STORYMIRROR

Prakash Majhi

Tragedy Classics Inspirational

4  

Prakash Majhi

Tragedy Classics Inspirational

ସୁନ୍ଦର ଆମ ପରିବେଶ

ସୁନ୍ଦର ଆମ ପରିବେଶ

1 min
290

ସୁନ୍ଦର ଆମ ପରିବେଶ

ସୁନ୍ଦର ଆମ ଦେଶ,

ଆସ ମୋର ଭଉଣୀ ଭାଇ

ହାତରେ ହାତ ଦେବା ମିିଳେଇ

ସୁନ୍ଦର ଆମ ପରିବେଶ ନ ହୋଇବ ଶେଷ।


ଏହି ମାଟି ପାଣି ପବନ

ମନ ଜାଣି ମନ,

ଦିନ ପରେ ଦିନ ଗଣି

ସୁରକ୍ଷାର ବୀଜ ବୁଣି

ସୁନ୍ଦର ଆମ ପରିବେଶ ତାର ବଢାଇବା ମାନ।


ଶ୍ରେଷ୍ଠ ଜୀବ ବୋଲି ଜଣା

ଧରା ତଳେ ଆମେ ଗଣା,

ଟିକିଟିକି ହେଲେ ମଧ୍ୟ

ଅସାଧ୍ୟ ବି ସାଧ୍ୟ

ସୁନ୍ଦର ଆମ ପରିବେଶ ନୁହଁ ବାଟବଣା।


ଟିକି ଫୁଲ ଖିଲିଖିଲି 

ହସବାସ ଝିଲିମିଲି

ମହମହ ମହା ଆୟୁ

ଝରେ ନିଶ୍ଵାସରେ ବାୟୁ

ସୁନ୍ଦର ଆମ ପରିବେଶ ଯୁଗେ ଯୁଗେ ଥାଉ।


ଜଳିିିଲାଣି ଧୂୂୂପ ଦୀପ

ଭିନ୍ନ ଭିନ୍ନେ ରୂପ,

ଏକତାର ମନ୍ତ୍ର ପଢ଼ି

ଦୁନିଆକୁ ଦେବା ଗଢି

ସୁନ୍ଦର ଆମ ପରିବେଶ ନ ପଡୁ କାହା କୋପ।


ଦେହ ଥିଲେ ରୋଗ ଅଛି

ଲଗେ ଭୟ କିଛିକିଛି

ମନେ କେତେ ଦଫା,

ସହଜାତ ମନ ନେଇ

ଡରିିବାର ଆଉ ନାହିଁ

ସୁନ୍ଦର ଆମ ପରିବେଶ କରୁୁୁଥିବା ସଫା।


ଗଛଲତା ଯେତେ ସବୁ

ଜାଣିଜାଣି କାହିଁ ସାରୁ

ଦେବାନାହିଁ କାଟି,

ବିଜ୍ଞାନର ଯୁଗ ଏହି

ପରୀକ୍ଷାର ବେଳ ନେଇ

ସୁନ୍ଦର ଆମ ପରିବେଶ ନୁହଁ ଗୁୁଲିଖଟି।


କେତେ କଳ କାରଖାନା

ଉଡଉଛି ପ୍ରଦ୍ୟୁଷଣ ବାନା,

ପରିିିଚିତ ଧରା ଧାମେ

ସଚେତନ ହେବା ଆମେ

ସୁନ୍ଦର ଆମ ପରିବେଶ କଳ୍ପନା ଯେ ନାହିଁ ତା ବିନା।


ମଶା ମାଛି ଯେତେ ସବୁ

କୀଟ କାଠି କୁଟା,

ଜୀବଜନ୍ତୁ ପ୍ରାଣୀକୂଳ

ହେଉଥିବା ସାଥେ ଠୁଳ

ସୁନ୍ଦର ଆମ ପରିବେଶ ନ ଲାଗିବ ଅଠା।


ଯେତେ ଜାନ ଗାଡିଗୁଡା

ଆଖି ଆଗେ ସବୁ ଖାଡା

ନିୟମର ଦାସ,

ସତର୍କର ମହୁ ପିଅ

ବହିିିବନି ଜାଣ ଲୁହ

ସୁନ୍ଦର ଆମ ପରିବେଶ ଫୁଟୁଥିବ ହସ ।


ଜ୍ଞାନ ବଳେ କୌଶଳ

ନରନାରୀ କେତେ ବଳ

ପ୍ରୟଗର ବିଧି,

ଗୁଣ ଥିଲେ କର୍ମ ଥିବ

ଜୀବନ ବି ବଞ୍ଚୁଥିବ

ସୁନ୍ଦର ଆମ ପରିବେଶ ହେଉଥିବ ସିିଦ୍ଧି।


ଶୁଣ ଶୁଣ ସୁଧିଜନ

ବିଶ୍ଵ ଶାନ୍ତି ରାଜପଣ

ପରିିିବେଶ କଥା,

ହେୟଜ୍ଞାନ କରିିବାନି

ଜୀବନରେ ହାରିବାନି

ସୁନ୍ଦର ଆମ ପରିବେଶ ଟେକୁଥିବ ମଥା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy