Anuja Behera

Classics Inspirational Thriller

4.5  

Anuja Behera

Classics Inspirational Thriller

ଅର୍ଥର ବ୍ୟର୍ଥ ବିନିଯୋଗ

ଅର୍ଥର ବ୍ୟର୍ଥ ବିନିଯୋଗ

7 mins
409



ଭାରତ , ଯାହା ବିଶ୍ୱ ଦରବାରରେ ବିକାସମୁଖୀ ଦେଶର ନୂତନ ଅଧ୍ୟାୟ ସୃଷ୍ଟିକରିଛି । କୁହାଯାଏ ଭାରତ ସମଗ୍ର ବିଶ୍ବରେ ବର୍ତ୍ତମାନର ସମୟରେ ନିଜର ଉନ୍ନତମାନର ଞାନ କୌଶଳ ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗୀ ବଳରେ ଆଜି ଭାରତ ନିଜର ଅର୍ଥ ବ୍ୟବସ୍ଥାକୁ ମଜବୁତ କରିପାରିଛି । ବିଶ୍ବର ବଡ ବଡ ପ୍ରଭାବଶାଳୀ ଉନ୍ନତ ଦେଶମାନଙ୍କରେ ନିଜର ସାମଞ୍ଜସ୍ୟ ଯୋଡିବାରେ ସଫଳ ହୋଇ ବିକାଶମୁଖି ଦେଶମାନଙ୍କ ମଧ୍ୟରେ ନିଜକୁ ମଧ୍ୟ ସ୍ଥାପନ କରିପାରିଛି । ଏତେ ବିକାଶ ଭିତରେ କିନ୍ତୁ ବାସ୍ତବିକ କଥାଚିତ୍ର ସମ୍ପୂର୍ଣ୍ଣ ଅଲଗା । ଆଜିବି ଭାରତ ବିଶ୍ବର ଅନେକ ଗରିବ ରାଷ୍ଟ୍ର ମଧ୍ୟରୁ ଅନ୍ୟତମ । ଯେଉଁଠି ଅର୍ଥବ୍ୟବସ୍ଥାର ଘୋର ଭୟଙ୍କର ଅଭାବ ଦେଖିବାକୁ ମିଳେ । ଯାହା ଫଳରେ ଏଠି ଗରିବ, ଦରିଦ୍ର, ଦିନମଜୁରିଆ, ଆଦି ପଛୁଆ ବର୍ଗର ଲୋକେ ଅନେକ ମାତ୍ରାରେ ଭରପୁର ଦେଖିବାକୁ ମିଳନ୍ତି । ଉପାର୍ଜନ ମାଧ୍ୟମ ବା ପନ୍ଥା ଅବ୍ୟବସ୍ଥା ଓ ସ୍ବଳ୍ପ ଥିବା ହେତୁ ବଞ୍ଚିବା ବା ପେଟକୁ ଦିମୁଠା ଖାଇବ ପାଇଁ ଦିନହିନ ଦରିଦ୍ର ମୁଲମଜୁରି ଖଟନ୍ତି । ଆଉ ପାଗଳ , ଭିକାରି ଏମାନଙ୍କ କଥା ନକହିବା ଭଲ । ଏମାନଙ୍କ ଭିତରେ ଅନେକ ଶିକ୍ଷିତ ବର୍ଗର ମଧ୍ୟ ଥାଆନ୍ତା । ବାକି ଉଚଶିକ୍ଷା ଲାଭ କରିଥିବା ଶିକ୍ଷିତା ବେକାରୀ ବା ଆଜିର ଯୁବପିଢ଼ି ସରକାରୀ ଚାକିରୀ ପଛରେ ଧାଇଁ ଧାଇଁ ହତାଶ ହେବାପରେ ବିଭିନ୍ନ କ୍ଷେତ୍ରରେ ବିଫଳହୋଇ ଶେଷରେ ଦାଦନ ଖଟିବାକୁ ବାଧ୍ୟ ହୁଅନ୍ତି । ସ୍ୱାଧୀନ ଭାବରେ ବଂଚିବା ଓ ଦିଓଳି ଦିମୁଠା ଭୋକର କରାଳ ଦାଉରୁ ରକ୍ଷା ପାଇବା ପାଇଁ ଅନ୍ୟ ଆଗରେ ହାତ ପତାନ୍ତି । ସେ ଯାହା ହେଉନା କାହିଁ ଏଠି ପେଟ ପାଇଁ ନାଟ କରିବାକୁ ସମସ୍ତେ ବାଧ୍ୟ ହୁଅନ୍ତି । 

   ମାନୁଛି ବଞ୍ଚିବା ପାଇଁ ଖାଦ୍ୟ ବସ୍ତ୍ର ବାସଗୃହ ଅତ୍ୟାନ୍ତ ଆବଶ୍ୟକ ଆଉ ଏ ସବୁର ପୁରଣ ପାଇଁ ଅର୍ଥ ନିତାନ୍ତ ଅପରିହାର୍ଯ୍ୟ । ପରନ୍ତୁ ଭୋଗବିଳାଶ ,ଅନାବଶ୍ୟକ ଓ ଅନ୍ଧବିଶ୍ୱାସର ଜଟିଳ ଜନ୍ତାରେ ବନ୍ଦୀହୋଇ ନିଜ ଯତ୍ ସଞ୍ଚିତ ମୂଲ୍ୟବାନ ଅର୍ଥକୁ ଭାରତୀୟ ଜନତା ବ୍ଯର୍ଥ ବିନିଯୋଗ କରୁଛି । ଯାହା ଫଳରେ ନିଜର ଉନ୍ନତି ତଥା ଭାରତରେ ଗରିବ ଦରିଦ୍ର କମିବାରେ କେବେବି ପରିଲକ୍ଷିତ ହୁଏ ନାହିଁ ।

     ଭାରତରେ ଅର୍ଥକୁ ବ୍ୟର୍ଥରେ ବିନିଯୋଗ କରିବାର ଅନେକ ପ୍ରକାର କାରଣମାନ ରହିଛି । ସେସବୁ ସମ୍ପୂର୍ଣ୍ଣ ବାଖ୍ୟାକରିବା କାଠିକର ପାଠ । ଏଣୁକରି ସ୍ବଳ୍ପରେ ଉପସ୍ଥାପନ କରୁଛି । ଯଥାର୍ଥରେ ଧର୍ମ ଓ ରାଜନୀତି କ୍ଷେତ୍ରରେ ଅର୍ଥର ବ୍ୟର୍ଥ ପରିମାଣ ଢେର ଅଧିକା । ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବରେ ସାରା ବିଶ୍ୱରେ ପ୍ରତିଷ୍ଠିତ । ସମାନ ଅଧିକାର ସହିତ ସମସ୍ତ ପ୍ରକାର ଧର୍ମର ଲୋକେ ଏଠି ବାସ କରନ୍ତି ଏବଂ ହିନ୍ଦୁ , ଖ୍ରୀଷ୍ଟଆନ , ମୁସଲିମ ,ଶିଖ ,ଆଦି ଅନେକ ପ୍ରକାର ଲୋକେ ଅନ୍ଧବିଶ୍ୱାସର ବାନ୍ଧିହୋଇ ମୁର୍ଖ ଖର୍ଚାନ୍ତ ସବୁ କରିଚାଲିଛନ୍ତି । ଭଗବାନଙ୍କ ଉପରେ ସମସ୍ତ ଧର୍ମାବଲମ୍ବିଙ୍କର ପ୍ରଗାଢ ବିଶ୍ୱାସ ଥାଏ । ବିଶେଷ କରି ହିନ୍ଦୁ ଧର୍ମରେ ମନ୍ଦିର ଆସବା ପତ୍ର , ନିତ୍ୟ ପୂଜାର୍ଚ୍ଚନା ,ଅନ୍ୟାନ୍ୟ ସାମଗ୍ରୀ ,ଉପାସନା ଓ ଦୈନନ୍ଦିନ ଭୋଗ ପ୍ରସାଦ ରେ ନଡିଆ , କଦଳୀ ଆଦି ଜାବତିଅ ଫଳ , ବ୍ରାହ୍ମଣ ଦକ୍ଷୀଣା ,ଦାନ, ବସ୍ତ୍ର , ଯଞ , ପୂଜା ଇତ୍ୟାଦି ମାଧ୍ୟମରେ ଦେଶର ତଥା ସ୍ବତନ୍ତ୍ର ର କୁଢ କୁଢ ଅର୍ଥ ବ୍ୟର୍ଥରେ ଯାଏ । ସତତ ଏହା କି ସେ କାଳ ପୁରାଣ ପୋଥିରୁ ଭକ୍ତିର ପୂଜାର୍ଚ୍ଚନା ଏବେ ଆଉ ଦୃଷ୍ଟିଗୋଚର ହୁଏନାହିଁ । ବାସ୍ତବରେ ଆଜିକାଲି ପୂଜା ଭକ୍ତିରେ ନା ଭୟରେ କରାଯାଏ ତାହା ଅନୁମାନ କରିବା ଗୋଟେ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏପଟେ ଭଗବାନଙ୍କୁ ଡର ସେପଟେ ଗୁଣିଗାରେଡି କୁ ଡର । ଭଗବାନଙ୍କୁ ତ ଭକ୍ତ ସମସ୍ତେ କରନ୍ତି କିନ୍ତୁ ଭକ୍ତି ଅପେକ୍ଷା ଅଧିକ ଡରନ୍ତି । ଯାହାଫଳରେ ଆମମାନଙ୍କର ଏହି ଡରର ସମ୍ପୂର୍ଣ୍ଣ ଫାଇଦା ବ୍ରାହ୍ମଣ , ତାନ୍ତ୍ରିକ ଆଦି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମଧାନ୍ତର ସାଜିଥିବା ପୁଙ୍ଗିବାବା ମାନେ ଉଠାନ୍ତି । ଏମାନେ ଶନିର ଛାୟା ରାହୁର   ମାୟା ଆଦିର ବିବିଧ ପ୍ରଲୋଭନ ଦେଖାଇ ଜନତାଙ୍କ ଠାରୁ ଅନେକ ଅର୍ଥ ଲୁଟିନିଅନ୍ତି । ଏପରି ଏକ ଅନ୍ଧ ବିଶ୍ୱାସ ର ବଶବତି ହୋଇ ସାଧାରଣ ଜନତା ବାଜେ ଖର୍ଚ୍ଚାନ୍ତ ସବୁ କରିଚାଲିଛନ୍ତି । 

      

       ଏପଟେ ପୁଣି ଭଗବାନଙ୍କୁ ନେଇ ଭକ୍ତ ଓ ଭକ୍ତ ମଧ୍ୟରେ ନି ତି ଚାଲିଛି କଳହ ଓ ବ୍ୟାପାର ବାଣିଜ୍ୟ । ଏଣୁକରି ତ ପ୍ରତି ଗାଁରେ ଗୋଟିଏ ଦୁଇଟି କିମ୍ବା ତିନୋଟି ମନ୍ଦିର ଥାଏ । ତ ଅନୁମାନ କରାଯାଉ ଗୋଟିଏ ମନ୍ଦିର ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ସେ ପୁଣି ଦେଶର ଅର୍ଥ କୋଶରୁ । ତେବେ ସମଗ୍ର ଦେଶରେ ଲକ୍ଷାଧିକ ଗାଁ ବା ସାହି ତ ସମ୍ପୂର୍ଣ୍ଣ ଦେଶରେ ଏଥିପାଇଁ ଯୋଗଫଳ ଖର୍ଚ୍ଚାନ୍ତ କେତେ ? ପୁଣି ପ୍ରତି ଶିବ ମନ୍ଦିରରେ ପୂଜାରୀ ଓ ମାଳି ଏମାନଙ୍କ ମୋହରେ ମୋହିତ ହୋଇ ବିଚରା ଭକ୍ତମାନେ ଏମିତି ଟନ ଟନ ଖିର ଖାଲି ପଥରଟା ଉପରେ ଢାଳି ଦିଅନ୍ତି ,ଶେଷରେ ତାହା ନାଳ ନର୍ଦମାରେ ମିଶି ବ୍ୟର୍ଥରେ ଯାଏ । ସେପଟେ ମନ୍ଦିର ବେଢା ଆରପଟେ ଶହ ଶହ ଦରିଦ୍ର ବା ଭିକାରୀ ଅଖିଆ ଅପିଆ ଅବସ୍ଥାରେ ପଡିରହନ୍ତି । ଠିକ ସେମିତି ମୁସଲିମଙ୍କ ଆଲ୍ଲା ଙ୍କୁ ମସଜିଦ ଭିତରେ ଦୈନିକ ଏକ ନୁଆ ଜାଦର ର ଆବରଣ ଦିଆଯାଏ ଅପରପକ୍ଷରେ ରାଜରାସ୍ତା କଡେ ଦିନଦରିଦ୍ର ଚିରାଛିଣ୍ଡା ବସ୍ତ୍ରରେ ଶିତରାତିରେ ଥରି ଥରି ଜୀବନ ଅତିବାହିତ କରନ୍ତି । ବିଶ୍ବର ଆଲୋକ କୁହାଯାଉଥିବା ଖ୍ରୀଷ୍ଟ ଧର୍ମ ମଧ୍ୟ ଏଥିରୁ ବାଦପଡିନି । ଏହି ଖ୍ରୀଷ୍ଟ ଧର୍ମ ପାଇଁ ଲକ୍ଷଲକ୍ଷ ଚର୍ଚ୍ଚ ସମ୍ପୂର୍ଣ୍ଣ ବିଶ୍ବରେ ସ୍ତାପନ କରାଯାଇଛି । ଏଥିରେ ଦୈନନ୍ଦିନ କ୍ୟାଣ୍ଡେଲ ର ବର୍ଷା ହୁଏ । କିନ୍ତୁ ଆଜିବି ଅନେକ ପଲ୍ଲୀ ଆଦିବାସୀ ଗରିବ କୁଡିଆ ଅନ୍ଧାରର ଚାରିକାନ୍ଥ ଭିତରେ ଛଟପଟ ହେଉଛନ୍ତି । ସତେ ଯେମିତି ଆଜିର ଡିଜିଟାଲ ଦେଶରେ ବି ଆଲୋକ ସେମାନଙ୍କ ପାଇଁ ସାତ ସପନ ପାଲଟିଛି । 

         ଭକ୍ତି ହିଁ ଭଗବାନ ଯେଉଁଠି ସତପ୍ରତିସତ ଗୀତା , ଭାଗବତ , ବାଇବଲ , ପୁରାଣ , କୋରାନ ଆଦିରୁ ପ୍ରମାଣିତ ହୋଇଛି ସେଠି ଏସବୁ ପ୍ରହସନର ଆବଶ୍ୟକତା କ'ଣ ? ଆହୁରି ପୁଣି ସରକାରଙ୍କ କେନ୍ଦ୍ର ଓ ରାଜ୍ୟ ଉଭୟ ପ୍ରଶାସନ ତରଫରୁ ମନ୍ଦିର, ଚର୍ଚ୍ଚ ,ମସଜିଦ ଆଦି ନିର୍ମାଣରେ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଉପସ୍ଥାପନ କରିବା ଏକ ବ୍ଯର୍ଥ ବିନିଯୋଗ ନୁହେଁ କି ? ଯେଉଁଠି ପଲ୍ଲୀରୁ ସହର ଯାଏଁ ଲୋକଙ୍କ ଯାତାୟତ ସୁବିଧା ହେତୁ ଗୋଟିଏ କଂକ୍ରିଟ ରାସ୍ତାଟିଏ ବର୍ଷ ବର୍ଷ ଲାଗି ମଧ୍ୟ ଅର୍ଧଭଗ୍ନ ଅବସ୍ଥାରେ ଅସଫଳ ହୋଇ ପଡିରହେ । ଅନ୍ତତଃ ଗୋଟିଏ ଭବ୍ୟ ମନ୍ଦିର କେଇଟା ଦିନରେ ଠିଆ ହୋଇଯାଏ । 

          ଏଣୁକରି ତ ଏତେସବୁ ବାସ୍ତବିକ କଥାଚିତ୍ର କୁ ଆଖି ଆଗରେ ରଖି ବଲିଉଡ ଚଳଚିତ୍ର ଜଗତର ଉନ୍ନୟନ ପ୍ରୟାଶରେ ପିକେ , ଓ ଏମ ଜି ଭଳି ଉଚକୋଟିର ଚଳଚ୍ଚିତ୍ର ନିର୍ମାଣ କରାଯାଇଛି , ଉର୍ଦ୍ଧେଶ୍ୟ ଥିଲା ଲୋକଙ୍କୁ ଅନ୍ଧବିଶ୍ୱାସ ଠାରୁ ଦୁରେଇବା ପାଇଁ । ତଥାପି ତାହା ଲୋକଙ୍କ ଉପରେ କୌଣସି ପ୍ରଭାବ ପକାଇ ନାହିଁ । ଆହୁରି ପୁଣି ସେଥିପାଇଁ ଚାରିଆଡେ ବିଦ୍ରୋହ ଦେଖାଦେଲା । ଶେଷରେ ତାହା ପ୍ଲବ ଘୋଷଣା କରାଗଲା । ଏତେପରେ ବି ସମସ୍ତ ଧର୍ମାବଲମ୍ବୀ ଜାଣିଶୁଣି ମଧ୍ୟ ଅର୍ଥକୁ ବହୁମାତ୍ରାରେ ବ୍ୟର୍ଥ କରୁଛନ୍ତି ।

      କ୍ଳିବ ସଂସ୍କୃତି ଓ ଅନ୍ଧ ଧାର୍ମିକତା ବିରୋଧରେ ସଂଗ୍ରାମ ଘୋଷଣା କରିବା ମୋ ବ୍ୟକ୍ତିତ୍ବର ଅନ୍ତଃସ୍ବର ନୁହେଁ । ଧର୍ମକୁ ଅବମାନନା କରି ଭଗବାନଙ୍କୁ ବିରୋଧ କରିବା ମୋର କୌଣସି ଯଥା କାରଣ ନାହିଁ । ବାସ୍ତବିକ ବିଷୟବସ୍ତୁ କୁ ଉପସ୍ଥାପନା କରିବା ହିଁ ମୋର ଏକ ସୁକ୍ଷ୍ମ ପ୍ରୟାସ । ପଙ୍କିଳ ସମାଜ ଭିତରେ ପଙ୍କଜ ପୁଷ୍ପଠିତ କରିବା ମୋର ଲକ୍ଷ ।


       ରାଜନୀତି - ନିର୍ବାଚନ ସମୟରେ କୋଟି କୋଟି ଟଙ୍କାର ବାଜେ ଖର୍ଚ୍ଚାନ୍ତ ଆପଣ ମାନେ ଅନୁମାନ କରିଥିବେ ନିଶ୍ଚିତ । ନିଜ ସ୍ବାର୍ଥ ପାଇଁ ନିର୍ବାଚନରେ ଦଳଦଳ ଓ ଗୋଷ୍ଠୀ ଗୋଷ୍ଠୀ ହୋଇ ପାର୍ଟିର ପ୍ରଚାର ରେ ବଡ ବଡ ପୋଷ୍ଟର ,ହଜାର ହଜାର ପତାକା ,ଶହ ଶହ ମୋଟର ରାଲି , ଓ ବସ୍ତା ବସ୍ତା ଜହର ମଦ ପକେଟ୍ ବଣ୍ଟନ ଆଦିସବୁରେ କୁଢ କୁଢ ଅର୍ଥର ବ୍ୟର୍ଥ ବ୍ୟବହାର କାରଣ ନୁହେଁ କି ? ଏସବୁ ନକରି ବିକାଶ ଦିଗରେ ଚିନ୍ତା କରି ଗରିବ ପେଟକୁ ଦିମୁଠା ଖାଦ୍ୟ ଯୋଗାଇଲେ ହୁଏତ ଦେଶରୁ କିଛି ଗରିବି ଦୁର ହୁଅନ୍ତା । ବିଶେଷ କରି ଦେଶରେ କେବଳ ଆଡଭଟେଜମେଣ୍ଟ ପାଇଁ ଦେଶର ଅର୍ଥ କୋଷରୁ ଯୋଜନାନୁଯାଇ ପାଞ୍ଚ ହଜାର କୋଟି ଟଙ୍କାରୁ ଅଧିକ ଖାଲି ବ୍ୟର୍ଥ ବିନିଯୋଗ କରାଯାଏ । ଯାହାର ନିତାନ୍ତ ଆବଶ୍ୟକତା ହି ନାହିଁ । ଅପର ପକ୍ଷରେ କେନ୍ଦ୍ର ଓ ରାଜ୍ୟ ଉଭୟଙ୍କ ଦ୍ବାରା ମାଳ ମାଳ ଯୋଜନାରେ ଅକଳ୍ପନୀୟ କୋଟି କୋଟି ଟଙ୍କାର ଅନୁଦାନ । ଯେଉଁଠି ମୁଳରୁ ଗୋଟିଏ ଯୋଜନାରେ ସଫଳ ନ ହେଉଣୁ ଆଉ ଗୋଟିଏ ଯୋଜନା ଉପସ୍ଥାପନ କରିବା ବ୍ୟର୍ଥ ଖର୍ଚ୍ଚାନ୍ତ ନୁହେଁ କି ? ଗୋଟିଏ ଯୋଜନାରୁ ଜରୁରୀ ହିତାଧିକାରୀ ବଞ୍ଚିତ ଥିବା ବେଳେ ଆଉ ଜଣେ ଯାହାର ଆବଶ୍ୟକତା ହିଁ ନାହିଁ ସିଏ ଆଗରୁ ହିଁ ଛକା ମାରିବସେ ସମସ୍ତ ଯୋଜନା ର ।

          ତ କଣ ଆବଶ୍ୟକତା ଏମିତି ମାଳ ମାଳ ଯୋଜନାର ଯେଉଁଠି ପ୍ରଥମରୁ ଅସଫଳ ପରିଲକ୍ଷିତ ହୁଏ । ଯଦି ପ୍ରତି ଭାରତୀୟ ଜନସାଧାରଣ ଏଥିପ୍ରତି ସଚେତନ ହୋଇ ସଜାଗ ଥାଆନ୍ତେ ତେବେ ହୁଏତ ବ୍ୟର୍ଥ ଖର୍ଚ୍ଚାନ୍ତରେ କିଛିଟା ପରିବର୍ତ୍ତନ ହୋଇପାରନ୍ତା । କିନ୍ତୁ ବାସ୍ତବତ ଏହା ନିର୍ବାଚନ ପାଖେଇ ଆସିଲେ ଭାରତୀୟ ରାଜନେତା ମାନେ ସ୍ବାର୍ଥରେ ଅନ୍ଧହୋଇ ଜନତାଙ୍କୁ ଅନ୍ଧଭକ୍ତ ଭାବି ସର୍ବଦା ଜନତାଙ୍କୁ ଭକୁଆ ବନେଇ ଚାଲିଛନ୍ତି । ଆଉ ତାହା ଅନ୍ଧ ଭକ୍ତ ମାନେ ଯଥାଶିଘ୍ର ଗ୍ରହଣ କରିନିଅନ୍ତି ।

      ବିଦେଶରେ ଦେଶ ଛପନ ଇଞ୍ଚି ଛାତି ଦେଖାଇ ନିଜକୁ ଗର୍ବ ଅନୁଭବ କରି ଯେତେ ମାତ୍ରାରେ ହାଇ ସ୍ଟାଟଜ ବହନ କରିବାରେ ବ୍ୟସ୍ତ ରହୁଛି ସେତେ ମାତ୍ରାରେ ବିଦେଶରେ ଦେଶର ରୂଣଭାର ବଢ଼ିବାରେ ଲାଗିଛି । ଏହା ଏକ ବୋକାମୀର ପରିଚୟ ଛଡା ଆଉ କଣ ହୋଇପାରେ ।


    ଅପରପକ୍ଷରେ ଯାବତୀୟ ଫଙ୍କସନ ,ପାର୍ଟିର ଆୟୋଜନରେ ବ୍ୟର୍ଥବହୁଳ ଖର୍ଚ୍ଚ । ଆଜିର ସମାଜରେ ନିଜର ଓକାତ ଦେଖାଇବା ପାଇଁ ବା ଆଜିକାର ଜଟିଳ ପରିସ୍ଥିତି ଭିତରେ ନିଜକୁ ଖାପଖାଇ ବଞ୍ଚିବା ପାଇଁ , ସେ ଧନୀ ହେଉ ବା ଗରିବ ସେ ତାର ସମସ୍ତ ପାର୍ଟି ଓ ଫଙ୍କସନକୁ ମଜାମସଗୁଲରେ ଭରପୂର କରି ଲୋକଲୋଚନରେ ଉପସ୍ଥାପନ କରିବାକୁ ଆପ୍ରାଣ ଚେଷ୍ଟା କରେ । ଏଥିପାଇଁ ଯେତେ ଟଙ୍କା ଖର୍ଚ୍ଚ ହେଉନା କାହିଁ ସେ ରୂଣ ହୋଇ ମଧ୍ୟ କରିବାକୁ ବାଧ୍ୟ ହୁଏ । ଯେଉଁଥିରେ ତାର କୌଣସି ଲାଭ ନଥାଏ କିନ୍ତୁ ଆଶା ଠାରୁ ଅଧିକ ଲସ ହିଁ ହୋଇଥାଏ । ତଥାପି ସେ ଅନ୍ଧ ଭଳି ବାଜେ ଖର୍ଚ୍ଚାନ୍ତ ସବୁ କରିଚାଲେ । ଏପରି ଜଣେ ନୁହଁ ବିଶ୍ବର ପ୍ରାୟ ସମସ୍ତେ ସମସ୍ତ ବାହାଘର , ଜନ୍ମଦିନ ଇତ୍ୟାଦି ରେ ବ୍ଯର୍ଥ ଖର୍ଚ୍ଚାନ୍ତର ଶିକାର ହୁଅନ୍ତି । ଯାହାର କୌଣସି ଆବଶ୍ୟକତା ହିଁ ନାହିଁ ।

   ଏତେସବୁ ପରେ ବି ନିଶା ର ଭୁମିକା ମଧ୍ୟ କିଛି କମ ନୁହେଁ । ନିଶା ଆଜିର ଯୁବସମାକୁ ଏପରି କବଳିତ କରିଛି କି ନିଶା ନାଶର କାରଣ ଜାଣିମଧ କ୍ଷଣିକ ବିନା ବଞ୍ଚିବା କଷ୍ଟକର ହେଇପଡୁଛି । ନିଶାଶକ୍ତ ବ୍ୟକ୍ତି ସର୍ବଦା ନିଶା ପାଇଁ ତାର ଦୈନନ୍ଦିନ ଉପାର୍ଜିତ ଅର୍ଥ ବହୁଳମାତ୍ରାରେ ବ୍ୟର୍ଥ କରିଦିଏ । ଯାହା ଫଳରେ ପରିବାର ଭରଣପୋଷଣ କରିବା କଷ୍ଟକର ହୋଇପଡେ । ଆଜିର ଯୁବସମାଜ ସବୁ ଜାଣିବି କୁଢ କୁଢ ଅର୍ଥ ବ୍ୟର୍ଥ କରି ଜହର ସେବନ ଦ୍ୱାରା କ୍ୟାନ୍ସର ଭଳି ନାନାଦି ରୋଗ କିଣୁଛନ୍ତି । ତ କଣ ଆବଶ୍ୟକତା ଏମିତି ଅର୍ଥକୁ ବ୍ୟର୍ଥରେ ବିନିଯୋଗ କରିବାର ଯାହା ସୁଖ ବଦଳରେ ଜୀବନ ସାମ୍ନାରେ ଦୁଃଖର ବୃହତ ପାହାଡଟିଏ ଠିଆକରିଦିଏ । 

       ଆଉ ପୁଣି ବିଶେଷକରି ଅନ୍ୟାନ୍ୟ ଚାକିରୀ ଅବା କମ୍ପାନୀ ରେ ନିୟୋଜିତ କର୍ମଚାରୀ ରବିବାରକୁ special day of timeର ଗୋଟେ ସଉକ୍ ମାନିଛନ୍ତି । ଏହି ଦିନରେ ବନ୍ଧୁମାନେ ଏକାଠି ହୋଇ ମଦ୍ୟପାନ ,ନିଶାସେବନ ଓ ଫାଷ୍ଟ ଫୁଡ ,ବିରିଆନି ଇତ୍ୟାଦି ଭୋଗବିଳାଶରେ ମାସକର ଅଧେ ଦରମା ବାଜେ ଖର୍ଚ୍ଚାନ୍ତ କରିଦିଅନ୍ତି । ବାକି ଦିନମାନଙ୍କରେ ବଞ୍ଚିବା ପାଇଁ ଛଟପଟ ହୁଅନ୍ତି । ଆଜିର ଭାରତୀୟ ଯୁବସମାଜ ସବୁଠି ସମସ୍ତେ ବଡ ବଡ ଦାମୀ ଆଣ୍ଡ୍ରୋଡ ସେଟ ,ଲାପଟପ୍ ଆଦି ହାଇଫାଇ ପ୍ରୋଫାଇଲ୍ ସ୍ଟାଟଜ ମଣ୍ଟେନସ କରିବାରେ ସଉକ ରଖନ୍ତି । ଯାହାର ସମସ୍ତ ଜିନିଷ ବିଦେଶୀ ହୋଇଥାଏ କିନ୍ତୁ ତାହା ନିଜେ ତିଆରି କରି ଦେଶ ବିଦେଶରେ ତାର ଚାହିଦା ବଢାଇବାରେ ଧ୍ୟାନ ଦିଅନ୍ତି ନାହିଁ । ଏମାନଙ୍କୁ ସମୟ ଅବା କାହିଁ ରାଜନୀତି, ଧର୍ମ ,ଜାତି ଓ ଅନ୍ୟ ବିରୋଧରେ ଲଢେଇ କରିବାରେ ସମୟ ସରିଯାଏ । 

            " ଭାରତର ଲୋକେ ଭାରତରେ ଭଲ ପାଠପଢି ଚାକିରି କରିବାରେ ହିଁ ସଫଳତା ମାନୁଛନ୍ତି କିନ୍ତୁ ବ୍ୟବସାୟ ବା ଅନ୍ୟାନ୍ୟ ଉପାୟରେ ଜମାନୁହଁ । " ଏହା ମୁଁ କହୁନି ବିଶ୍ବର ଏପୁଲ କମ୍ପାନୀ ର କୋ ଫାଉଣ୍ଡର ଷ୍ଟି- ଓ୍ବାଚନିଆକ କହିଥିଲେ । 

   

    ଗ୍ରନ୍ଥକିଟ ସାଜି ଅନ୍ଧଧାର୍ମିକତାର ସମାଜ ଭିତରୁ ବାସ୍ତବିକ ଉପାଦାନର ତର୍କ ଖୋଜିବାର ମୋର ଏ ପ୍ରୟାସ ଆପଣଙ୍କୁ ସାନ୍ତୁନା ଦେଇନପାରେ । କିନ୍ତୁ ସତ୍ୟ ସର୍ବଦା ନୀହିତ । 

       ଏମିତି ଉପରୋକ୍ତ ଅନେକ କାରଣ ଯୋଗୁଁ ଭାରତ ଆଜିବି ବିଶ୍ବ ଦରବାରରେ ଗରିବ, ଦରିଦ୍ର ଆଉ ପଛୁଆ ହୋଇ ରହିଯାଉଛି । ଗୋଟିଏ ସୂକ୍ଷ୍ମ ବିଜ ଯେପରି ଉଦ୍ୟାନ ଓ ଉଦ୍ୟାନରୁ ଜଙ୍ଗଲର ପରିପୂର୍ଣ୍ଣତା ପ୍ରକାଶ କରେ ଠିକ ସେପରି ଏକ ଟଙ୍କା ଅର୍ଥର ମୂଲ୍ୟ ବୁଝିପାରିଲେ ତାହା ସମ୍ପୂର୍ଣ୍ଣ ଭାରତର ଅର୍ଥ ବ୍ୟବସ୍ଥାକୁ ସୁଦୃଢ କରିପାରେ ।    ।। ନମାସ୍କର ।।




Rate this content
Log in

Similar oriya story from Classics