ଅଧୁରା ପ୍ରେମ
ଅଧୁରା ପ୍ରେମ
ରାଜ୍ ....କାହାଣୀର ମୁଖ୍ୟ ନାୟକ । ଯିଏ ଦିନେ ପ୍ରେମକୁ ଜୀବନ ଭାବି ସର୍ବଦା ମନମନ୍ଦିରରେ ପୂଜା କରୁଥିଲା ଆଉ ସେହି ପ୍ରେମର ପରିସରରେ ପାଗଳପ୍ରାୟଃ ପାଲଟି ଯାଇଥିଲା । ପରନ୍ତୁ ସିଏ ଆଜି ପ୍ରେମର ନା ଶୁଣିଲେ ଧିକାର କରୁଛି । ଯାହା ପାଇଁ ପ୍ରେମର ମାନେ ହି ଜୀବନ ଥିଲା ସିଏ ଆଜି ପ୍ରେମର ମୂଲ୍ୟକୁ ମୁଠାଏ ପାଉଁଶ ଭାବୁଛି । ଯିଏ ଦିନେ ମଦର ଜହର ଦୁନିଆକୁ ଘୃଣା କରୁଥିଲା ସିଏ ଆଜି ବେଇମାନିର ରଢ ନିଆଁରେ ଜଳି ଜଳି ଦରଦି ପ୍ରେମର ଅଲିଭା ସୃତିସବୁ ସାଉଁଟି ମଦର ଗୋଲାମ ସାଜିଛି । ଯାହାକୁ ପାଇବା ପାଇଁ ଦୁନିଆକୁ ସାତପର କରି ଜଣକ ନାଁରେ ଜୀବନ କାଟୁଥିଲା କିନ୍ତୁ କ୍ଷଣିକରେ ଅଢେଇ ଅକ୍ଷର ଅଢେଇ ଦିନ ପରି ସବୁ ଓଲଟ ପାଲଟ ହୋଇଗଲା ।
ବାହାରେ ହସୁଛି ଭିତରେ କାନ୍ଦୁଛି ଏଇ ତାର ପରିଚୟ ମରିସାରିଛି ସେ ତଥାପି କରୁଛି ବଞ୍ଚିବାର ଅଭିନୟ ।।
ଏ କାହାଣୀ ଏକ ଦରଦି ପ୍ରେମର , ଏ କାହାଣୀ ଏକ ପରାସ୍ତ ପ୍ରେମିକର । ଉତ୍କଳ ମାଟିର ଗଞାମ ନକ୍ସା ଭିତରେ ରମ୍ଭା ସହରର ଅନିତି ଦୁରରେ ଛୋଟ ଏକ ଗାଁ ଟିଏ । ବାସ୍ତବରେ ଗାଁର ସୁସ୍ଥ ସୁନ୍ଦର ପରିବେଶ ଭାରି ମନଲୋଭା ଏଠିକାର ରିତି ନିତି ଆଉ ସଂସ୍କାର ଭିତରେ ଆବଧ ରହି ପ୍ରାୟତଃ ସମସ୍ତ ଝିଅ ଗୋଟେ ନିରବତାର ଉଚ୍ଚକୋଟିର ପରିଚୟ ସୃଷ୍ଟି କରନ୍ତି ।ଏମିତି ଅନେକଙ୍କ ଭିତରେ ଜଣଙ୍କ ପରିଚୟ ନିଆରା ଥିଲା । ରୂପ ଗୁଣର ମାଧୁର୍ଯ୍ୟ ଅତୁଳନୀୟ , ରୂପରେ କୌଣସି ଅପସରି ଠୁ କମ୍ ନଥିଲା । ନିର୍ମଳ ସୌନ୍ଦର୍ଯ୍ୟ ଶରୀର ପଦ୍ମ ପରି ଚହଟୁଥିଲା । ଏ ରୂପକନ୍ୟା ରୁପସିଟିର ନା ଥିଲା ରଶ୍ମୀ । ଏତେ ସବୁ ବର୍ଣ୍ଣନା ନାୟିକାକୁ ମନେମନେ ହୃଦୟରେ ଭଲପାଇ ବସିଥିଲା ସେଇ ଗାଁର ଯୁବକ ରାଜ୍ । କାହିଁ କେଉଁ ଛୋଟବେଳଠୁ ରଶ୍ମି ର ନିରବତା ଉପରେ ବଶବତି ହୋଇ ତାକୁ ମନପ୍ରାଣ ଦେଇ ଭଲପାଇ ବଶିଥିଲା ।
ଭଲପାଏ ବୋଲି ରାଜର ହୃଦୟ ନିତି ତାକୁ ଖୋଜୁଥିଲା । ସଞ୍ଜ ସକାଳେ ପ୍ରତିମୁହୂର୍ତ୍ତରେ ତା ନୀରବ ଚେହେରାକୁ ଝୁରିହେଉଥିଲା ।ତାକୁ ଟିକେ ଦେଖିବା ପାଇଁ ଲୁଚି ଛପି ତା ଯିବା ଆସିବା ବାଟ ଜଗୁଥିଲା । ସେ ପ୍ରେମ ବନ୍ଧନରେ ବନ୍ଦୀ ହେବାକୁ ଚାହୁଁ ନଥିଲା ବାସ୍ ତା ଆଖିର ନିଶା ଆଉ ତା ଓଠର ହସ ତାକୁ ପାଗଳ କରି ବନ୍ଦୀ ହେବାକୁ ବାଧ୍ୟ କରିଥିଲା । ରଶ୍ମି ମନର ଭାବନାକୁ ନ ବୁଝି ସଚୋଟ ପ୍ରେମ ଆଉ ବିଶ୍ୱାସର ଦୃଢ ମନବଳ ନେଇ ମନେ ମନେ ସେ ତାକୁ ଭଲପାଇବସିଲା ।
ମନରେ ତା ଅନେକ ଇଛାର ଆସୁମାରି ରଶ୍ମି ହୃଦୟରେ ଛୋଟ ଏକ ସୁନ୍ଦର ପ୍ରେମର ଘରଟିଏ ତୋଳିବା ପାଇଁ । ଠାକୁରଙ୍କ ଠାରେ ତାର ଅନେକ ପ୍ରାଥନା ରଶ୍ମିର ମଙ୍ଗଳ ଉଦ୍ଦେଶ୍ୟରେ । ଧୀରେ ଧୀରେ ସମୟର ଗତି ବଢିବା ସହିତ ବୟସବି ବଢିଲା । ଯେତେବେଳେ ରଶ୍ମି ନବମ ଶ୍ରେଣୀରେ ପଢୁଥିଲା ରାଜ ମନରେ ସାହସ ବାନ୍ଧି ତା ମନକଥା ସବୁ କହିଦେଲା । ବୋଧହୁଏ ବାସ୍ତବରେ ରଶ୍ମି ବି ଅପେକ୍ଷା କରିଥିଲା ସେହି ଦିନ ରାଜ କେବେ ରଶ୍ମିର ମନକଥା ବୁଝିବ । ବାସ୍ ତାପରେ ଆରମ୍ଭ ହେଲା ଏକ ଯୁଗଳ ପ୍ରେମ ବନ୍ଧନ । ସେମାନଙ୍କ କାହାଣୀ ଲୈଲା ମଜୁନଙ୍କ ପରି ଏତଟା ରୋମାଞ୍ଚକର ନଥିଲା , ବାସ୍ ସିଧାସାଧା ନିରବତାରେ ଦୁଇପାଖ ମନର ମିଳନ ଭିତରେ ସେମାନଙ୍କ ମଧ୍ୟରେ ଗଢିଉଠିଥିଲା ଏକ ସୁନ୍ଦର ପ୍ରେମର ନିଢ ଟିଏ । ସତକଥା ହେଲା ରାଜ ତାର ପବିତ୍ର ହୃଦୟର ଅନ୍ତର ଭିତରୁ ରଶ୍ମିକୁ ଭଲପାଉଥିଲା । ଆଉ ସେ ଚାହୁନଥିଲା ଯେ ତାର ଏ ପବିତ୍ର ପ୍ରମରେ ରଶ୍ମିର ପବିତ୍ରତା ଉପରେ କଳଙ୍କ ର ଦାଗ ଟାଣିବାକୁ । ବୋଧହୁଏ ଏଇଥିପାଇଁ ରାଜ୍ ରଶ୍ମିକୁ କେବେବି ସ୍ପର୍ଶ ହି କରିନି । ଶୟନେ ସପନେ ପ୍ରତିମୁହୁର୍ତରେ ରାଜ ରଶ୍ମି ରଶ୍ମି ବୋଲି ପାଗଳ ହେଇଯାଉଥିଲା । ବଞ୍ଚିବାର ପ୍ରତିଟି ସ୍ପନ୍ଦନ ରେ ରଶ୍ମିର ନିରବତା ଚେହେରା ରାଜ ଆଖି ସାମ୍ନାରେ ନାଚି ଉଠୁଥିଲା ବାରମ୍ବାର । ହାତକାଟି ରକତରେ ରଶ୍ମିର ନା ବି ଲେଖିଥିଲା । ହୃଦୟର ମନମନ୍ଦିରରେ ରଶ୍ମିକୁ ଦେବୀ ସଜେଇ ନିତି ପୂଜା କରୁଥିଲା । ଏମିତି ଲାଗୁଥିଲା ରାଜର ପ୍ରତିଟି ରକ୍ତବିନ୍ଦୁରେ ରଶ୍ମିର ନା ହି ଲେଖାଥିଲା ।
ସବୁକିଛି ଠିକ ଚାଲିଥିଲା ଦିନପରେ ଦିନ ବିତିଚାଲିଲା , ଦଶମ ଶ୍ରେଣୀ ପରେ ରଶ୍ମି ଉଚ୍ଚ ଶିକ୍ଷା ପାଇଁ ପାଖ କଲେଜରେ ପାଦଦେଲା । ତା ପରେ ରାଜର ପ୍ରେମ ଜୀବନରେ କୁଆଡୁ ଏକ ଘନ ଅନ୍ଧାରିଆ ଝଡ଼ ମାଡିଆସିଲା । ରଶ୍ମି କଲେଜ ଦୁନିଆ ଦେଖିବା ପରେ କଲେଜ ମାଟିରେ ପାଦ ଥାପିବା ପରେ ମନର ପରିବର୍ତ୍ତନ ଘଟିଲା । କୁହାଯାଏ ଯିଏ ଯେମିତି ଦେଖାଯାଏ ସିଏ ସେମିତି ହୋଇନଥାଏ । ଠିକ୍ ସେମିତି ରଶ୍ମିର ନିରବତା ନିରିହ ସୁନ୍ଦର ଚେହେରା ଭିତରେ ଲୁଚି ରହିଥିଲା ବିରାଟ ପ୍ରତାରଣାର ମନଟିଏ । ଜଣାତରେ ବା ଅଜାଣତରେ ରଶ୍ମି ସମ୍ପୂର୍ଣ୍ଣ ବଦଳିଗଲା କିଛି ହେଣ୍ଡସମ୍ କଲେଜ ରୋମିଓଙ୍କ ଟାଇମପାସ ଲଭରେ । ଆଉ ଦିର୍ଘ ଦଶବର୍ଷର ପ୍ରେମ ସମ୍ପର୍କକୁ କେଇଟା ମୂହୁର୍ତ୍ତରେ ଧୁଳିସାତ କରିଦେଲା ।
ନାରୀ ମାୟା ନାରାୟଣଙ୍କୁ ଅଗୋଚର, ସିଏ କେତେବେଳେ କେଉଁ ରୂପ ଧାରଣ କରେ କହିବା ବାହୁଲ୍ୟ । ଏମିତି ଲାଗିଲା ରଶ୍ମିର ସବୁ ପ୍ରତିଶୃତି ମିଥ୍ଯା ଆଉ ତା ଭଲପାଇବା ଛଳନା, ବାହାନା,ପ୍ରତାରଣା ଥିଲା । ରଶ୍ମିର ସେହି ମିଥ୍ଯା ପ୍ରତିଶୃତି ସବୁ ପ୍ରେମ ଶ୍ରାବଣର ଅସରନ୍ତି ବର୍ଷା ହୋଇ ଝରିପଡିଲା ରାଜର ନିରିହ ଆଖିରୁ । ହୃଦୟ ଭାଙ୍ଗିଗଲା । ରାଜ ପାଲଟିଗଲା ଏକ ଚିନ୍ତାଗ୍ରସ୍ତ ଜିଅନ୍ତା ଶବ । ପ୍ରେମ ଦୁନିଆରେ ସ୍ବପ୍ନର ଗଭୀରତା ଭିତରୁ ସେ ଯାହା କିଛି ପାଇବାର ଆଶା ରଖିଥିଲା ସବୁ ତାର ପାଣିର ଗାରପରି ଉଭେଇ ଗଲା । ପ୍ରେମ ତାପାଇଁ ପାଲଟି ଗଲା ବର୍ଷାହିନ ଶ୍ରାବଣ , ବୃକ୍ଷହିନ ମରୁଭୂମି । ଯେଉଁଟା ସେ ସ୍ବପ୍ନର ସୁଧା ଭାବିବି ନଥିଲା । ତାକୁ ଭଲପାଇବାରେ କେତେ ଦିଅଁ ପାଖରେ କେତେ ଯେ ତାର ମାନସିକ । ତାର ଶୁଭକାମନା ଓ ଉଜ୍ଜ୍ୱଳ ଭବିଷ୍ୟ ପାଇଁ କେତେ ଯେ ତାର ଠାକୁରଙ୍କ ଠାରେ ବ୍ୟାକୁଳ ପ୍ରାର୍ଥନା । ଏସବୁ କଣ ବୃଥା । ଭଙ୍ଗା ହୃଦୟର ପରାସ୍ତ ମନରେ ତାର ଅନେକ ଅଙ୍କାବଙ୍କା ପ୍ରଶ୍ନ । ଜଣକୁ ମନପ୍ରାଣ ଦେଇ ଭଲପାଇବା କଣ ଭୁଲ ।ସତରେ କ'ଣ ମୁ ପ୍ରେମଦୁନିଆରୁ ଅନେକ କିଛି ପାଇବାର ଆଶାନେଇ ସବୁକିଛି ହରେଇଦେଲି । ତା ର ଏପ୍ରକାର ଛଳନା ଧୋକା କଣ ପାଇଁ ,କାହିଁକି । ସେ ଆଗରୁ ତ ଏମିତି ନଥିଲା ହେଲେ ହଠାତ ଏ ପରିବର୍ତ୍ତନ କାହିଁକି । ଏମିତି ନାନାବାଜେ ପ୍ରଶ୍ନ ଗୁଡାକ ରାଜର ମୁଣ୍ଡକୁ ଦୋହଲାଇ ଦିଏ ବାରମ୍ବାର । ତା ସାଥେବିତା ଅତିତର ଅଲିଭା ସୃତିଗୁଡାକ ଆଖିଆଗରେ ନାଚିଉଠି ଲୁହହୋଇ ଖାଲି ବହିଯାଏ ଥରକୁଥର । ନା ନିଦ ନା ଖାଦ୍ୟ ଚିନ୍ତାଗ୍ରସ୍ତ ରାଜ ଜୀବନରେ ଖୁସି ହଜିଗଲା । ପ୍ରେମର ଜହର ଯେ ମାରାତ୍ମକ ସେ ଆଗରୁ କେବେ ଯାଣିନଥିଲା ।
କୁହାଯାଏ ପ୍ରଥମ ପ୍ରେମକୁ କେବେ ଭୁଲିହୁଏନା । ଆଉ ରାଜ ଭୁଲିବାକୁ ହି ଚାହୁନଥିଲା । କାହିଁକି ନା ପ୍ରେମ ଏମିତି ଏକ ଅନୁଭବ ସେ କହିକି ଆସେନାହିଁ । ଛପି ଛପି ହୃଦୟର ଦରଜା ଖୋଲି ନିଜର ଅଜାଣତରେ ମନରାଇଜକୁ ପଶିଆସେ ଏବଂ ଗୋଟିଏ ଅଜଣା ରୂପକୁ ହୃଦୟରେ ବସେଇ ପ୍ରେମର ବସା ବାନ୍ଧେ । ଓ ଆସୁମାରି ସ୍ବପ୍ନର ବାଲିଘର ଗଢିତୋଳେ । ଆଉ ସେହି ପ୍ରେମର ନିଶା ନିଆରା ନିଆରା ଭାବେ ନିଜ ମଣିଷତ୍ବକୁ ପ୍ରେମଦୁନିଆରେ ହଜାଇଦିଏ ।
