STORYMIRROR

Prakash Majhi

Tragedy Others

4  

Prakash Majhi

Tragedy Others

ମୋହ ମାୟା

ମୋହ ମାୟା

2 mins
428

ଅଜବ ଏଠି ମଣିଷ ସବୁ ବୁଝି ଅବୁଝା ଯେମିତି। ଆଖି ଆଗରେ ମରଣ ତଥାପି ଏ ମଣିଷ ଲୋଭ ମୋହମାୟାରେ ପଡି ଛଟପଟ ହୁଏ କାହିଁକି ?

ସବୁ ମାୟାରେ ବାୟାରେ, କିଏ କହେ ମୁଁ ଶ୍ରେଷ୍ଠ କିଏ କହେ ମୁଁ ମହାନ । ଅନ୍ୟାୟ, ଅତ୍ୟାଚାର ଓ ଭ୍ରଷ୍ଟାଚାର ଦିନକୁ ଦିନ ସବୁ ବିଶ୍ୱାସକୁ ଭାଙ୍ଗି ପକାଉଛି। ମହେନ୍ଦ୍ର ବାବୁ ଭାରି ମେଲାପି ଲୋକ। ପରିବାର କହିଲେ ସ୍ତ୍ରୀ ପୁଅ ଝିଅ ମିଶି ଚାରି ପ୍ରାଣୀ।ଗାଁରେ ରୁହନ୍ତି। ପୁଅ ଝିଅଙ୍କୁ ଭଲ ମଣିଷ କରିବା ପାଇଁ ଆପ୍ରାଣେ ପ୍ରଚେଷ୍ଟା। ତାଙ୍କ ସ୍ତ୍ରୀଙ୍କ ନାଁ ମିନତୀ ସ୍ନେହରେ ସିଏ ମିନୁ ବୋଲି ଡାକନ୍ତି। ପୁଅ ନା ସିତୁ ଓ ଝିଅ ନା ମିତୁ।

ଦିନେ ମହେନ୍ଦ୍ର ବାବୁ ଅଫିସ ରୁ ଫେରିଥାନ୍ତି । ପ୍ରବଳ ଖରାରେ ମୁହଁ ହାତ ଗୋଡ ଯେମିତି କଳା ପଡିଯାଇଥାଏ। ମୁଁହରେ ଅବସାଦର ଚିହ୍ନ ଯେମିତି ଘର କରିଥାଏ, ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଥାଏ। ମହେନ୍ଦ୍ର ବାବୁ ତାଙ୍କ ପତ୍ନୀଙ୍କୁ ପାଖକୁ ଡାକିଲେ ଆରେ ମିନୁ କଉଠି ଅଛ ମୋ ପାଇଁ ଟିକେ ପାଣି ଗ୍ଲାସ ଆଣିବ।

ମିନୁ କାମ ସବୁ ସାରି ପାଣି ଗ୍ଲାସ ଧରି ପାଖକୁ ଆସିଲେ ।ଦେଖନ୍ତି ଯେ ମହାନ୍ଦ୍ର ବାବୁ ଶୋଇପଡ଼ିଥାନ୍ତି । ତାଙ୍କୁ ସେ ବଡ ପାଟିରେ ଡାକି ଉଠାନ୍ତି, ହୋଇ ହୋ କଣ ପାଣି ପାଇଁ କହୁଥିଲ ସଂଗେ ସଂଗେ ଶୋଇପଡ଼ିଲ ଯେ ! ମହେନ୍ଦ୍ର ବାବୁ ଚମକିପଡି ଉଠିଲେ ଆଉ ପାଣି ଗ୍ଲାସ ହାତରେ ଧରି ଭୋ ଭୋ ହୋଇ କାନ୍ଦି ଉଠିଲେ ।

ତାଙ୍କ ସ୍ତ୍ରୀ କିନ୍ତୁ କିଛି ବୁଝିପାରୁନଥିଲେ। ସେ ବାରମ୍ବର ତାଙ୍କ ସ୍ୱାମୀ ଆଡକୁ ଅନେଇ ଠୋ ଠୋ ହୋଇ ହସୁଥିଲେ। ଆଉ କହୁଥିଲେ କାହିଁ ପିଲାଙ୍କ ଭଳି ହେଉଛ । ସବୁ କଥାରେ କଣ କାନ୍ଦ। ପିଲାମାନେ ତୁମଠୁ ଆଉ କଣ ଶିଖିବେ। ମହେନ୍ଦ୍ର ବାବୁ ନିଜ ମନର ଦୁଃଖ ଆଉ କାହା ପାଖରେ କହିବେ । ଶୁଣିବା ଲୋକ ତୋ କିଛି ନବୁଝି ମୁହଁ ଫେରେଇ ନିଏ । ସେଥିପାଇଁ ତୋ ଚୁପ୍ ହୋଇ ଲୁହ ଗଡାଇବା ଛଡା ମହେନ୍ଦ୍ର ବାବୁଙ୍କ ପାଖରେ କିଛି ବି ଉପାୟ ନଥିଲା।

ମହେନ୍ଦ୍ର ବାବୁ ନିଜ ସ୍ତ୍ରୀ ପିଲା ଛୁଆଙ୍କୁ କଉଥିରେ ବି ଅବହେଳା କରନ୍ତିନି। ଯେତେବେଳେ ଯାହା ଦରକାର ସବୁ ଆଣିଦେଲେ। ହେଲେ ନିଜ ପାଇଁ କେବେ ବି କିଛି ଆଣନ୍ତିନି। ସ୍ତ୍ରୀ ପୁଅ ଝିଅ କେହି ବି ପଚାରନ୍ତିନି ବାସ ସବୁ ମୋହ ମାୟାରେ ସ୍ଵାର୍ଥ ପାଇଁ ଉପରେ ଉପରେ କଥା କୁହନ୍ତି। ମହେନ୍ଦ୍ର ବାବୁ ଯାହା ସହ ସବୁ ଦୁଃଖ ସୁଖ ବାଣ୍ଟୁ ଥିଲେ ସେ ପା ଗଲାବର୍ଷ କୋରୋନାରେ ପ୍ରାଣ ହରେଇଲେ। ସେ ତାଙ୍କର ପିଲାବେଳର ସାଙ୍ଗ ଥିଲେ ।ଦଣ୍ଡେ କେହି କାହାରିକୁ ନ ଦେଖିଲେ ରହିପାରୁନଥିଲେ। ଏ ବର୍ଷ ମରିବାର ବର୍ଷେ ପୁରିଲାଣି। କାନ୍ଦିଲେ କିଏ ବା ଶୁଣିବ । ନିଜ ସାଙ୍ଗକୁ କଣ ଖବରୀ ଚଟିଆ ହୋଇ ଉଡି ଉଡି ଖବର ଦେଇପାରିବ । ନା ଦୁଃଖ ସୁଖ ଆଉ ବାଣ୍ଟି ପାରିବ । ସବୁ କିଛି ସ୍ୱପ୍ନ। ମହେନ୍ଦ୍ର ବାବୁ ଜାଣି ସାରିଥିଲେ ଯେ ତାଙ୍କ ସାଙ୍ଗ ଆଉ ତାଙ୍କ ପାଖକୁ ଫେରିବେନି। ପିଲା ଛୁଆ ସ୍ତ୍ରୀ ଥାଇ ବି ସେ ସବୁଦିନ ପାଇଁ ଏକା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy