Anuja Behera

Abstract Classics Inspirational

4.7  

Anuja Behera

Abstract Classics Inspirational

ହସିବା ଏଠି ଭାରି ମହଙ୍ଗା

ହସିବା ଏଠି ଭାରି ମହଙ୍ଗା

3 mins
292



        ଦିନକର କଥା ଦେଢ଼ ବର୍ଷ ହେବ ଏକ ମଧ୍ୟମ ବର୍ଗର ସାଧାରଣ ଦମ୍ପତିଙ୍କ ର ବିବାହ । ନୁଆଁ ନୁଆଁ ବିବାହ ବନ୍ଧନରେ ବାନ୍ଧି ହେବା ପରେ ବେସ ହସ ଖୁସିରେ ଚାଲିଥିଲା ବୈବାହିକ ସଂସାର । ସ୍ତ୍ରୀ ଜଣକ ରୂପରେ ଯେତିକି ସୁନ୍ଦର ଗୁଣରେ ବି ତା ଠାରୁ ଆହୁରି ଅଧିକା । ମନଲାଖି ହୃଦୟର ମଣିଷଟିଏ , ସମସ୍ତ ଙ୍କ ସହିତ ପାତର ଅନ୍ତର ନ କରି ମିଳିମିଶି ଖୁସିରେ ରହିବା ତାଙ୍କର ଗୋଟେ ଉତ୍ତମ ଅଭ୍ୟାସ । ଗୁରୁଜନଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଲଘୁଜନ ପ୍ରତି ଆନ୍ତରିକ ଆଦର କେଉଁଥିରେ କମ୍ ନୁହେଁ । ସର୍ବଦା ମନ ପ୍ରଫୁଲ୍ଲ ରଖି ନିଜ ସହିତ ଅନ୍ୟ ମାନଙ୍କୁ ବି ସତେଜ ଓ ସୁରକ୍ଷିତ ରଖିବା ତାଙ୍କୁ ଭାରି ପସନ୍ଦ । 


          କିନ୍ତୁ ସ୍ବାମୀ ଜଣଙ୍କ ମଧ୍ୟ କେଉଁଥିରେ କମ୍ ନୁହେଁ । ଗୁଣରେ ନିରବତାର ଦୟାଶିଳ ମଣିଷଟିଏ । ମାନବିକତା ର ସେ ତ ଗୋଟିଏ ଜ୍ୱଳନ୍ତ ଉଦାହରଣ । ଧର୍ମ ପରାୟଣର ଧର୍ମାବଲମ୍ବୀ ମଣିଷଟେ । କର୍ମମୟ ଜୀବନରେ ପେଶାରେ କର୍ମଚାରୀଟିଏ ହେବା ସହ ବାକି ବଳକା ସମୟ ଅଯଥାରେ ନଷ୍ଟ ନକରି ଭାବରେ ଭାବରେ ଭଗବାନଙ୍କ ସହିତ ତାଙ୍କର ଅନେକ ଦିନର ସମ୍ପର୍କ । ନିତ୍ୟ ପୂଜା ପାଠ ସହ ଭକ୍ତି ଭାବରେ ଭଗବାନଙ୍କ ଯୋଡ଼ି ରହି ତାଙ୍କ ସେବାରେ ଘଣ୍ଟା ଘଣ୍ଟା ଜଡ଼ିତ ର‌ହିବା , ଗୀତା ଭାଗବତ ପୁରାଣ ଆଦି ପଠନ ତଥା ନିଜସ୍ଵ ରଚନାର କବିତା ଗଳ୍ପ ପ୍ରବନ୍ଧ ଆଦିର ଲେଖାରେ ସମୟ ଅତିବାହିତ କରିବା ତାଙ୍କର ଗୋଟିଏ ନିଶା । ଏତେ ପରେ ବି ନିରବତାର ନିଦାବିଷ୍ଣୁ ହୋଇ ଏକାନ୍ତ ଶାନ୍ତିରେ ରହିବାକୁ ସେ ଖୁବ ଭଲପାଆନ୍ତି । 

     

      ବିଚରା ଅନେକ ପାଠପଢି ଚାକିରି ଖଣ୍ଡେ ନଥିବାରୁ ନିଜକୁ ବେଳେ ବେଳେ ଧିକାର କରି ଅଭାଗାଟିଏ ବୋଲି ଭାବନ୍ତି । ତଥାପି ଜୀବନ ନାଟକ ରେ ନିଜକୁ ହାର ନମାନି ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି । ଦିନ ତମାମର ଥକାପଣ ଓ ପାରିବାରିକ ଭବିଷ୍ୟତକୁ ନେଇ ସେ ପ୍ରାୟତଃ ନିରବତା ଅବଲମ୍ବନ କରନ୍ତି ଓ କରିବାଟା ବି ସ୍ବାଭାବିକ କଥା । 

   

       ଏମିତି ଦିନେ ନିରୋଳାରେ ନିଶ୍ଚଳ ହୋଇ ବସିଥିବା ସମୟରେ ତାଙ୍କ ସ୍ତ୍ରୀ ଜଣକ ଗରଗର ହୋଇ କହିଲେ , ଆରେ ସବୁବେଳେ କାହିଁକି ତୁମେ ଉଦାସ ମୁଁହ କରି ରହୁଛ । ମୁଁ ତ ବୁଝି ପାରୁନି ଘରେ ତ କିଛି ଅଭାବ ନାହିଁ , କୌଣସି ଅସୁବିଧା ବି ନାହିଁ , କି କାହା ପାଖରେ ଧାର କରଜ ବି ନାହିଁ , ତେବେ କାହିଁକି ତମେ ସବୁବେଳେ ବଡ଼ ମୁହଁ କରି ରହୁଛ ? ଆରେ କେବେ ତ ଟିକେ ହସ । ହସିବାକୁ କଣ ପଇସା ପଡେ କି ? ନାହିଁ ନା , ତେବେ ହସ ହସ ରହୁନା କାହିଁକି ? ଏମିତି ରହୁଛ ଯେମିତି ହସ କିଣିବାକୁ ପଡୁଛି ।  