ପରନ୍ତୁ ଝିଅମାନେ ଯେ ଏତେଶିଘ୍ର ବଦଳି ଯାଆନ୍ତି ରାଜ ଭାବିବି ନଥିଲା । ତଥାପି ରାଜର ହୃଦୟରେ ଆଜିବି ଜିବିତ ସେଇ ପ୍ରେମ । ଯାହା ଅତିତରେ ଥିଲା ,ବର୍ତ୍ତମାନରେ ଅଛି ଆଉ ଭବିଷ୍ୟତରେ ରହିବ ମଧ୍ୟ । ସ୍ବପ୍ନର ଗଭୀରତା ଭିତରୁ ରାଜ୍ ଆଜିବି ଖୋଜୁଛି ସେଇ ପ୍ରେମର ମାନସୀ ପ୍ରିୟତମା ରଶ୍ମିର ଚିହ୍ନ ।
ହତଭାଗା ପାଇଁ ପ୍ରେମ ପ୍ରୀତି ନାହିଁ
ନାହିଁ ମିଳନର ତିଥି
ଭଙ୍ଗା ହୃଦୟର ଦୁଃଖର ସାଗରେ
ଆଖି ଲୁହ ଏକା ସାଥି ।।
ଏଥିଭିତରେ ଅନେକ ଦିନ ବିତିଗଲା ହେଲେ ଆଜି ବି ଆଖିରେ ନାଚୁଛି ସେହି ଗୋଟିଏ ଚେହେରା ଆଉ ସେହି ଗୋଟିଏ କୋଡ଼ିଏ ଟଙ୍କାର ନୋଟ । ଯଉଥିରେ I love you ଲେଖି ରଶ୍ମି ରାଜକୁ ଦେଇଥିଲା ଯାହା ମୁକ ସାଖିଭାବେ ଏବେବି ଜିବିତ ଅଛି । ହେଲେ ପ୍ରେମ ଯେ କେବେ ଖେଳନା ଆଉ କେବେ କଳ୍ପନା ତାହା ରାଜ ଜାଣିନଥିଲା । ତଥାପି ଏତେସବୁ ଯନ୍ତ୍ରଣାକୁ ଛାତି ଭିତରେ ସାଉଁଟି ଧରି ଆତ୍ମହରା ନହୋଇ ଚାତକ ପରି ଚାହିଁ ବସିଥିଲା ସେହିଦିନ ଯଉଦିନ ସେ ରାଜର ପ୍ରେମକୁ ବୁଝିପାରିବ । ଆଉ ରାଜ ହୃଦୟର ପ୍ରେମ ବଗିଚାରେ ଏକ ସୁନ୍ଦର ପ୍ରଜାତିର ଫୁଲଟିଏ ହୋଇ ଫୁଟି ଉଲ୍ଲାସର ବାସ୍ନା ବିଞ୍ଚି ରାଜକୁ ପ୍ରେମଦୁନିଆରେ ସଜେଇ ଦବ । ଏବଂ ରାଜ ଆସୁମାରି ଆଶାସବୁ ପୁରଣ କରିବା ପାଇଁ ସବୁକିଛି ଛାଡ଼ି ରାଜ ପାଖକୁ ଧାଇଁ ଆସିବ । ହେଲେ ନା ଏତେ ସବୁ ଆଶା ପାଣିର ଗାରପରି ଉଭେଇ ଗଲା ।
ସମୟ ୨୦୧୭ ମାର୍ଚ୍ଚ ୧୫ ,ରାଜର ପକେଟରୁ ଭାଇବ୍ରେସନ୍ ମୋଡରେ ଫୋନଟି ରିଂ ରିଂ ଶବ୍ଦରେ ଥରିଉଠିଲା । ଡିସପ୍ଳେରେ ଏକ ଅଜଣା ନମ୍ବର ସୋ କରୁଥିଲା । ରାଜ ଫୋନଟିକୁ ରିସିବ କରି କହିଲେ ହେଲୋ କିଏ କହୁଛନ୍ତି ?
ସ୍ବଳ୍ପ ସମୟର ନିରବ ବିରତି ପରେ , .ସେପଟରୁ ସୁଭିଲା ,....ମୁଁ ରଶ୍ମି କହୁଛି......!!
