହିଁ ମୁଁ ଦୀପକ ଓ ଶୁଭ କୁ ଦେଖି feel କରିଥିଲି ଯେ ପ୍ରକୃତ ପ୍ରେମ ର ମାନେ କଣ।ସେମାନେ ପରସ୍ପର ଏକାଠି ବସନ୍ତି ।ଏକାଠି ପାଠ ପଢାନ୍ତି ।କିଛି ସମୟ ମିଳିଲେ ଫାଙ୍କା ଥିବା classରେ ଘଣ୍ଟାଘଣ୍ଟା ଗପନ୍ତି।ଶୁଭ ଓ ଦୀପକ ଯାହା ବି କଥା ହୁଅନ୍ତି ମୁଁ ସବୁ ଶୁଣୁଥାଏ।କାହିଁକିନା ସେମାନେ ତାଙ୍କ ସହ ମୋତେ ବି ପାଖରେ ବସାଇଥାନ୍ତି।ମୋତେ କିନ୍ତୁ ସେମାନଙ୍କୁ ଦେଖି ଲାଜ ଲାଗୁଥାଏ ଭାରି।ସେମାନେ ଦୁଇଜଣ ଖାଲି ହସୁଥାନ୍ତି ।ହସି ହସି କହୁଥାନ୍ତି କଲେଜ ପଢ଼ିଲୁଣି ଏଯାଏଁ ପ୍ରେମ କରିନୁ।
ମୁଁ ସେମାନଙ୍କ କଥାରେ ଟିକେ ବି ଧ୍ୟାନ ଦିଏ ନାହିଁ।ପଢିବାକୁ ଆସିଛି ପଢ଼ିବି ।ଏ ପ୍ରେମ ଫ୍ରେମ ବ୍ୟାପାର ମୋ ପାଇଁ ଥିଲା କାଠିକର ପାଠ।ତେଣୁ ମୁଁ ସବୁକିଛି ଭୁଲିଯାଏ।
ସେମାନେ କିନ୍ତୁ ଆହୁରି ଆଗକୁ ବଢୁଥାନ୍ତି।ସେମାନଙ୍କର ମନ ସହ ମନର ମିଳନ ହୁଏ ।ଦେହ କଥା କହେ ଦେହର ।ଖାଲି ବାସ୍ନା ଆଉ ବାସ୍ନା ।ସତେ ଯେମିତି ସୁନ୍ଦର ବନ।ଆଉ ସେମାନେ ପରି ରାଇଜର ରାଜା ରାଣୀ ।
କଲେଜ ରେ ସମସ୍ତେ ଦୀପକ ଓ ଶୁଭ କଥା ପ୍ରାୟତଃ ଜାଣନ୍ତି।କଥା ଯାଇ ଧୀରେ ଧୀରେ ଶୁଭର ବାପାଙ୍କ ନିକଟରେ ପହଞ୍ଚେ।
ଦୁହେଁ ସେତେବେଳେକୁ 2 ସାରି ଫକୀର ମୋହନ ଉନିଭେର୍ସିଟି ରେ 3 ରେ ପଢୁଥାନ୍ତି ।ଦୁହିଁଙ୍କର ଅଲଗା ଅଲଗା honours ଥାଏ ଶୁଭର Chemistry ଆଉ ଦୀପକ physics ।ଯାହା ବି ହେଲେ କିଛି time ମିଳିଯାଏ ସେମାନଙ୍କୁ ମିଳାମିଶା କରିବାକୁ।ଏମିତି କେତେ ଗପସପ ।ଦିନ ସରିଯାଏ ରାତି ପାହିଯାଏ ।ସମସ୍ତେ କହନ୍ତି ଲଭ କଲେ career ନଷ୍ଟ ହେଇଯାଏ ।ସେମାନେ ଦୁହେଁ ପାଠରେ ସବୁବେଳେ ଥାଆନ୍ତି ଏକ ନମ୍ବର।
ମୁଁ ସେତେବେଳେକୁ ଅଟଳ ବିହାରୀ କଲେଜ ବାସୁଦେବପୁର ରେ physics honours ନେଇ ପଢୁଥାଏ ।ସେମାନଙ୍କ ପାଖକୁ ମଝିରେ ମଝିରେ ଯାଏ। ମୋତେ ସେମାନେ କେତେ କଣ gift ଦିଅନ୍ତି ।ଆଇସକ୍ରିମ ଚୋକଲେଟ ଦିଅନ୍ତି,ସିନେମା ଦେଖନ୍ତି ପାର୍କ ନିଅନ୍ତି ଆହୁରି କେତେ କଣ ଯାହାକୁ ଗଣିଲେ ଅସରନ୍ତି ହିସାବର ଫର୍ଦ୍ଦ ପାଳଟିଯିବ।
ମୁଁ ଯାହା ଜାଣିଥାଏ ଶୁଭର ବାପା ଭାରି ରାଗି ।ସହଜରେ ପ୍ରେମକୁ ନେଇ ମାନିବା ଲୋକ ନୁହଁ।ଆଉ ଶୁଭର ମା ଶୁଭ କୁ ସବୁ କ୍ଷେତ୍ରରେ ସାହାର୍ଯ୍ୟ କରନ୍ତି ।ଏଥିପାଇଁ କହିଲି କି ଶୁଭର ମା ଦୁହିଁଙ୍କ ପ୍ରେମକୁ କେବେଠୁ ସ୍ୱୀକାର କରିନେଇଥିଲେ।phone ରେ ମଧ୍ୟ ଦୀପକ ସହ ଶୁଭର ମା ମଝିରେ ମଝିରେ କଥା ହେଇଯାନ୍ତି।
ଏଇସବୁ କଥା ଶୁଭର ବାପା ଶୁଣିବା ପରେ।ସତେ ଯେମିତି ଲଜ୍ୟାରେ ତାଙ୍କ ମୁଣ୍ଡ ତଳକୁ ହେଇଯାଏ।ଏଠି ସେଠି ଗଲାବେଳେ ଲୋକମାନଙ୍କର ଟାହି ଟାପରା କେତେ ଶୁଣି କାନକୁ ବନ୍ଦ କରିବେ?
କାରଣ ଶୁଭ ଥିଲା ଉଚ୍ଚ ଜାତିର ଆଉ ଦୀପକ ଟିକେ ଛୋଟ।
ଏଥିପାଇଁ ସ୍ୱାଇଁ ସାର ମାନିବାକୁ ନାରାଜ।
ତେଣୁ ସେ ମନସ୍ତ କଲେ ଶୁଭକୁ ସେଠୁ ନେଇ ଅନ୍ୟତ୍ର ନାମ ଲେଖେଇବେ।ତାହା ହିଁ କଲେ ଶୁଭକୁ nurshing ରେ ବାରିପଦାରେ ନାମ ଲେଖେଇଲେ।ଦୁହେଁ ପାଖାପାଖି ଅଲଗା ହେଇଗଲେ ସତ କିନ୍ତୁ ସେମାନଙ୍କ ଭିତରେ ଥିବା ଭଲ ପାଇବା ଆହୁରି ନୂଆ ରୂପ ନେଲା।ଏମିତି କହିବାର ତାପର୍ଯ୍ୟ ଜଣେ ଅନ୍ୟ ଜଣଠୁ ଦୂରରେ ରହିଲେ ଭଲପାଇବା ବଢିଯାଏ।
ଦୀପକର 3 ସରିଗଲା ପରେ ବେଦାନ୍ତ ଆଲୁମିନିୟମ କମ୍ପାନୀ ଝାରସୁଗୁଡ଼ାରେ lab Aasistant ରୂପେ କାର୍ଯ୍ୟରେ join କରେ।
ଶୁଭର ଖୁସିର ସୀମା ରୁହେ ନାହିଁ ।ନିଜ ପ୍ରେମିକର ପ୍ରଥମ ଚାକିରୀ ପାଦ ଯେମିତି ତଳେ ଲାଗୁନଥାଏ।
ମୁଁ ଦୀପକ ପାଖେ ପାଖେ ଥାଏ ।ଆମେ ଗୋଟିଏ room ରେ ରହୁଥିଲୁ।କାହିଁକିନା ମୁଁ ବି ସେଇ ବେଦାନ୍ତ କଂପାନୀରେ ଦୀପକ ସହ join କରିଥିଲି।ଦୀପକର ଫୋନ୍ ମୁଁ ବେଳେ ବେଳେ ଉଠାଏ।ତେଣୁ ଶୁଭ ସହ ମୁଁ ବି ଟିକେ ଦୁଃଖ ସୁଖ ହେଇଯାଏ।
ଶୁଭର nurshing ସରିଲା ପରେ ଆସି ଘରେ ଥାଏ।ଆମେ ଛୁଟିରେ ଯାଇଥାଉ ଦୀପକର ମୋର।ଶୁଭ ସହ ଦୀପକର ଲୁଚି ଲୁଚି ଦେଖା କରିବା ଓ କି ମଜା ।ସତେ ଯେମିତି ଓଦା ମାଟିର ବାସ୍ନା।
ଛୁଟି ସାରିଯାଏ ଆମେ ପୁଣି ନିଜ କର୍ମ ପଥକୁ ଫେରି ଆସୁ।କିନ୍ତୁ ଫୋନ ରେ ଯୋଗାଯୋଗ ହେଉଥାଏ। ଝାରସୁଗୁଡ଼ାରେ ଦୀପକର ପୁଣି food suply inspector service ପାଇଁ select ହୁଏ।ଦୀପକ ଝାରସୁଗୁଡା ଛାଡି ସୋନପୁର ରେ ଆସି join କରେ।
Food suply inspector ସବୁଠୁ ବଡ ପଦବୀ ।କାଳେ ଶୁଭର ବାପା ଙ୍କୁ ମନ ତରଳି ଯିବ।ନା ବୁଢା ଆଗ କାଳିକା ଲୋକ ନଛୋଡ଼ ବନ୍ଧା।ଜାତିକୁ କାହିଁବା ଛାଡିବ।
ହଁ ଦୀପକ କଉ ଛାଡିବା ଲୋକ ଯେ ।ଶୁଭ ଦୀପକ ପାଇଁ lucky champs ଥିଲା।ସବୁବେଳେ ଦୀପକ କହୁଥିଲା ମୁଁ ଯଦି ଶୁଭକୁ ଛାଡ଼ିଦେବି ।ସେ ବଂଚି ପାରିବନି ମୋ ବିନା।ଦୀପକ ପାଇଁ କେତେ ବଡ଼ ବଡ଼ ଘରୁ ପ୍ରସ୍ତାବ ବି ଆସେ।କିଏ କହେ ଗାଡି ଦେବ କିଏ କହେ ଘୋଡା ଦେବ।ଯାହା ସବୁ ଥିଲା କଳ୍ପନାର ବାହାରେ।ଦୀପକ ସେ ସବୁ ପ୍ରସ୍ତାବ କୁ ଗୋଡ଼ରେ ଆଡେଇ ଦେଉଥିଲା।
ଏଥିପାଇଁକି ଦୀପକ ଶୁଭ ପାଇଁ ସବୁ ସ୍ୱପ୍ନ ସାଇତି କରି ରଖିସାରିଥିଲା।ଯେମିତି ଅକାଶ ମାଟିର ସମ୍ପର୍କ ।ଠିକ ସେମିତି ଶୁଭ ଦୀପକ ହୃଦୟର ନୀଳ ନୟନା ଥିଲା।ଯାହାର ଆରମ୍ଭ ଅଛି ।ହେଲେ ଶେଷର କୌଣସି ଠିକଣା ହିଁ ନାହିଁ ।
ଶେଷରେ ଦୁହେଁ ଦୁହିଁଙ୍କୁ 2017 ମାର୍ଚ୍ଚ 22 ରେ ବିବାହ ବନ୍ଧନର ବାନ୍ଧିହୋଇଗଲେ।ମୋତେ ବି invite କରିଥିଲେ।ସେମାନଙ୍କ ବିବାହ ଉତ୍ସବ ମଣ୍ଡପରେ ହେଉଥିଲା।ମୁଁ ଯାଇ ପହଂଚିଲି।ସେମାନେ ମୋତେ ଦେଖି ବହୁତ ଖୁସିହେଇଗଲେ। ମୁଁ ଶୁଭକୁ ପ୍ରଶ୍ନ କଲି ତମ ବାପା କଣ ରାଜି ହୋଇଗଲେ। କାହାନ୍ତି କଉଠି ଦିସୁନାହାନ୍ତି ତୋ।ସମସ୍ତେ ବାହାଘରରେ ଯୋଗ ଦେଇଥିଲେ ଶୁଭ ମା କକା ଖୁଡି ଭାଇ ଜେଜେ କିନ୍ତୁ ବାପା ଲୋକ ଲଜ୍ୟାକୁ ଭୁଲିପାରିଲେ ନାହିଁ ତେଣୁ ଆସିଲେ ନାହିଁ।ଶୁଭ କହୁଥାଏ ଛାଡ଼ ବାପା ନାସିଲେ ନାହିଁ ।ଶେଷରେ ମୋ ମନର ମଣିଷ ମୋତେ ମିଳିଲା ନା।
ଦୀପକ ଶୁଭର ଗୋଟିଏ ପୁଅ ଏବେ ଦୁଇ ବର୍ଷ ହେବ।ନାତି ଟୋକା ପାଇବା ପରେ ଶୁଭର ବାପା ସବୁକିଛି ଭୁଲି ଝିଅ ଓ ଜ୍ୱାଇଁଙ୍କୁ ଅପଣାଇ ନିଅନ୍ତି ।