   

          ସହଜେ ସ୍ବାମୀ ଜଣଙ୍କ ଭାବୁକଟିଏ , ଭାଷା ସାହିତ୍ୟରେ ଘାଣ୍ଟି ଗୋଳି ହେବା ତାଙ୍କର ଗୋଟିଏ ଅଭ୍ୟାସ । ଏବେ ସ୍ବାମୀ ଜଣଙ୍କ ସ୍ତ୍ରୀଙ୍କର କେଇ ପଦ କଥାରେ ଭାବବିହ୍ବଳ ହୋଇ ଟିକେ ମୁରୁକି ହସିଦେଲେ ଆଉ କହିଲେ ଆରେ ବାଃ ବଢିଆ କଥାଟିଏ କହିଲ ମ ! ଯଦି ସତରେ ହସ ମାର୍କେଟରେ ମିଳୁଥାନ୍ତି ନା ତେବେ ଭାରି ଭଲ ହୁଅନ୍ତା । ସତରେ ମୁଁ ନା ୫୦ କି ୧୦୦ କିଲୋ କିଣି ଦେଇଥାନ୍ତି । ଆଉ ଗାଁ ଦାଣ୍ଡରେ ବୁଲିବୁଲି କହୁଥାଆନ୍ତି ହସ ନିଅ ହସ ତାହା ପୁଣି ସମ୍ପୁର୍ଣ୍ଣ ମାଗଣାରେ । କିନ୍ତୁ ଦୁଃଖର ବିଷୟ ଯେ ଏହା ମାର୍କେଟରେ ମିଳେନି ତଥାପି କିଣିବାକୁ ପଡେ । ତା ନହେଲେ ବିନା ବନ୍ୟାରେ ପରିବାର ଗୁଡାକ ଭାସିଯାଉଥାଆନ୍ତେ । ଆଉ ଅନାଥ ହୋଇ ବାରଦୁଆର ସୁଣ୍ଡିପିଣ୍ଢା ହୁଅନ୍ତେ ।

         

         ଦିନ ତମାମ ଜଣଙ୍କ ତ୍ୟାଗ ତପସ୍ୟାର ବଳିଦାନରେ ନିଜ ପରିବାରର ଭରଣପୋଷଣ ହୁଏ । ଆଉ ସେଇ ପରିବାରର ଆନନ୍ଦ ଓ ହସ ଟିକକ ପାଇଁ ବିନା ସ୍ବାର୍ଥରେ ନିଃସ୍ଵାର୍ଥପର ଭାବେ ନିଜକୁ ସମ୍ପୁର୍ଣ୍ଣ ଜଳାଞ୍ଜଳି ଦିଏ । ଏହା ସତ୍ୟ ଯେ କୌଣସି ନା କୌଣସି ପରିସ୍ଥିତିରେ ହସକୁ କିଣିବାକୁ ହିଁ ପଡେ । ଦୃଶ୍ୟ ପଟ୍ଟରେ ନ ହେଲେ ବିପରୀତରେ । ଆଧୁନିକତାର ଟଙ୍କାରେ ନ ହେଲେ ନିଜ ଜୀବନର ଆତ୍ମସମର୍ପଣରେ । ତା ନ ହେଲେ ନିଜେ ତୁନି ରହି ପରିବାର ମୁହଁରେ ହସ ଫୁଟାଇବା ପାଇଁ କିଏ ବା କାହିଁକି ପସନ୍ଦ କରନ୍ତା । 


      ଏଥର ସ୍ତ୍ରୀ ଜଣକ ସ୍ବାମୀଙ୍କ ନିରବତା କୁ ଠିକ ବୁଝିପାରିଛି । ସ୍ବାମୀଙ୍କ ପରିବାର ପ୍ରତି ଏଭଳି ଅମାପ ଭଲପାଇବା ଦେଖି ସ୍ତ୍ରୀ ଜଣକ ଆଖିରୁ ଦି ଧାର ଲୁହ ବୁହାଇ ସେଇ ସ୍ବାମୀଙ୍କ ଛାତି ଉପରେ ମୁଣ୍ଡ ରଖି ଏକ ଦୀର୍ଘ ଶ୍ଵାସରେ ନିଜେ ନିରବି ଯାଇଛି । ସ୍ବାମୀ ଜଣଙ୍କ ସ୍ତ୍ରୀଙ୍କର ମୁଣ୍ଡ ଆଉଁସି, ଏକ ଦୀର୍ଘ ଆଲିଙ୍ଗନ କରିଛି । 

     ଆଉ କିଛି ସମୟପରେ..... କହୁଚି 

     ଆରେ କାନ୍ଦ ନାହିଁ ମ .....ହସୁନା ଟିକେ.....

     କଣ ହସିବାକୁ ପଇସା ପଡେ କି.........????????

     ହା ....ହା.....


ଆଶା କରେ ଲେଖାଟିକୁ ଆପଣଙ୍କଙ ଭଲ ଲାଗିବ ....

ସମସ୍ତଙ୍କ ଜୀବନର ଏ‌ହା ବାସ୍ତବିକତା ନିଶ୍ଚିତ ।


Rate this content
Log in

Similar oriya story from Abstract