କ୍ଷଣିକ ପାଇଁ ରାଜ ନିଜକୁ ଥୟଧରି ପାରିଲି ନାହିଁ । ତା କଣ୍ଠଶ୍ବର ଶୁଣିବା ମାତ୍ରେ ରାଜ କିଛି ସମୟ ପାଇଁ ଖୁସିରେ ପ୍ରେମ ଦୁନିଆରେ ହଜିଗଲା , ପାଗଳପ୍ରାୟଃ ହୋଇ ହଠାତ୍ ଆଖିରୁ ଲୁହ ଦିଧାର ବୋହିଗଲା ପ୍ରେମ ଶ୍ରାବଣର ବର୍ଷା ହୋଇ । କେତେ ଆଶା ଥିଲା I love you ଥରେ କହିବ ବୋଲି ।ହେଲେ ନା......ଘଟିଲା ବିପରିତ ,ବଦଳରେ କହିଲା ମତେ ଭୁଲିଯାଅ ...ମୁଁ ଆଉ ଜଣକୁ ଭଲପାଏ ...। ରାଜର ମୁଣ୍ଡଟା ଘୁରିଗଲା । ନିଜକୁ ଥୟ ନଧରି ପାରି କଚାଡି ହୋଇ ରାଜ ତଳେପଡିଗଲା । ମନେହେଲା ବସୁଧା ଫାଟି ଯାଆନ୍ତା କି ନିଜକୁ ପାତାଳି କରିଦିଅନ୍ତେ । ବର୍ଷ ବର୍ଷର ନିଷ୍ପାପ , ନସ୍କପଟ ଆଉ ପବିତ୍ର ପ୍ରେମର ଆନ୍ତରିକ ମନଟା ଆଖିପିଛୁଳାକେ ମଉଳିଗଲା । ଛାତିରେ ଛାତିଏ ଜନ୍ତ୍ରଣାର କୋହକୁ ଚାପିରଖି ଅନେକ ଏପଟ ସେପଟ ପ୍ରଶ୍ନ ମନଭିତରେ ଘୁରିବୁଲିଲା । ସଚ୍ଚା ପ୍ରେମରେ ଅଙ୍ଗେଲିଭା ଧୋକା ପାଇବା ପରେ ପ୍ରେମ ପ୍ରତି ରାଜର ବିଶ୍ବାସ ତୁଟିଗଲା । ନାରି ପ୍ରତି ଘୃଣାଭାବ ଆସିଲା । କିନ୍ତୁ ବାସ୍ତବରେ ସବୁ ପ୍ରେମ ଖେଳନା ନୁହେଁ ,କି ସବୁ ନାରୀ ଛଳନା ନୁହେଁ ।କେହି କେହି ଛନକି ବତି ତ ଆଉ କେହି ସତୀ ସାବିତ୍ରୀ ।
କିନ୍ତୁ ଯେଉଁଠି ପ୍ରେମ ଜୀବନର ମୂଲ୍ୟକୁ ମୁଠାଏ ପାଉଁଶ ସଜେଇଦେଇଛି , ଯେଉଁଠି ବଞ୍ଚିବାର ପ୍ରତିଟିମୁହୂର୍ତ୍ତ ଲୁହର ଲୁଚକାଳି ସହ ଖେଳିବାକୁ ପଡୁଛି ଏମିତି ଏକ ଶ୍ମଶାନସମ ଜୀବନକୁ ନେଇ ବଞ୍ଚିବାର ମାନେ କ'ଣ ଅଛି ?
ପ୍ରେମ ଯାହାକୁ ଥରେ ଦେଇଛି ଠକି
ଏମିତି ମଣିଷର ମରିବା ବାକି ।।
ପରିଶେଷରେ ରାଜ୍ ଠାକୁରଙ୍କ ଠାରେ ଏତିକି ପ୍ରାର୍ଥନା କରିଛି କି ଏପରି ଏକ ବେଦରଦି ପ୍ରେମ କାହାଣୀ ଆଉ କାହା ଜୀବନରେ କେବେବି ନଘଟୁ ।
ପ୍ରତାରଣାର ମହୋଦଧିରେ ପବିତ୍ର ପ୍ରେମର ନିଷ୍ପାପ ମନଟା ଆତ୍ମସମର୍ପଣ କଲାପରେ ,ଯନ୍ତଣାର ଦରଦୀ ଆହତ ମନନେଇ ରାଜ ପୁଣି ଫେରିବାକୁ ଚାହିଁନି ସେ ପ୍ରେମର ବନ୍ଧନ ଭିତରକୁ ।
"ମରିବାକୁ ଏଠି କିଏବା ଡରୁଛି
ଯଉ ହୃଦୟ କେବେଠୁ ମରି ହିଁ ସାରିଛି " ...